• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

naveen swain
ଯାହାଙ୍କ ଘରେ ଅମିତ୍‌ ଶାହ ଭୋଜନ କରିଥିଲେ, ସେ ଆଜି ମିଶିଲେ ବିଜେଡିରେ

ଭୁବନେଶ୍ୱର: ବିଜେପିରୁ ଯାଇ ସିଧା ବିଜେଡି କୋଳରେ। ପ୍ରାୟ ବର୍ଷେ ତଳେ ଯାହାଙ୍କ ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୋଜନ କରିଥିଲେ, ସେ ଏବେ ବିଜେଡି ଶିବିରକୁ ଯାଇ ଶଙ୍ଖ ଫୁଙ୍କୁଛନ୍ତି। ସେ ହେଲେ ଗଂଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବୀନ ସ୍ୱାଇଁ। ୨୦୧୭ ମସିହା ଜୁଲାଇ ୪ ରେ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ହୁଗୁଳାପଟାର ନବୀନ ସ୍ୱାଇଁଙ୍କ ଘରେ ଅମିତ ଶାହ ଭୋଜନ କରିଥିଲେ। ଏହାସହ ତାଙ୍କ ଅବସ୍ଥା ବଦଳାଇ […]

  • Tuesday, 20 July 2021
svja
ରାଜନୀତି ସହ ବଢୁଛି ଚାଷୀ ଦରଦ: ହେଲେ ମଣ୍ଡି ସମସ୍ୟାରେ ସଢୁଛି ଚାଷୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ କେତେ ରାଜନୀତି, କେତେ ଦରଦ, ହେଲେ ଅସଲରେ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। କେଉଁଠି ମଣ୍ଡିରେ ଧାନ ଧରି ଚାଷୀ ଶୀତକାକରରେ ପଡ଼ିଛନ୍ତି, ତ ଆଉ କେଁଉଠି  ହକ୍‌ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଆଉ କାଳିଆ ଯୋଜନାରେ ଫର୍ମଟିଏ ପାଇଁ ତ ଯେମିତି ପ୍ରତିଯୋଗିତା ଚାଲିଛି। ନେତାମାନଙ୍କର ଏତେ ଦରଦ ପରେ ବି ଚାଷୀଙ୍କ ଅବସ୍ଥା ଯାହାକୁ ତାହା। ଢେଙ୍କାନାଳ ବେଲଟିକିରିର ମଣ୍ଡିରୁ ମିଲର ଧାନ ନେଉ ନଥିବା […]

  • Tuesday, 20 July 2021
elephant
ରାସ୍ତା ଉପରେ ହାତୀଙ୍କ ରାଜୁତି

ବାଲେଶ୍ୱର: ରାସ୍ତା ଉପରେ ହାତୀଙ୍କ ରାଜୁତି। ଛୁଆଠୁ ବଡ଼ ପର୍ଯ୍ୟନ୍ତ ୩୪ଟି ହାତୀ ରାସ୍ତା ଉପରେ ରାଜ୍‌ କରୁଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ତିନିକୋଶିଆ ଜଙ୍ଗଲ ଭିତର ଦେଇ ଯାଇଥିବା ଭାଲୁକାଶୁଣି-ନରଣପୁର ରାସ୍ତା ଉପରେ ଗତକାଲି ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ହାତୀପଲକୁ ଦେଖି ଭୟରେ ଜଣେ ବ୍ୟକ୍ତି ବାଇକ୍‌ ଛାଡ଼ି ଦେଇ ପଳାଇ ଥିଲେ। ବାଇକ୍‌କୁ କିଏ ଶୁଣ୍ଢରେ ଟେକିବାକୁ ଚେଷ୍ଟା କରିଥିଲା ତ ଆଉ କିଏ ପାଦରେ ଠେଲି ଦେଇଥିଲା ଦୂରକୁ। ଏହାପରେ […]

