ଖୋର୍ଦ୍ଧା : ବଜ୍ରାଘାତରେ ଗଲା ୩ ଜୀବନ। ଖୋର୍ଦ୍ଧା ଅଞ୍ଚଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ସାରୁଅ ଗାଁର ପରମାନନ୍ଦ ମହାଭୋଇ ଓ କୁଞ୍ଜୁରୀ ଗାଁର ସଂଜୟ ନାୟକ। ସେହିପରି କୁଞ୍ଜରି ଗାଁର ଦୀନେଶ ନାୟକ,ବବିତା ନାୟକ ଏବଂ ପୁବୁସାହିର ରମେଶ ସେଠୀ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେହିପରି ମୟୂରଭଞ୍ଜ ଜିଲ୍ଲା […]
କଟକ : କଟକ ଜିଲ୍ଲା ସାଲେପୁର ଥାନା ଶଙ୍କରପୁର ଗାଁରେ ଘର ବାହାରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ହେଲେ ସେଖ୍ ଜମିର । ଏହା ଏକ ପ୍ରେମ ଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ। ମୃତ ସେଖ ଜମୀରଙ୍କ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା ,ହେଲେ ଯୁବତୀଙ୍କ ପରିବାରର ଲୋକେ ଏହାକୁ ବିରୋଧ କରୁଥିଲେ। ସେମାନେ ହିଁ […]
ଭୁବନେଶ୍ୱର: ‘ତିତଲି’ରେ କୌଣସି କ୍ଷତି ନ ହେବା ପାଇଁ ଝଡ଼ ଆସିବା ପୂର୍ବରୁ ସରକାରଙ୍କ ଜିରୋ କାଜୁଆଲ୍ଟି ମିଶନ୍ ଆରମ୍ଭ କରିଥିଲେ। ମିଶନ୍ର ଲକ୍ଷ୍ୟ ଅନୁସାରେ ସମୁଦ୍ର କୂଳିଆ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର ବି କରାଯାଇଥିଲା। କେଇ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଗଲା ବୋଲି ସରକାର କହିଥିଲେ। ହେଲେ ‘ତିତ୍ଲି’ ପରର ବର୍ଷା ଓ ବନ୍ୟା ଯୋଗୁ ଭଞ୍ଜନଗରରେ ଭାସିଗଲା ୭ ଟି ମୂଲ୍ୟବାନ ଜୀବନ। ସେହିଭଳି ଗଜପତି ଜିଲ୍ଲାର ରାୟଗଡ଼ […]
ଭୁବନେଶ୍ୱର : ତେଲ ଦର ବଢ଼ିଥିବାରୁ ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର। ବସ୍ ଭଡ଼ା କି.ମି ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅର୍ଡିନାରୀ, ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ଓ ଡିଲକ୍ସ, ଏସି ଡିଲକ୍ସ କିମି ପିଛା ୪ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଡିନାରୀ ବସ୍ ଭଡ଼ା କି.ମି ପ୍ରତି ଥିଲା ୭୦ ପଇସା। ଏବେ ବଢ଼ି ହେଲା ୭୨ […]
ଯାଜପୁର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନାବାଳିକା କାବେରୀକୁ ଉଦ୍ଧାର କରିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବାମ୍ବିଲୋ ଗ୍ରାମରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା ୯ ବର୍ଷର ଶିଶୁକନ୍ୟା କାବେରୀ ଦେହୁରୀ। ଦୀର୍ଘଦିନ ହେବ ବେକ ଓ ଛାତିରେ ବଡ଼ ‘ଘା’ ସୃଷ୍ଟି ହୋଇଥିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ। ଅର୍ଥାଭାବ ଥିବାରୁ ପରିବାର ଲୋକେ ଝିଅର ଚିକିତ୍ସା କରିପାରୁ ନଥିଲେ। ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା […]
