
ବରଗଡ଼: ମହାବଳ ବାଘର ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରୁ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ଖଜୁରିଆ ଏବଂ ଦାମୋଦର ପଡ଼ା ଗାଁ ନିକଟ ଜଙ୍ଗଲରୁ ପୋତା ଅବସ୍ଥାରେ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ୩ଜଣିଆ ଟିମ୍ ମହାବଳକୁ ଉଦ୍ଧାର କରିଛନ୍ତି। ମୃତ ମହାବଳ ବାଘର ମୁଣ୍ଡ ନଥିବା ବେଳେ ଗୋଡ଼ର ନଖ ମଧ୍ୟ କଟା ଯାଇଥିବା […]
ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’କୁ ନେଇ ଅନୁଗୁଳ ଜିଲ୍ଲା କଞ୍ଜରାରେ ହିଂସା ଘଟଣାରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ପରେ ତାଙ୍କୁ ଅନୁଗୁଳ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ୍ ନାମଞ୍ଜୁର ହେବାରୁ ଭାଗିରଥୀଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରୁ ବିଳମ୍ବିତ ରାତିରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଫଳରେ ଗିରଫ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଗତ ୨୧ ତାରିଖରେ ସୁନ୍ଦରୀ […]
ଭୁବନେଶ୍ୱର/ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେହିପରି ଜଙ୍ଗଲ ଓ ବିଜୁଳି ବିଭାଗ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଯୋଗୁ ଓଡ଼ିଶାର ଅମୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଧର୍ମେନ୍ଦ୍ର […]
କୋରାପୁଟ: ସୀମାନ୍ତବର୍ତ୍ତୀ କୋଟିଆ ଗାଁକୁ କଳେବଳେ କୌଶଳେ ହାତେଇବାକୁ ଚେଷ୍ଟା କରୁଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ। କେତେବେଳେ ସରକାରୀ ଯୋଜନାର ଲୋଭ ଦେଖାଇ ତ ଆଉ କେତେବେଳେ ସହାୟତା ବାଣ୍ଟି କୋଟିଆ ଦଖଲ ଲାଗି ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ଏଭଳି ସ୍ଥିତିରେ ରାଜ୍ୟ ସରକାର କେବଳ ସରକାରୀ ଯୋଜନାର ଓଡ଼ିଆ ପୋଷ୍ଟର୍ ମାରି ଚୁପ୍ ବିସିଛନ୍ତି। ଭାଷାଗତ ସମସ୍ୟା ଯୋଗୁ ଲୋକେ ନା ବୁଝିପାରୁଛନ୍ତି ସେହି ଓଡ଼ିଆ ପୋଷ୍ଟରକୁ ନା ଜାଣିପାରୁଛନ୍ତି ଓଡ଼ିଶା ସରକାରଙ୍କ […]
ଭୁବନେଶ୍ୱର/ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପଟେ, ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନବିଭାଗର ୩ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେହିପରି […]
