Advertisment

Russia Ukraine Ceasefire: ଯୁଦ୍ଧ ବିରାମ ପାଇଁ ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ସର୍ତ୍ତ ପାଇଁ ଚିନ୍ତାରେ ଆମେରିକା

ଯୁଦ୍ଧ ବିରାମ ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତରେ । ଋଷ ରାଷ୍ଟ୍ରପତି ଏଭଳି ବୟାନ ଦେବା ପରେ ଘନେଇଛି ବିଶ୍ବ ରାଜନୀତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଥିବା ବେଳେ ଆମେରିକା ମଧ୍ୟ ଦ୍ବନ୍ଦ୍ବରେ ପଡିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
ukraine

ukraine

ଯୁଦ୍ଧ ବିରାମ ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତରେ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଭଳି ବୟାନ ଦେବା ପରେ ଘନେଇଛି ବିଶ୍ବ ରାଜନୀତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଥିବା ବେଳେ ଆମେରିକା ମଧ୍ୟ ଦ୍ବନ୍ଦ୍ବରେ ପଡିଛି। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଋଷ ୟୁକ୍ରେନ୍ ଯୁଦ୍ଧ। ଧ୍ବଂସଲୀଳାରେ ଲାଗିବ ବିରାମ। ରୁଷ୍ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସକୁ ସ୍ବାଗତ କରିଛନ୍ତି ରାଷ୍ଟ୍ରପତି ପୁଟିନ୍। ଯୁଦ୍ଧ ବିରାମ ପାଇଁ ଭାରତ, ଆମେରିକା, ବ୍ରାଜିଲ ଯେଉଁ ପ୍ରୟାସ କରୁଛନ୍ତି ତାହା ସ୍ବାଗତ ଯୋଗ୍ୟ। କିନ୍ତୁ ଏହି ଯୁଦ୍ଧ ବିରାମ କେମିତି ହେବ, ତା ଉପରେ କିଛି ଆପତ୍ତି ଜଣାଇଛନ୍ତି ପୁଟିନ୍। ତାଙ୍କର କିଛି ସର୍ତ୍ତ ରହିଥିବା ସେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମୋଦିଙ୍କୁ ମିଳିବ ମରିସସର ସର୍ବୋଚ୍ଚ ସମ୍ମାନ

ପୁଟିନଙ୍କ କହିବା କଥା, ଋଷ ସେନା ଏବେ କୁସର୍କରେ ଅଛନ୍ତି। ୟୁକ୍ରେନ ସେନା ସହ ମୁକାବିଲା କରୁଛନ୍ତି। ଅନେକ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସେ କ୍ଷେତ୍ରରେ କେମିତି ଯୁଦ୍ଧ ବନ୍ଦ ହେବ। ଏଭଳି କ୍ଷେତ୍ରରେ ଯଦି ୩୦ ଦିନ ଯୁଦ୍ଧ ବନ୍ଦ ହୁଏ, କୁସର୍କ କ୍ଷେତ୍ରରେ ଥିବା ସେନା ନିଜ ଅଞ୍ଚଳକୁ କେମିତି ଫେରିବେ। ନିଜ ଅଞ୍ଚଳକୁ ଆସିବା ବେଳେ କେହି କାହାକୁ ବିନା ଆକ୍ରମଣରେ ଫେରିବା ସମ୍ଭବ କି ? ଯୁଦ୍ଧ ବିରାମ ଠିକ ଭାବେ ପାଳନ ହେଉଛି କି ନାହିଁ ତାର ଅନୁଧ୍ୟାନ କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି ପୁଟିନ୍। ଏଭଳି ଅନେକ ପ୍ରସଙ୍ଗ ଅଛି ଯାହା ଉପରେ ଗୁରୁତ୍ବ ଦିଆଯାଇନାହିଁ।

ଏହା ଉପରେ ତୁରନ୍ତ ନଜର ପକାଇବା ପାଇଁ ଋଷ ଆମେରିକା ସହ କଥା ହେବ ବୋଲି ପୁଟିନ୍ କହିଛନ୍ତି। ସେପଟେ ପୁଟିନଙ୍କର ଏଭଳି ଆଭିମୁଖ୍ୟ ଦେଖି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଛନ୍ତି। କହିଛନ୍ତି ପୁଟିନ୍ ଯୁଦ୍ଧ ବନ୍ଦ କରିବାକୁ ଚାହୁଁନାହାନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ କହିବାକୁ ଡରୁଛନ୍ତି ଯେ, ସେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁନାହାନ୍ତି। ବର୍ଷ ବର୍ଷ ଧରି ଯୁଦ୍ଧ ଜାରି ରଖିବା ସହ ୟୁକ୍ରେନର ଶାନ୍ତି ଭଙ୍ଗ କରିଛନ୍ତି ପୁଟିନ୍ । ୟୁକ୍ରେନ ବିନା କୌଣସି ସର୍ତ୍ତରେ ଯୁଦ୍ଧ ବିରାମ ପାଇଁ ରାଜି ହୋଇଥିବା ବେଳେ ପୁଟିନ କାହିଁକି ରାଜି ହେଉନାହାନ୍ତି ଜେଲେନସ୍କି ପ୍ରଶ୍ନ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ପୁଟିନ ଏହି ଯୁଦ୍ଧକୁ ରୋକିବାକୁ ଚାହୁଁନାହାନ୍ତି।

Advertisment

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି । ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ପାଇଁ ଟ୍ରମ୍ପ ପୁଟିନଙ୍କୁ ନିବେଦନ କରିଛନ୍ତି । ଯୁଦ୍ଧ ଯୋଗୁଁ ପ୍ରତିଦିନ ୟୁକ୍ରେନର ସାଧାରଣ ଲୋକଙ୍କର ମୃତ୍ୟୁ ହେଉଛି। ସେମାନଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅ ବୋଲି ପୁଟିନଙ୍କୁ ଟ୍ରମ୍ପ କହିଛନ୍ତି । ଦୀର୍ଘ ଦିନ ଧରି ଚାଲିଲା ଯୁଦ୍ଧ, ଏବେ ସମୟ ଆସିଛି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡୁ । ବିନା କୌଣସି ସର୍ତ୍ତରେ ଯୁଦ୍ଧ ବନ୍ଦ ପାଇଁ ରାଜି ହେବାକୁ ପୁଟିନଙ୍କୁ କହିଛନ୍ତି ଟ୍ରମ୍ପ।

ଅଧିକ ପଢ଼ନ୍ତୁ: ‘୨୦ ଘଣ୍ଟାରେ ଦାବି ନମାନିଲେ ସବୁ ବନ୍ଧକଙ୍କୁ କରିବୁ ହତ୍ୟା’

Russia Ceasefire Ukraine
Advertisment
Advertisment