ଭୁବନେଶ୍ୱର : ଲୋୟର ପିଏମଜିରେ ଜାରି ରହିଛି ବ୍ଲକ୍ଗ୍ରାଣ୍ଟ ମିଳିତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମଞ୍ଚର ଅାନ୍ଦୋଳନ। ଅାଜି ମଧ୍ୟ ଅାନ୍ଦୋଳନରେ ଅଛନ୍ତି ଶିକ୍ଷକ। ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଅାନ୍ଦୋଳନ ଅାଜିକୁ ମିଶାଇ ୩୧ଦିନରେ ପହଞ୍ଚିଲାଣି। ନିଜ ଦାବିରେ ଅଟଳ ରହିଛନ୍ତି ମିଳିତ ଶିକ୍ଷକ ମଂଚ। ନିକଟରେ ସରକାରଙ୍କ ସହ ସଂଘର ଅାଲୋଚନା ହୋଇଥିବାବେଳେ ଏଥିରୁ କିଛି ନିଷ୍କର୍ସ ବାହାରି ପାରିନାହିଁ। ଏହା ପରେ ସୋମବାର ଠାରୁ ଅାନ୍ଦୋଳନ ଅାହୁରି ତୀବ୍ର […]
କଟକ: ଆଠଗଡ଼ କନ୍ତୋଲ ସାପୁଆ ନଦୀ ପାଖରେ ୧୩୦ ପୁଟ୍ର ଘାଇ ସୃଷ୍ଟି ହୋଇଛି। ଫଳରେ ଯୋରନ୍ଦା ପଞ୍ଚାୟତର ୧୫ରୁ ଅଧିକ ଗାଁ ପାଣି ଘେରରେ ରହିଛି। ତେବେ ଧୀରେ ଧୀରେ ପାଣି ଖସିଥିବା ବେଳେ ଦସିହରା ଗାଁରେ ଏବେବି କିଛି ଲୋକ ପାଣି ଘେରରେ ରହିଛନ୍ତି। ଅନ୍ୟପଟେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି। ସେହିଭଲି ପୁରୁଣା କଟକ, ସମ୍ବଲପୁର ରାସ୍ତାର ମାଧପୁରଠାରେ ୪ଫୁଟର ପାଣି […]
ଗଜପତି: ‘ତିତ୍ଲି’ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଦାବିରେ ମୋହନାରେ ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାସହିତ ସେମାନେ ଆରଆଇଙ୍କୁ ଦୀର୍ଘ ୨ ଘଣ୍ଟା ଧରି ଅଟକ ରଖିଲେ। ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ୍ ମହେନ୍ଦ୍ରଗଡ଼ ପଞ୍ଚାୟତରେ। ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ କୌଣସି ରିଲିଫ୍ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚି ନ ଥିବା ବେଳେ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ୍ ମଧ୍ୟ ପ୍ରଦାନ କରାଯାଇ ନ ଥିବା […]
ଭୁବନେଶ୍ୱର: ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିର ସାଙ୍ଗଠନିକ ସ୍ତରରେ ଅଦଳବଦଳ। ବିଭିନ୍ନ ଜିଲ୍ଲାର ସାଂଗଠନିକ ସ୍ଥିତି ମଜଭୁତ କରିବା ପାଇଁ ଦଳର ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ଦଳର ସାଧାରଣ ସମ୍ପାଦକ ପ୍ରଶାନ୍ତ ନନ୍ଦ ଆଜି ଏହି ସୂଚନା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଦଳରେ ଏହି ଅଦଳବଦଳ କରାଯାଇଛି। ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ଦିଆଯାଇଛି। ସେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ […]
ଭୁବନେଶ୍ୱର: ଆଜି ‘ତିତ୍ଲି’ ଓ ଏହାର ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟର୍ରେ ଆକାଶମାର୍ଗରୁ ସେ ବନ୍ୟା ପ୍ରଭାବିତ ଅଞ୍ଚଳ, ଗଞ୍ଜାମ, ଗଜପତି, ରାୟଗଡ଼ାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜୋର୍ସୋର୍ରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଆଜି ସଂଧ୍ୟାରେ ଏ ନେଇ ସମୀକ୍ଷା କରିବା ପରେ ଏକ ପ୍ୟାକେଜ୍ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗଜପତି: ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଆଜି କଟକ ଜିଲ୍ଲା ସାଲେପୁରରେ ବୈଜୟନ୍ତ କହିଛନ୍ତି, ଗୋଟିଏ ହେଲିକପ୍ଟର୍ ଉପରେ ମିଥ୍ୟା ଅଭିଯୋଗ ଅଣାଯାଇ ପୂରା ହ୍ୟାଙ୍ଗରକୁ ସିଲ୍ କରି ଦିଆଯାଇଛି, ଯେଉଁଥିରେ ୩ଟି ହେଲିକପ୍ଟର୍ ରହିଛି। ହ୍ୟାଙ୍ଗର୍ ସିଲ୍ ଖୋଲି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର୍ ବ୍ୟବହାର କରିବା ନେଇ ସେ ଦେଇଥିବା ପ୍ରସ୍ତାବର ଏପର୍ଯ୍ୟନ୍ତ କୌଣସି ଉତ୍ତର ଦେଇନାହାନ୍ତି […]
ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ତାଣ୍ଡବ ରଚିବା ପରେ ଫେରିଗଲା ‘ତିତ୍ଲି’। ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଥିବା ‘ତିତ୍ଲି’ ଦୁର୍ବଳ ହୋଇ ଡିପ୍ରେସନ୍ରେ ପରିଣତ ହୋଇଛି। ଶେଷ ଖବର ଅନୁଯାୟୀ ଏହା କେନ୍ଦୁଝରଠାରୁ ୮୦ କିଲୋମିଟର ଦୂର ଦକ୍ଷିଣ ଦିଗରେ ରହିଛି। ଏହା କ୍ରମଶଃ ଉତ୍ତରପୂର୍ବର ଦିଗରେ ଗତି କରି ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବା ସହ ୪୫ରୁ ୫୦ କିଲୋମିଟର୍ […]
ସାଲେପୁର: ଆଜି ଦିନିକିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସଡ଼କ ସମସ୍ୟା ପ୍ରତି ପ୍ରଶାସନର ଚରମ ଅବହେଳା ଯୋଗୁ ଏହି ବନ୍ଦ ଡାକରା ଦିଆଯାଇଛି। କଟକ-ଚାନ୍ଦାବାଲି ମୁଖ୍ୟ ରାସ୍ତାର ପ୍ରଶସ୍ତୀକରଣ ଓ ନବୀକରଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା। ଏଥିସହ ସାଲେପୁର କୁଆଁପାଳ ବସଷ୍ଟାଣ୍ଡ ଠାରୁ ଡାକପୋଲ ପର୍ଯ୍ୟନ୍ତ ରାସ୍ତା ନବୀକରଣ ଓ ପ୍ରଶସ୍ତୀକରଣ ପାଇଁ ମଧ୍ୟ ଲୋକେ ଦାବି କରୁଥିଲେ। ତେବେ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ […]
ଭୁବନେଶ୍ୱର/କଟକ: ପ୍ରବଳ ବର୍ଷାରେ ବେହାଲ୍ କଟକ-ଭୁବନେଶ୍ୱର ଟୁଇନ୍ସିଟି। ଘରେ ପାଣି, ବାହାରେ ପାଣି, ଚାରିଆଡ଼େ ଖାଲି ପାଣି ଆଉ ପାଣି। ଜଳନିଷ୍କାସନରେ ସମସ୍ୟାକୁ ନେଇ ଉଭୟ ସହରରେ ପୁଣି ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି। ରାତି ସାରା ବର୍ଷା ଲାଗି ରହିବା ପରେ ଜଳମଗ୍ନ ହୋଇଛି କଟକ ସହରରେ ଅଧିକାଂଶ ଅଞ୍ଚଳ। ବାଦାମବାଡ଼ି, ପିଠାପୁର, ଝାଞ୍ଜିରୀ ମଙ୍ଗଳା, ପଟ୍ଟାପୋଲ, ମେରିଆ ବଜାର, ରାଜାବଗିଚା ଲେବର୍ କୋଲନୀ, ସାଆନ୍ତ ସାହି ଅଚଳରେ ସ୍ଥିତି ସଂଗୀନ ରହିଛି। କେଉଁଠି […]
ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସଂଗୀନ ସ୍ଥିତି ଉପୁଜିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ଋଷିକୂଲ୍ୟା ଓ ବଡ଼ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଜିଲ୍ଲାର ୧୩ଟି ବ୍ଲକ୍ରେ ତାଣ୍ଡବ ରଚିଛି। ଶହ ଶହ ଗାଁ ପାଣି ଘେରରେ ଥିବାବେଳେ ଆସ୍କା ଓ ପୁରୁଷୋତ୍ତମପୁର ସହରରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ବନ୍ୟାରେ ଗାଁଗଣ୍ଡା ଘରଦ୍ୱାର ସବୁକିଛି ଜଳବନ୍ଦୀ ହୋଇ ରହିଛି। ସାରା ଗଞ୍ଜାମ ଜିଲ୍ଲାରେ ଜଳ ପ୍ରଳୟର ସ୍ଥିତି। ଆସ୍କା ସହରର ଦୁଇ […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲ୍ଗାମ୍ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ତେବେ ଆଜି ସକାଳେ ଏନ୍କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ୨ଜଣ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳଥିଲା। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆଉ […]
