ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାର ଗୁରୁପ୍ରିୟା ସେତୁକୁ ମାଓବାଦୀଙ୍କ ବିରୋଧ। ଏ ସଂପର୍କରେ ଗଣମାଧ୍ୟମକୁ ଚିଠି ଲେଖି MKVBD ପକ୍ଷରୁ କୁହାଯାଇଛି ଯେ, ଅାଦିବାସୀଙ୍କୁ ବିକାଶ ନୁହେଁ, ବରଂ ବିନାଶ ପାଇଁ କରାଯାଇଛି ଗୁରୁପ୍ରିୟା ସେତୁ। ପ୍ରାକୃତିକ ସଂପଦ ଚୋରି ପାଇଁ ଏହି ବ୍ରିଜ ନିର୍ମାଣ କରାଯାଇଛି। ମାଓବାଦୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାଲିମେଳାରୁ ଅଧିକ ବିଦ୍ୟୁତ ଉତ୍ପାଦନ ପାଇଁ ଡ୍ୟାମରେ ଅଧିକ ପାଣି ରଖାଯାଉଛି। ଏହା ଦ୍ୱାରା ୭ଟି ପଞ୍ଚାୟତର ଫସଲ ନଷ୍ଟ ହୋଇଛି। […]
ଭୁବନେଶ୍ୱର: ପୁଅ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଅଭିଯୋଗର କୌଣସି ସତ୍ୟତା ନାହିଁ, ଏହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟିକେଟ୍ ପାଇଁ ମୋତେ ଆବେଦନ କଲେ, ନପାରିବାରୁ ପୁଅକୁ ମୋହରା କରାଯାଉଛି। ଅନେକ ବରିଷ୍ଠ ଲୋକଙ୍କ ଟିକେଟ କଟିଛି, ତେଣୁ ସମସ୍ତେ ମିଶି ଷଡ଼ଯନ୍ତ୍ର କରିଛନ୍ତି। ୫ ଟଙ୍କା ନେଇଥିବା କଥା ବି ଯଦି କେହି ପ୍ରମାଣ ଦିଏ ତେବେ […]
ମୟୁରଭଂଜ : ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧର ନଗର ପଠାଣପକ୍କା ଗାଁରୁ ଅାସିଛି ଏଭଳି ଅଭିଯୋଗ। ମୃତକ ହେଲେ ଚାମା ସିଜୋଇ। ଗତ ୧୭ ତାରିଖରେ ସେ ହାଟକୁ ବ୍ୟବସାୟ ପାଇଁ ଅାସିଥିଲେ। ତା ପରଠାରୁ ସେ ଘରକୁ ଫେରିନଥିଲେ। ଏହାକୁ ନେଇ ଚାମାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ ବେଳେ ଚାମାକୁ ତାର ସାଙ୍ଗମାନେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାସ ଖେଳକୁ […]
ଅନୁଗୁଳ: ସାତକୋଶିଆରେ ମୃତ ମହାବଳ ବାଘର ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି। ବାଘର ମୃତ୍ୟୁ ଘା ଓ ପରବର୍ତ୍ତୀ ସମୟରେ ହୋଇଥିବା ସଂକ୍ରମଣ ଯୋଗୁ ହୋଇଛି ବୋଲି ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ହସ୍ତଗତ ହେବା ପରେ ଏହି ସୂଚନା ଦେଇଛି ବନ ବିଭାଗ। ଏହାସହ ସଂକ୍ରମଣରୁ ମହାବଳର ମଲ୍ଟିପଲ୍ ଅର୍ଗାନ ଅକାମୀ ହୋଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗତ ୧୪ ତାରିଖରେ ବାଘ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ୧୫ ତାରିଖରେ ଏନ୍ସିଏର […]
ସମ୍ବଲପୁର: ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆସନ୍ତାକାଲିଠାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି। ଏଥିସହ ଆଗାମୀ ୨୯ ଓ ୩୦ ତାରିଖ ଦୁଇଦିନ ମହାବନ୍ଦ ପାଳନ ପାଇଁ ସଂଘ ଚେତାବନୀ ଦେଇଛି। ବନ୍ଦରେ ଓକିଲ ସଂଘ ସହିତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସାମିଲ ହେବେ ବୋଲି ଜଣାପଡ଼ିଛି। ଏ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ […]
ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହଙ୍କ ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ପିସିସି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ସଗରିଆ। ନରସିଂହଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଥାର୍ଡ ଫ୍ଲୋର୍ ସହ ସୁ-ସମ୍ପର୍କ ରହିଥିବା ସେ ଅଭିଯୋଗ ଆଣିଛନ୍ତି। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ବିଧାନସଭାରେ ନରସିଂହ ଯେଉଁ ଭଳି ପ୍ରଶ୍ନ ଉଠାଇବା କଥା, ତାହା କରୁନାହାନ୍ତି ବୋଲି ସଗରିଆ କହିଛନ୍ତି। କିଛି ଦିନ ତଳେ କୋରାପୁଟ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ କୃଷ୍ଣୁଚନ୍ଦ୍ର। ତେବେ […]
ଢେଙ୍କାନାଳ: ବଳରାମପୁର ଝିଙ୍କରଗଡ଼ି ଗାଁ ପାଖ ଜଙ୍ଗଲରେ ଗତକାଲିଠୁ ଚାଲିଛି କାନ୍ଦବୋବାଳି। କେହି ଆତ୍ମୀୟ ସ୍ୱଜନ ଆରପାରିକୁ ଚାଲିଗଲେ ଯେମିତି ରୀତିନୀତି ପାଳନ ହୁଏ, ଠିକ୍ ସେହି ଢଙ୍ଗରେ ହୋଇଛି ନାମ ସଂକୀର୍ତ୍ତନ ସାଙ୍ଗକୁ ଦଶାହ ପଂକ୍ତି। ଭେଣ୍ଡା ପୁଅ ପରି ମାଟିରେ ଲୋଟି ପଡ଼ିଥିବା ଶହ ଶହ ମୂଲ୍ୟବାନ ଗଛ ପାଇଁ ଗାଁ ଲୋକେ ଏଭଳି କାନ୍ଦବୋବାଳି କରୁଛନ୍ତି। ସେହିଭଳି ରାତି ଅଧିଆ ଗଛକଟା ଓ ସରକାରଙ୍କ ମଦ କାରଖାନା ପ୍ରୀତି ବିରୋଧରେ ପ୍ରତିବାଦ ସଭା […]
ଭୁବନେଶ୍ୱର: ଦ୍ରୁତ ଗତିରେ ଖସୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। କମୁଛି ବିଜେଡିର ଭୋଟ୍ ହାର। ଇଣ୍ଡିଆ ଟୁଡେର ପଲିଟିକାଲ୍ ଷ୍ଟକ୍ ଏକ୍ସଚେଞ୍ଜ ସର୍ଭେ ଓ ଇଣ୍ଡିଆ ଟିଭି-CNXର ସର୍ଭେ ରିପୋର୍ଟ ଏଭଳି ସଙ୍କେତ ଦେଇଛି। ଗତ ସେପ୍ଟେମ୍ବର୍ ମାସରେ ଇଣ୍ଡିଆ ଟୁଡେ କରିଥିବା ଏକ ସର୍ଭେ ରିପୋର୍ଟ୍ ଆନୁସାରେ ରାଜ୍ୟର ୫୯ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ କରିଥିଲେ। କିନ୍ତୁ ନଭେମ୍ବରରେ ମାସରେ ଏହା ୫୪ ପ୍ରତିଶତକୁ ଖସି ଆସିଛି। […]
ନୂଆପଡ଼ା/ଜଗତସିଂହପୁର: ଗରିବ ଲୋକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି, ହେଲେ ଏହି ସବୁ ଯୋଜନା ସେମାନଙ୍କ ପାଖରେ ନ ପହଞ୍ଚି ବଟବଣା ହେଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଓ ଜଗତସିଂହପୁର ଜିଲ୍ଲାରେ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ବୀରକିଶୋରପୁର ଗାଁର ସନାତନ ସ୍ୱାଇଁ ମଜୁରୀ କରି ତାଙ୍କ ପରିବାର ଚଳାନ୍ତି। ୪ ବର୍ଷ ତଳେ ହଠାତ୍ ସେ ପାରାଲିସିସ୍ରେ ଆକ୍ରାନ୍ତ ହୋଇପଡ଼ିଲେ। ଫଳସ୍ୱରୂପ ତାଙ୍କର ଡାହାଣ ହାତ ଓ […]
