ଭୁବନେଶ୍ୱର: ବିଜେଡିର ଦୁଇ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବଦ୍ରି ନାରାୟଣ ପାତ୍ର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ ଓ ତାଙ୍କ ଭାଇ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ରାଜନୈତିକ ପତିଆରା ହ୍ରାସ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବଦ୍ରି ପାତ୍ର ଅଭିଯୋଗ କରିଛନ୍ତି। ଏଇପାଇଁ ରାମଚନ୍ଦ୍ରପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ସୌମ୍ୟ ଓ ନିରଞ୍ଜନଙ୍କ ଉପରେ ବର୍ଷିଛନ୍ତି ବଦ୍ରି। ତେବେ ଏ ନେଇ […]
ଯାଜପୁର: କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସପ୍ତମ ଦିନରେ ପହଞ୍ଚିଛି। ୭ ଦଫା ଦାବି ନେଇ ଖଣି ଆଗରେ ଶ୍ରମିକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଖଣିରେ ଅଚଳାବସ୍ଥା ଦୂର ଲାଗି ଗତକାଲି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ଅନ୍ୟ ସଂଘ କର୍ମକର୍ତ୍ତା ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ତାହା ଫଳପ୍ରଦ ହୋଇ ନାହିଁ। ଆହତ ଶ୍ରମିକ ସୁସ୍ଥ […]
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଝଡ଼ ବାତ୍ୟାର ରୂପ ନେଇଥିବା ବେଳେ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରୁ ୧ଟା ୩୦ ମିନିଟ୍ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳ ଭାଗକୁ ଅତିକ୍ରମ କରିଛି। ଝଡ଼ ବାତ୍ୟା ‘ଡାଏ’ ବର୍ତ୍ତମାନ ଗୋପାଳପୁରରୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିଛି। ତେବେ ସ୍ଥଳଭାଗକୁ ଛୁଇଁଲା ପରେ ଏହା କ୍ରମଶଃ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ […]
ଭୁବନେଶ୍ୱର: ଆସନ୍ତା ବର୍ଷ ମେ ୧୨ ତାରିଖରେ ହେବ OJEE ପରୀକ୍ଷା। ଜାନୁଆରୀ ୨୫ରୁ ଏଥିପାଇଁ ଅନ୍ଲାଇନ୍ ଯୋଗେ ଆବେଦନ ଆରମ୍ଭ ହେବ। ଅନଲାଇନ୍ଲେ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୫ ରହିଛି। ଆବେଦନକାରୀ ଏପ୍ରିଲ୍ ୨୦ରେ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିବେ। ସେହିପରି ଜୁଲାଇ ୨୧ ତାରିଖରେ ହେବ ସ୍ପେଶାଲ OJEE ପରୀକ୍ଷା। ପଲିସି ପ୍ଲାନିଂ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ଏହି ସୂଚନା ଦେଇଛନ୍ତି। ସେହିପରି […]
ଭୁବନେଶ୍ୱର : ଶିକ୍ଷକ ସମସ୍ୟା ସମାଧାନ ନେଇ ଅାଲୋଚନା ବିଫଳ । ୩ ମନ୍ତ୍ରୀଙ୍କ ସହ ଶିକ୍ଷକ ସଂଘ ଅାଲୋଚନା ବିଫଳ ହୋଇଥିବା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସୂଚନା ଦେଇଛି। ସରକାର ସେମାନଙ୍କର କୌଣସି ଦାବି ମାନିବାକୁ ରାଜି ହେଲେନି ବୋଲି କହିଛି ମଞ୍ଚ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଣଶିକ୍ଷା, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷକ ସଂଘ ନେତା ସାମିଲ ଥିଲେ । ଅାଜି ବିଧାନସଭା ଅଧିବେଶନ ସରିଥିବାବେଳେ ଦୀର୍ଘ […]
