ବରଗଡ଼: ବହୁ ଚର୍ଚ୍ଚିତ ବରଗଡ଼ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ଆଜିର ଦିନରେ ଚକଡ଼ା ପୋକ ଦାଉରୁ ଫସଲକୁ ରକ୍ଷା କରିନପାରି ବୃନ୍ଦା ଆତ୍ମହତ୍ୟା କରିଥିଲେ। ରୋଗ ପୋକ ଦାଉରୁ ଫସଲ ବଞ୍ଚାଇ ନପାରି ଶେଷରେ ବୃନ୍ଦା କୀଟନାଶକ ପିଇ ଆତ୍ମହତ୍ୟାକୁ ବାଛିଥିଲେ। ତେବେ ବୃନ୍ଦାଙ୍କ ମୃତ୍ୟୁ ପରେ ମିଳିଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ତାଙ୍କ ପରିବାରକୁ ଘର, ଝିଅଙ୍କୁ ଉଚ୍ଚଶିକ୍ଷା ଭଳି ପ୍ରତିଶ୍ରୁତି କେବଳ ଆଶ୍ୱାସନାରେ ରହିଥିବା […]
ସମ୍ବଲପୁର: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମ୍ରନ ସିଂହ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ ହୋଇଛି। ବୁର୍ଲା ଥାନା ପୁଲିସ୍ ପକ୍ଷରୁ ଏହି ହତ୍ୟା ମାମଲା ରୁଜୁ ହୋଇଛି। ସିମ୍ରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି ହତ୍ୟା ମାମଲା ରୁଜୁ କରାଯାଇଛି। ଏନେଇ ସମ୍ବଲପୁର ଏସ୍ପି ସଞ୍ଜୀବ ଅରୋରା ସୂଚନା ଦେଇଛନ୍ତି। ପ୍ରାକଶ ଥାଉକି, ପୂର୍ବରୁ ଏନେଇ ବୁର୍ଲା ଥାନା ପୁଲିସ୍ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।
ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଆଜି ପ୍ରଥମ ଦିନରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଜଶିପୁର କାଳିଆମି ଗେଟ୍ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି। ପ୍ରତିଦିନ ପିଠାବଟା ଦେଇ ୨୫ ଓ କାଳିଆମି ଦେଇ ୩୫ଟି ଗାଡ଼ିକୁ ଅନୁମତି ମିଳିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହ ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି। ଅଭୟାରଣ୍ୟ ଭିତରେ ବରେହିପାଣି, ଚହଲା, ଯୋରନ୍ଦା, […]
ଗଞ୍ଜାମ: ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପୋଲସରାର ବାଲିସାହି ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ଘରୁ ଚୋରି କରିବାକୁ ଯାଇଥିଲେ। ଚୋରମାନେ ଘରେ ଭିତରେ ପ୍ରବେଶ କରି ଘରୁ ଚୋରି କରିବା ପରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ, ଏହି ସମୟରେ ନାବାଳିକାଙ୍କୁ ଉଠାଇ ନେଇ ସ୍ଥାନୀୟ ଏକ ଜମିରେ ଗଣ […]
କଟକ: ଫାର୍ମ ହାଉସ୍ରେ ସେକ୍ସ ରାକେଟ୍! କଟକ-ଚୌଦ୍ୱାର ପୌରପାଳିକା ଅଞ୍ଚଳରୁ ଏକ ସେକ୍ସ ରାକେଟ୍ ଠାବ ହୋଇଛି। ଚୌଦ୍ୱାରର ୧୪ ନମ୍ବର ୱାର୍ଡର ଏକ ଫାର୍ମ ହାଉସ୍ରେ ସେକ୍ସ ରାକେଟ୍ ଚାଲିଥିବା ନେଇ ର୍ଫାମ ହାଉସ୍ର ମାଲିକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଏବଂ ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩ ବାଇକ୍, ୨୩ ଶହ ଟଙ୍କା, ମୋବାଇଲ ଏବଂ କିଛି ଆପତ୍ତିଜନକ ସାମଗ୍ରୀ ପୁଲିସ୍ […]
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି। ସେପଟେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ର ସରକାରଙ୍କ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ସହ ୨୦୧୮ ଖରିଫର ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀକୁ ପରିବର୍ତ୍ତନ, ଚଳିତବର୍ଷ ଫସଲ ଋଣ ଶୁଝିବା ଅବଧିକୁ ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି, ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ ଆଦି ଘୋଷଣା ହୋଇଛି। ତେବେ ଏସବୁ ସହାୟତା […]
