ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିଗଲା ବସ୍। ଭୁବନେଶ୍ୱର ଖଣ୍ଡଗିରି ଛକରେ ୨ଟି ବସ୍ ଜଳି ଯାଇଛି। ଆଜି ସକାଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରି ଛକ ନିକଟରେ ଥିବା ପ୍ରେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପଡ଼ିଆରେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ୨ଟି ପୁରୁଣା ବସ୍ ହୁତୁହୁତୁ ହୋଇ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ, ବିଦ୍ୟୁତ୍ ତାର ସଂସ୍ପର୍ଶରେ […]
କେନ୍ଦ୍ରାପଡ଼ା: ଓଡ଼ିଶା ଉପକୂଳରେ ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଶହ ଶହ ମାଇଲ୍ ସମୁଦ୍ର ପାର ହୋଇ ପହଞ୍ଚି ଗଲେଣି ଅତିଥି। ଆଉ ବଂଶବୃଦ୍ଧି ଲାଗି ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥାରେ କଇଁଛଙ୍କ ଆଗମନ ହୋଇଥିବା ବେଳେ ପୁରୀର ଅସ୍ତରଙ୍ଗ ଅଞ୍ଚଳରେ କଇଁଛଙ୍କ ସୁରକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ନଭେମ୍ବର ପହିଲାରୁ ମାଛଧରା ଉପରେ କଟକଣା ଜାରି ହୋଇଛି। କଇଁଛଙ୍କ ସୁରକ୍ଷା ଲାଗି ବନବିଭାଗ […]
ଭଞ୍ଜନଗର: ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଦଦରାଲୁଣ୍ଡା ଗାଁ ଛକରେ ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର୍ ଲଗାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ପୁଲିସ୍ ଇନ୍ଫର୍ମରଙ୍କୁ ମୃତ୍ୟୁ ଦଣ୍ଡ ନେଇ ଲାଲ୍ବାହିନୀ ଧମକ ଦେଇଛି। ଏଥିସହ ଗଞ୍ଜାମ ଜିଲ୍ଲାର ୨ ଜଣ ବିଧାୟକଙ୍କୁ ମୃତ୍ୟୁ ଧମକ ମଧ୍ୟ ଦିଆଯାଇଛି। ସିପିଆଇ ମାଓବାଦୀ ସଂଗଠନ ନାଁରେ ଏହି ବ୍ୟାନର୍ ଲଗାଯାଇଛି। ତେବେ ପ୍ରକୃତରେ ସିପିଆଇ ମାଓବାଦୀ ନା ଆଉ କିଏ ଲଗାଇଛି, ତାହା ସ୍ପଷ୍ଟ ହୋଇନି। ଏନେଇ ପୁଲିସ୍ର […]
ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହେବାକୁ ଥିବା ବିଶାଳ ଚାଷୀ ସମାବେଶ ପାଇଁ ଚାଲିଥିବା ପଦଯାତ୍ରା କଟକରେ ପହଞ୍ଚିଛି। କାଠଯୋଡ଼ି ନଦୀ ପାଖରେ ଥିବା ପଡ଼ିଆରେ ହଜାର ହଜାର ଚାଷୀ ଖୋଲା ଆକାଶ ତଳେ ରାତ୍ରୀ ଯାପନ କରିଥିବା ସୂଚନା ମିଳିଛି। ଅନ୍ୟପଟେ, ଚାଷୀଙ୍କ ଏହି ଆନ୍ଦୋଳନକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ଏଥିସହ ଚାଷୀଙ୍କ ରାଲିରେ ଯୋଗ ମଧ୍ୟ ଦେଇଥିଲେ। ଚାଷୀଙ୍କ ନ୍ୟାୟ ଦାବିକୁ […]
ଭୁବନେଶ୍ୱର: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ଆଜିଠାରୁ ପୁଣି ଅପରେସନ୍ ସୁନ୍ଦରୀ ଆରମ୍ଭ ହେବ। ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାର ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ। ସୁନ୍ଦରୀକୁ ଧରିବାରେ ଚନ୍ଦକାର କୁମ୍କୀ ହାତୀ ‘ଯଶୋଦା’ ସାହାଯ୍ୟ କରିବ। ଏଥିପାଇଁ ସାତକୋଶିଆର ପୁରୁଣାକୋଟରେ ଯଶୋଦା ପହଞ୍ଚିଛି। ଚନ୍ଦକା ଗୋଡ଼ିବାରିରୁ ଯଶୋଦା ସହ ଚାରି ମାହୁନ୍ତ ଓ ବନ କର୍ମଚାରୀ ମଧ୍ୟ ସାତକୋଶିଆରେ ପହଞ୍ଚିଛନ୍ତି। ସେପଟେ କର୍ଣ୍ଣାଟକରୁ ମଧ୍ୟ ୨ଟି କୁମ୍କୀ ହାତୀ ଆଣିବାକୁ ବନ ବିଭାଗ ପ୍ରୟାସ […]
ଭୁବନେଶ୍ୱର: ଛତିଶଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମାଓବାଦୀ ଆକ୍ରମଣ ଘଟଣାର ୪ ଦିନ ପରେ ମାଓବାଦୀ ସଂଗଠନ ସଫେଇ ଦେଇଛି। ଏହି ଘଟଣାକୁ ନେଇ ସିପିଆଇ ମାଓବାଦୀ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ପୁଲିସ୍ ସହ ଗଣମାଧ୍ୟମ ପ୍ରତିନିଧି ଟିମ୍ରେ ଥିଲେ ବୋଲି ଜାଣିପାରି ନଥିବା ଏହି ଚିଠିରେ ଲେଖାଯାଇଛି। ଏଥିସହ ବିଶେଷ କରି ନିର୍ବାଚନ ସଂକ୍ରାନ୍ତୀୟ ଡ୍ୟୁଟି ସମୟରେ ପୁଲିସ୍ ସହ ସାମ୍ବାଦିକମାନେ ନଯିବା ପାଇଁ ଚିଠି ମାଧ୍ୟମରେ ମାଓବାଦୀ ସଂଗଠନ ପକ୍ଷରୁ ପରାମର୍ଶ […]
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା SATରେ ଖାଲିପଡ଼ିଥିବା ସଦସ୍ୟ ପଦବିଗୁଡ଼ିକୁ ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଖାଲି ପଡ଼ିଥିବା ସଦସ୍ୟ ପଦବିଗୁଡ଼ିବ ସଂପର୍କୀତ ସ୍ୟାଟ୍ ବାର ଆବେଦନର ଶୁଣାଣିକରି ହାଇକୋର୍ଟ ଏହି ନର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦବି ମିସାଇ ମୋଟ ୮ ଜଣ ସଦସ୍ୟ ରହିବା କଥା। ଗତ ୨ ବର୍ଷ ଧରି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବା ବେଳେ ମାତ୍ର […]
ମାଲକାନଗିରି: ସମସ୍ୟା ଜଣାଇବାକୁ ରାତି ଅଧରେ ଛାତ୍ରମାନେ ଚାଲି ଚାଲି ବାହାରିଥିଲେ ପ୍ରଶାସନ ପାଖକୁ। କାହିଁକି ନା ସେମାନଙ୍କର ଅଭିଯୋଗ ଥିଲା ଯେ, ହଷ୍ଟେଲରେ ନା ଠିକ୍ ଭାବେ ଖାଇବାକୁ ଦିଆଯାଉଛି ନା ବିଜୁଳି କି ପାନୀୟ ଜଳର ବ୍ୟବସ୍ଥା ରହିଛି। ମାଲକାନଗିରି ତାରଲାକୋଟା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଆବାସିକ ହଷ୍ଟେଲରେ ରହୁଥିବା ୪୦ରୁ ଉର୍ଦ୍ଧ୍ୱ ଛାତ୍ର ସ୍କୁଲର ସମସ୍ୟା ଜଣାଇବାକୁ ଚାଲି ଚାଲି ଯାଉଥିଲେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିବାକୁ। କିନ୍ତୁ ବାଟରେ ଲୋକେ […]
ଭୁବନେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସତ୍ୟପାଠ ଦାଖଲ ପାଇଁ ପୁଣି ମିଳିଲା ଆଉ ଏକ ସୁଯୋଗ। ଅର୍ଥାତ ଚଳିତ ମାସ ୩୧କୁ ସତ୍ୟପାଠ ଆବେଦନର ଅବଧି ପୁଣି ବଢ଼ାଇଛନ୍ତି ଜଷ୍ଟିସ ଏମ.ଏମ୍.ଦାସ କମିଶନ। ଜମାକାରୀ ସ୍ପିଡ୍ ପୋଷ୍ଟ କି ରେଜିଷ୍ଟ୍ରି ସହ କୋରିୟର ସର୍ଭିସ ଜରିଆରେ ସେମାନଙ୍କର ଆବେଦନ ପଠାଇପାରିବେ। ଏହାପରେ ସତ୍ୟପାଠ ଦାଖଲ ପାଇଁ ଆଉ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତି। ତେବେ ସତ୍ୟପାଠ ଦାଖଲ କରିନଥିବା କ୍ଷତିଗ୍ରସ୍ତଙ୍କ ପାଇଁ ହୁଏତ ଏହା […]
ଢେଙ୍କାନାଳ: କୂଅରେ ଖସି ପଡ଼ିଲା ଦନ୍ତା ହାତୀ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ମହୀଧରପୁର ଗାଁ ନିକଟସ୍ଥ ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ହାତୀଟି ଖସି ପଡ଼ିଥିବା ଦେଖିବାକୁ ମିଳିଛି। ହାତୀ ପଲ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଏହି ହାତୀଟି କୂଅ ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି କୂଅ ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗି ପଡିଛନ୍ତି। ହାତୀଟିର ବୟସ ୬ରୁ ୭ ବର୍ଷ ହେବ […]
ଭୁବନେଶ୍ୱର: ଯେତେ ସଜାଡ଼ିଲେ ବି ସଜାଡ଼ି ହେଉନି କଂଗ୍ରେସର ଘର। ନିର୍ବାଚନ ଯେତିକି ପାଖଉଛି ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନେତାଙ୍କ ଦଳ ଡିଆଁ ଭୟ ସେତିକି ବଢୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦଳ ଡିଆଁ ଚିନ୍ତା ଘାରିଛି ଲାଗିଛି। ତେବେ ଦଳ ଡିଆଁ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ନିଜ ସହଯୋଗୀ ଓ ସମର୍ଥକଙ୍କ ସହ ବାରମ୍ବାର ଆଲୋଚନା କରି ନବ ସେମାନଙ୍କ ପରାମର୍ଶ ନେଉଛନ୍ତି। ସେହିପରି ନିଜ […]
ଭୁବନେଶ୍ୱର: ବାରିପଦା ସଭାରେ ନବୀନଙ୍କ ପ୍ରତି ନରମ ଆଉ କଂଗ୍ରେସ ପ୍ରତି ମୋଦିଙ୍କ ଗରମ ଆଭିମୁଖ୍ୟକୁ ନେଇ ରାଜ୍ୟରେ ଏବେ ଜୋରଦାର ଚର୍ଚ୍ଚା ହେଉଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନଠୁ ଆରମ୍ଭ କରି କୋଟା ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କ ସହ ଛିଡ଼ା ହୋଇଛନ୍ତି ନବୀନ। କେତେବେଳେ ପରୋକ୍ଷ ତ କେତେବେଳେ ପ୍ରତ୍ୟକ୍ଷ ଭାବେ ବିଜେପି ସହିତ ରହିଛି ବିଜେଡି। ଅନ୍ୟପଟେ ରାଜ୍ୟରେ ଚିଟ୍ଫଣ୍ଡ ଦୁର୍ନୀତିରେ ବିଜେଡି ନେତାଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲେ ବି ସିବିଆଇ […]
ଭୁବନେଶ୍ୱର: ବିଜେପିରୁ ଯାଇ ସିଧା ବିଜେଡି କୋଳରେ। ପ୍ରାୟ ବର୍ଷେ ତଳେ ଯାହାଙ୍କ ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୋଜନ କରିଥିଲେ, ସେ ଏବେ ବିଜେଡି ଶିବିରକୁ ଯାଇ ଶଙ୍ଖ ଫୁଙ୍କୁଛନ୍ତି। ସେ ହେଲେ ଗଂଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବୀନ ସ୍ୱାଇଁ। ୨୦୧୭ ମସିହା ଜୁଲାଇ ୪ ରେ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ହୁଗୁଳାପଟାର ନବୀନ ସ୍ୱାଇଁଙ୍କ ଘରେ ଅମିତ ଶାହ ଭୋଜନ କରିଥିଲେ। ଏହାସହ ତାଙ୍କ ଅବସ୍ଥା ବଦଳାଇ […]
ଭୁବନେଶ୍ୱର: ଚାଷୀଙ୍କ ପାଇଁ କେତେ ରାଜନୀତି, କେତେ ଦରଦ, ହେଲେ ଅସଲରେ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। କେଉଁଠି ମଣ୍ଡିରେ ଧାନ ଧରି ଚାଷୀ ଶୀତକାକରରେ ପଡ଼ିଛନ୍ତି, ତ ଆଉ କେଁଉଠି ହକ୍ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଆଉ କାଳିଆ ଯୋଜନାରେ ଫର୍ମଟିଏ ପାଇଁ ତ ଯେମିତି ପ୍ରତିଯୋଗିତା ଚାଲିଛି। ନେତାମାନଙ୍କର ଏତେ ଦରଦ ପରେ ବି ଚାଷୀଙ୍କ ଅବସ୍ଥା ଯାହାକୁ ତାହା। ଢେଙ୍କାନାଳ ବେଲଟିକିରିର ମଣ୍ଡିରୁ ମିଲର ଧାନ ନେଉ ନଥିବା […]
ବାଲେଶ୍ୱର: ରାସ୍ତା ଉପରେ ହାତୀଙ୍କ ରାଜୁତି। ଛୁଆଠୁ ବଡ଼ ପର୍ଯ୍ୟନ୍ତ ୩୪ଟି ହାତୀ ରାସ୍ତା ଉପରେ ରାଜ୍ କରୁଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ତିନିକୋଶିଆ ଜଙ୍ଗଲ ଭିତର ଦେଇ ଯାଇଥିବା ଭାଲୁକାଶୁଣି-ନରଣପୁର ରାସ୍ତା ଉପରେ ଗତକାଲି ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ହାତୀପଲକୁ ଦେଖି ଭୟରେ ଜଣେ ବ୍ୟକ୍ତି ବାଇକ୍ ଛାଡ଼ି ଦେଇ ପଳାଇ ଥିଲେ। ବାଇକ୍କୁ କିଏ ଶୁଣ୍ଢରେ ଟେକିବାକୁ ଚେଷ୍ଟା କରିଥିଲା ତ ଆଉ କିଏ ପାଦରେ ଠେଲି ଦେଇଥିଲା ଦୂରକୁ। ଏହାପରେ […]
ସମ୍ବଲପୁର: ଭୋକିଲା ପେଟ ବଦଳରେ ଡମ୍ପିଂ ୟାର୍ଡକୁ ଗଲା ୫ ଟଙ୍କିଆ ଆହାର। ସମ୍ବଲପୁର ସହରରରେ ପ୍ରଶାସନିକ ଅଧିକାରୀଙ୍କ ପରିଚାଳନାଗତ ଦୂରଦର୍ଶିତା ଅଭାବରୁ ପ୍ରାୟ ୩ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ଆହାର ଭାତ-ଡାଲମାକୁ ଖତ ଗଦାରେ ଫିଙ୍ଗା ଯାଇଛି। ଏଣେ ଭାତ ଫିଙ୍ଗା ଦୃଶ୍ୟକୁ ମୋବାଇଲରେ କଏଦ କରିବା ସହ ଏହାକୁ ନେଇ ସମ୍ବଲପୁର ସହରର କିଛି ଆଇନଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର […]