  • Tuesday, 20 July 2021
ahara
୩ ହଜାର ଲୋକଙ୍କ ଖାଦ୍ୟ ଖତଗଦାରେ ଫିଙ୍ଗିଦେଲେ

ସମ୍ବଲପୁର: ଭୋକିଲା ପେଟ ବଦଳରେ ଡମ୍ପିଂ ୟାର୍ଡକୁ ଗଲା ୫ ଟଙ୍କିଆ ଆହାର। ସମ୍ବଲପୁର ସହରରରେ ପ୍ରଶାସନିକ ଅଧିକାରୀଙ୍କ ପରିଚାଳନାଗତ ଦୂରଦର୍ଶିତା ଅଭାବରୁ ପ୍ରାୟ ୩ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ଆହାର ଭାତ-ଡାଲମାକୁ ଖତ ଗଦାରେ ଫିଙ୍ଗା ଯାଇଛି। ଏଣେ ଭାତ ଫିଙ୍ଗା ଦୃଶ୍ୟକୁ ମୋବାଇଲରେ କଏଦ କରିବା ସହ ଏହାକୁ ନେଇ ସମ୍ବଲପୁର ସହରର କିଛି ଆଇନଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର […]

  • Tuesday, 20 July 2021
doctor resign
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜର ୪ ଡାକ୍ତରଙ୍କ ଇସ୍ତଫା

କୋରାପୁଟ: କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଜଣ ଡାକ୍ତର ସାମୁହିକ ଭାବେ ଇସ୍ତଫା ଦେଇଛନ୍ତି। ଦରମା ବନ୍ଦ କରି ଦେବାରୁ ଏହି ୪ ଡାକ୍ତର ସାମୁହିକ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଇସ୍ତଫା ଦେଇଥିବା ଡାକ୍ତର ମାନେ ଭେଷଜ ବିଭାଗର ବୋଲି ଜଣାପଡ଼ିଛି। ବାଓମେଟ୍ରିକ୍‌ ଉପସ୍ଥାପନରେ ଏହି ଚାରି ଡାକ୍ତର ମେଡିକାଲ୍ କଲେଜରେ ଅନୁପସ୍ଥିତ ଥିବା ଦେଖାଇବାରୁ ଡିନ୍‌ ସେମାନଙ୍କ ଦରମା ବନ୍ଦ କରି ଦେଇଥିଲେ। ଏହି ଡାକ୍ତରମାନେ ଅଭିଯୋଗ କରିଛନ୍ତି,  ସେମାନେ […]

  • Tuesday, 20 July 2021
kharabela swain
ଖାରବେଳ ସ୍ୱାଇଁଙ୍କୁ ପୁଣି ବିଜେଡି କର୍ମୀଙ୍କ ବିରୋଧ

ବାଲେଶ୍ୱର: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ବାଲେଶ୍ୱରରେ ବିରୋଧ। ଏଥର ବି ଖାରବେଳଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ। ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରାରେ ପୁଲିସ୍‌ ଓ ମାଇକ୍‌ ଅନୁମତି ନେଇ ରାସ୍ତାକଡ଼ରେ ଏକ ମିଟିଂ କରୁଥିବା ବେଳେ ସେଠାକାର ବିଜେଡିର ସ୍ଥାନୀୟ ପଞ୍ଚାୟତ ସମିତି ସଦସ୍ୟ ଓ ତାଙ୍କର କିଛି ସମର୍ଥକ ଆସି ଗଣ୍ଡଗୋଳ କରିଥିଲେ ବୋଲି ଖାରବେଳ କହିଛନ୍ତି। ଖଇରା ଡୁଙ୍ଗୁରାରେ ଖାରବେଳ ସ୍ୱାଇଁଙ୍କ ମିଟିଂ ବେଳେ ବିଜେଡି କର୍ମୀଙ୍କ […]

  • Tuesday, 20 July 2021
landmine  exploding
କ୍ୟାମେରାରେ କଏଦ ହେଲା ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣର ଲାଇଭ ଭିଜୁଆଲ

ଭୁବନେଶ୍ୱର: ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣର ଲାଇଭ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଣ୍ଟି ଲ୍ୟାଣ୍ଡ୍‌ ମାଇନ୍‌ ଗାଡ଼ି ପାଖାପାଖି ୧୦୦ ଫୁଟ୍ ଉପରକୁ ଉଠି ଛିଟିକି ହୋଇ ପଡିଥିଲା ବୋଲି ସୂଚନା ମିଳିଛି। ଗତ ୨୭ ତାରିଖରେ ଛତିଶଗଡ଼ ବିଜାପୁରରେ ଲାଲ୍‌ବାହିନୀ ଏହି ଆକ୍ରମଣ କରିଥିଲେ। ଏଥିରେ ଆଣ୍ଟି ଲ୍ୟାଣ୍ଡ୍‌ମାଇନ୍ ଗାଡ଼ି ଧ୍ୱଂସ ହୋଇଥିଲା। ବିସ୍ଫୋରଣର ଏହି ଦୃଶ୍ୟକୁ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ କଏଦ କରାଯାଇଛି। ଏହି ବିସ୍ଫୋରଣ […]

  • Tuesday, 20 July 2021
conr
ଧାନ ପରେ ମକାର ଅଭାବୀ ବିକ୍ରି

ଗଜପତି: ଧାନ ପରେ ଏବେ ଗଜପତି ଜିଲ୍ଲାରେ ମକାର ଅଭାବୀ ବିକ୍ରି ଘଟଣା ଦେଖିବାକୁ ମିଳିଛି। ବଜାର ସୁବିଧା ନଥିବାରୁ ଚାଷୀମାନେ ଅଳ୍ପ ଦାମରେ ମକା ବିକିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାର ୭ଟି ବ୍ଲକ୍ ବିଶେଷ କରି ମୋହନାରେ ଅତ୍ୟଧିକ ପରିମାଣର ମକା ଚାଷ ହୋଇଥାଏ। ଏଥର ଆଶାତୀତ ଉତ୍ପାଦନ ହୋଇଥିଲେ ବି ବଜାର ନଥିବାରୁ ବିକ୍ରି ହୋଇପାରୁନାହିଁ। ଫଳରେ ଶହ ଶହ ମକା ପଡ଼ିରହୁଛି। କିଏ ରାସ୍ତାରେ ଗଦା କରି ମକା […]

  • Tuesday, 20 July 2021
farmer
ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁ ଘଟଣାକୁ ପୂରିଲା ବର୍ଷେ; ପାଳନ ହୋଇନି ପ୍ରତିଶ୍ରୁତି

ବରଗଡ଼: ବହୁ ଚର୍ଚ୍ଚିତ ବରଗଡ଼ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ଆଜିର ଦିନରେ ଚକଡ଼ା ପୋକ ଦାଉରୁ ଫସଲକୁ ରକ୍ଷା କରିନପାରି ବୃନ୍ଦା ଆତ୍ମହତ୍ୟା କରିଥିଲେ। ରୋଗ ପୋକ ଦାଉରୁ ଫସଲ ବଞ୍ଚାଇ ନପାରି ଶେଷରେ ବୃନ୍ଦା କୀଟନାଶକ ପିଇ ଆତ୍ମହତ୍ୟାକୁ ବାଛିଥିଲେ। ତେବେ ବୃନ୍ଦାଙ୍କ ମୃତ୍ୟୁ ପରେ ମିଳିଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ତାଙ୍କ ପରିବାରକୁ ଘର, ଝିଅଙ୍କୁ ଉଚ୍ଚଶିକ୍ଷା ଭଳି ପ୍ରତିଶ୍ରୁତି କେବଳ ଆଶ୍ୱାସନାରେ ରହିଥିବା […]

  • Tuesday, 20 July 2021
simran
ଅଭିନେତ୍ରୀ ସିମ୍‌ରନଙ୍କ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ

ସମ୍ବଲପୁର: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମ୍‌ରନ ସିଂହ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ  ହୋଇଛି। ବୁର୍ଲା ଥାନା ପୁଲିସ୍ ପକ୍ଷରୁ ଏହି ହତ୍ୟା ମାମଲା ରୁଜୁ ହୋଇଛି। ସିମ୍‌ରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି ହତ୍ୟା ମାମଲା ରୁଜୁ କରାଯାଇଛି। ଏନେଇ ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା ସୂଚନା ଦେଇଛନ୍ତି। ପ୍ରାକଶ ଥାଉକି, ପୂର୍ବରୁ ଏନେଇ ବୁର୍ଲା ଥାନା ପୁଲିସ୍ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।  

