ରାୟଗଡ଼ା/ଗଞ୍ଜାମ: ସାମୁଦ୍ରିକ ଝଡ଼ ପେତାଇ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲାରେ କପା ଚାଷ ବହୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଜିଲ୍ଲାର ରାୟଗଡ଼ା ଓ କୋଲନରା ଅଞ୍ଚଳରେ କପାଚାଷ ଉଜୁଡ଼ି ଯାଇଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ଚାଷୀ କପା ଅମଳ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଦିନିଆ ବର୍ଷାରେ କପା ଫସଲ ନଷ୍ଟ ହେବା ସହ ମଞ୍ଜିରେ ଗଜା ହେବା ଦେଖାଦେଇଛି। ପ୍ରଥମେ ତିତଲି ଆଉ ଏବେ ପେତାଇ ଚାଷୀଙ୍କ […]
କୋରାପୁଟ: ସାମୁଦ୍ରିକ ଝଡ଼ ପେତାଇ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ସହ ପନିପରିବା ଚାଷ ବି ନଷ୍ଟ ହୋଇଛି। ଧାନ ଅମଳ ସାରି କାଟିବା ବେଳକୁ ଦାଉ ସାଜିଲା ପ୍ରକୃତି। ଅମଳ ଧାନ ବର୍ଷାରେ ଭିଜିଗଲା। ଆଉ ତା’ପରେ କିଏ ଧାନ କାଟି ଖଳାରେ ରଖିଛି ତ ପୁଣି କିଏ ଓଦା ଧାନକୁ ବସ୍ତାରେ ଭର୍ତ୍ତି କରୁଛି। ଏହାରି ଭିତରେ କେତେକ ଧାନ ଫସଲ ନଷ୍ଟ […]
ଯାଜପୁର: ଚଳନ୍ତା ଟ୍ରେନ୍ରୁ ସ୍ତ୍ରୀକୁ ଠେଲି ଦେଲା ସ୍ୱାମୀ। ଯାଜପୁର ଜିଲ୍ଲା ଜେନାପୁର ଷ୍ଟେସନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲି ଦେବାରୁ ତାଙ୍କର ବାମ ଗୋଡ଼ ପୂରା କଟି ଯାଇଛି। ସୂଚନା ଅନୁସାରେ, ବାଲେଶ୍ୱରରୁ ମଜୁରୀ କାମ ସାରି ଯାଜପୁର ରୋଡ୍କୁ ଟ୍ରେନ୍ରେ ଫେରିବା ବେଳେ ରବି ଦାସ ଓ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରବି ମଦ ପିଇଥିଲେ। ଟ୍ରେନ୍ଟି ଜେନାପୁର […]
ବାରିପଦା: ରୋଡ୍ ରୋମିଓକୁ ପାନେ। ବିଚ୍ ରାସ୍ତାରେ ରୋଡ୍ ରୋମିଓକୁ ପିଟିଲେ ମହିଳା। ବାରିପଦା ଗାନ୍ଧି ପାର୍କ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ମହିଳା ଜଣକ ନିଜ ପିଲାଙ୍କ ସହ ବୁଲୁଥିବା ବେଳେ ୪ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଲାଇବ୍ରେରି ଛକ ନିକଟରେ କମେଣ୍ଟ୍ ମଧ୍ୟ ମାରିଥିଲେ। ଏହା ଅସହ୍ୟ ହେବାରୁ ମହିଳା ଜଣକ ଏହାର ପ୍ରତିବାଦ କରି ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ଘଟଣାକୁ ଦେଖି କିଛି ଲୋକ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ। ଆଜି ସକାଳେ ସେ ଶୌଚ ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ପିକ୍ଅପ୍ ଭ୍ୟାନ୍ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ନାବାଳିକାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଭବାନୀପାଟଣା-ନର୍ଲା […]