ଭୁବନେଶ୍ୱର: ରାଜ୍ୟରେ କମ୍ପ୍ୟୁଟର୍ ଶିକ୍ଷାର ବିକାଶ ପାଇଁ ଆସିଥିବା କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ଚଞ୍ଚକତା କରି ହଡପ୍ କରାଯାଇଛି। ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ଟେକ୍ନୋଲୋଜି ବା SIET ଭଳି ସଂସ୍ଥାକୁ ତାଲା ପକାଇ, ଓଡ଼ିଶା ନଲେଜ୍ କର୍ପୋରେସନ୍ ମାଧ୍ୟମରେ ଟଙ୍କା ଚଳୁ କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ଏହି ସତ ପଦାକୁ ଆସିଛି। ବିଭିନ୍ନ ରାଜ୍ୟରେ ଥିବା SIET ଜରିଆରେ ଇନ୍ଫର୍ମେସନ୍ କମ୍ୟୁନିକେସନ୍ ଟେକ୍ନୋଲୋଜି ବା ICT ପ୍ରୋଗ୍ରାମ ଲାଗୁ କରିବାକୁ […]
ଭୁବନେଶ୍ୱର : ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ, ରାଜ୍ୟ ରାଜନୀତିରେ ନୂଅା ସମୀକରଣ ସୃଷ୍ଟି ହେବାର ସଙ୍କେତ ଦେଉଛି। ତେବେ ବିଜେପିର ଏଭଳି ନୂଅା ପ୍ଲାନ କାହିଁକି? ମିଶନ୍ ୧୨୦ ପାଇଁ ବିଜେପି କଷୁ ଥିବା ନୂଅା ଅଙ୍କରେ କେଉଁ କେଉଁ ଦଳ ଅଛନ୍ତି? ଛୋଟ ଛୋଟ ଅାଞ୍ଚଳିକ ଦଳ ବିଜେପି ସହିତ ଯିବେ କି? ନା ଅାଗକୁ କିଛି ନୂଅା ଆଞ୍ଚଳିକ ଦଳ ଗଠନ ହେବାର ଅାଭାସ ପାଇ ଏହି କାର୍ଡ ଖେଳିଛନ୍ତି ଧର୍ମେନ୍ଦ୍ର? ବର୍ତ୍ତମାନ ସ୍ଥିତିରେ […]
ଭୁବନେଶ୍ୱର: ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ଦେଶରେ ଏକ ନମ୍ବର୍। ଅନେକ ବର୍ଷ ଧରି ରାଜ୍ୟ ସରକାର ଏହି ପ୍ରଚାର କରି ଆସୁଛନ୍ତି। ଜଙ୍ଗଲ ଜମିରେ ରହୁଥିବା ୪ ଲକ୍ଷ ୨୦ ହଜାର ଭୂମିହୀନ ଗରିବଙ୍କୁ ଜମି ପଟ୍ଟା ବଣ୍ଟନ ହୋଇଛି ବୋଲି ମନ୍ତ୍ରୀ କହୁଛନ୍ତି। ହେଲେ ବାସ୍ତବତା କିଛି ଅଲଗା। ରାଜ୍ୟ ଖାଦ୍ୟ କମିଶନଙ୍କ ଚିଠି ତା’ର ଗୁମର ଖୋଲିଛି। ଜିଲ୍ଲାପାଳଙ୍କ ପାଖରୁ ଆସିଥିବା ତଥ୍ୟକୁ ଆଧାର କରି ଫୁଡ୍ କମିଶନ୍ ଲେଖିଛନ୍ତି, […]
ଭୁବନେଶ୍ୱର : ମାଡ଼ି ଅାସୁଛି ଝଡ଼ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି ବେଗରେ ପବନ ବହିବାର ଅାଶଙ୍କା ରହିଛି। ଏଥିଯୋଗୁଁ ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ଘଟିବାର ଅାଶଙ୍କା ରହିଛି। ରାତି ପ୍ରାୟ ୧୨ଟା ବେଳକୁ ସାଇକ୍ଳୋନିକ୍ ଷ୍ଟ୍ରମ୍ ଗୋପାଳପୁର […]
କଟକ: କଟକ ମ୍ୟୁନିସ୍ପାଲ୍ଟି କର୍ପୋରେସନ୍ ବୈଠକରେ ହଙ୍ଗାମା। ରାସନ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଭିନ୍ନ ଦଳର କର୍ପୋରେଟର୍ମାନେ ମେୟରଙ୍କୁ ଘେରିଥିଲେ। ଏ ସଂପର୍କରେ ନିଜର ଅସନ୍ତୋଷ ପ୍ରକାଶ କରି ମେୟରଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା। ଏଥିପାଇଁ ମେୟର ମିନାକ୍ଷୀ ବେହେରା ଅଡୁଆରେ ପଡ଼ିଥିଲେ। ଏ ସହିତ ଏଲ୍ଇଡି ଲାଇଟ୍, ଜଣ୍ଡିସ୍ ଓ ପରିମଳ ସମସ୍ୟାରେ ସିଏମ୍ସି ଫେଲ୍ ମାରିଥିବା ଅଭିଯୋଗ କରି କର୍ପୋରେଟରମାନେ କ୍ଷୋଭ ପ୍ରକାଶ କରିଥିଲେ। ଆଗରୁ କାଳୀପୂଜା ଓ […]
