ଭୁବନେଶ୍ୱର: ବଢ଼ିଲା ପୁଲିସ୍ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା। ଏଣିକି କିଛି ନିର୍ଦ୍ଦିଷ୍ଟ ମାମଲାରେ କନେଷ୍ଟବଳମାନେ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ଏ ନେଇ ପୁଲିସ୍ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ସୂଚନା ଦେଇଛନ୍ତି, ଡିଜିପି ଆର.ପି. ଶର୍ମା। ଡିଜିପି କହିଛନ୍ତି, ଆଇପିସିର କେତେକ ଧାରା ଯେଉଁଥିରେ, ୩ ବର୍ଷରୁ କମ୍ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି, ସେସବୁ ମାମଲାର ତଦନ୍ତ କନେଷ୍ଟବଳମାନେ କରିପାରିବେ। ଓଡ଼ିଶା […]
କୋରାପୁଟ: ଓଡ଼ିଶା ସୀମାନ୍ତବର୍ତ୍ତୀ କୋଟିଆ ଗାଁ ଉପରେ ଆନ୍ଧ୍ର ପ୍ରଦେଶର ଆଖି। ଏହି ଅଞ୍ଚଳ ଓଡ଼ିଶା ସୀମାରେ ଥିଲେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା ଜାରିରଖିଛି ଆନ୍ଧ୍ର। ଲୋକଙ୍କୁ ଭୁଲେଇ ପ୍ରଲୋଭନ ଦେଖାଇ ନିଜ ଲକ୍ଷ୍ୟ ହାସଲ ଲାଗି ଆନ୍ଧ୍ର ସରକାର ଉଦ୍ୟମ କରୁଛନ୍ତି। କୋଟିଆ ଗାଁରେ ଅନୁଷ୍ଠିତ ହୋଇଥିବା ଆନ୍ଧ୍ର ସରକାରଙ୍କ ଜନ୍ମଭୂମି କାର୍ଯ୍ୟକ୍ରମ ହେଉଛି ଏହାର ଏକ ନମୁନା। ଏହା ଅନ୍ତର୍ଗତ ଲୋକଙ୍କୁ ଭତ୍ତା ବଣ୍ଟା ଯିବା ସହ ଶିଶୁଙ୍କ ଲାଗି […]
ଭଞ୍ଜନଗର: ତିତ୍ଲି ପ୍ରଭାବରେ ଭଞ୍ଜନଗର ଭୁତପଙ୍କାଳ ଗାଁରେ ଭାସିଯାଇଥିବା ଆଉ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଭାସିଯିବାର ୧୧ଦିନ ପରେ ଗାଜଲବାଡି ଅଡାଙ୍ଗୀ ନଦୀ ବାଲିରେ ମୃତଦେହ ପୋତି ହୋଇ ରହିଛି। ପୂର୍ବରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଆଉ ତିନି ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ। ଗତ ୧୧ତାରିଖରେ ତିତ୍ଲି ପରେ ହୋଇଥିବା ବନ୍ୟାରେ ଭୁତପଙ୍କାଳ ଗାଁରେ ଘର ସହ ୬ଜଣ ଭାସିଯାଇଥିଲେ।
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହେବ ନୂଆ ରାଜନୈତିକ ସମୀକରଣ। ଗଠନ ହେବ ମହାମେଣ୍ଟ। ବିଜେଡି ବିରୋଧରେ ଏକାଠି ହେବେ କିଛି ଆଞ୍ଚଳିକ ଦଳ ଓ ବରିଷ୍ଠ ନେତା। ଏଭଳି ସଙ୍କେତ ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ବ୍ରଜ କିଶୋର ତ୍ରିପାଠୀଙ୍କ ଭଳି ଭେଟେରାନ୍ ନେତାଙ୍କୁ ନେଇ ଏହି ମହାମେଣ୍ଟ ଗଠନ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ଖାରବେଳ। ହେଲେ ବିଜେଡି ଯିବା ନେଇ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ରାଇବଣିଆରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବସ୍ଟି ଭୁବନେଶ୍ୱରରୁ ଉଲୁମରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଲକୁ ଓଲଟି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅନୁଗୁଳ: ପ୍ରଥମେ ଜଣେ ମଣିଷ, ଦିନେ ନ ଯାଉଣୁ ଆଉ ଏକ ବଳଦ ଶିକାର କରିଛି ବାଘୁଣୀ ‘ସୁନ୍ଦରୀ’। ‘ସୁନ୍ଦରୀ’ର ଦୁଇଟି ଦୁଇଟି ଶିକାର ପରେ ଅନୁଗୁଳ ଟାଇଁସି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଲୋକଙ୍କ ବିରୋଧ ଯୋଗୁଁ ଗାଁକୁ ଯାଇ ପାରୁନାହାନ୍ତି ବିଶେଷଜ୍ଞ ଟିମ୍। ଏହି ଟିମ୍ରେ ଅଛନ୍ତି OUAT ଓ ନନ୍ଦନକାନନର ବିଶେଷଜ୍ଞ ଡାକ୍ତର। ଏମାନେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍କ୍ଲୋଜର୍କୁ ଆଣିବାକୁ ଚେଷ୍ଟା କରିବେ। କିନ୍ତୁ ଉତ୍ତେଜନା ଯୋଗୁଁ ଏହି ବିଶେଷଜ୍ଞ ଟିମ୍ […]
