ସମ୍ବଲପୁର: ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଗିରଫ। ତାଙ୍କ ନାଁ ଚଗଲା ସେଠୀ। ତାଙ୍କ ଘର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁରେ। ମୃତ ମହିଳାଙ୍କ ନାଁ ସୁଲୋଚନା। ଅକ୍ଟୋବର ୩୦ ତାରିଖ ରାତିରେ ଚଗଲା, ସୁଲୋଚନାଙ୍କୁ ଜଙ୍ଗଲକୁ ନେଇ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି। ଗତକାଲି ପୁଲିସ୍ ଜଙ୍ଗଲରୁ ସୁଲୋଚନାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ପୂର୍ବରୁ ସୁଲୋଚନା ନିଖୋଜ ଥିବାରୁ ଗାଁ ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ। […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଓଡ଼ିଶା କମ୍ୟୁନିକେଶନ୍ ଉପରେ କ୍ରାଇମ୍ବ୍ରାଞ୍ଚ ଚଢ଼ାଉ। ଖଡ଼ଗପୁର କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏଥିସହ ୬୧ ଲକ୍ଷ ଟଙ୍କାର ମୂଲ୍ୟର ହ୍ୟାକିଂ ସଫ୍ଟୱେର ସହ ଇ-ଟିକେଟ୍ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରୂପସା ଥାନା ଅନ୍ତର୍ଗତ ତହରପୁର ଅଞ୍ଚଳର ନିର୍ମଳ ପଣ୍ଡିତ ଓ ଜଳେଶ୍ୱର ଷ୍ଟେସନ୍ ଜାର ଅଞ୍ଚଳର ସୁଶାନ୍ତୁ କୁମାର ଡାକୁଆ। ସେମାନଙ୍କ ଠାରୁ ମୋବାଇଲ୍, ୨୩ ହଜାର […]
ବାରିପଦା: ଯାତ୍ରା ଦେଖି ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି। ଆଉ ଘଟଣାସ୍ଥଳରେ ହିଁ ଚାଲିଗଲା ୨ଜଣଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଦୀପକ ସେଠୀ ଓ ଲିପୁନ୍ ସାହୁ। ଉଭୟେ ସାରଶକଣା ଗାଁର ବୋଲି ଜଣାପଡ଼ିଛି। ଆଜି ଭୋର ସମୟରେ ଦୀପକ ଓ ଲିପୁନ୍ ଯାତ୍ରା ଦେଖି ଫେରୁଥିବା ବେଳେ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। […]
ଭୁବନେଶ୍ୱର: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଆଜିଠାରୁ ଅପରେସନ୍ ‘ସୁନ୍ଦରୀ’ ଆରମ୍ଭ ହେବ । ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଚନ୍ଦକା ଜଙ୍ଗଲରୁ ଯାଇ ସାତକୋଶିଆରେ ହାତୀ ଯଶୋଦା ପହଞ୍ଚିଛି। ଯଶୋଦା ସହ ୪ ଜଣ ମାହୁନ୍ତ ଓ ବନ କର୍ମଚାରୀ ମଧ୍ୟ ସାତକୋଶିଆ ଯାଇଛନ୍ତି। ସାତକୋଶିଆର ଟିକରପଡ଼ା ନିକଟ ପୁରୁଣାକୋଟରେ ଏବେ ଯଶୋଦା ରହିଛି। ପୂର୍ବରୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ବିଚରଣ କରୁଥିଲେ ମଧ୍ୟ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇପାରିନଥିଲା ବନ ବିଭାଗ। […]
ଭୁବନେଶ୍ୱର: ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ଯୋଗୁଁ ବଦ୍ରିନାଥରେ ଓଡ଼ିଆ ତୀର୍ଥଯାତ୍ରୀ ଫସି ରହିଛନ୍ତି। ତୀର୍ଥଯାତ୍ରୀମାନେ ପ୍ରବଳ ତୁଷାରପାତ ଯୋଗୁଁ ଆସି ନ ପାରି ଅଧା ବାଟରେ ଏକ ଧର୍ମଶାଳାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି। ଏହି ସମସ୍ତ ତୀର୍ଥଯାତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ୨୬ ତାରିଖରେ ପ୍ରାୟ ୪୨ ଜଣ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମ ଆସିଥିଲେ। କିନ୍ତୁ ଦର୍ଶନ ସାରି ଗତକାଲି ଫେରିବା ବେଳେ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତା ଜାମ୍ […]
ପୁରୀ: କଡ଼ା ନିୟମ ସତ୍ତ୍ୱେ ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ସୋଶାଲ୍ ମିଡିଆରେ ଶ୍ରୀମନ୍ଦିରର ଭିତର ଫଟୋ ଅପ୍ଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ବେଙ୍ଗାଲୁରୁର ଜଣେ ଯୁବତୀ ନିଜ ଫେସ୍ବୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋକୁ ଅପ୍ଲୋଡ କରିଛନ୍ତି। ମେଘା ଲୁଥ୍ରା ନାମକ ଏହି ପର୍ଯ୍ୟଟକ ମନ୍ଦିର ବେଢ଼ାର ଫଟୋକୁ ସେୟାର କରିଛନ୍ତି। ସେ ଇଣ୍ଡିଗୋ ଏୟାର ଲାଇନ୍ସର କ୍ୟାବିନ୍ କ୍ରିଉ ଥିବା ଫେସ୍ବୁକ୍ ଆକାଉଣ୍ଟରେ ଉଲ୍ଲେଖ ହୋଇଛି। ତେବେ ଏହି ଘଟଣାକୁ […]
ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦାସ୍ଥିତ IMFA କ୍ରୋମାଇଟ ଖଣିରେ ଚାଲିଛି ଶ୍ରମିକ ଅାନ୍ଦୋଳନ। ଏହା ପଛରେ ବିଧାୟକ ପ୍ରୀତି ରଂଜନ ଘଡେଇଙ୍କ ହାତ ଥିବା ସନ୍ଦେହ କରାଯାଉଛି । ୨ ଦଫା ଦାବିରେ ଗତକାଲି ଠାରୁ କାର୍ଯ୍ୟବନ୍ଦ କରି ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ନେତୃତ୍ୱରେ ଏହି ଅାନ୍ଦୋଳନ ହେଉଛି। ଏମିତିକି ଅାନ୍ଦୋଳନକାରୀ ପ୍ରୀତି ଘଡ଼େଇଙ୍କ ନାଁରେ ଜିନ୍ଦାବାଦ ଦେଉଥିବା ଶୁଣିବାକୁ ମିