• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

winter
ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଣିପାଗ ଶୁଖିଲା ରହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ସାମାନ୍ୟ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି ସ୍ଥାନରେ ହାଲ୍‌କା ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଶେଷଜ୍ଞ କହିଛନ୍ତି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗ ଏଭଳି ରହିବ। ଆସନ୍ତା ୨ରୁ […]

  • Tuesday, 20 July 2021
representational image
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅଫିସ୍‌ ରୁମ୍‌କୁ ଡାକି ଏମିତି କଲେ ଶିକ୍ଷକ...

ଧର୍ମଗଡ଼: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଜଣଙ୍କ ପକ୍ଷରୁ ଜୁନାଗଡ଼ ଥାନାରେ ଶିକ୍ଷକଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍‌ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଛି। ତାଙ୍କ ନାଁ ସଞ୍ଜୀବ ପଣ୍ଡା। ଗତକାଲି ସଞ୍ଜୀବ ଜଣେ ଛାତ୍ରୀଙ୍କୁ ଅଫିସ୍ କୋଠରୀକୁ ଡାକି ଅଶ୍ଳୀଳ ଆଚରଣ କରିଥିଲେ। ତେବେ ଛାତ୍ରୀ ଜଣଙ୍କ ପ୍ରତିବାଦ କରିଥିଲେ। […]

  • Tuesday, 20 July 2021
cot ..
ଖଟରେ ବୁହା ହେଲେ ରୋଗୀ

ନୀଳଗିରି: ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ରୋଗୀଙ୍କୁ ଖଟରେ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୁଡ଼ିଖୁଳା ଗାଁରେ ଏହି ଘଟଣାଟି ଘଟିଛି। ଗତକାଲି ଔପଦା ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୁଡ଼ିଖୁଳା ଗାଁର ବସନ୍ତ ବିନ୍ଧାଣୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗାଁ ଲୋକେ ଦୁଇ କିଲୋମିଟର […]

  • Tuesday, 20 July 2021
bhadrak
ହୁତୁହୁତୁ ହୋଇ ଜଳିଗଲା ୧୫ ବଖରା ଘର

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା ଘର। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ସାବରଙ୍ଗ ସାନଗୋପାଳ ସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ଟି ପରିବାରର ୧୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି।

  • Tuesday, 20 July 2021
body
ପ୍ରେମ ପାଇଁ କଲେଜ ଛାତ୍ରଙ୍କୁ ହତ୍ୟା!

ଢେଙ୍କାନାଳ: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ କଲେଜ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ସିମିନଇ କଲେଜର ଯୁକ୍ତ ୩ ଛାତ୍ର ବିଦ୍ୟାଧର ପ୍ରଧାନ ବୋଲି ଜଣାପଡ଼ିଛି। ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଦିନ ତଳେ ବିଦ୍ୟାଧର କଲେଜ୍ ଯାଇ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। […]

  • Tuesday, 20 July 2021
pm modi
କେଉଁଠୁ ଲଢ଼ିବେ ମୋଦି? ବିଜେପି ରାଜ୍ୟ ସଭାପତି କହିଲେ ଏମିତି...

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ କେଉଁଠୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି? ପୁରୀ ନା ଅନ୍ୟ କେଉଁଠୁ…ବର୍ତ୍ତମାନ ସୁଦ୍ଧା ତାହା କିଛି ବି ସ୍ପଷ୍ଟ ଜଣାପଡ଼ିନି। ତେବେ ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା। ସେ କହିଛନ୍ତି, ‘ଆମର ଆଗ୍ରହ ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Tuesday, 20 July 2021
pregnant woman carried on cot
ପୁଣି ସେଇ ଅଶୋଭନୀୟ ଦୃଶ୍ୟ; ଭାରରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ପ୍ରସୂତି

ଚିତ୍ରକୋଣ୍ଡା: ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଲଛିମିପୁର ଗାଁରେ ଏଭଳି ଘଟଣା ଘଟିଛି। ଆମ୍ବୁଲାନ୍ସର ଡ୍ରାଇଭର ଜଣକ ପ୍ରସୂତିଙ୍କୁ ଭାରରେ ବୋହି ନେଇଥିବା ଦେଖିବାକୁ ମିଳିଥିଲା। ଗାଁର ତୁଲା ଖରାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା। ଆମ୍ବୁଲାନ୍ସ ଆସିଥିଲା, ହେଲେ ଗାଁ ଭିତରକୁ ଯିବାକୁ […]

  • Tuesday, 20 July 2021
ajagara
ବାଡ଼ିରୁ ଉଦ୍ଧାର ହେଲା ଅଜଗର ସାପ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା କଲେଜ ରୋଡ୍‌ ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି। ଏହି ଅଜଗରର ଲମ୍ବ ୭ ଫୁଟ୍‌ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କଲେଜ ରୋଡ୍‌ରେ ରହୁଥିବା ମାୟାଧର ପ୍ରଧାନଙ୍କ ବାଡ଼ିରୁ ଏହି ଅଜଗର ସାପ ଉଦ୍ଧାର କରାଯାଇଥିଲା। ବନ ବିଭାଗ କର୍ମଚାରୀ ଏହାକୁ ଉଦ୍ଧାର କରି ଅନୁପଗଡ଼ ଜଙ୍ଗଲରେ ଛାଡି ଥିଲେ। ସୂଚନା ଥାଉ କି, ଗତ କିଛିଦିନ ତଳେ ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ସ୍ଥିତ […]

  • Tuesday, 20 July 2021
bhubana
ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା

କାମାକ୍ଷାନଗର: ୮ ଦଫା ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ସକାଳୁ କୌଣସି ଦୋକାନବଜାର ଖୋଳି ନଥିବା ବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବିଜେପି କର୍ମୀମାନେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଥିବାରୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛନ୍ତି। ଦଳ ପକ୍ଷରୁ ଭୁବନକୁ ସବ୍‌ଡିଭିଜନ୍‌ ଘୋଷଣା, ଭୁବନରେ ସ୍ଥାୟୀ ଷ୍ଟାଡିୟମ ପ୍ରତିଷ୍ଠା, […]

  • Tuesday, 20 July 2021
tractor
ବିଲରେ ଧାନ ପିଟୁଥିବାବେଳେ ଜଳିଗଲା ଟ୍ରାକ୍ଟର୍‌

ଭଦ୍ରକ: ବିଲରେ ଧାନ ପିଟୁଥିବାବେଳେ ଜଳିଗଲା ଟ୍ରାକ୍ଟର୍। କେବଳ ଟ୍ରାକ୍ଟର୍‌ ନୁହେଁ ପାଖରେ ଥିବା ପାଳ ଗଦାରେ ନିଆଁଲାଗି ପାଖାପାଖି ୧୫ କୁଇଣ୍ଟାଲ ଧାନ ବି ଜଳିଯାଇଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଲୁଙ୍ଗା ଗାଁରେ। ସୂଚନା ମୁତାବକ, ଲୁଙ୍ଗା ଗାଁର ଚାଷୀ ଉପେନ୍ଦ୍ର ମଳିକ ଆଜି ତାଙ୍କ ବିଲରେ ଏକ ଟ୍ରାକ୍ଟର୍‌ ସହ ଧାନପିଟା ମେସିନ୍ ଭଡ଼ାରେ ଆଣି ଧାନ ପିଟୁଥିଲେ। ଏହି ସମୟରେ କୌଣସି କାରଣରୁ ଟ୍ରାକ୍ଟର୍‌ ଇଂଜିନ୍‌ରେ ନିଆଁ ଲାଗିଯାଇଥିଲା। ଖବର […]

  • Tuesday, 20 July 2021
dhadi darshan
ଶୃଙ୍ଖଳିତ ଭାବେ ଚାଲିଛି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ; ପରିଚୟ ପତ୍ର ଦେଖାଇ ପ୍ରବେଶ କରୁଛନ୍ତି ସ୍ଥାନୀୟ ଲୋକେ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଗତକାଲି ଭଳି ଆଜି ବି ଶୃଙ୍ଖଳିତ ଭାବେ ଚାଲିଛି। ଭକ୍ତମାନେ ସିଂହଦ୍ୱାର ଦେଇ ବ୍ୟାରିକେଡ୍‌ରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ସୁରୁଖୁରୁରେ ଚାଲିଛି। ସେପଟେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କଟକଣା କୋହଳ ହୋଇଛି। ସ୍ଥାନୀୟ ଲୋକମାନେ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରର ୩ ଦ୍ୱାର ଦେଇ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ପୁରୀରେ ହିଂସାକାଣ୍ଡ […]

  • Tuesday, 20 July 2021
ele
ହାତୀ ମୃତ୍ୟୁ ଘଟଣା: ୨ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ

ଦେବଗଡ଼: ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ୱେସ୍କୋ ଯନ୍ତ୍ରୀ, ଜୁନିୟର ଇଂଜିନିୟର ଏବଂ ୨ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ବନବିଭାଗ। ବିଦ୍ୟୁତ ବିଭାଗର ଅବହେଳାରୁ ହାତୀ ମୃତ୍ୟୁ ଘଟିଥିବା ଦର୍ଶାଇ ୱେସ୍କୋର ଦେବଗଡ଼ ଏସଡିଓ, ଇଂ.ଆନନ୍ଦ କାଲୋ, ଜୁନିୟର ଇଂ. ଜିତେନ୍ଦ୍ର ସାହୁ, ଲାଇନ୍‌ ମ୍ୟା‌ନ୍‌ ସୁଶାନ୍ତ ମାଝୀ ଓ ସୁରେଶ ମହାନ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବନ୍ୟପ୍ରାଣୀ ପ୍ରୋଟେକ୍ସନ୍‌ ଆକ୍ଟ୍–୧୯୭୨ର ଦଫା–୯ ଏବଂ ୫୮ ଆଧାରରେ ମାମଲା ରୁଜୁ ହୋଇଛି। […]

  • Tuesday, 20 July 2021
train accident
ଆଶ୍ରୟ ସ୍ଥଳ ଉପରକୁ ମାଡ଼ିଗଲା ଟ୍ରେନ୍‌

ଯାଜପୁର: ଯାଜପୁର ରୋଡ୍‌ ଷ୍ଟେସନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଇଲା ବୋଝେଇ ଟ୍ରେନ୍‌ଟି ପ୍ଲାଟ୍‌ଫର୍ମର ୩ ନମ୍ବର ଆଶ୍ରୟ ସ୍ଥଳ ଉପରକୁ ମାଡ଼ିଯାଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା। ସୂଚନାଯୋଗ୍ୟ, ଗତକାଲି ସିକନ୍ଦରାବାଦ୍‌ରୁ ହାୱଡ଼ା ଯାଉଥିବା ଫାଲକ୍‌ନାମା ଏକ୍ସପ୍ରେସ୍‌ (ଟ୍ରେନ୍ ନମ୍ବର ୧୭୦୬୪) କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ନିର୍ଗୁଣ୍ଡି ଷ୍ଟେସନ୍‌ରୁ ପ୍ରାୟ […]

  • Tuesday, 20 July 2021
train
ଫାଲକନୁମା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ

କଟକ  : କଟକ କପିଳାସ ରୋଡ୍ ନିକଟରେ ଫାଲକନୁମା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ। ହାଓ୍ୱଡା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍ ଟ୍ରେନ୍‌ର ପଛରେ ଥିବା ଗାର୍ଡ କମ୍ ଲଗେଜ ବଗି ଲାଇନ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ଘଟିନଥିବା ସୂଚନା ମିଳିଛି।

  • Tuesday, 20 July 2021
accident
ଦୁର୍ଘଟଣାରୁ ହତ୍ୟାକାଣ୍ଡ; କାର୍‌ ଚାଳକଙ୍କୁ ପିଟିପିଟି ହତ୍ୟା

ଜଳେଶ୍ୱର: ସାମାନ୍ୟ ଦୁଘର୍ଟଣାକୁ କେନ୍ଦ୍ର କରି  ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ପଥରେଶ୍ୱର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ହରିଶ୍ଚନ୍ଦ୍ର କାମିଲା। ସେ ରଣକୋଟା ଛକରେ ୨୫ ବର୍ଷ ହେବ ଗହଣା ବ୍ୟବସାୟ କରୁଥିଲେ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରଣକୋଟା ଗାଁର ଦୁଇ ଜଣଙ୍କୁ ହରିଶ୍ଚନ୍ଦ୍ର ତାଙ୍କ ଓମିନି ଭ୍ୟାନ୍‌ରେ ଚନ୍ଦନେଶ୍ୱରର ଜଣେ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରୁ […]

  • Tuesday, 20 July 2021
husband arrested
କାର୍‌ରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ଗିରଫ ହେଲେ ମହିଳାଙ୍କ ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏକ କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍‌ ଗିରଫ କରିଛି। ମୃତ ତନୁଜା ଆଇଚଙ୍କ ସ୍ୱାମୀ ସଂଗ୍ରାମ୍ ଆଇଚଙ୍କୁ ପୁଲିସ୍‌ କୋଲକାତାରୁ ଗିରଫ କରିଛି। ଗିରଫ ପରେ ସଂଗ୍ରାମଙ୍କୁ କମିଶନରେଟ୍‌ ପୁଲିସ୍‌ ଟ୍ରାନ୍‌ଜିଟ୍‌ ରିମାଣ୍ଡର ଆଣିଛି। ସଂଗ୍ରାମଙ୍କୁ ଗିରଫ କରାଯିବା ପରେ ଏହି ଘଟଣା ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ୍‌ ହେବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ଗତ ସୋମବାର ଦିନ […]

  • Tuesday, 20 July 2021
baripada
ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ; ଖଟିଆରେ ବୁହା ହେଲେ ପ୍ରସୂତି

ବାରିପଦା: ପୁଣି ଖଟିଆରେ ବୁହା ହେଲେ ପ୍ରସୂତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ପ୍ରସୂତିଙ୍କୁ ଖଟିଆରେ ବୁହା ହୋଇଛି। ମୟୂରଭଞ୍ଜ ଜିଲ୍ଲା ଚାଉଳଘେରି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଚାଉଳଘେରି ଗାଁର ଉକ୍ତ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ନଈ ଆର ପାଖରେ ଠିଆ ହୋଇଥିଲା। ଏହାପରେ ମହିଳାଙ୍କୁ […]

  • Tuesday, 20 July 2021
puri
ଶ୍ରୀମନ୍ଦିରରେ ପ୍ରବେଶ ଲାଗି ସ୍ଥାନୀୟ ଲୋକଙ୍କ ପାଇଁ ପରିଚୟ ପତ୍ର ଜରୁରୀ

ପୁରୀ: ଏଣିକି ପୁରୀରର ସ୍ଥାନୀୟ ଲୋକମାନେ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରର ୩ ଦ୍ୱାର ଦେଇ ପ୍ରବେଶ କରିପାରିବେ। ଗତକାଲି ପୁରୀରେ ହିଂସାକାଣ୍ଡ ପରେ ପରିସ୍ଥିତିର ସମାଧାନ ପାଇଁ ଶାନ୍ତି କମିଟି ବୈଠକ ବସିଥିଲା। ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ ଚାଲିଛି। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ଗତକାଲି ପୁରୀରେ ବନ୍ଦ ପାଳନ ହୋଇଥିଲା। ସେବାୟତ, ସ୍ଥାନୀୟ ବାସିନ୍ଦା, ଶ୍ରୀଜଗନ୍ନାଥ […]

  • Tuesday, 20 July 2021
bus accident
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଅନୁଗୁଳ: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜରପଡ଼ା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି […]

  • Tuesday, 20 July 2021
fire mishap
ଜଳିପୋଡ଼ି ପାଉଁଶ ହୋଇଗଲା ୮ ବଖରା ଘର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ଦୁମୁକା ପଞ୍ଚାୟତ ଗିରଙ୍ଗ ଗାଁରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ଓ ଧାନ ଚାଉଳ ପୋଡ଼ି ଯାଇଛି। ସର୍ଟ ସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ମାର୍ଶାଘାଇ ଓ ମହାକାଳପଡ଼ାରୁ ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ।

  • Tuesday, 20 July 2021
constable
ମହିଳା କନଷ୍ଟେବଲ୍‌ଙ୍କ ମୃତ୍ୟୁ

ସମ୍ବଲପୁର: ଭୁଜାଲି ଚୋଟରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ମହିଳା କନଷ୍ଟେବଲ୍‌ଙ୍କ ମୃତ୍ୟୁ। ତାଙ୍କ ନାଁ ରଶ୍ମିରେଖା ଦୀକ୍ଷିତ। ସେ ସମ୍ବଲପୁର ଟାଉନ୍‌ ଥାନାରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ଗତ ୨୪ ତାରିଖରେ ରଶ୍ମିରେଖା ଓ ତାଙ୍କ ଭଉଣୀକୁ ଆକ୍ରମଣ ହୋଇଥିଲା।  ସେ ରହୁଥିବା ଦାନୀପାଲିସ୍ଥିତ ଭଡ଼ାଘରର ମାଲିକଙ୍କ ପୁଅ ଉଭୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ରଶ୍ମି ଓ ତାଙ୍କ ଭଉଣୀ ବୁର୍ଲା ମେଡିକାଲରେ ଭର୍ତ୍ତି […]

  • Tuesday, 20 July 2021
10
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର !

ମାଲକାନଗିରି: ମାଲକାନଗିରିରେ ଜାପାନୀ ଜ୍ୱରରେ ୧୦୩ ପିଲାଙ୍କ ମୃତ୍ୟୁ ଘଟଣାକୁ ୨ ବର୍ଷ ବିତିଲା, ହେଲେ ଏଯାଏ ମୃତକଙ୍କ ପରିବାରକୁ ପକ୍କା ଘର ଖଣ୍ଡିଏ ମିଳି ପାରିନି। ଘଟଣାକୁ ଗମ୍ଭୀରତାର ସହ ନେଇ ସେତେବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଯାଇ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହ ପକ୍କା ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଟଙ୍କା ତ ମିଳିଲା କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ। ମାଲକାନଗିରିର ସେହି ପରିବାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର […]

  • Tuesday, 20 July 2021
5
ସ୍ୱଚ୍ଛ ଭାରତ ମିଶନ୍‌ ନା ଲୁଟ୍ ମିଶନ୍‌ !

ବାଲେଶ୍ୱର: ଝିଅ ବୋହୂଙ୍କ ଲଜ୍ଜା ନିବାରଣ ହେବ, ପରିଚ୍ଛନ୍ନତା ବଢ଼ିବ ଏଭଳି ମହତ ଯୋଜନା ରଖି ସ୍ୱଚ୍ଛ ଭାରତ ଯୋଜନା ଅନ୍ତର୍ଗତ ପ୍ରତି ଘରେ ପାଇଖାନା ନିର୍ମାଣ ଲାଗି କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ କେଉଁଠି ଯୋଗ୍ୟ ହିତାଧିକାରୀ ଟଏଲେଟ୍ ପାଇନାହାଁନ୍ତି ତ ଆଉ କେଉଁଠି ଚଞ୍ଚକତା କରି ଜାଲ୍ ନାଁରେ ଟଙ୍କା ଉଠାଇ ନିଆଯାଇଛି। କିଛି ସ୍ଥାନରେ ତ ମୃତ ଲୋକଙ୍କ ନାଁରେ ଟଙ୍କା ଲୁଟ୍ ହୋଇଛି। ଆଉ କେଉଁଠି କାମ ଏତେ ନିମ୍ନମାନର ଯେ ଟଏଲେଟ୍ […]

  • Tuesday, 20 July 2021
sarila-clg
ବୋମାମାଡ଼ ଓ ହିଂସାକାଣ୍ଡରେ ଶେଷ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର: ବୋମାମାଡ଼, ହିଂସାକାଣ୍ଡ ଭିତରେ ଶେଷ ହୋଇଛି ଛାତ୍ର ସଂସଦ ନାମାଙ୍କନ ଦାଖଲ ପ୍ରକ୍ରିୟା। ବାଜା, ବାଣ ଓ ରୋଷଣୀ ସହିତ ନିଜ ନିଜ ସମର୍ଥକଙ୍କ ପଟୁଆର ଭିତରେ ଆଶାୟୀ ପ୍ରାର୍ଥୀମାନେ ଆଜି ରାଜ୍ୟର ବିଭିନ୍ନ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି। ସକାଳ ୮ଟାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ଟାରେ ଶେଷ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ କଲେଜ୍‌ ପରିସରରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲା। ତେବେ ଆସନ୍ତାକାଲି […]

  • Tuesday, 20 July 2021
Capture
ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଘରେ ପହଞ୍ଚିଲା ବିଜେପି

ପୁରୀ: ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗାଁରେ ପହଞ୍ଚିଲା ବିଜେପି ଟିମ୍। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍‌ରେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ, ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ସହ ଦଳର ଅନ୍ୟ କର୍ମକର୍ତ୍ତାଗଣ ସାମିଲ ଅଛନ୍ତି।

  • Tuesday, 20 July 2021