ରାଉରକେଲା/ସୁନ୍ଦରଗଡ଼: ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଦେଖାଦେଇଛି। ରାଜଗାଙ୍ଗପୁର ବନଖଣ୍ଡର ସୋନାଖାନ ନିକଟ ମୋଦିପଡାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଗୋବର୍ଦ୍ଧନ ଲାକ୍ରା। ହାତୀ ଦାଉରୁ ଫସଲ ବଞ୍ଚାଇବାକୁ ଗୋବର୍ଦ୍ଧନ ଚାଷଜମିକୁ ଜଗିଥିବା ବେଳେ ହାତୀ ଦଳି ଦେଇଥିବା ଜଣାପଡ଼ିଛି। ସେପଟେ ରାଉରକେଲା ବେଦବ୍ୟାସ ନିକଟ କଲୁଙ୍ଗା ସମିଲ ଅଞ୍ଚଳରେ ୧୦ଟି ହାତୀ ପଶି ଆସିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀମାନଙ୍କୁ ଘଉଡ଼ାଇବାକୁ ବନବିଭାଗ […]
ଭୁବନେଶ୍ୱର: ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚା ଆନ୍ଦୋଳନ କରିଛି। ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଭୁବନେଶ୍ୱର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୃଷକ ମୋର୍ଚ୍ଚା କର୍ମକର୍ତ୍ତା। ରାସ୍ତାରେ ଧାନ ରଖି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି। ଆନ୍ଦୋଳନରତ ବିଜେପି କୃଷକ ମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିଥିଲା ପୁଲିସ୍। ତେବେ ଏ ନେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ଜଗତସିଂହପୁର: ପାରିବାରିକ କଳହକୁ ନେଇ ଅଗ୍ନିକାଣ୍ଡ! ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଝିଅର ମୃତ୍ୟୁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନାପାଟ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣା ସ୍ଥଳରେ ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ପ୍ରାଣ ହରାଇଥିଲେ। ତେବେ ଗୁରୁତର ଅବସ୍ଥାରେ ଝିଅକୁ ପ୍ରଥମେ କୁଜଙ୍ଗ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ […]
ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି। ଆସନ୍ତା ୮ ତାରିଖରେ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେବ ଦଳ। ଦିନ ତମାମ ଚାଲିବାକୁ ଥିବା ଧାରଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ପରେ ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବେ ବିଜେଡି ପ୍ରତିନିଧି ଦଳ। ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଦିଲ୍ଲୀରେ ଅନୁଷ୍ଠିତ ପ୍ରେସ୍ମିଟରେ ଏହି ସୂଚନା ଦେଇଛନ୍ତି ସାଂସଦ ପ୍ରସନ୍ନ […]
ଭୁବନେଶ୍ୱର: ବାତ୍ୟା ତିତ୍ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗାଈ ମରିଥିବା ପରିବାରକୁ ୩୦ ହଜାର ଟଙ୍କା, ବଳଦ ପାଇଁ ୨୫ ହଜାର ଟଙ୍କା ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ମିଳିବା ନେଇ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର। ଏହାଛଡ଼ା ଲୋକଙ୍କ ବାସନକୁସନ, ଲୁଗାପଟା ନଷ୍ଟ ପାଇଁ ୩୮ ଶହ ଟଙ୍କା ମିଳିବ। ସମତଳ ଅଞ୍ଚଳରେ ଘର ନଷ୍ଟ […]