ବରଗଡ଼: ବରଗଡ଼ ଜିଲ୍ଲା ଇଥାନଲ ପ୍ଲାଣ୍ଟ୍ ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥା ଚୋରାରେ ବାଲି ପଥର ଆଣି କାମ କରୁଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟ୍ର ପାଚେରୀ କାମ କରୁଥିବା ମୁମ୍ବାଇର ବିଜୟା ବିଲ୍ଡର୍ସ ନାମକ ଏକ ଠିକା ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିଛି। ଚାଷ ଜମିରେ ଥିବା ବୋର ୱେଲ୍ରୁ ପାଣି ଓ ପାଖରେ ଥିବା ନଦୀରୁ ବେଆଇନ୍ ଭାବେ ବାଲି ଉଠାଉ ଥିବା ଅଭିଯୋଗ ହୋଇଥିଲା। ସେହିପରି ଅମ୍ବାଭୋନା ବ୍ଲକରେ ଥିବା ସମ୍ବଲପୁରୀ […]
ଭୁବନେଶ୍ୱର: ବାଣ ଫୁଟା ଏବଂ ବିକ୍ରିକୁ ନେଇ ଡିଜିପିଙ୍କ ନିର୍ଦ୍ଦେଶନାମା ଜାରି ପରେ କମିଶନରେଟ ପୁଲିସ୍ର ତତ୍ପରତା। ବାଣଫୁଟା ପାଇଁ ସୁପ୍ରିମକୋର୍ଟଙ୍କ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍ ଅଙ୍କକଷା ଆରମ୍ଭ କରିଛି। ପୁଲିସ୍ କମିଶନର ସବୁ ଥାନା ଅଧିକାରୀଙ୍କୁ ଏନେଇ କଡା ନିର୍ଦ୍ଦେଶ ଦେଇଥିବାବେଳେ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି। ପ୍ରଥମ କରି ନିୟମ ଲାଗୁ ହେଉଥିବାରୁ ପୁଲିସ୍, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପେଟ୍ରୋଲିୟମ ଏବଂ ଏକ୍ସପ୍ଲୋସିଭ୍ ସେଫ୍ଟି ବିଭାଗ ଦ୍ୱାରା ମିଳିତଯାଞ୍ଚ କରାଯିବ ବୋଲି ସୂଚନା […]
ମୟୂରଭଞ୍ଜ: କପ୍ତିପଦା ତହସିଲ ଅଧିନରେ ଥିବା ଶାରୀଶୁଆ ଗାଁରେ ବେଧଡ଼କ ଚାଲିଛି ପଥର ଖାଦାନ ବ୍ଲାଷ୍ଟିଂ। ପ୍ରଶାସନର ଆଖି ଆଗରେ ଖାଦାନ ବ୍ଲାଷ୍ଟିଂ ହେଉଥିବା ବେଳେ ସବୁ ଜାଣି କିଛି ନ ଯାଣିବା ଭଳି ରାଜସ୍ୱ ରହୁଥିବା ଅଭିଯୋଗ ହେଉଛି। ବେଆଇନ ପଥର ବ୍ଲାଷ୍ଟିଂ ଦ୍ୱାରା ଆଖ ପାଖ ଅଞ୍ଚଳର କାନ୍ଥରେ ଫାଟ ଦେଖାଦେଲାଣି। ହାତୀଙ୍କ ଚଳପ୍ରଚଳ ସ୍ଥାନ ହୋଇଥିବାରୁ ବ୍ଲାଷ୍ଟିଂ ଶବ୍ଦ ଭୟରେ ହାତୀ ଗାଁ ମୁଖା ହୋଇ ବ୍ୟାପକ ନଷ୍ଟକରୁଥିବା ଅଭିଯୋଗ ହୋଇଛି। କେବଳ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବଳଭଦ୍ର ପ୍ରସାଦ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କ ନାଁ ଛଇଳା ଦାସ। ସେ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କିନ୍ତୁ କୌଶଳ କ୍ରମେ ସେଠାରୁ ସେ ଖସି ଆସିଥିଲେ। ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
କେନ୍ଦ୍ରାପଡ଼ା: ରଙ୍ଗୀନ ଆଲୋକ ସାଙ୍ଗକୁ ଆଖି ଝଲସିଲା ଭଳି ସାଜସଜା। କେଉଁଠି ଟାଇଟନିକ୍ ତ ଆଉ କେଉଁଠି ତାଜ ମହଲ। ଏମିତି ଭଳିକି ଭଳି ସାଜସଜାରେ ଝଲସୁଛି କେନ୍ଦ୍ରାପଡ଼ାର ବିଭିନ୍ନ ପୂଜା ମଣ୍ଡପ। ସହରର ୬୭ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ। ପ୍ରତି ମଣ୍ଡପରେ ଆକର୍ଷଣୀୟ ସାଜସଜା ହୋଇଛି। ଏଥିପାଇଁ ପୂଜା କମିଟି ଗୁଡ଼ିକ ବିଶେଷ ଧ୍ୟାନ ଦେବା ସହ ସ୍ୱତନ୍ତ୍ର ବଜେଟ୍ କରିଛନ୍ତି। ସୁଉଚ୍ଚ ତୋରଣ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। କେନ୍ଦ୍ରାପଡ଼ା ସହରର […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଫଳରେ ଏହାର ପ୍ରଭାବରେ ଉପକୂଳରେ ଆସନ୍ତା କାଲିଠୁ ୩୦ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଗଞ୍ଜାମ, କଟକ, ନୟାଗଡ଼, ରାୟଗଡ଼ା ଏବଂ […]
ପଟ୍ଟାମୁଣ୍ଡାଇ: ନାବାଳିକାକୁ ସାପ ଦେଖାଇବାକୁ କହି ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି। ଗାଁର ଜଣେ ଯୁବକ ନାବାଳିକା ଜଣଙ୍କୁ ସାପ ଦେଖାଇବାକୁ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ନାବାଳିକା ଜଣକ ସବୁଦିନ ଭଳି ଗତକାଲି ମଧ୍ୟ ଟ୍ୟୁସନ୍ ଯାଇଥିଲେ। ହେଲେ ଟ୍ୟୁସନ୍ ବନ୍ଦ ଥିଲା। ଏହି ସମୟରେ ଉକ୍ତ ଯୁବକ ଜଣକ ନାବାଳିକାଙ୍କୁ ସାପ […]
ଭୁବନେଶ୍ୱର: ଚାଷୀ ରାଜନୀତିର ବିକ୍ଷୋଭ ଓ ସମାବେଶ ପ୍ରତିଯୋଗିତାରେ ଯୋଗ ଦେଇଛି କଂଗ୍ରେସ ଦଳ। ଏଥିପାଇଁ ଦଳର କୃଷକ ସେଲ୍ ତଥା କିଷାନ କଂଗ୍ରେସ ଏକ ଶୋଭାଯାତ୍ରାରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। କୃଷି ଋଣ ଛାଡ଼, ବୋନସ୍ ପ୍ରଦାନ ଓ ଧାନର MSP ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଛି। କଂଗ୍ରେସ ଚେତାବନୀ ଦେଇଛି, ଦାବି ପୂରଣ ନ ହେଲେ ଦିଲ୍ଲୀରେ ନୁହେଁ, ପଲ୍ଲୀରେ ହେବ ଆନ୍ଦୋଳନ। ଉଭୟ ରାଜ୍ୟ ଓ କେନ୍ଦ୍ରକୁ ସତର୍କ […]
କଟକ: କଟକ ବଡ଼ ଡାକ୍ତରଖାନାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଞ୍ଜୁ ରାଉତ। ତାଙ୍କ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରେ ବୋଲି ଜଣାପଡ଼ିଛି। ପ୍ରଥମେ ସେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରତର ହେବାରୁ ଏସ୍ସିବିକୁ ସ୍ଥାନାନ୍ତର ହୋଇଥିଲେ। ଗତ ଚାରି ଦିନ ଧରି ତାଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି।
କଳାହାଣ୍ଡି: ମର୍ଣ୍ଣିଂ ୱାକ୍ରେ ଯାଇଥିବା ବେଳେ ଜଣେ ନାବାଳକଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣି ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ୧୭ ବର୍ଷୀୟ କୈଳାସ ମାଝି। ସେ ପାଣିଗାଁର ବୋଲି ଜଣାପଡ଼ିଛି। ସବୁଦିନ ଭଳି ଆଜି ଭୋର ସମୟରେ କୈଳାସ ମର୍ଣ୍ଣିଂ ୱାକ୍ରେ ଡୁମେରମୁଣ୍ଡା ରାସ୍ତାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା […]