ବାଲେଶ୍ୱର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଖଏର୍ଦ୍ଦା ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲ୍ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୯୭ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଜଣେ ସଂଗୀତ ଶିକ୍ଷକଙ୍କ ସହ ମୋଟ ୪ ଜଣ ଶିକ୍ଷକ ଅଛନ୍ତି। ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ସ୍କୁଲ୍ରେ ଠିକ ଭାବେ ଶିକ୍ଷାଦାନ ହୋଇପାରୁ ନାହିଁ। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ […]
କୋରାପୁଟ: ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ସ୍ଥାନୀୟ ଲୋକେ। ଡାକ୍ତରଖାନାରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଥିବାରୁ ଏହାର ବିରୋଧ କରି ଲୋକେ ତାଲା ପକାଇଛନ୍ତି। ଓଡ଼ିଶା ଓ ଆନ୍ଧ୍ରର ମିଳିତ ସହଯୋଗରେ ସ୍ୱାଧିନତା ପୂର୍ବରୁ ନିର୍ମାଣ ହୋଇଥିବା ଏହି ମେଡ଼ିକାଲକୁ ଆନ୍ଧ୍ର ସରକାର ବିନା କାରଣରେ ଘରୋଇକରଣ ଘୋଷଣା କରିଛନ୍ତି। କେବେଳ ଏତିକି ନୁହେଁ, ଏଠାରେ କାର୍ଯ୍ୟରତ ୪ ଜଣ କର୍ମଚାରୀଙ୍କୁ ରିଲିଭ୍ ମଧ୍ୟ କରିଛନ୍ତି। ଜଣେ ଠିକା ଡାକ୍ତରଙ୍କ ଦ୍ୱାରା […]
ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ଫିକ୍ସିଂରେ ମାମଲାରେ ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁ, ସାଂସଦ ଅଚ୍ୟୁତ ସାମନ୍ତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ଗିରଫ କରାଯାଉ। ଏହାସହ ଘଟଣାର ସିବିଆଇ ତଦନ୍ତ କରାଯାଉ ଓ ଏହାର ତଦନ୍ତ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ସିଭିଲ୍ ସୋସାଇଟି ପକ୍ଷରୁ ଆଜି ଏଭଳି ଦାବି କରାଯାଇଛି। ଏହାସହିତ କୋଟିକୋଟି ଜନସାଧାରଣଙ୍କ ଧର୍ମୀୟ ଭାବନା ଓ ସଂସ୍କୃତିକୁ କୁଠାରଘାତ କରିଛି। ବିଜୁ ଜନତା ଦଳର ମନ୍ତ୍ରୀ, […]
କୋରାପୁଟ: ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ। କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମାଳିଗୁଡ଼ାର ଚାଷୀ ଲୋକନାଥ ପାଙ୍ଗି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷ କ୍ଷତି ଯୋଗୁ ଗତକାଲି ସନ୍ଧ୍ୟାରେ ସେ ଚାଷ ଜମିକୁ ଯାଇ କୀଟନାଶକ ଔଷଧ ପିଇଥିଲେ। ଘରକୁ ଆସି ଏନେଇ ସ୍ତ୍ରୀକୁ କହିବା ପରେ ତାଙ୍କୁ ପଟାଙ୍ଗୀ ମେଡ଼ିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଋଣ ବୋଝ ଓ ଚାଷ କ୍ଷତି […]
ଢେଙ୍କାନାଳ: ବଳରାମପୁରରେ ବିୟର୍ ଫ୍ୟାକ୍ଟ୍ରି ପାଇଁ ସହସ୍ରାଧିକ ଗଛ କଟାଯିବା ଘଟଣାରେ ତୁରନ୍ତ ଗଛ କାଟିବା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ଆରଡିସିଙ୍କୁ ମଧ୍ୟ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ପୁଲିସ୍ ଛାଉଣୀ କରି ପ୍ରାୟ ହଜାରେ ମୂଲ୍ୟବାନ ଶାଳ ଗଛ କଟାଯାଇଥିଲା। ଏହାକୁ ବିରୋଧ କରି ପୁଲିସ୍-ସାଧାରଣ ଲୋକ ହାତାହାତି […]