ଗଞ୍ଜାମ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ୧୫ କିଲୋମିଟର ଟୋକେଇରେ ବୁହା ହେଲେ ପ୍ରସୂତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାଦୁଆ ଗାଁରେ। ଏହି ଗାଁର ରବିନ୍ଦ୍ର ନାୟକଙ୍କ ପତ୍ନୀ ହୀରାମଣି ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ଏହି ଛୁଆଟି ଅର୍ଦ୍ଧ ପ୍ରସବ ଅବସ୍ଥାରେ ରହିଥିଲା। ଏହା ଦେଖି ଗାଁ ଲୋକେ ହୀରାମଣିଙ୍କୁ ଡାକ୍ତରଖାନା […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡି ବିରୋଧରେ ମହାମେଣ୍ଟ ହେବ। ଏ ନେଇ ସୂଚନା ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ମହାମେଣ୍ଟ ଲାଗି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଓ ବ୍ରଜ ତ୍ରିପାଠୀଙ୍କ ସହ ଆଲୋଚନା ଜାରି ରହିଥିବା ସେ କହିଛନ୍ତି। ଏ ନେଇ ୧୦ରୁ ୧୫ ଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲ କହିଛନ୍ତି ଖାରବେଳ ସ୍ୱାଇଁ। ଏହି ପରିପ୍ରେକ୍ଷୀରେ ସେ କଂଗ୍ରେସକୁ ଯିବେ ନାହିଁ ବୋଲି […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚିକିଲି ମେହେର ସାହି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଜୟରାମ ସାନ୍ତା(୨୦)। ତାଙ୍କ ଘର ଧୁମାମ ଗାଁରେ। ଆଉ ଜଣଙ୍କ ପରିଚୟ ମିଳି ପାରି ନାହିଁ। ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ […]
ଅନୁଗୁଳ: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ପୁଣି ଆତଙ୍କ ଖେଳାଇଛି। ଟାଇଁସି ଗାଁରେ ପଶି ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ତ୍ରିନାଥ ସାହୁ ବୋଲି ସୂଚନା ମିଳିଛି। ଆଜି ସକାଳେ ସେ ମାଛ ମାରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁ ପାଖରେ ବାଘୁଣୀ ‘ସୁନ୍ଦରୀ’ ଲୁଚିଥିବା ସୂଚନା ମିଳିଛି। ଏ ସଂପର୍କରେ ସୂଚନା ପାଇବା […]
କଟକ: କଟକ ଶିଶୁଭବନ ଡାକ୍ତର ପ୍ରଫେସର୍ ମଙ୍ଗଳ ଚରଣ ମୁର୍ମୁଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଘଟଣାରେ, ପୁଲିସ ଅଭିଯୁକ୍ତ ବିଦେଶୀ ନିକୋଲାସ କଜ୍ୱେଙ୍କୁ ଗିରଫ କରିଛି। ସେ ଘାନାର ନାଗରିକ ନିକୋଲାସ୍ ଫୋନ୍ ଯୋଗେ ଡାକ୍ତର ମୁର୍ମୁଙ୍କ ସହ ଯୋଗାଯୋଗରେ ଥିଲେ। ତେବେ ଡାକ୍ତର ମୁର୍ମୁ ଶିଶୁରୋଗ ବିଶେଷଜ୍ଞ ଜାଣିବା ପରେ ଶିଶୁରୋଗ ସମ୍ବନ୍ଧୀୟ ଉପକରଣ ଯୋଗାଇଦେବା ଆଳରେ ୧୮ଲକ୍ଷ ୫୦ହଜାର ଟଙ୍କା ମାଗିଥିଲା। ଏନେଇ ଡାକ୍ତର ମୁର୍ମୁ ଟଙ୍କା ଦେବା ପାଇଁ ନିକୋଲାସ୍କୁ କଟକ ଡକାଇଥିଲେ। […]
ବାରିପଦା: ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଅନ୍ଧାରୀ ଛକ ନିକଟରେ ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ହେଉଛନ୍ତି ଶ୍ରମିକ। ସେମାନେ କଳମା, ବର୍ତ୍ତନା ଓ […]
ଭୁବନେଶ୍ୱର: ରୁଚିକା ଓପନ ସେଲ୍ଟରରୁ ୫ ନାବାଳକ ଫେରାର ହୋଇଯାଇଛନ୍ତି। ଜିରୋନାଇଟ ସେଲିବ୍ରେସନ ପରେ ରାତିରେ ଝରକାତାଡ଼ି ଚମ୍ପଟ ମାରିଛନ୍ତି। ସୂଚନାନୁସାରେ କିଛି ମାସ ତଳେ ଏମାନଙ୍କୁ ରୁଚିକା ଓପନ୍ ସେଲ୍ଟରକୁ ଅଣାଯାଇଥିଲା। ତେବେ କିଛି ମାସ ରହିବା ପରେ ଗତ ୩୧ ତାରିଖ ରାତିରେ, ଜିରୋ ନାଇଟ୍ ସେଲିବ୍ରେସନ୍ ପରେ ୫ଜଣ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ରୁଚିକା କତ୍ତୃପକ୍ଷଙ୍କ ତରଫରୁ ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ୍ ପିଲାଙ୍କୁ […]