ସମ୍ବଲପୁର: ଖରିଫ୍ ଚାଷ ପାଇଁ ଆସନ୍ତା ୫ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ। ପ୍ରଥମେ କଳାହାଣ୍ଡି ଓ ବରଗଡ଼ ଜିଲ୍ଳାରୁ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଏ ନେଇ ସମ୍ବଲପୁରରେ ଏକ ବୈଠକ ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କଳାହାଣ୍ଡି ଓ ବରଗଡ଼ ପରେ ଅନ୍ୟ ଜିଲ୍ଲାରୁ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ରାଜ୍ୟରେ ୫୫ ଲକ୍ଷ ଟନ୍ ଧାନ ସଂଗ୍ରହ […]
ଭୁବନେଶ୍ୱର : ୨୦୧୭ ଅାର୍ଥିକ ବର୍ଷର ସାଧାରଣ ଓ ସାମାଜିକ କ୍ଷେତ୍ର ସମ୍ପର୍କିତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅନିୟମିତତା ନେଇ ସିଏଜି ରିପୋର୍ଟରେ ବହୁ ସାଂଘାତିକ ତଥ୍ୟ ଲୋକଲୋଚନକୁ ଅାଣିଛି । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଅାନ ଯାଇ କିଣାଯାଇଛି ଦାମୀ ଅତ୍ୟାଧୁନିକ ମେସିନ୍। ରଖିବାକୁ ସ୍ଥାନ ନଥିବାରୁ କାମରେ ନଲାଗି ପଡିରହିଛି ୪ କୋଟି ୪୯ ଲକ୍ଷ ଟଙ୍କାର ମେସିନ୍। ୨୦୧୭ ଅାର୍ଥିକ ବର୍ଷର ହିସାବନିକାଶର ଯାଞ୍ଚ କରି ଏହା ନଜରକୁ ଅାଣିଛନ୍ତି […]
ଖୋର୍ଦ୍ଧା : ଅାସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ପାଇଁ ସରକାରୀ ଛୁଟି ବାତିଲ । ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଛୁଟି ବାତିଲ କଲେ ଜିଲ୍ଲାପାଳ। କୌଣସି ପରିସ୍ଥିତିରେ ବି ଅନୁପସ୍ଥିତ ନରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର ରୂପ ନେବାକୁ ଯାଉଛି । ଏଥିଯୋଗୁଁ ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ଘଟିବାର ଅାଶଙ୍କା ରହିଛି। ଅାଜି ମଧ୍ୟ […]
ଭୁବନେଶ୍ୱର: ଛାତ୍ରୀଙ୍କ ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏଣିକି ଲେଡିଜ୍ ହଷ୍ଟେଲ୍ରେ ସିସି କ୍ୟାମେରା ଲାଗିବ। ରାଜ୍ୟରେ ଥିବା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଥିବା ଛାତ୍ରୀ ନିବାସଗୁଡ଼ିକରେ ଏହି ସିସି କ୍ୟାମେରା ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ହଜାରେ ଲେଡିଜ୍ ହଷ୍ଟେଲ୍ରେ ସିସି କ୍ୟାମେରା ଲଗାଯିବାକୁ ଯୋଜନା ଥିବା ବେଳେ ପରବର୍ତ୍ତୀ ସମୟରେ ମୋଟ ୭ ହଜାର ହଷ୍ଟେଲ୍ରେ ସିସି କ୍ୟାମେରା ଲାଗିବ। ସିସି କ୍ୟାମେରା ଲଗାଇବାକୁ ପୁଲିସ୍ ହାଉସିଂକୁ ଦାୟିତ୍ୱ […]
ପୁରୀ: ଗାନ୍ଧୀ ଜୟନ୍ତୀରୁ ପଲିଥିନ୍ ବ୍ୟାନ୍ ଘୋଷଣା ହୋଇଥିବାବେଳେ ଆଜି ଏହାର ଡେଡ୍ଲାଇନ୍ ପୂରିଛି। ଆସନ୍ତାକାଲିଠାରୁ ପଲିଥିନ ବ୍ୟାନ୍ ହେବ। ଆସନ୍ତାକାଲିଠାରୁ କଡ଼ାକଡ଼ି ଲାଗୁ ହେବ ନିୟମ। ପୁରୀ ସହ ୫ଟି ମହାନଗର ନିଗମରେ ଏହି ନିୟମ କଡ଼ାକଡ଼ି ପାଳନ କରାଯିବ। ଆଇନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଛି। ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି, କିମ୍ବା ଇଣ୍ଡଷ୍ଟ୍ରି କରିଛନ୍ତି ସେମାନଙ୍କୁ ଜବତ କରାଯିବ। ଦୋକାନରେ ବିକ୍ରି କଲେ ୩ରୁ ୭ ହଜାର […]