ଭୁବନେଶ୍ୱର: ପିପିଲି ମାମଲାରେ ସରକାରୀ ଦଳର ନେତାଙ୍କୁ ସାକ୍ଷୀ ସଜେଇ ତଦନ୍ତକୁ ବାଟବଣା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ତଥ୍ୟ ପ୍ରମାଣ ସହ ଏପରି ସାଂଘାତିକ ଅଭିଯୋଗକୁ ସାମ୍ନାକୁ ଆଣିଛି କଂଗ୍ରେସ। ଦଳର ମିଡିଆ ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ମହାରଥୀଙ୍କ ପ୍ରମୁଖ ସମର୍ଥକଙ୍କୁ ପୁଲିସ୍ ସାକ୍ଷୀ ସଜେଇ ମାମଲାର ଦଫା ରଫା କରିଛି। କୋର୍ଟରେ ସରକାରୀ ଓକିଲ ବି ବୟାନ ବଦଳାଇଥିବା ସାକ୍ଷୀଙ୍କୁ ଜେରା କରିନଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ। ତେବେ କଂଗ୍ରେସର ଏ […]
ଅନୁଗୁଳ: ଚାହୁଁ ଚାହୁଁ ଜଳିଗଲା ଟ୍ରକ୍। ଆଉ ସୌଭାଗ୍ୟବଶତଃ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲ୍ପର୍। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖେମଳା ଛକ ନିକଟରେ ଆଜି ଭୋର ସମୟରେ ଏହି ଘଟଣା ଘଟିଛି। ୧୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଲୁହା ପଥର ବୋଝେଇ ଦଶ ଚକିଆ ଟ୍ରକ୍ରେ ହଠାତ୍ ନିଆଁ ଲାଗି ଯାଇଥିବା ନେଇ ଅଭିଯୋଗ ହୋଇଛି। ଟ୍ରକ୍ଟି ରାଉରକେଲାରୁ ପାରାଦୀପ ଅଭିମୁଖେ ଯାତ୍ରା କରୁଥିଲ ତେବେ କାହିଁକି ଏବଂ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ […]
ଭୁବନେଶ୍ୱର: କ’ଣ ପୁଣି ଥରେ ବିଜେଡି, ବିଜେପିର ନିକଟତର ହେଉଛି କି ? ସମଦୂରତା କଥା କହିବା ସହ ବିଜେପି ମେଣ୍ଟରେ ସାମିଲ ହେବାକୁ ନା ନା କହୁଥିବା ବିଜେଡିର କେନ୍ଦ୍ର ସରକାରରେ ସାମିଲ ହେବା ଲାଗି ରହିଛି କି ଲାଳସା ? ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାର ସିବିଆଇକୁ ମ୍ୟାନେଜ୍ କରୁଥିବା ପ୍ରଶ୍ନର ଉତ୍ତରରେ ବିଜେଡି ସାଂସଦ ତଥାଗତ ଶତପଥୀ ଦେଇଥିବା ଉତ୍ତରରୁ ଏମିତି କିଛି ଆଭାସ ମିଳୁଛି। ସେ କହିଛନ୍ତି, ‘ଯଦି ଗୋଟେ କୌଣସି ଗୋଟେ ରାଜ୍ୟର ସରକାର, […]
ଢେଙ୍କାନାଳ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ପ୍ରାଣ ହରାଇଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର କମଳାଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଏହି ଅଘଟଣ ଘଟିଛି। କମଳାଙ୍ଗ ଗାଁ ନିକଟରେ ଥିବା ରେଲୱେ ଟ୍ରାକ୍ ପାଇଁ ବିଦ୍ୟୁତ୍ ତାର ଟଣା ଯାଇଥିବା କୁହାଯାଉଛି। ତେବେ ବିଦ୍ୟୁତ୍ ତାର ୧୭ ଫୁଟ୍ ଉଚ୍ଚରେ ଟଣାଯିବା ନେଇ ନିୟମ ଥିବା ବେଳେ ଏହା ୮ ଫୁଟ୍ରେ ଟଣା ଯାଇଥିଲା ବୋଲି ସୂଚନା ମିଳିଛି। […]