ଭୁବନେଶ୍ୱର: ପେଟ୍ରୋଲ ଦରକୁ ଟପିଲା ଡିଜେଲ୍ ଦର। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦରଠୁ ଡିଜେଲ୍ ଦର ଅଧିକ ରହିଛି । ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହେବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଆଜି ଡିଜେଲ୍ ଲିଟର ପିଛା ୮୦ ଟଙ୍କା ୬୯ ପଇସା ଥିବା ବେଳେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୫୭ ପଇସା ରହିଛି। ଗତକାଲି ପେଟ୍ରୋଲ ଦର ୮୩ ପଇସା ହ୍ରାସ ଘଟିଥିବା ବେଳେ ୩୫ ପଇସା କମିଥିଲା ଡିଜେଲ […]
କେନ୍ଦ୍ରାପଡ଼ା: ଦୁର୍ଗାପୂଜା ଭସାଣି ଦେଖି ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା କୋରୁଆ ତିକନପୁର ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପନ୍ଦିଆ ଗାଁର ରାଜନ ସୂତାର ଓ ପିଣ୍ଟୁ ପଟ୍ଟନାୟକ। ମିଳିଥିବା ସୂଚନା ଅନୁସାରେ, ରାଜନ ଓ ପିଣ୍ଟୁ କଳାବୁଦାରେ ହେଉଥିବା ଦୁର୍ଗାପୂଜା ଭସାଣି ଦେଖି ବାଇକ୍ରେ ଘରକୁ ଫେରୁଥିଲେ। ଭଦକମଳ ନିକଟରେ ଏକ ଅଜଣା ଗାଡ଼ି […]
ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ପବିତ୍ର ମହାଷ୍ଟମୀ ପୂଜା। ଏହାସହ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି ସନ୍ଧିପୂଜା। ମହିଳାମାନେ ଆଜି ଅଷ୍ଟମୀ ବ୍ରତ ଓ ଉପାସନା ରଖିଥିବାରୁ ସବୁ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି ଚହଳି। ଘଣ୍ଟ ଘଣ୍ଟା ଶଦ୍ଦରେ ଉଚ୍ଛୁଳୁ ପଡୁଥିଲା ପରିବେଶ। ମନ୍ତ୍ରପାଠରେ ମୁଖରିତ ହେଉଥିଲା ସମଗ୍ର ଅଞ୍ଚଳ। ମହାମାୟୀଙ୍କ ପବିତ୍ର ମହାଷ୍ଟମୀ ପୂଜା ଲାଗି ଆଜି ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ଦେଖଇବାକୁ ମିଳିଥିଲା ଏମିତି ଭାବ ଓ […]
ଭୁବନେଶ୍ୱର: ତେଲେଙ୍ଗାନାରେ କେନ୍ଦ୍ରୀୟ ଯୋଜନାରେ ଗ୍ରାମ୍ୟ ଗୃହ ନିର୍ମାଣ ନହୋଇ ଅର୍ଥ ଫେରାଯିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଡ଼ିଶାରେ ମଧ୍ୟ ଏପରି ଅନିୟମିତତା ହୋଇଥିବା ଦର୍ଶାଇ ସେ ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରି କହିଛନ୍ତି, ସେ ସାଂସଦ ଥିବାବେଳେ କେନ୍ଦ୍ରାପଡ଼ାରେ ୮ ହଜାର ଗରିବଙ୍କ ଗୃହ ନିର୍ମାଣର ସମୀକ୍ଷା କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ କେବଳ ୧୫୦ଟିର ରେକର୍ଡ ଦେଖାଇ […]
କେନ୍ଦ୍ରାପଡ଼ା: ଡଙ୍ଗାବୁଡ଼ି ଘଟଣାରେ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି। ନିୟମ କିଏ ଏବଂ କେଉଁଠି ଉଲ୍ଲଘନ କରିଛି ସେ ନେଇ ଖୋଳତାଡ଼ କରାଯାଉଛି। ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ଇନ୍ଲ୍ୟାଣ୍ଡ ୱାଟର୍ ଟ୍ରାନ୍ସପୋର୍ଟ ନିର୍ଦ୍ଦେଶକ ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଯାଇଛନ୍ତି। ରାଜ୍ୟ ପରିବହନ ବିଭାଗ ଏବଂ IWDର ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି। ବିସ୍ତୁତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। […]
ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ। #MeToo ତାଲିକରେ ଯତୀନଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ଅଭିଯୋଗ। ଆଜି ଗାରୁଶା କାଟୋଚ୍ ନାମ୍ନୀ ଆଉ ଜଣେ ଯୁବତୀ ଯତୀନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୫ ବର୍ଷ ତଳେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ନିଜ ଟ୍ୱିଟର ପେଜ୍ରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ଜେଡିସିଏରେ ଇଣ୍ଟର୍ନସିପ୍ କରିବା ବେଳେ ଯତୀନ ତାଙ୍କୁ ଘରକୁ […]