ଯାଜପୁର: କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ ସ୍ତମ୍ଭ ଚାରିକଡୁ ୧୦ଟି କଟା ହାତ ପାପୁଲି ଠାବ ହେବା ପରେ ଉତ୍ତେଜନା ଦେଖା ଦେଇଛି। ପାପୁଲି ଫିଙ୍ଗା ଯିବାକୁ ନେଇ ବୀରଭୂମି ପଡ଼ିଆରେ ବିରୋଧୀ ଜନମଞ୍ଚ ସଦସ୍ୟମାନେ ଏକାଠି ହେବା ସହିତ ଘଟଣାର ତଦନ୍ତ ଓ ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି। ତେବେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। କଟା ପାପୁଲିଗୁଡ଼ିକ ୧୨ ବର୍ଷ ତଳେ ମୃତ ଆଦିବାସୀଙ୍କର ବୋଲି ଜଣାପଡ଼ିଛି। ଟାଟା ଷ୍ଟିଲ୍କୁ […]
ଭୁବନେଶ୍ୱର: ନବୀନଙ୍କୁ ମୋଦି ଓ ଶାହାଙ୍କ ଶାଣିତ ଆକ୍ରମଣ ତିନି ଦିନ ଭିତରେ ଅନେକ କିଛି ଇଙ୍ଗିତ କରିଛି। ମୋଦି-ଶାହା ଯୋଡ଼ି ଉଠାଇଥିବା ପ୍ରସଙ୍ଗ ଆଗାମୀ ନିର୍ବାଚନରେ ରାଜ୍ୟ ବିଜେପିର ବଡ଼ ଅସ୍ତ୍ର ହେବାକୁ ଯାଉଛି। ନବୀନଙ୍କ ବିରୋଧରେ ମୋଦିଙ୍କ ମୁହଁରୁ ବାହାରିଥିବା ଦୁର୍ନୀତି କଥାକୁ ବିଜେପି ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି। ସେହିପରି ଶାହା କହିଥିବା ଅଫିସର୍ ରାଜ୍ କଥା ବି ଦଳ ପ୍ରସଙ୍ଗ କରିବ। ଯୋଜନା ଅନୁସାରେ ଦଳ ପକ୍ଷରୁ ପ୍ରତି ବୁଥ୍ରେ […]
ରାୟଗଡ଼ା: ଯୋଜନା ଅନେକ ବହୁ କଷ୍ଟରେ ସେହି ଯୋଜନା ଚାଷୀଙ୍କ ପାଖରେ ପହଞ୍ଚିଲେ ମଧ୍ୟ ତଦାରଖ ଅଭାବରୁ ପ୍ରକଳ୍ପ ଅଚଳ ହୋଇ ପଡ଼ି ରହୁଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ବିଷମକଟକ ବ୍ଲକରେ ଉଠା ଜଳସେଚନ ପ୍ରକଳ୍ପ ତ ହେଉଛି ହେଲେ ବର୍ଷେ ହେଲାଣି ଅଚଳା ଦେଖନ୍ତୁ ଏହି ରିପୋର୍ଟ। ଆମ ରାଜ୍ୟରେ ୭୦ଭାଗ ଚାଷୀ ହୋଇଥିବାରୁ ତାଙ୍କ ପାଇଁ ଅନେକ ଯୋଜନା ଘୋଷଣା କରି ବାହାବା ନେଉଛନ୍ତି ସରକାର। ହେଲେ ଏହାର ବାସ୍ତବ ଚିତ୍ର […]
ଗଞ୍ଜାମ: ସଙ୍କଟରେ ଚିନି ଶିଳ୍ପ। ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଭିତ୍ତିକ ଚିନି ଶିଳ୍ପରେ ଚଳିତ ବର୍ଷ ଆଖୁପେଡ଼ା ପାଇଁ ଅନିଶ୍ଚିତତା ଦେଖାଦେଇଛି। ବର୍ଷରେ ପାଖାପାଖି ୩ ମାସ ଏଠାରେ ଆଖୁ ପେଡ଼ା ହୋଇଥାଏ। ଏଥିପାଇଁ ଚାଷୀଙ୍କ ସହ ଚୁକ୍ତି ହୋଇଥାଏ। କିନ୍ତୁ ଏବର୍ଷ ‘ତିତ୍ଲି’ ବାତ୍ୟାର ପ୍ରଭାବରେ ଚାଷୀଙ୍କର ଶହ ଶହ ହେକ୍ଟର୍ ଆଖୁ ଫସଲ ନଷ୍ଟ ହୋଇଯାଇଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି ହେକ୍ଟର୍ ହେକ୍ଟର୍ ଜମିରେ ଆଖୁ ଚାଷ କରିଥିଲେ ଚାଷୀ। କିଏ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରର ୨ଟି ଏଟିଏମ୍ରୁ ବ୍ୟାଟେରୀ ଲୁଟ୍ ହୋଇଛି। ୨ ଜଣ ଲୁଟେରା ୟୁକୋ ବ୍ୟାଙ୍କ୍ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍ ଭିତରେ ପଶି ବ୍ୟାଟେରୀ ଲୁଟ୍ କରିନେଇଛନ୍ତି। ଏଟିଏମ୍ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ରେ ଲୁଟ୍ର ଦୃଶ୍ୟ କଏଦ୍ ହୋଇଛି। ଏ ନେଇ ସଂପୃକ୍ତ ବ୍ୟାଙ୍କ୍ ପକ୍ଷରୁ ଛତ୍ରପୁର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ୍ […]