କୋରାପୁଟ: କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଜଣ ଡାକ୍ତର ସାମୁହିକ ଭାବେ ଇସ୍ତଫା ଦେଇଛନ୍ତି। ଦରମା ବନ୍ଦ କରି ଦେବାରୁ ଏହି ୪ ଡାକ୍ତର ସାମୁହିକ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଇସ୍ତଫା ଦେଇଥିବା ଡାକ୍ତର ମାନେ ଭେଷଜ ବିଭାଗର ବୋଲି ଜଣାପଡ଼ିଛି। ବାଓମେଟ୍ରିକ୍ ଉପସ୍ଥାପନରେ ଏହି ଚାରି ଡାକ୍ତର ମେଡିକାଲ୍ କଲେଜରେ ଅନୁପସ୍ଥିତ ଥିବା ଦେଖାଇବାରୁ ଡିନ୍ ସେମାନଙ୍କ ଦରମା ବନ୍ଦ କରି ଦେଇଥିଲେ। ଏହି ଡାକ୍ତରମାନେ ଅଭିଯୋଗ କରିଛନ୍ତି, ସେମାନେ […]
ବାଲେଶ୍ୱର: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ବାଲେଶ୍ୱରରେ ବିରୋଧ। ଏଥର ବି ଖାରବେଳଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ। ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରାରେ ପୁଲିସ୍ ଓ ମାଇକ୍ ଅନୁମତି ନେଇ ରାସ୍ତାକଡ଼ରେ ଏକ ମିଟିଂ କରୁଥିବା ବେଳେ ସେଠାକାର ବିଜେଡିର ସ୍ଥାନୀୟ ପଞ୍ଚାୟତ ସମିତି ସଦସ୍ୟ ଓ ତାଙ୍କର କିଛି ସମର୍ଥକ ଆସି ଗଣ୍ଡଗୋଳ କରିଥିଲେ ବୋଲି ଖାରବେଳ କହିଛନ୍ତି। ଖଇରା ଡୁଙ୍ଗୁରାରେ ଖାରବେଳ ସ୍ୱାଇଁଙ୍କ ମିଟିଂ ବେଳେ ବିଜେଡି କର୍ମୀଙ୍କ […]
ଭୁବନେଶ୍ୱର: ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣର ଲାଇଭ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଣ୍ଟି ଲ୍ୟାଣ୍ଡ୍ ମାଇନ୍ ଗାଡ଼ି ପାଖାପାଖି ୧୦୦ ଫୁଟ୍ ଉପରକୁ ଉଠି ଛିଟିକି ହୋଇ ପଡିଥିଲା ବୋଲି ସୂଚନା ମିଳିଛି। ଗତ ୨୭ ତାରିଖରେ ଛତିଶଗଡ଼ ବିଜାପୁରରେ ଲାଲ୍ବାହିନୀ ଏହି ଆକ୍ରମଣ କରିଥିଲେ। ଏଥିରେ ଆଣ୍ଟି ଲ୍ୟାଣ୍ଡ୍ମାଇନ୍ ଗାଡ଼ି ଧ୍ୱଂସ ହୋଇଥିଲା। ବିସ୍ଫୋରଣର ଏହି ଦୃଶ୍ୟକୁ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ କଏଦ କରାଯାଇଛି। ଏହି ବିସ୍ଫୋରଣ […]
ଗଜପତି: ଧାନ ପରେ ଏବେ ଗଜପତି ଜିଲ୍ଲାରେ ମକାର ଅଭାବୀ ବିକ୍ରି ଘଟଣା ଦେଖିବାକୁ ମିଳିଛି। ବଜାର ସୁବିଧା ନଥିବାରୁ ଚାଷୀମାନେ ଅଳ୍ପ ଦାମରେ ମକା ବିକିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାର ୭ଟି ବ୍ଲକ୍ ବିଶେଷ କରି ମୋହନାରେ ଅତ୍ୟଧିକ ପରିମାଣର ମକା ଚାଷ ହୋଇଥାଏ। ଏଥର ଆଶାତୀତ ଉତ୍ପାଦନ ହୋଇଥିଲେ ବି ବଜାର ନଥିବାରୁ ବିକ୍ରି ହୋଇପାରୁନାହିଁ। ଫଳରେ ଶହ ଶହ ମକା ପଡ଼ିରହୁଛି। କିଏ ରାସ୍ତାରେ ଗଦା କରି ମକା […]
ବରଗଡ଼: ବହୁ ଚର୍ଚ୍ଚିତ ବରଗଡ଼ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁକୁ ଆଜି ବର୍ଷେ ପୂରିଛି। ଆଜିର ଦିନରେ ଚକଡ଼ା ପୋକ ଦାଉରୁ ଫସଲକୁ ରକ୍ଷା କରିନପାରି ବୃନ୍ଦା ଆତ୍ମହତ୍ୟା କରିଥିଲେ। ରୋଗ ପୋକ ଦାଉରୁ ଫସଲ ବଞ୍ଚାଇ ନପାରି ଶେଷରେ ବୃନ୍ଦା କୀଟନାଶକ ପିଇ ଆତ୍ମହତ୍ୟାକୁ ବାଛିଥିଲେ। ତେବେ ବୃନ୍ଦାଙ୍କ ମୃତ୍ୟୁ ପରେ ମିଳିଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ତାଙ୍କ ପରିବାରକୁ ଘର, ଝିଅଙ୍କୁ ଉଚ୍ଚଶିକ୍ଷା ଭଳି ପ୍ରତିଶ୍ରୁତି କେବଳ ଆଶ୍ୱାସନାରେ ରହିଥିବା […]