ଖୋର୍ଦ୍ଧା: ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଗଲେ ଦୁଇ ନାବାଳିକା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ମୃତ ୨ ନାବଳିକା ହେଲେ ଆଲିଶା ବେହେରା ଓ ଶ୍ରାବଣୀ ବେହେରା। ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଜେଜେମା’ଙ୍କ ସହ ଆଲିଶା ଓ ଶ୍ରାବଣୀ ଗାଁ ପୋଖରୀରକୁ ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ହଠାତ୍ ସେମାନେ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର […]
ଭୁବନେଶ୍ୱର: ଜିରୋ କାଜୁଆଲ୍ଟି ଲାଗି ପାଇଁ ସରକାର କରିଥିବା ପ୍ରସ୍ତୁତି ଫେଲ୍ ମାରିଛି। ‘ତିତ୍ଲି’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜୀବନହାନୀ ହୋଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଲାବଣ୍ୟଗଡ଼ ଗାଁରେ କାନ୍ଥ ପଡ଼ି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ସ୍ୱାମୀ-ସ୍ତ୍ରୀ ବାଲେଶ୍ୱର ଜିଲ୍ଲାରେ ହୋଇଥିବାବେଳେ ସେମାନେ ଲାବଣ୍ୟଗଡ଼ରେ ରହି ଏକ ମାର୍ବଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେହିଭଳି ନୟାଗଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ଗାଁ ଅଞ୍ଚଳର ଅଭିମନ୍ୟୁ ମାଝୀ […]
ବାରିପଦା: ୫୦ ଫୁଟ୍ ତଳକୁ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଦୁଆରଶୁଣି ଘାଟିରୁ ଆଜି ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ୫୦ ଫୁଟ୍ ତଳକୁ ଖସି ପଡ଼ିଛି। ଏଥିରେ ଡ୍ରାଇଭର ଓ ହେଲ୍ପର୍ ଆହତ ହୋଇଛନ୍ତି। ଉଭୟ ପଶ୍ଚିମବଙ୍ଗରର ମେଦନାପୁରର ବୋଲି ଜଣାପଡ଼ିଛି। ପୁଲିସ୍, ଦମକଳବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭର ଓ ହେଲ୍ପର୍ଙ୍କୁ ଉଦ୍ଧାର କରାଯାଇଥିଲା। ଟ୍ରକ୍ଟି […]
ଭୁବନେଶ୍ୱର: ପ୍ରବଳ ବର୍ଷା ଓ ଏଥିପାଇଁ ସୃଷ୍ଟି ହୋଇଥିବା ବନ୍ୟାକୁ ଦୃଷ୍ଟିରେ ରଖି ୧୬ଟି ଟ୍ରେନ୍କୁ ବାତିଲ୍ କରିଛି ପୂର୍ବତଟ ରେଳବାଇ। ଏହାସହ ୧୧ ଟି ଟ୍ରେନ୍ର ସମୟ ବଦଳା ଯାଇଛି, ଓ ୯ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ହେଲା, ଚେନ୍ନାଇ-ଭୁବନେଶ୍ୱର ଓ ବିଶାଖପାଟନମ୍-ଚେନ୍ନାଇ ଏକ୍ସପ୍ରେସ୍, ବିଶାଖପାଟନମ୍-ଗୁଣୁପୁର ପାସେଞ୍ଜର ଟ୍ରେନ୍, ଗୁଣୁପୁର-ପଳାସା, ଗୁଣୁପୁର-ପୁରୀ ପାସେଞ୍ଜର୍ ଟ୍ରେନ୍, ଝାରସୁଗୁଡ଼ା-ରାଉରକେଲା, ରାଉରକେଲା-ସମ୍ବଲପୁର ପାସେଞ୍ଜର୍ ଟ୍ରେନ୍ ବାତିଲ୍ ହୋଇଛି। ଏହସହିତ ହାଟିଆ-ଝାରସୁଗୁଡ଼ା ପାସେଞ୍ଜର୍ ଟ୍ରେନ୍, ଭୁବନେଶ୍ୱର-ଜଗଦଲପୁର […]