ଭୁବନେଶ୍ୱର: ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ଆପତ୍ତି ଉଠାଇଛି। ଗତ ଦୁଇ ଦିନ ହେଲା ମହିଳାଙ୍କ ବିରୋଧରେ ମହାରଥୀଙ୍କ ଏକ ଅରୁଚିକର ମନ୍ତବ୍ୟ ଥିବା ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ମନ୍ତ୍ରୀ, କେଉଁ ପରିସ୍ଥିତିରେ କାହିଁକି ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏଭଳି ମନ୍ତବ୍ୟ ପାଇଁ ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଦାବି […]
ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଦୁଇଦିନ ହେବ ସାରା ରାଜ୍ୟରେ ଫାୟାର୍ ସର୍ଭିସ୍ ଅଚଳ ହୋଇପଡ଼ିଛି। ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ନୟାଗଡ଼ରେ ୫ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଛି। ମୟୂରଭଞ୍ଜ ମୋରଡ଼ାରେ ମଧ୍ୟ କୂଅରୁ ଉଦ୍ଧାର ହୋଇ ନ ପାରି ଜଣେ ୩ବର୍ଷର ଶିଶୁର ଜୀବନ ଯାଇଛି। ନୟାଗଡ଼ ଦଶପଲ୍ଲା ଶ୍ରୀରାମପୁର ଗାଁରେ ସୋମବାର ରାତି ଅଧରେ ନିଆଁ ଲାଗିଥିଲା, ଗାଁ ଲୋକେ ଦମକଳ ବାହିନୀକୁ […]
ଭୁବନେଶ୍ୱର: ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଜର୍ମାନୀ ହାମ୍ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ‘ମିଷ୍ଟର୍ ୟୁନିଭର୍ସ’ ପ୍ରତିଯୋଗିତାରେ ଓଡ଼ିଶାର ବଡି ବିଲ୍ଡର୍ ଜନ୍ମେଜୟ ମହାନ୍ତି ଭାଗନେବେ। ସେ ଏହି ପ୍ରତିଯୋଗିତା ପାଇଁ ‘ଇଣ୍ଡିଆନ୍ ବଡି ବିଲ୍ଡର୍ସ ଫେଡେରେସନ୍’ ପକ୍ଷରୁ ମନୋନୀତ ହୋଇଛନ୍ତି। ଏଥିପାଇଁ ଜନ୍ମେଜୟ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱର ଛାଡ଼ିବେ। ପୂର୍ବରୁ ସ୍ପନ୍ସର୍ ଅଭାବରୁ ଅନେକ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ଏଥର ନିଜସ୍ୱ ଉଦ୍ୟମରେ ସେ ଜର୍ମାନୀ ଯାଉଛନ୍ତି। ମିଷ୍ଟର୍ ୟୁନିଭର୍ସ […]
ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଏହି କ୍ରମରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨ ବର୍ଷ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ମାହାତ୍ମା ଗାନ୍ଧିଙ୍କ ୧୫୦ ବର୍ଷ ପୂର୍ତ୍ତି ପାଇଁ ୨ ବର୍ଷ ଧରି ଜୟନ୍ତୀ ଉତ୍ସବ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। […]
ଭୁବନେଶ୍ୱର: ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ପୁଣିଥରେ ବାଣ ମାରିଛନ୍ତି। ଏଥର ଦାମ ବାଣ ମାରି ପ୍ରସ୍ତାବିତ ଭାଗଚାଷୀ ଆଇନର ଗୁମର ଖୋଲିଛନ୍ତି। ପାଣ୍ଡିଆନ୍ଙ୍କ ଯୋଗୁଁ ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରି ନଥିବା ସେ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ ଭାଗଚାଷୀ ଆଇନ କାର୍ଯ୍ୟକାରୀ କମିଟିରେ ସେ ସଦସ୍ୟ ଥିଲେ। ୨୦୧୭ ସେପ୍ଟେମ୍ବର୍ ମାସରେ ଆଇନ ପାଇଁ ଅଧ୍ୟାଦେଶ ନିଷ୍ପତ୍ତି ହୋଇଥିଲେ। କିନ୍ତୁ ସେତେବେଳେ ପାଣ୍ଡିଆନ୍ ମନା କରିଛନ୍ତି ବୋଲି […]