ସମ୍ବଲପୁର: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମ୍ରନ ସିଂହ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ ହୋଇଛି। ବୁର୍ଲା ଥାନା ପୁଲିସ୍ ପକ୍ଷରୁ ଏହି ହତ୍ୟା ମାମଲା ରୁଜୁ ହୋଇଛି। ସିମ୍ରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି ହତ୍ୟା ମାମଲା ରୁଜୁ କରାଯାଇଛି। ଏନେଇ ସମ୍ବଲପୁର ଏସ୍ପି ସଞ୍ଜୀବ ଅରୋରା ସୂଚନା ଦେଇଛନ୍ତି। ପ୍ରାକଶ ଥାଉକି, ପୂର୍ବରୁ ଏନେଇ ବୁର୍ଲା ଥାନା ପୁଲିସ୍ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।
ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଆଜି ପ୍ରଥମ ଦିନରେ ପର୍ଯ୍ୟଟକମାନେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଜଶିପୁର କାଳିଆମି ଗେଟ୍ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି। ପ୍ରତିଦିନ ପିଠାବଟା ଦେଇ ୨୫ ଓ କାଳିଆମି ଦେଇ ୩୫ଟି ଗାଡ଼ିକୁ ଅନୁମତି ମିଳିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହ ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି। ଅଭୟାରଣ୍ୟ ଭିତରେ ବରେହିପାଣି, ଚହଲା, ଯୋରନ୍ଦା, […]
ଗଞ୍ଜାମ: ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପୋଲସରାର ବାଲିସାହି ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ଘରୁ ଚୋରି କରିବାକୁ ଯାଇଥିଲେ। ଚୋରମାନେ ଘରେ ଭିତରେ ପ୍ରବେଶ କରି ଘରୁ ଚୋରି କରିବା ପରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ, ଏହି ସମୟରେ ନାବାଳିକାଙ୍କୁ ଉଠାଇ ନେଇ ସ୍ଥାନୀୟ ଏକ ଜମିରେ ଗଣ […]
କଟକ: ଫାର୍ମ ହାଉସ୍ରେ ସେକ୍ସ ରାକେଟ୍! କଟକ-ଚୌଦ୍ୱାର ପୌରପାଳିକା ଅଞ୍ଚଳରୁ ଏକ ସେକ୍ସ ରାକେଟ୍ ଠାବ ହୋଇଛି। ଚୌଦ୍ୱାରର ୧୪ ନମ୍ବର ୱାର୍ଡର ଏକ ଫାର୍ମ ହାଉସ୍ରେ ସେକ୍ସ ରାକେଟ୍ ଚାଲିଥିବା ନେଇ ର୍ଫାମ ହାଉସ୍ର ମାଲିକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଏବଂ ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩ ବାଇକ୍, ୨୩ ଶହ ଟଙ୍କା, ମୋବାଇଲ ଏବଂ କିଛି ଆପତ୍ତିଜନକ ସାମଗ୍ରୀ ପୁଲିସ୍ […]