ଝାରସୁଗୁଡ଼ା: ପୁଣି ଜୀବନ ହାରିଲେ ଚାଷୀ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସମାସିଙ୍ଘାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ଯୁଧିଷ୍ଠିର ମଲ୍ଲିକ। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଋଣଭାର ସହି ନପାରି ଭାଗଚାଷୀ ଯୁଧିଷ୍ଠିର ମଲ୍ଲିକ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତବର୍ଷ ଯୁଧିଷ୍ଠିର ଝିଅର ବାହାଘର କରିଥିଲେ। ଏଥିପାଇଁ ସେ ଋଣ କରିଥିଲେ। ଆଶା କରିଥିଲେ ଏ ବର୍ଷ ଭଲ ଫସଲ ହେଲେ […]
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜ୍ୟର କିଛି ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟର ଉପକୂଳ ଓଡ଼ିଶାରେ ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ବର୍ତ୍ତମାନ ରାଜ୍ୟରେ ସକାଳେ ଏବଂ ସନ୍ଧ୍ୟା ସମୟରେ କୁହୁଡ଼ି […]
ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ୍ ଆୟାର ମିତ୍ରଙ୍କ ଜାମିନ୍ ଆବେଦନ ପୁଣିଥରେ ଖାରଜ ହୋଇଛି। ଜାମିନ୍ ଆବେଦନ ଖାରଜ ପରେ ଅଭିଜିତ୍ଙ୍କୁ ନିମାପଡ଼ା ସବ୍ଜେଲ୍କୁ ପଠାଇ ଦିଆଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅଭିଜିତ୍ ବିଚାର ବିଭାଗୀୟ ହାଜତରେ ରହିବେ। ଅଭିଜିତ୍ଙ୍କୁ ଅଧିକ ପଚରାଉଚରା ପାଇଁ କୋଣାର୍କ ଜେଏମ୍ଏଫ୍ସିଙ୍କ ନିକଟରେ କୋଣାର୍କ ପୁଲିସ୍ ୨ ଦିନିଆ ରିମାଣ୍ଡ ଆବେଦନ କରିଛି। ଗତକାଲି ୪ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ନେବା ପରେ କୋଣାର୍କ ଜେଏମ୍ଏଫ୍ସିଙ୍କ […]
ରାୟଗଡ଼ା: ସୌଭାଗ୍ୟ ବିଦ୍ୟୁତକରଣ ଯୋଜନାରେ ଗାଁରେ ପୋତା ଯାଇଛି ବିଦ୍ୟୁତ ଖୁଣ୍ଟ। ଘରେ ଘରେ ସୁଇଚ୍ ବୋର୍ଡ ବି ଲଗାଯାଇଛି। ହେଲେ ନା ଖୁଣ୍ଟରୁ ତାର ସଂଯୋଗ ହୋଇଛି, ନା ମିଟର ବସିଛି। ଏପରିକି ଗାଁରେ ଟ୍ରାନ୍ସଫର୍ମର ମଧ୍ୟ ବସାଯାଇନାହିଁ। ତେବେ ଆଶ୍ଚର୍ଯ୍ୟର କଥା ହେଲା କେବେ ଆଲୁଅ ଆସିବ, ସେନେଇ ଲୋକେ ଭାଳି ହେଉଥିବାବେଳେ ଆଲୁଅ ବଦଳରେ ସେମାନଙ୍କ ପାଖକୁ ଆସିଛି ଲମ୍ବା ବିଜୁଳି ବିଲ୍ର ଚିଠା। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାର ମଝିଗୁଡ଼ା, ଗୁଇଗୁଡ଼ା, ରାଜବିକ୍ରମପୁର […]
ବାଲେଶ୍ୱର: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବାଲେଶ୍ୱର ବାର୍ ଆସୋସିଏସନ୍। କଟକରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ବାଲେଶ୍ୱର ବାର୍ ଆସୋସିଏସନ୍ର ଆନ୍ଦୋଳନ ଜାରି ରହିଛି। ଆଇନଜୀବୀଙ୍କୁ ନ୍ୟାୟ ନମିଳିବା ଯାଏ ଓକିଲ ସଂଘର ଏହି ଧାରଣା ଜାରି ରହିବ ବୋଲି କୁହାଯାଇଛି। ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଗୋଟେ ପ୍ରକାର ଠପ୍ ହୋଇ ଯାଇଛି। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ସୂଚନାଥାଉ କି, ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁରରେ ଋଷିକୂଲ୍ୟା ନଦୀରେ ଭାସିଯାଇଥିବା ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ଶୁଭମ୍। ଆଜି ସକାଳେ ଗାଁ ଠାରୁ କିଛି ଦୂରରେ ଶୁଭମ୍ର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗତକାଲି ଭୀମପୁର ଗାଁର ଗୌତମ ପ୍ରଧାନଙ୍କ ଦୁଇ ପୁଅ ସଂଗ୍ରାମ ଓ ଶୁଭମ୍ ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଦିନ ତମାମ୍ ଖୋଜାଖୋଜି କରିଥିଲେ ବି ଉଦ୍ଧାର […]
କଟକ: ସୋଶାଲ୍ ମିଡିଆରେ ଆପତ୍ତିଜନକ ଫଟୋ ସହ ଅଶାଳୀନ ମେସେଜ୍ ଦେବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ବିକାଶ ରଞ୍ଜନ ସିଂ। ତାଙ୍କ ଘର କଟକ ନେମାଳ ଥାନା ଅନ୍ତର୍ଗତ କେରିଲୋ ଗାଁରେ। ସୂଚନା ଅନୁସାରେ, ବିକାଶ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ଯୌତୁକ ପାଇଁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଫଳରେ ଯୁବତୀ ଜଣକ ଛାଡ଼ପତ୍ର ଦେବାକୁ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହି ମାମଲା କୋର୍ଟରେ ବିଚାରାଧିନ ଥିବାବେଳେ […]
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ ବା ଧର୍ମ ମାସ କାର୍ତ୍ତିକ। ବିଶ୍ୱାସ ରହିଛି ଏହି ମାସରେ ଶ୍ରୀକ୍ଷେତ୍ରରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। ଆଜି ବଡ଼ି ଭୋରରୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରଣୀରେ ସ୍ନାନ କରିଥିଲେ। ଏହାପରେ ବିଭିନ୍ନ ପୂଜା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ହବିଷ୍ୟାଳୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ୨୫୦୦ ହବିଷ୍ୟାଳୀଙ୍କ ପାଇଁ […]
ଭୁବନେଶ୍ୱର: ୨୦୧୯ ନିର୍ବାଚନ ପରିଚାଳନା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ରାଜ୍ୟରେ ଏକକାଳୀନ ନିର୍ବାଚନକୁ ସାମ୍ନା କରିବାକୁ ଏହି ବୈଠକରେ ପ୍ରସ୍ତୁତି ହୋଇଛି। ଏଥିପାଇଁ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଆଇନ ଶୃଙ୍ଖଳା ଉପରେ ଧ୍ୟାନ ଦେବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ନିର୍ବାଚନ କମିଶନରଙ୍କ ଏସ୍ଓପି କିପରି ପାଳନ କରାଯିବ, […]
ଅନୁଗୁଳ: ଫାସରେ ଫସୁନି ବାଘୁଣୀ ‘ସୁନ୍ଦରୀ’। ‘ସୁନ୍ଦରୀ’କୁ ଧରିବା ପାଇଁ ତୃତୀୟ ପର୍ଯ୍ୟାୟ ଅଭିଯାନ ବି ଫେଲ୍ ମାରିଛି। ଦୁଇ ଦିନ, ଦୁଇ ରାତି ବିତି ଯାଇଥିଲେ ସୁଦ୍ଧା ଏବେ ଯାଏ ଧରାପଡ଼ିନି ସୁନ୍ଦରୀ। ତମାମ୍ ରାତି ଅପରେସନ୍ ସତ୍ତ୍ୱେ ମଧ୍ୟ କାବୁ ହୋଇପାରିନି ବାଘୁଣୀ। ଅନ୍ୟପଟେ, ମିଶନ ‘ସୁନ୍ଦରୀ’ ଫେଲ୍ ମାରୁଥିବାରୁ OUAT ବିଶେଷଜ୍ଞ ଫେରି ଯାଇଥିବା ସୂଚନା ମିଳିଛି। ତେବେ ଅନ୍ୟ ଟ୍ରାଙ୍କୁଲାଇଜ୍ ଟିମ୍କୁ ନେଇ ଚତୁର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ […]
ଭୁବନେଶ୍ୱର: ଓଡ଼ିଶା ସଂପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ୍ ଆୟର ମିତ୍ର କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭାକୁ ଆସି ଗୃହ କମିଟି ଆଗରେ ହାଜର ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ପଚରାଉଚରା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ବି ସରିଛି। ଗୃହ କମିଟି ଆଗରେ ହାଜର ହେବା ପରେ ନିଜ ମନ୍ତବ୍ୟ ପାଇଁ ଅଭିଜିତ୍ କ୍ଷମା ମାଗିଥିବା ସୂଚନା ମିଳିଛି। ଅଭିଜିତ୍ କୋଣାର୍କ ମନ୍ଦିର, ଓଡ଼ିଶା ଓ […]
ବ୍ରହ୍ମପୁର: ବଜ୍ରକାପ୍ତା କାତି ଚାଲାଣ ଓ ଶିକାରୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ୍ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଜମସେଦ। ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଛି। ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଶିକାରୀଙ୍କ ସହିତ ମହମ୍ମଦଙ୍କର ଭଲ ଲିଙ୍କ୍ ଥିବା ଜଣା ପଡ଼ିଛି। ଏମାନଙ୍କ ସହାୟତାରେ ଜମସେଦ ମିଆଁମାର ଓ ଚୀନକୁ ବଜ୍ରକାପ୍ତା ଚାଲାଣ କରୁଥିଲା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବି ତା ନାଁରେ ମାମଲା ଅଛି। ତେଣୁ ଜମସେଦକୁ ରିମାଣ୍ଡରେ ଆଣି […]
ଜୟପୁର: ଓଟିଭି ପ୍ରଭାବ। ଜୟପୁର ପୁରୁଣା ଉପଖଣ୍ଡ ଡାକ୍ତରଖାନା ଏବେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି। ଏହାକୁ ଉଦ୍ଘାଟନ କରିଛନ୍ତି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ। ଏହି ଡାକ୍ତରଖାନାରେ ଜରୁରୀ ଚିକିତ୍ସା ସହିତ ଏକ୍ସରେ, ରକ୍ତ ପରୀକ୍ଷା ଆଦି କରାଯାଇ ପାରିବ। ଆବଶ୍ୟକ ଚିକିତ୍ସା ସରଞ୍ଜାମ ସହିତ ଦରକାର ମୁତାବକ ଡାକ୍ତର ଓ ଅନ୍ୟ କର୍ମଚାରୀ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଗତ ଅକ୍ଟୋବର୍ ମାସ ୧୫ ତାରିଖରେ […]
ଭୁବନେଶ୍ୱର: ଓଲଟି ପଡ଼ିଲା ମିନି ବସ୍। ଫଳରେ ୧୨ଜଣ ଶ୍ରମିକ ଆହତ ହୋଇଛନ୍ତି। ହଂସପାଳ ବାଇପାସ୍ ନିକଟରେ ଅର୍ଥାତ୍ ଶିଶୁପାଳଗଡ଼ଠୁ ହଂସପାଳ ପର୍ଯ୍ୟନ୍ତ ଥିବା ବାଇପାସ୍ ନିକଟରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରମିକମାନଙ୍କୁ ନେଇ ଶିଖରଚଣ୍ଡୀରୁ ପିପିଲି ଅଭିମୁଖେ ଯାଉଥିବା ମିନି ବସ୍ର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ବସ୍ରେ ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଯାତ୍ରା କରୁଥିବା ଜଣାପଡ଼ିଛି।
ବରଗଡ଼: ହାତୀ ଆକ୍ରମଣରେ ବରଗଡ଼ ଜିଲ୍ଲା ପଦ୍ମପୁର କନ୍ଦାଡଙ୍ଗର ପଞ୍ଚାୟତ ସମିତି ସଭ୍ୟ ଧୋବା ନାୟକଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ସେ ଧାନ ଖଳାରେ ଜଗିଥିବାବେଳେ ହାତୀ ପଶି ଆସିଥିଲେ। ଘଉଡ଼ାଇବାକୁ ଚେଷ୍ଟା କରିବାରୁ ହାତୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍ ଓ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
ଭୁବନେଶ୍ୱର: ଦୁବାଇରେ ମୃତ୍ୟୁ ହୋଇଥିବା ଓଡ଼ିଆ ଯୁବକ ସୁଶାନ୍ତ ଜେନାଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଠି ଲେଖିଛନ୍ତି। ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଚିଠି ଲେଖି ନିବେଦନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ମୃତକ ସୁଶାନ୍ତ ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ରନ୍ଦା ଗାଁର। ସେ ୨୦୧୭ ମସିହା ନଭେମ୍ବର ୨୭ ତାରିଖ ଠାରୁ ଦୁବାଇରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି […]
ଗଞ୍ଜାମ: କଲେଜ ଛାତ୍ରୀଙ୍କୁ ହତ୍ୟା। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତର ଏସ୍ ନୂଆଗାଁର ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଭବାନୀ ବେହେରା। ଭବାନୀଙ୍କ ଘର ପୁରୀ ଜିଲ୍ଲାରେ। ସେ ତାଙ୍କ ଅଜା ଘରେ ରହି ପଢୁଥିଲେ। ତେବେ ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ବୋଲି ପୁଲିସ୍ ସନ୍ଦେହ କରୁଛି। ଏହି ଘଟଣାରେ ଅଭିଯୁକ୍ତ ଗୌତମ ପ୍ରଧାନ ଜରଡ଼ା ଥାନାରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତକୁ ପଚରାଉଚରା ପରେ ପୁଲିସ୍ […]
ଭୁବନେଶ୍ୱର: ରାଜ୍ୟରେ ଜଳସେଚିତ ଜମିର ପରିମାଣକୁ ନେଇ ତେଜିଲା କେନ୍ଦ୍ର ଓ ରାଜ୍ୟ ରାଜନୀତି। ଏ ପ୍ରସଙ୍ଗ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଓଡ଼ିଶାରେ ମାତ୍ର ୨୨ ହଜାର ହେକ୍ଟର ଜମି ଜଳସେଚିତ ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ତଥ୍ୟକୁ ପ୍ରତିବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ଗତକାଲି ପ୍ରଧାମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ପ୍ରକାଶିତ ମିଡିଆ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ଚିଠିରେ କାଉଣ୍ଟର […]
କଟକ: ବୁଲା କୁକୁର ମୁହଁରେ ଶିଶୁର ମୁଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ କଟକ ଶିଶୁ ଭବନ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଶିଶୁର ମୁଣ୍ଡକୁ ୩ରୁ ୪ଟି ବୁଲା କୁକୁର ଝୁଣି ଖାଇବା ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଶିଶୁର ମୁଣ୍ଡ କେଉଁଠୁ ଆସିଲା, ସେ ସମ୍ପର୍କରେ କିଛି ଜଣାପଡ଼ନି। ଏନେଇ ଶିଶୁଭବନ ସୁପରିଟେଣ୍ଡେଣ୍ଟ୍ କହିଛନ୍ତି, ଘଟଣାର ଅନୁଧ୍ୟାନ କରାଯାଉଛି। କଟକ ବଡ଼ ମେଡିକାଲ୍ ପରିସରରେ ରବିବାର ଦିନ ଜଣେ ଅସହାୟ […]
ଭୁବନେଶ୍ୱର: ବଢ଼ିଲା ପୁଲିସ୍ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା। ଏଣିକି କିଛି ନିର୍ଦ୍ଦିଷ୍ଟ ମାମଲାରେ କନେଷ୍ଟବଳମାନେ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ଏ ନେଇ ପୁଲିସ୍ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ସୂଚନା ଦେଇଛନ୍ତି, ଡିଜିପି ଆର.ପି. ଶର୍ମା। ଡିଜିପି କହିଛନ୍ତି, ଆଇପିସିର କେତେକ ଧାରା ଯେଉଁଥିରେ, ୩ ବର୍ଷରୁ କମ୍ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି, ସେସବୁ ମାମଲାର ତଦନ୍ତ କନେଷ୍ଟବଳମାନେ କରିପାରିବେ। ଓଡ଼ିଶା […]
କୋରାପୁଟ: ଓଡ଼ିଶା ସୀମାନ୍ତବର୍ତ୍ତୀ କୋଟିଆ ଗାଁ ଉପରେ ଆନ୍ଧ୍ର ପ୍ରଦେଶର ଆଖି। ଏହି ଅଞ୍ଚଳ ଓଡ଼ିଶା ସୀମାରେ ଥିଲେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା ଜାରିରଖିଛି ଆନ୍ଧ୍ର। ଲୋକଙ୍କୁ ଭୁଲେଇ ପ୍ରଲୋଭନ ଦେଖାଇ ନିଜ ଲକ୍ଷ୍ୟ ହାସଲ ଲାଗି ଆନ୍ଧ୍ର ସରକାର ଉଦ୍ୟମ କରୁଛନ୍ତି। କୋଟିଆ ଗାଁରେ ଅନୁଷ୍ଠିତ ହୋଇଥିବା ଆନ୍ଧ୍ର ସରକାରଙ୍କ ଜନ୍ମଭୂମି କାର୍ଯ୍ୟକ୍ରମ ହେଉଛି ଏହାର ଏକ ନମୁନା। ଏହା ଅନ୍ତର୍ଗତ ଲୋକଙ୍କୁ ଭତ୍ତା ବଣ୍ଟା ଯିବା ସହ ଶିଶୁଙ୍କ ଲାଗି […]
ଭଞ୍ଜନଗର: ତିତ୍ଲି ପ୍ରଭାବରେ ଭଞ୍ଜନଗର ଭୁତପଙ୍କାଳ ଗାଁରେ ଭାସିଯାଇଥିବା ଆଉ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଭାସିଯିବାର ୧୧ଦିନ ପରେ ଗାଜଲବାଡି ଅଡାଙ୍ଗୀ ନଦୀ ବାଲିରେ ମୃତଦେହ ପୋତି ହୋଇ ରହିଛି। ପୂର୍ବରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଆଉ ତିନି ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ। ଗତ ୧୧ତାରିଖରେ ତିତ୍ଲି ପରେ ହୋଇଥିବା ବନ୍ୟାରେ ଭୁତପଙ୍କାଳ ଗାଁରେ ଘର ସହ ୬ଜଣ ଭାସିଯାଇଥିଲେ।
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହେବ ନୂଆ ରାଜନୈତିକ ସମୀକରଣ। ଗଠନ ହେବ ମହାମେଣ୍ଟ। ବିଜେଡି ବିରୋଧରେ ଏକାଠି ହେବେ କିଛି ଆଞ୍ଚଳିକ ଦଳ ଓ ବରିଷ୍ଠ ନେତା। ଏଭଳି ସଙ୍କେତ ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ବ୍ରଜ କିଶୋର ତ୍ରିପାଠୀଙ୍କ ଭଳି ଭେଟେରାନ୍ ନେତାଙ୍କୁ ନେଇ ଏହି ମହାମେଣ୍ଟ ଗଠନ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ଖାରବେଳ। ହେଲେ ବିଜେଡି ଯିବା ନେଇ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ରାଇବଣିଆରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବସ୍ଟି ଭୁବନେଶ୍ୱରରୁ ଉଲୁମରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଲକୁ ଓଲଟି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।