ପୁରୀ: ପୁଣି ଆଗେଇବ ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା। ଏଥିପାଇଁ ନୂଆ ଆମିକସ୍କ୍ୟୁରିଙ୍କୁ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ମିଳିଛି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପୂର୍ବରୁ ଶ୍ରୀମନ୍ଦିର ଆମିକସ୍କ୍ୟୁରୀ ଥିବା ଗୋପାଳ ସୁବ୍ରମଣ୍ୟମ୍ ହଠାତ୍ ଅବ୍ୟାହତି ନେବା ପରେ ଏ ପଦ ଖାଲି ପଡ଼ିଥିଲା। ତେବେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ କୌଣସି ପ୍ରସ୍ତାବ ଗ୍ରହଣ କରିବାବେଳେ ନୂଆ ଆମିକସ୍କ୍ୟୁରୀଙ୍କୁ ସହଯୋଗ କରିବେ ସୁପ୍ରିମକୋର୍ଟର ବରିଷ୍ଠ ମହିଳା ଓକିଲ ପ୍ରିୟା ହିଙ୍ଗୁରାନି। […]
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ବିଜୁ ସ୍ୱାସ୍ଥ୍ୟ ଯୋଜନା’ରେ ମାତ୍ର ୨ ମାସରେ ୧ କୋଟି ଲୋକଙ୍କ ଚିକିତ୍ସା କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଦାବିକୁ, ସେ କଡ଼ା ସମାଲୋଚନା କରିଛନ୍ତି। ଟୁଇଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି- ‘ଦୁଇ ମାସରେ ୧ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା, ମିଛୁଆ ରାଧୁଆ ଉପଖ୍ୟାନ। ସବୁ ଲୋକଙ୍କୁ ସବୁଦିନ ପାଇଁ ବୋକା ବନେଇ ହେବନାହିଁ।’ ଦୁଇ […]
କେନ୍ଦୁଝର: ଓଲଟି ପଡ଼ିଲା ଯାତ୍ରା ପାର୍ଟି ଗାଡ଼ି। ଯାତ୍ରା ସାରି ଫେରୁଥିବା ବେଳେ ବାଟରେ ଓଲଟି ପଡ଼ିଲା ଗାଡ଼ି। ସୌଭାଗ୍ୟବଶତଃ ଏଥିରେ ସାତ ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ବାଣେଶ୍ୱରୀ ଗଣନାଟ୍ୟର ଏକ ଟ୍ରକ୍ ଭାରସାମ୍ୟ ହରାଇ ଆଜି ଏଠାରେ ଓଲଟି ପଡ଼ିଥିଲା। ଯୋଡ଼ାରେ ଯାତ୍ରା ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତଙ୍କୁ ଝୁମ୍ପୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରା […]
ଭୁବନେଶ୍ୱର: ଗଣମାଧ୍ୟମ ଉପରେ ନକ୍ସଲଙ୍କ ଆକ୍ରମଣ। ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ଜଣ ପୁଲିସ୍ କର୍ମଚାରୀ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି। ମୃତ କ୍ୟାମେରାମ୍ୟାନ୍ଙ୍କ ନାଁ ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାରେ ବୋଲି ଜଣାପଡ଼ିଛି। ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଏହି ଆକ୍ରମଣ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ,ଦାନ୍ତେୱାଡାର ଆରନପୁରରେ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଦୂରଦର୍ଶନ ଟିମ୍ ଉପରେ ନକ୍ସଲ ଆକ୍ରମଣ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସେକ ନଇଁମ୍ ନାମକ ଜଣେ ବ୍ୟକ୍ତି ନିଜ ୭ମାସର ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ ଚମ୍ପୁଆ ସ୍ୱାସ୍ଥ୍ୟକେନ୍ଦ୍ରରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଶିଶୁକୁ ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା, ଶିଶୁଟିର କୌଣସି ଚିକିତ୍ସା କରିନଥିଲେ। ଭୋର ୫ଟା ସମୟରେ ଶିଶୁଟି ଗୁରତର ହୋଇଥିଲେ ମଧ୍ୟ କୌଣସି ଡାକ୍ତର […]