  • Tuesday, 20 July 2021
similipal
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଆଜି ପ୍ରଥମ ଦିନରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍‌ ଏବଂ ଜଶିପୁର କାଳିଆମି ଗେଟ୍‌ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି। ପ୍ରତିଦିନ ପିଠାବଟା ଦେଇ ୨୫ ଓ କାଳିଆମି ଦେଇ ୩୫ଟି ଗାଡ଼ିକୁ ଅନୁମତି ମିଳିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହ ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି। ଅଭୟାରଣ୍ୟ ଭିତରେ ବରେହିପାଣି, ଚହଲା, ଯୋରନ୍ଦା, […]

  • Tuesday, 20 July 2021
representational image
ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗଞ୍ଜାମ: ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପୋଲସରାର ବାଲିସାହି ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ଘରୁ ଚୋରି କରିବାକୁ ଯାଇଥିଲେ। ଚୋରମାନେ ଘରେ ଭିତରେ ପ୍ରବେଶ କରି ଘରୁ ଚୋରି କରିବା ପରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ, ଏହି ସମୟରେ ନାବାଳିକାଙ୍କୁ ଉଠାଇ ନେଇ ସ୍ଥାନୀୟ ଏକ ଜମିରେ ଗଣ […]

  • Tuesday, 20 July 2021
Sex-Racket
ଫାର୍ମ ହାଉସ୍‌ରେ ସେକ୍ସ ରାକେଟ୍‌!

କଟକ: ଫାର୍ମ ହାଉସ୍‌ରେ ସେକ୍ସ ରାକେଟ୍‌! କଟକ-ଚୌଦ୍ୱାର ପୌରପାଳିକା ଅଞ୍ଚଳରୁ ଏକ ସେକ୍ସ ରାକେଟ୍‌ ଠାବ ହୋଇଛି। ଚୌଦ୍ୱାରର ୧୪ ନମ୍ବର ୱାର୍ଡର ଏକ ଫାର୍ମ ହାଉସ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ର୍ଫାମ ହାଉସ୍‌ର ମାଲିକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଏବଂ ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩ ବାଇକ୍, ୨୩ ଶହ ଟଙ୍କା, ମୋବାଇଲ ଏବଂ କିଛି ଆପତ୍ତିଜନକ ସାମଗ୍ରୀ ପୁଲିସ୍‌ […]

  • Tuesday, 20 July 2021
titli
ତିତ୍‌ଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି। ସେପଟେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ର ସରକାରଙ୍କ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ସହ ୨୦୧୮ ଖରିଫର ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀକୁ ପରିବର୍ତ୍ତନ, ଚଳିତବର୍ଷ ଫସଲ ଋଣ ଶୁଝିବା ଅବଧିକୁ ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି, ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ ଆଦି ଘୋଷଣା ହୋଇଛି। ତେବେ ଏସବୁ ସହାୟତା […]

  • Tuesday, 20 July 2021
amicus
ପୁଣି ଆଗେଇବ ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା

ପୁରୀ: ପୁଣି ଆଗେଇବ ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା। ଏଥିପାଇଁ ନୂଆ ଆମିକସ୍‌କ୍ୟୁରିଙ୍କୁ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ମିଳିଛି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପୂର୍ବରୁ ଶ୍ରୀମନ୍ଦିର ଆମିକସ୍‌କ୍ୟୁରୀ ଥିବା ଗୋପାଳ ସୁବ୍ରମଣ୍ୟମ୍ ହଠାତ୍ ଅବ୍ୟାହତି ନେବା ପରେ ଏ ପଦ ଖାଲି ପଡ଼ିଥିଲା। ତେବେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ କୌଣସି ପ୍ରସ୍ତାବ ଗ୍ରହଣ କରିବାବେଳେ ନୂଆ ଆମିକସ୍‌କ୍ୟୁରୀଙ୍କୁ ସହଯୋଗ କରିବେ ସୁପ୍ରିମକୋର୍ଟର ବରିଷ୍ଠ ମହିଳା ଓକିଲ ପ୍ରିୟା ହିଙ୍ଗୁରାନି। […]

  • Tuesday, 20 July 2021
Dharmendra2
‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ବନାମ ‘ମିଛୁଆ ରାଧୁଆ’ ଉପାଖ୍ୟାନ