ପୁରୀ:ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ୱିପ୍ରହର ଧୂପ ଓ ପଛ ଭୋଗମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ଅର୍ଥାତ୍ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।
ପୁରୀ: ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନଥ୍ ଆଇ. ଜଷ୍ଟର୍ ଓ ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକାର କନ୍ସଲ୍ ଜେନେରାଲ କାଥେରିନ୍ ହାଡା ପ୍ରମୁଖ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ୧୫ ଜଣ ଆମେରିକା ଆମ୍ବାସି କର୍ମଚାରୀମାନଙ୍କ ସହ ସେମାନେ ୪୦ ମିନିଟ୍ ଧରି ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଆମେରିକାର ରାଷ୍ଟ୍ରଦୂତ ଓ କନ୍ସଲ୍ ଜେନେରାଲଙ୍କୁ ସୂର୍ଯ୍ୟ ମନ୍ଦିରର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଅବଗତ […]
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ଆଜି ଭୋର୍ରୁ ଯେତେବେଳେ ଦୁଆର ଖୋଲା ହେଲା, ଭକ୍ତମାନେ ଧାଡ଼ି ନ ମାନି ଆଗରୁ ଯେମିତି ମନ୍ଦିରରେ ପ୍ରବେଶ କରୁଥିଲେ, ସେମିତି ଭାବେ ପ୍ରବେଶ କରିଛନ୍ତି। ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ମହିଳା ଭକ୍ତମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି, ଭିଡ଼ ଥିବା ବେଳେ ଧାଡ଼ି କରାଯିବା କଥା। […]
ଭୁବନେଶ୍ୱର : ସାଂସଦ ସୌମ୍ୟରଂଜନଙ୍କ ଅାକ୍ଷେପକୁ ନେଇ ବଦ୍ରିଙ୍କ କଡ଼ା ଟିପ୍ପଣୀ। କହିଲେ ‘ସୌମ୍ୟ ବାବୁ ବେପାରୀ ଲୋକ, ସବୁଥିରେ ତାଙ୍କର ବେପାର । କେନ୍ଦୁଝର ନୁହେଁ ସାରା ଓଡ଼ିଶାରେ ତାଙ୍କ ପରିବାର ପାଇଁ କଂଗ୍ରେସ ସତ୍ତା ହରାଇଛି। ଭାବୁଛନ୍ତି ବଦ୍ରିଙ୍କ ବିରୋଧରେ କହିଦେଲେ ତାଙ୍କ ଭାଇ କ୍ଷମତାକୁ ଫେରିବେ।’ ଏସବୁ ଅପପ୍ରଚାର, ବିଜେଡିରେ ତାଙ୍କୁ କିଏ କହିବାକୁ କ୍ଷମତା ଦେଲା ଜାଣିନି। ସେ ରାଜଧର୍ମ ପାଳନ କରନ୍ତୁ । ବିଜେଡିରେ ରହି କଂଗ୍ରେସ ପାଇଁ କାମ […]
ଭୁବନେଶ୍ୱର: ପ୍ରଦୀପ ମହାରଥୀ ଓ ବଦ୍ରି ନରାୟଣ ପାତ୍ର । ଦୁଇ କ୍ୟାବିନେଟ୍ ମନ୍ତ୍ରୀଙ୍କ ପାଇଁ ଏବେ ଅଡୁଅାରେ ରାଜ୍ୟ ସରକାର। ଟେନସନ୍ରେ ମୁଖ୍ୟମନ୍ତ୍ରୀ । ମହାରଥୀଙ୍କ ମହିଳା ବିରୋଧୀ ମନ୍ତବ୍ୟକୁ ନେଇ ତେଜୁଛି ବିବାଦ। ବିଜେପି ମହିଳା ମୋର୍ଚ୍ଚା ମହାରଥୀଙ୍କ ସରକାରୀ ବାସ ଭବନଠୁ ଅାରମ୍ଭ କରି ରାଜରାସ୍ତାକୁ ଓହ୍ଲାଇଛି। ଅାଉ ନବୀନ, ମହିଳା ବିରୋଧୀ ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ କରୁଛି । ସେପଟେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ମାରପିଟ୍ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନାରେ ସାହି ଲୋକଙ୍କ ଟାହି ଟାପରା ସହି ନପାରି ଅାତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା । ୨୩ ତାରିଖ ରାତିରେ ଦୋକାନରୁ ଜିନିଷ ନେଇ ଫେରିବା ବେଳେ ଜଣେ ଯୁବକ ନାବାଳିକାଙ୍କୁ ଜୋର ଜବରଦସ୍ତ ନେଇ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ନାବାଳିକା ଜଣକ ଘରୁ ପଦାକୁ ବାହାରିପାରୁନ ଥିଲା। ରବିବାର ରାସ୍ତାରେ ଚାଲି ଯାଉଥିବା ବେଳେ କେତେକ ଯୁବକ ତାଙ୍କୁ ଟାହି ଟାପରା କରିଥିଲେ। ତେବେ ବିଳମ୍ବିତ […]
ମୟୂରଭଂଜ : ପୁଣି ଖଟିଅାରେ ବୁହାହେଲେ ପ୍ରସୂତି। ଆମ୍ବୁଲାନ୍ସ ଗାଁକୁ ଅାସି ନପାରିବାରୁ ପ୍ରସୂତିଙ୍କୁ ଖଟିଅାରେ ଦୋଳା କରି ବୋହି ନେଇଛନ୍ତି ଗ୍ରାମବାସୀ। ମୟୂରଭଂଜ ବାଙ୍ଗିରିପୋଷୀ ଚାଉଳଡୋରୀ ଗାଁର ଏ ଘଟଣା। ସୁକୁମଣି ନାମକ ମହିଳାଙ୍କ ପ୍ରସବ ବେଦନା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। ତେବେ ଗାଁକୁ ଅାସିବା ଲାଗି ଥିବା ରାସ୍ତା ମଝିରେ ନଦୀ ପଡୁଥିବାରୁ ନଦୀ ଅାରପଟେ ରହିଯାଇଥିଲା ଆମ୍ବୁଲାନ୍ସ। ଖଟିଅାରେ ଦୋଳା କରି ଗ୍ରାମବାସୀ ସୁକୁମଣିଙ୍କୁ ଦୀର୍ଘ ୨ କିଲୋମିଟର ଚାଲିଚାଲି […]
ଭୁବନେଶ୍ୱର: ୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଅା ଟୁଡେ ସର୍ଭେକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଯଦିଓ ବିଧାନସଭା ନିର୍ବାଚନରେ ବିଜେଡି ଓ ଲୋକସଭା ନିର୍ବାଚନରେ ବିଜେପି ଅଧିକ ସିଟ୍ ଜିତିବ ବୋଲି ଅାକଳନ କରାଯାଉଛି, ଲୋକେ କିନ୍ତୁ ଗୋଟିଏ ଚିହ୍ନରେ ଭୋଟ୍ ଦେବେ । ଓଡ଼ିଶା ବଡ଼ ପରିବର୍ତ୍ତନ ଅାଡକୁ ମୁହାଁଇଛି ଓ ଏଠାରେ ବିଜେପି ସରକାର ଗଠନ କରିବ ବୋଲି […]
ଭୁବନେଶ୍ୱର : ଅାଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦାମ ରାଉତ। ସେ କହିଛନ୍ତି, ନବୀନ ସ୍ଥିତି ବଦଳାଇବାକୁ ଦୁର୍ନୀତିକୁ ନୀତି କରି ସାରିଛନ୍ତି। ସିସୋର ଚିଟଫଣ୍ଡର STV ଉଦ୍ଘାଟନ କାର୍ଯ୍ୟକ୍ରମକୁ ଯିବା ଏବଂ ବ୍ଲାକ୍ରୋଜରେ ସଂପୃକ୍ତ ଲୋକଙ୍କ ଗାଡ଼ିରେ ବୁଲିବାକୁ ନେଇ ଜଣାପଡୁଛି ନବୀନ କେତେ ସ୍ୱଚ୍ଛ। ସେହିପରି କୁନ୍ଦୁଲି ଘଟଣାରେ ଗଣଦୁଷ୍କର୍ମ ହୋଇଛି ବୋଲି ପୁଣି ଥରେ ଦୃଢକ୍ତି ପ୍ରକାଶ କରିଛନ୍ତି ଦାମ ରାଉତ। […]
ଭୁବନେଶ୍ୱର: କାର୍ ଭିତରୁ ଉଦ୍ଧାର ହେଲା ସାପ। ଭୁବନେଶ୍ୱର ଭିଏସ୍ଏସ୍ ନଗର ସ୍ଥିତ ଏକ କାର୍ ଭିତରୁ ଢମଣା ସାପକୁ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ୪ ଫୁଟ୍ ବୋଲି ଜଣାପଡ଼ିଛି। କିଶୋର ଜେନା ନାମକ ଜଣେ ବ୍ୟକ୍ତି ଆଜି ତାଙ୍କ କାର୍ ଡିକି ଖୋଲିବା ପରେ ସାପକୁ ଦେଖିଥିଲେ। ଏନେଇ ତତ୍କ୍ଷଣାତ ସେ ସ୍ନେକ୍ ହେଲ୍ପ ଲାଇନ୍କୁ ଫୋନ୍ କରିଥିଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆସି କାର୍ର ଷ୍ଟେପିନ୍ ଖୋଲି ଢମଣା ସାପଟିକୁ […]
ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକଟ କଳାବଜାରି ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ନାଁରେ ଏତଲା ହୋଇଛି। ଶହେ ଟଙ୍କିଆ ଟିକଟ ହଜାରେ ଟଙ୍କାରେ ଓ ୫ ଶହ ଟଙ୍କିଆ ଟିକଟ ୪ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ କରି ଏହି ଏତଲା ଦିଆଯାଇଛି। ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଏହି ଏତଲା ଦେଇଛନ୍ତି କିଛି ସୂଚନା ଅଧିକାର ଓ ସାମାଜିକ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି, ଅନ୍ ଲାଇନ୍ରେ ଟିକେଟ ମିଳିବ ବୋଲି […]
ଭୁବନେଶ୍ୱର: ଚାଷୀ ଅସନ୍ତୋଷ ଶାସକ ଭୋଟ୍ ବ୍ୟାଙ୍କରେ ଆଣିପାରେ ବଡ଼ ବିପର୍ଯ୍ୟୟ। ଆଉ ଖାସ୍ ସେଥିପାଇଁ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖୁସି କରିବାକୁ ସରକାର ନୂଆ ସ୍କିମ୍ ଆଣିପାରନ୍ତି। ତା’ ପୂର୍ବରୁ ଆଜି ନବନିର୍ମାଣ କୃଷକ ସଙ୍ଗଠନର ବିଭିନ୍ନ ଦାବି ନେଇ ଗଠିତ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ବସିଥିଲା। ଆସନ୍ତା ୭ରେ ଚାଷୀ ସଙ୍ଗଠନ ଓ ବିଶେଷଜ୍ଞମାନଙ୍କୁ ପ୍ରସ୍ତାବ ଦେବା ପାଇଁ ଆଉ ଏକ ବୈଠକ ଡକାଯାଇଛି। ଏହାପରେ ନୂଆ ସ୍କିମ୍ ଆସିପାରେ। ପ୍ରାଇସ୍, […]
ପୁରୀ: ଆସନ୍ତା କାଲିଠାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହେବ। ସିଂହଦ୍ୱାର ଦେଇ ସମସ୍ତ ଭକ୍ତ ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନିକଟରେ ପରିଚାଳନା କମିଟି ବୈଠକରେ ଏହା ଉପରେ ମୋହର ଲାଗିଥିଲା। ଏହାକୁ ପରୀକ୍ଷାମୂଳକ ଭାବେ ପୁଲିସ୍ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ସ୍ଥାୟୀ ଭାବେ ଏହି ନିୟମକୁ ପାଳନ କରାଯିବ। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର […]
ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ୍ ଏକ ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପୁଲିସ୍ କାହାରିକୁ ଗିରଫ କରି ନାହିଁ।
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଠାରେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୭ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଏଥିସହ ଭ୍ୟାନ୍ ଗୁଡ଼ିକରୁ ୧୫୦ଟି ଗାଈକୁ ଉଦ୍ଧାର କରାଯାଇଛି। ଏହି ଗୋରୁଗୁଡ଼ିକୁ ପନ୍ଦରବାଟିଆ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଭ୍ୟାନ୍ ଗୁଡ଼ିକରେ ଅଧିକ ସଂଖ୍ୟକ ଗୋରୁ ବୋଝେଇ ହୋଇଥିବାରୁ କିଛି ଗୋରୁ ମରିଯାଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ […]