ଭୁବନେଶ୍ୱର: ରାଜ୍ୟରେ ଏୟାର୍ ଓଡ଼ିଶାର ବିମାନ ଉଡ଼ାଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଏୟାର୍ ଓଡ଼ିଶା ଖରାପ କମ୍ପାନୀ। ଏହାର ସମୀକ୍ଷା ଚାଲିଛି। ଆବଶ୍ୟକ ହେଲେ ଏୟାର୍ ଓଡ଼ିଶା ଚୁକ୍ତି ବାତିଲ୍ ହେବ। ଝାରସୁଗୁଡ଼ାରୁ ନିୟମିତ ଉଡ଼ାଣ ପାଇଁ ଟେଣ୍ଡର୍ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହିତ ଇଣ୍ଡିଆନ୍ ଏୟାର୍ ଲାଇନ୍ସ, ସ୍ପାଇସ୍ ଜେଟ୍, ଇଣ୍ଡିଗୋ ସହ ଆଲୋଚନା ଚାଲିଥିବା […]
ଦେବଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବରଗଡ଼ ଡିଏଫ୍ଓ ୨ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହି ସୂଚନା ଦେଇଛନ୍ତି ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ। କମଗାଁ ଫରେଷ୍ଟର୍ ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଛି। ବରଗଡ଼ ଭଟଲି ରେଞ୍ଜ୍ ଅନ୍ତର୍ଗତ ଖଜୁରିଆ ଗାଁ ନିକଟ ଦାମୋଦରପଡ଼ା ଜଙ୍ଗଲରୁ ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ଅନ୍ୟପଟେ ଡେବ୍ରିଗଡ଼ ଜଙ୍ଗଲରେ ମହାବଳ […]
ଭୁବନେଶ୍ୱର : ଅାସନ୍ନ ଝଡ଼ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଡିପ୍ ଡିପ୍ରେସନ ଝଡ଼ବାତ୍ୟାରେ ରୂପାନ୍ତରିତ ହେବ । ଅାଜି ମଧ୍ୟରାତ୍ରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ସଂଧ୍ୟା ୫ଟା ପରେ ପବନ ବେଗ ବଢ଼ି ୬୦ରୁ ୮୦ କି.ମି ହେବ। ଗଂଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା ପ୍ରଭାବିତ ହେବ। ତଳିଅା ଅଞ୍ଚଳର ଲୋକଙ୍କୁ ଅାବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତରଣ ପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଅାଯାଇଛି। ବିଦ୍ୟୁତ, ଜଳ ଯୋଗାଣ […]
ଢେଙ୍କାନାଳ : ପୋଲିଓ ବୁନ୍ଦା ଓ ଇଞ୍ଜେକ୍ସନ ନେଇ ଶିଶୁର ମୃତ୍ୟୁ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଅା ଥାନା କମଳାଙ୍ଗ ଗାଁର ଏକ ଶିଶୁପୁତ୍ରର ମୃତ୍ୟୁ ପାଇଁ ପରିବାର ଲୋକେ ଅାଶାକର୍ମୀଙ୍କୁ ଦାୟୀ କରିଛନ୍ତି । ଏହି ଗାଁର ଦୁଷ୍ମନ୍ତ ପେଣ୍ଠେଇଙ୍କ ଦୁଇ ମାସର ଶିଶୁପୁତ୍ରକୁ ଗତ ମଙ୍ଗଳବାର ଗାଁର ଅାଶାକର୍ମୀ ଦୁଇଟି ଇଞ୍ଜେକ୍ସନ ଦେବା ସହ ପୋଲିଓ ବୁନ୍ଦା ଖୁଅାଇଥିଲେ। ଏହାପରେ ଛୁଅାଟି ଅସୁସ୍ଥ ହୋଇପଡ଼ିବା ସହ ରାତିରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ […]