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ବିଜୁ ସ୍ୱାସ୍ଥ୍ୟ ଯୋଜନା’ରେ ମାତ୍ର ୨ ମାସରେ ୧ କୋଟି ଲୋକଙ୍କ ଚିକିତ୍ସା କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଦାବିକୁ, ସେ କଡ଼ା ସମାଲୋଚନା କରିଛନ୍ତି। ଟୁଇଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି- ‘ଦୁଇ ମାସରେ ୧ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା, ମିଛୁଆ ରାଧୁଆ ଉପଖ୍ୟାନ। ସବୁ ଲୋକଙ୍କୁ ସବୁଦିନ ପାଇଁ ବୋକା ବନେଇ ହେବନାହିଁ।’ ଦୁଇ […]

  • Tuesday, 20 July 2021
jatra party truck overturns
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରା ପାର୍ଟି ଗାଡ଼ି

କେନ୍ଦୁଝର: ଓଲଟି ପଡ଼ିଲା ଯାତ୍ରା ପାର୍ଟି ଗାଡ଼ି। ଯାତ୍ରା ସାରି ଫେରୁଥିବା ବେଳେ ବାଟରେ ଓଲଟି ପଡ଼ିଲା ଗାଡ଼ି। ସୌଭାଗ୍ୟବଶତଃ ଏଥିରେ ସାତ ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ବାଣେଶ୍ୱରୀ ଗଣନାଟ୍ୟର ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଆଜି ଏଠାରେ ଓଲଟି ପଡ଼ିଥିଲା। ଯୋଡ଼ାରେ ଯାତ୍ରା ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତଙ୍କୁ ଝୁମ୍ପୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରା […]

  • Tuesday, 20 July 2021
camera man die
ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ

ଭୁବନେଶ୍ୱର: ଗଣମାଧ୍ୟମ ଉପରେ ନକ୍ସଲଙ୍କ ଆକ୍ରମଣ। ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି। ମୃତ କ୍ୟାମେରାମ୍ୟାନ୍‌ଙ୍କ ନାଁ ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାରେ ବୋଲି ଜଣାପଡ଼ିଛି। ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଏହି ଆକ୍ରମଣ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ,ଦାନ୍ତେୱାଡାର ଆରନପୁରରେ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଦୂରଦର୍ଶନ ଟିମ୍ ଉପରେ ନକ୍ସଲ ଆକ୍ରମଣ […]

  • Tuesday, 20 July 2021
representational image
ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସେକ ନଇଁମ୍ ନାମକ ଜଣେ ବ୍ୟକ୍ତି ନିଜ ୭ମାସର ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ ଚମ୍ପୁଆ ସ୍ୱାସ୍ଥ୍ୟକେନ୍ଦ୍ରରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଶିଶୁକୁ ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା, ଶିଶୁଟିର କୌଣସି ଚିକିତ୍ସା କରିନଥିଲେ। ଭୋର ୫ଟା ସମୟରେ ଶିଶୁଟି ଗୁରତର ହୋଇଥିଲେ ମଧ୍ୟ କୌଣସି ଡାକ୍ତର […]

  • Tuesday, 20 July 2021
satyajit mohanty
ପରିସ୍ଥିତି ସ୍ୱାଭାବିକ ହେବା ଯାଏ ହାଇକୋର୍ଟରେ ମୁତୟନ ରହିବେ ପୁଲିସ୍‌ ଫୋର୍ସ

କଟକ: ହାଇକୋର୍ଟ ପରିସରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ବେଳେ ହିଂସାରେ ସଂପୃକ୍ତି ମିଳିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ପୁଲିସ୍‌ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତି ସୂଚନା ଦେଇ କହିଛନ୍ତି, ଗତକାଲି ହାଇକୋର୍ଟ ପରିସରରେ ଘଟିଥିବା ଘଟଣା ନେଇ ଲାଲବାଗ ଥାନାରେ ୨ଟି ମାମଲା ହୋଇଛି। ଆକ୍ରମଣର ଶିକାର ପୁଲିସ୍‌ କନଷ୍ଟେବଲଙ୍କ ଏତଲାରେ ମାମଲା ହୋଇଛି। ସେହିପରି ମାଡ଼ ଖାଇଥିବା ଜଣେ ଯୁବକଙ୍କ ଏତଲା ଆଧାରରେ […]