କଟକ: ହାଇକୋର୍ଟ ପରିସରରେ ଆଇନ୍ଜୀବୀଙ୍କ ଆନ୍ଦୋଳନ ବେଳେ ହିଂସାରେ ସଂପୃକ୍ତି ମିଳିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇ କହିଛନ୍ତି, ଗତକାଲି ହାଇକୋର୍ଟ ପରିସରରେ ଘଟିଥିବା ଘଟଣା ନେଇ ଲାଲବାଗ ଥାନାରେ ୨ଟି ମାମଲା ହୋଇଛି। ଆକ୍ରମଣର ଶିକାର ପୁଲିସ୍ କନଷ୍ଟେବଲଙ୍କ ଏତଲାରେ ମାମଲା ହୋଇଛି। ସେହିପରି ମାଡ଼ ଖାଇଥିବା ଜଣେ ଯୁବକଙ୍କ ଏତଲା ଆଧାରରେ […]
ସୁନ୍ଦରଗଡ଼: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲହୁଣୀପଡ଼ାରେ ଏହି ଲଜ୍ଜାକର ଘଟଣା ଘଟିଛି। ସୂଚନା ଅନୁସାରେ, ଘରକୁ ଛାଡ଼ି ଦେବାକୁ କହି ଜଣେ ନାବାଳିକାଙ୍କୁ ଗାଁ ଛକରୁ ଡାକି ନେଇ ବିଲ ମଝିରେ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ୍ ୪ଜଣଙ୍କୁ ଅଟକ ରଖିଛି। ଏହା ସହ ଏକ ବାଇକ୍କୁ ମଧ୍ୟ ପୁଲିସ୍ ଜବତ କରିଛି।
ନୟାଗଡ଼: ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ସାମନ୍ତରାୟପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଯୋଗୀ ପଲେଇ। ତାଙ୍କ ଘର ନେତାର ପଞ୍ଚାୟତ କେସ୍ତପଡାରେ। ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ଆଜି ସକାଳେ ଘରକୁ ଆସୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟ ଘଟିଥିଲା। ଅନ୍ୟପଟେ, ଏହି ଘଟଣାକୁ ନେଇ ସ୍ଥାନୀୟ […]
କେନ୍ଦୁଝର: ମହଙ୍ଗା ପଡିଲା ଜଙ୍ଗଲ ଭିତରେ ବଣୁଆ ହାତୀର ଲାଞ୍ଜ ଟାଣି ଖେଳିବା। ଏହି ଘଟଣାରେ କେନ୍ଦୁଝର ଚମ୍ପୁଆ ବନ ବିଭାଗ ୩ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜ୍ ଅଧୀନ ରଜିଆ ପଞ୍ଚାୟତ କଇଁତା ଗାଁ ଜଙ୍ଗଲରେ ୨୩ଟି ହାତୀ ଥିଲେ। ଗତକାଲି ହାତୀକୁ ଘଉଡାଇବାକୁ ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ସେଠାରେ ଭିଡ ଜମାଇଥିଲେ। ଏହି ସମୟରେ ୩ଜଣ ଯୁବକ ହାତୀ ପଛକୁ ଯାଇ ବାଡିରେ ପିଟିବାକୁ ଉଦ୍ୟମ କରିଥିଲେ। […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ୩୪ଟି ଝାଡ଼ଖଣ୍ଡୀ ହାତୀ ଜଙ୍ଗଲ ଭିତରେ ପଶିଥିବା ଜଣାପଡ଼ିଛି। ୩୪ଟି ଝାଡ଼ଖଣ୍ଡୀ ହାତୀ ପଲ ମଧ୍ୟରେ ଦୁଇଟି ଛୁଆ ହାତୀ ଅଛନ୍ତି। ସେପଟେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ପ୍ରତିବର୍ଷ ପରି ଚଳିତ ବର୍ଷ […]
ଗଞ୍ଜାମ: ପୁଣି ଗଞ୍ଜାମରେ ଏନ୍କାଉଣ୍ଟର। ଗତ କିଛି ଦିନ ତଳେ ପୁଲିସ୍ ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ବେଳେ ପୁଣି ଏକ ଏନ୍କାଉଣ୍ଟରରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ହୋଇଥିବା ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସ୍ୱାଇଁ ଓରଫ୍ ବାଦଲ ଆହତ ହୋଇଛି। ହିଞ୍ଜିଳିକାଟୁ-ଶେରଗଡ଼ ରାସ୍ତାର ଡେଙ୍ଗାପଦର ଛକରେ ଏହି ଏନ୍କାଉଣ୍ଟର ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜିତୁ ଏବଂ ତାର ସାଙ୍ଗ […]
ଭୁବନେଶ୍ୱର: ଯାହାଙ୍କ ପାଇଁ ଦିଲ୍ଲୀ ଦଉଡ଼, ଭୁବନେଶ୍ୱରରେ ପ୍ରତିବାଦ, ସେହି ଅନ୍ନଦାତା ଏବେ ପେଷି ହେଉଛି ସମସ୍ୟା ଘେରରେ। ଉଣା ଅଧିକେ ପ୍ରାୟ ସବୁ ସ୍ଥାନରେ ଧାନ ବିକିବାକୁ ନାକେଦମ ହେଉଛି ଚାଷୀ। ଧାନର ସହାୟକ ମୂଲ୍ୟ ତ ଦୂରର କଥା ମଣ୍ଡି ନ ଖୋଲିବାରୁ ଧାନ ଧରି ଦିନରାତି ମଣ୍ଡିରେ ପଡ଼ି ରହୁଛନ୍ତି ଚାଷୀ। ଶୀତ କାକରରେ ଖୋଲା ଆକାଶ ତଳେ ଶୋଇ ରହି ଧାନକୁ ଜଗି ରହିଛି ଚାଷୀ। ଏହି ଘଟଣା ହେଉଛି ସୁବର୍ଣପୁର […]