ଭୁବନେଶ୍ୱର: ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ ନମ୍ବର୍ ୱାର୍ଡର ମଣ୍ଡପ ବସ୍ତିରେ ଜନସମ୍ପର୍କ ପଦଯାତ୍ରା କରିଛି ବିଜେଡି। ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ୍ ହୋଇ ଗରିବଙ୍କ ପାଇଁ ରାଜ୍ୟ ସରକାର କାମ କରୁଥିବା କହିଛନ୍ତି। ଏଥିସହିତ ତାଙ୍କ ସରକାର ଗୃହ, ଖାଦ୍ୟ ସୁରକ୍ଷା, ସାମାଜିକ ନିରାପତ୍ତା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆୟୁଷ୍ମାନ ଯୋଜନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। ଆୟୁଷ୍ମାନ ଯୋଜନାଠୁ ବିଜୁ […]
ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ ପଦ୍ମକେଶରୀପୁରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ସେ ବୈଜୟନ୍ତ ପଣ୍ଡାଙ୍କୁ ଦାୟୀ କରିଥିଲେ। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପ୍ରିୟଦର୍ଶୀଙ୍କ ଅଭିଯୋଗ ମିଛ ବୋଲି ସେ ଟ୍ୱିଟ୍ କରିଛନ୍ତି। ବୈଜୟନ୍ତ ନିଜେ ଆଗରୁ ରାଜନୈତିକ ହିଂସାକାଣ୍ଡ ଓ ଆକ୍ରମଶର ଶିକାର ହୋଇଛନ୍ତି। କିନ୍ତୁ ହିଂସା ବିରୋଧରେ ସବୁବେଳେ କହି ଆସିଛନ୍ତି। ସର୍ବଦା ଶାରୀରିକ ଆକ୍ରମଣ ଓ ହିଂସାକାଣ୍ଡକୁ […]
ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅରୁଚିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। କେବଳ ଓଡ଼ିଶା ନୁହେଁ, ଅଭିଜିତ୍ ବିଧାୟକମାନଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ। ଅଭିଜିତ୍ଙ୍କୁ ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୁଲିସ୍ ହେପାଜତକୁ ନେଇ ପଚରା ଉଚରା କରିବା ପରେ ଗିରଫ କରିଛି। ଏହାପରେ ତାଙ୍କୁ ସାକେତ୍ କୋର୍ଟରେ ହାଜର କରାଯିବ। ଓଡ଼ିଶା ପୋଲିସ୍ ଅଭିଜିତ୍ଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇପାରେ। ସୂଚନାଯୋଗ୍ୟ ଯେ, ସୋଶାଲ୍ ମିଡିଆରେ […]
ନୂଆଦିଲ୍ଲୀ: ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଏହି ଯୋଜନା ଉପରେ ମିଳୁଥିବା ସୁଧ ହାରକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଜାତୀୟ ସଞ୍ଚୟ ସାର୍ଟିଫିକେଟ (ଏନ୍ଏସ୍ସି) ଓ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ପିପିଏଫ୍) ଭଳି ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧ ହାରରେ ୦.୪% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସରକାର ଆଜି ଏକ ଘୋଷଣା କରିଛନ୍ତି। ୨୦୧୮ ମସିହା ଅକ୍ଟୋବର ୧ ରୁ ଡିସେମ୍ବର ୩୧ […]
ଭୁବନେଶ୍ୱର: ଭୂତ ହିତାଧୀକାରୀଙ୍କ ନାଁରେ ମାସ ମାସ ଧରି ବାଟମାରଣା ହେଉଛି ରାସନ୍ ସାମଗ୍ରୀ। ଶହେ କି ହଜାରେ ନୁହେଁ, ୨ଲକ୍ଷରୁ ଅଧିକ ମୃତ ହିତାଧୀକାରୀଙ୍କ ନାଁରେ ଉଠୁଛି ଚାଉଳ ଓ ଗହମ। ଟଙ୍କାଏରେ ହିତାଧିକାରୀଙ୍କୁ ମିଳୁଛି ଚାଉଳ। କେନ୍ଦ୍ରୀୟ ସ୍କିମ୍ରେ ଗରିବଙ୍କୁ ଚାଉଳ ଦେଇ ବାହାବା ନେଉଛନ୍ତି ରାଜ୍ୟ ସରକାର। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ୍ ଅଧ୍ୟକ୍ଷ, ଜିଲ୍ଲାପାଳମାନଙ୍କୁ ଲେଖିଥିବା ଏକ ଚିଠିରୁ ପ୍ରକୃତ ରହସ୍ୟର ଗୁମର ଖୋଲିଛି। […]