ଭୁବନେଶ୍ୱର: ଏଣିକି ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍ ଡିଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ରାଜ୍ୟର ସବୁ ଜିଲ୍ଲାର ଏସ୍ପି ଓ ଡିସିପି ମାନଙ୍କୁ ପୁଲିସ୍ ଡିଜି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯଦି କୌଣସି ହିଂସା ବେଳେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ହେବ, ତେବେ ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀମାନେ ଗଣ୍ଡଗୋଳକାରୀଙ୍କ ବିରୋଧରେ FIR ଦାଏର କରିବେ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଯୋଧ୍ୟା ଗାଁ ନିକଟ କାଠପାଳ ପୋଲ ଠାରେ ସୋନ ନଦୀ ଭିତରୁ ପୁରାତନ ମନ୍ଦିରର ଭଗ୍ନାବଶେଷ ମିଳିଛି। କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ ଏହି ସବୁ ଭଗ୍ନାବଶେଷ ଦେଖିବାକୁ ପାଇଥିଲେ। ଏହା ପଥର, ଇଟା ଓ ଚୂନରେ ତିଆରି ହୋଇଥିବା ଜଣାପଡଡ଼ିଛି। ପୂର୍ବରୁ ଏହି ସ୍ଥାନରେ ଜନବସତି ଥିଲା। କାଳକ୍ରମେ ସୋନ ନଦୀର ଗତିପଥ ବଦଳିଯିବାରୁ ଜନବସତି ନଦୀ ଗର୍ଭରେ ମିଶି ଯାଇଥିବା ଗ୍ରାମବାସୀ କହିଛନ୍ତି। ପୂର୍ବରୁ […]
ଭୁବନେଶ୍ୱର: ଲୁଚି ଲୁଚି ବୁଲୁଛି ବାଘୁଣୀ ‘ସୁନ୍ଦରୀ’। ୩ ଦିନ ଧରି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ ଫେଲ୍ ମାରିବା ପରେ ବନ ବିଭାଗ ଏବେ ମଧ୍ୟପ୍ରଦେଶ ଏକ୍ସପର୍ଟଙ୍କ ସହାୟତା ଲୋଡ଼ିଛି। ଦିନେ ଦୁଇଦିନ ଭିତରେ ମଧ୍ୟପ୍ରଦେଶର ଟିମ୍ ପହଞ୍ଚିବା ପରେ ସୁନ୍ଦରୀ କାବୁ ହେବବୋଲି ଆଶା କରାଯାଉଛି। ସେପଟେ ସୁନ୍ଦରୀକୁ ଧରିବାରେ ଯେତିକି ବିଳମ୍ବ ହେଉଛି, ସ୍ଥାନୀୟ ଅଞ୍ଚଳବାସୀ ସେତିକି ଅଧିକ ଆତଙ୍କିତ ହୋଇପଡୁଛନ୍ତି। ସାତକୋଶିଆର ବାଘମୁଣ୍ଡା ନିକଟବର୍ତ୍ତୀ ଛାଞ୍ଚୁଣିଆ ଜଙ୍ଗଲରେ ଲୁଚି ଲୁଚି ବୁଲୁଛି […]
କୋଣାର୍କ: ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ। ବନ୍ଦ ଡାକରା ଯୋଗୁ କୋଣାର୍କରୁ ବାହାରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋଣାର୍କରୁ ପୁରୀ, କୋଣାର୍କ-ଭୁବନେଶ୍ୱର, କୋଣାର୍କରୁ କାକଟପୁର ରାସ୍ତା ଅବରୋଧ କରାଯାଇଛି। ଫଳରେ ସହରକୁ ଗାଡ଼ି ଆସିପାରୁନାହିଁ। ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ନାହିଁ […]
ବଲାଙ୍ଗିର: ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗିରରେ କଂଗ୍ରେସର ମେଗା ଶୋ। ଚାଷୀଙ୍କୁ ନିଜ ସପକ୍ଷରେ କରିବା ପାଇଁ ନୂଆ ରଣନୀତି ଆପଣାଇଛି ଦଳ। ଏଥିପାଇଁ ଆଜି ବଲାଙ୍ଗିରରେ ଜନ ଜାଗରଣ ସମାବେଶର ଆୟୋଜନ କରିଛି କଂଗ୍ରେସ। ରାଜ୍ୟର କୃଷୀ ଋଣ ଛାଡ଼, ଏମ୍ଏସ୍ପି ବୃଦ୍ଧି ଏବଂ ସ୍ୱାମିନାଥନ୍ କମିଶନ୍ଙ୍କ ଦାବିକୁ ଲାଗୁ କରିବା ପାଇଁ ଦଳ ପକ୍ଷରୁ ଦାବି ରହିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ମୁସ୍ତାନ ଅଲ୍ଲି ସମେତ ଅନ୍ୟ ବରିଷ୍ଠ […]