ରାଉରକେଲା: ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେବେ ରାଉରକେଲା ବିଧାୟକ ଦିଲୀପ ରାୟ। ଅନ୍ୟପଟେ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳ ଛାଡ଼ିବା ସମ୍ଭାବନା ରହିଛି। ଦିଲୀପ ଉଭୟ ଦଳ ଏବଂ ବିଧାୟକ ପଦରୁ ଇସ୍ତଫା ଦେବେ ନେଇ ଓଟିଭି ପ୍ରତିନିଧିଙ୍କୁ ଜଣାଇଛନ୍ତି। ଦିଲୀପ ଦଳ ଛାଡ଼ିବା ନେଇ କିଛି ଦିନ ହେଲାଣି ଚର୍ଚ୍ଚା ହେଉଥିଲା। ରାଉରକେଲା ପାଇଁ ପ୍ରତିଶ୍ରୁତି ପୂରଣ ନହେବାରୁ ସେ ଇସ୍ତଫା ଦେଉଥିବା କୁହାଯାଉଛି। ରାଉରକେଲାରେ ବ୍ରାହ୍ମଣୀ ୨ୟ ସେତୁ ନିର୍ମାଣ ଓ […]
ରାଉରକେଲା: ରାଉରକେଲା ମଧୁସୂଦନପାଲି ନିକଟ ତେଲୁଗୁ ବସ୍ତିରେ ପୁଣି ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ ଘରର ଛାତ ଭାଙ୍ଗି ଯାଇଛି। ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର ଥିବା ବେଳେ ଛାତ ପଡ଼ିବାରୁ ଆଉ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଥାଉ କି, ଗତ କିଛି ଦିନ ପୂର୍ବରୁ ଏହି ଅଂଚଳରେ ବାରୁଦ ବିସ୍ଫୋରଣ ଘଟି ଦୁଇଜଣଙ୍କର […]
ଗଜପତି: ଆମ ଗାଁ ଆମ ବିକାଶ ଯୋଜନାରେ ଗ୍ରାମଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ଲାଗି ଏହି ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି। ଏମିତି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ସୁଲାଗୁଡ଼ା ଗାଁରୁ। ଗୁଲବା ପଞ୍ଚାୟତ ସୁଲାଗୁଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା। ଏହି ଗାଁକୁ ଭଲ ରାସ୍ତା ଟିଏ ନାହିଁ। ଜାତୀୟ ରାଜପଥଠାରୁ ୫ କୋଲିମିଟର୍ […]
ଭୁବନେଶ୍ୱର: ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ। କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ବାତାବରଣ ନଥିବାରୁ ଚଳିତବର୍ଷ ନିର୍ବାଚନ ବନ୍ଦ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପିଜି କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନ ହେବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଛାତ୍ରନେତାମାନେ ଏହାକୁ ବିରୋଧ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ନ ହେବାପାଇଁ ନିର୍ଦ୍ଦିଷ୍ଟ କିଛି ନେତା ଚାହୁଁଥିବା ଏବିଭିପିର ଜଣେ ଛାତ୍ର ନେତା […]
ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗତକାଲି ନିର୍ଦ୍ଦେଶନାମା ଜାରି ହୋଇଛି। ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ। […]