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଢେଙ୍କାନାଳରେ ପହଞ୍ଚିଛି। କ୍ରାଇମ୍ବ୍ରାଞ୍ଚ୍ର ୪ଜଣିଆ ଟିମ୍ ଢେଙ୍କାନାଳରେ ପହଞ୍ଚି ଡିଏଫ୍ଓ ଏବଂ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ରେ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଘଟଣାକୁ ନେଇ ଢେଙ୍କାନାଳ ମିଳିତ ବଜାର ପୂଜା କମିଟି ପକ୍ଷରୁ ଡିଏଫ୍ଓ ଅଫିସ ଘେରାଉ କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ […]
ଭୁବନେଶ୍ୱର: ଦୁଇ ମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍ ଓହରିଯିବା ପରେ ମଧ୍ୟ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। କଟକରେ ବାର୍ ଆସୋସିଏସନ୍ ତରଫରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇଛି। କଟକରେ ଆଜି ହାଇକୋର୍ଟର ବିଭିନ୍ନ ଫାଟକରେ ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟର ବିଭିନ୍ନ ଫାଟକରେ ୨୫ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସେପଟେ ବାଲେଶ୍ୱରରେ ମଧ୍ୟ ଆନ୍ଦୋଳନକୁ ତୀବ୍ରତର କରିଛି ବାଲେଶ୍ୱର ବାର୍ ଆସୋସିଏସନ୍। ଜିଲ୍ଲା ଦୌରା […]
ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ୍ରେ ଅଗ୍ନିକାଣ୍ଡ। ମେଡିକାଲ୍ କଲେଜର ୨ୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ବେଳେ ଫିଜିଓଥେରାପି ବିଭାଗରେ କୌଣସି ଛାତ୍ରଛାତ୍ରୀ ନଥିଲେ। ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଥିବା ଜଣାପଡ଼ିଛି। ନିଆଁ ଲାଗି ଯିବା ଫଳରେ ପୂରା ପରିବେଶ ଧୂଆଁମୟ ହୋଇ ଯାଇଥିଲା। ଠିକ୍ […]
ଭଦ୍ରକ: ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ଏହି ବନ୍ଦ ଡାକରା ଦେଇଛି। ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ ଜିଲ୍ଲା ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ସମର୍ଥନ କରିଛନ୍ତି। ବନ୍ଦ ବେଳେ କୌଣସି ହିଂସାକାଣ୍ଡ ନ ଘଟାଇବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଇଛି। […]
ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକରେ, କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ସହ ନିନ୍ଦା ବି କରିଛନ୍ତି। ବିଶେଷ କରି ସରକାରଙ୍କ ଆର୍ଥିକ ପରିଚାଳନା ଓ ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରିଛନ୍ତି ନନ୍ଦକିଶୋର। ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଛି। ମୁଣ୍ଡପିଛା ଆୟରେ ଅଗ୍ରଗତି ହୋଇଛି, କିନ୍ତୁ ଜାତୀୟ ହାରଠାରୁ ତଥାପି ଦୂରରେ ରହିଛି ରାଜ୍ୟ। ଏଣୁ ସରକାରଙ୍କୁ ଏ ଦିଗରେ ଆହୁରି ଅନେକ କିଛି […]
ବରଗଡ଼: ମହାବଳ ବାଘର ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରୁ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ଖଜୁରିଆ ଏବଂ ଦାମୋଦର ପଡ଼ା ଗାଁ ନିକଟ ଜଙ୍ଗଲରୁ ପୋତା ଅବସ୍ଥାରେ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ୩ଜଣିଆ ଟିମ୍ ମହାବଳକୁ ଉଦ୍ଧାର କରିଛନ୍ତି। ମୃତ ମହାବଳ ବାଘର ମୁଣ୍ଡ ନଥିବା ବେଳେ ଗୋଡ଼ର ନଖ ମଧ୍ୟ କଟା ଯାଇଥିବା […]