  • Tuesday, 20 July 2021
representational image
ଘରକୁ ଛାଡ଼ି ଦେବାକୁ କହି ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ସୁନ୍ଦରଗଡ଼: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲହୁଣୀପଡ଼ାରେ ଏହି ଲଜ୍ଜାକର ଘଟଣା ଘଟିଛି। ସୂଚନା ଅନୁସାରେ, ଘରକୁ ଛାଡ଼ି ଦେବାକୁ କହି ଜଣେ ନାବାଳିକାଙ୍କୁ ଗାଁ ଛକରୁ ଡାକି ନେଇ ବିଲ ମଝିରେ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ୍‌ ୪ଜଣଙ୍କୁ ଅଟକ ରଖିଛି।  ଏହା ସହ ଏକ ବାଇକ୍‌କୁ ମଧ୍ୟ ପୁଲିସ୍‌ ଜବତ କରିଛି।

  • Tuesday, 20 July 2021
elderly man die
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ନୟାଗଡ଼: ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ସାମନ୍ତରାୟପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଯୋଗୀ ପଲେଇ। ତାଙ୍କ ଘର ନେତାର ପଞ୍ଚାୟତ କେସ୍ତପଡାରେ। ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ଆଜି ସକାଳେ ଘରକୁ ଆସୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟ ଘଟିଥିଲା। ଅନ୍ୟପଟେ, ଏହି ଘଟଣାକୁ ନେଇ ସ୍ଥାନୀୟ […]

  • Tuesday, 20 July 2021
elephant
ମହଙ୍ଗା ପଡିଲା ହାତୀର ଲାଞ୍ଜ ଟାଣିବା

କେନ୍ଦୁଝର: ମହଙ୍ଗା ପଡିଲା ଜଙ୍ଗଲ ଭିତରେ ବଣୁଆ ହାତୀର ଲାଞ୍ଜ ଟାଣି ଖେଳିବା। ଏହି ଘଟଣାରେ କେନ୍ଦୁଝର ଚମ୍ପୁଆ ବନ ବିଭାଗ ୩ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜ୍‌ ଅଧୀନ ରଜିଆ ପଞ୍ଚାୟତ କଇଁତା ଗାଁ ଜଙ୍ଗଲରେ ୨୩ଟି ହାତୀ ଥିଲେ। ଗତକାଲି ହାତୀକୁ ଘଉଡାଇବାକୁ ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ସେଠାରେ ଭିଡ ଜମାଇଥିଲେ। ଏହି ସମୟରେ ୩ଜଣ ଯୁବକ  ହାତୀ ପଛକୁ ଯାଇ ବାଡିରେ ପିଟିବାକୁ ଉଦ୍ୟମ କରିଥିଲେ। […]

  • Tuesday, 20 July 2021
elephant
ନୀଳଗିରିରେ ହାତୀ ଉପଦ୍ରବ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ୩୪ଟି ଝାଡ଼ଖଣ୍ଡୀ ହାତୀ ଜଙ୍ଗଲ ଭିତରେ ପଶିଥିବା ଜଣାପଡ଼ିଛି। ୩୪ଟି ଝାଡ଼ଖଣ୍ଡୀ ହାତୀ ପଲ ମଧ୍ୟରେ ଦୁଇଟି ଛୁଆ ହାତୀ ଅଛନ୍ତି। ସେପଟେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ପ୍ରତିବର୍ଷ ପରି ଚଳିତ ବର୍ଷ […]

  • Tuesday, 20 July 2021
encounter
ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ; ମାଉଜର, ମୋବାଇଲ୍ ଫୋନ୍‌ ଓ ବାଇକ୍ ଜବତ

ଗଞ୍ଜାମ: ପୁଣି ଗଞ୍ଜାମରେ ଏନ୍‌କାଉଣ୍ଟର। ଗତ କିଛି ଦିନ ତଳେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ବେଳେ ପୁଣି ଏକ ଏନ୍‌କାଉଣ୍ଟରରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସ୍ୱାଇଁ ଓରଫ୍ ବାଦଲ ଆହତ ହୋଇଛି। ହିଞ୍ଜିଳିକାଟୁ-ଶେରଗଡ଼ ରାସ୍ତାର ଡେଙ୍ଗାପଦର ଛକରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜିତୁ ଏବଂ ତାର ସାଙ୍ଗ […]

  • Tuesday, 20 July 2021