ପାରାଦୀପ: ବିଶ୍ୱକର୍ମା ପୂଜା ପାଇଁ ପାରାଦୀପ ସହରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତୋରଣ ଓ ମେଢ଼ ନିର୍ମାଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ସହରକୁ ସଜାଇବା ପାଇଁ ଚାଲିଛି ପ୍ରସ୍ତୁତି। ୭ ଦିନ ଧରି ହେବାକୁ ଥିବା ବିଶ୍ୱକର୍ମା ପୂଜା ପାଇଁ ମାସେ ଆଗରୁ ପାରାଦୀପର ବିଭିନ୍ନ ଶିଳ୍ପାନୁଷ୍ଠାନ, ଶ୍ରମିକ ସଂଗଠନ ଓ ବନ୍ଦରର ବିଭିନ୍ନ ବିଭାଗ ନିଜ ନିଜ ତୋରଣ ଓ ମୂର୍ତ୍ତି ତିଆରିରେ ଲାଗିପଡିଛନ୍ତି। ଚଳିତ ବର୍ଷ ପାରାଦୀପ ସହରରେ ୩୦ରୁ ଅଧିକ ମେଢ଼ ନିର୍ମାଣ […]
ଫୁଲବାଣୀ: ଲଗାଣ ବର୍ଷା ଯୋଗୁ ଭାସିଗଲେ ୨ ଯୁବକ। ଫୁଲବାଣୀ ଏବଂ ନୟାଗଡ଼ରେ ଘଟିଛି ଏପରି ଅଘଟଣ। ପ୍ରବଳ ବର୍ଷା ଯୋଗୁଁ ଫୁଲବାଣୀ ପେଞ୍ଜି ସାହିର ପାହାଡ଼ିଆ ନାଳରେ ଭାସିଯାଇଛନ୍ତି ଜଣେ ଯୁବକ। ଫଳରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ତାଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ। ସେହିପରି ନୟାଗଡ଼ ଓଡ଼ଗାଁ ଲଣ୍ଡାପାଦୁ ଗାଁରେ ଜଣେ ଯୁବକ ନଦୀରେ ଭାସି ଯାଇଛନ୍ତି ।
ବାଲେଶ୍ୱର: ‘ତିତ୍ଲି’ ପ୍ରଭାବରେ ନୀଳଗିରି ଏନ୍ଏସିର ୫ଟି ଓ୍ୱାର୍ଡ ଜଳବନ୍ଦୀ ହୋଇଛି। ଲଗାଣ ବର୍ଷା ଯୋଗୁ ୫ଟି ଓ୍ୱାର୍ଡର ୩୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ରହିଛି। ଏନ୍ଏସିରେ ଡ୍ରେନେଜ୍ ବ୍ୟବସ୍ଥାରେ ଅସୁବିଧା ଯୋଗୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଏଭଳି ସମସ୍ୟା ଦେଖାଦେଇଛି। ଏ ନେଇ ୭ ନମ୍ବର ଓ୍ୱାର୍ଡରେ ଉତ୍ତେଜନା ଦେଖାଦେବା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ଏବଂ ତହସିଲଦାର ପହଞ୍ଚିଛନ୍ତି। ଅଗ୍ନିଶମ ବିଭାଗର ଦମକଳ ବାହିନୀ ପହଞ୍ଚି ଜଳ ନିଷ୍କାସନ କରୁଛି।
ଭୁବନେଶ୍ୱର: ‘ତିତ୍ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସଂଗୀନ ପରିସ୍ଥିତି ଉପୁଜିଛି। ତିନି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବିଶେଷ କରି ଗଞ୍ଜାମ୍ ଜିଲ୍ଲାରେ ପରିସ୍ଥିତି ଅତି ଖରାପ ରହିଛି। ଆସ୍କା ସହର ଦେଇ ୭-୮ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଲୋକେ ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ବିଜୁଳି ସେବା ବନ୍ଦ ରଖାଯାଇଛି। ସେହିପରି ପୁରୁଷୋତ୍ତମପୁର ସହର ମଧ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଜିଲ୍ଲାର ଧରାକୋଟ୍, […]
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଆଜି ରାତି ସୁଦ୍ଧା ଏହା ଆହୁରି ଦୁର୍ବଳ ହେବ ବୋଲି ସୂଚନା ମିଳିଛି। ‘ତିତ୍ଲି’ର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବା ସହ ପବନର ବେଗ ବି ହ୍ରାସ ପାଇବ। ‘ତିତ୍ଲି’ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।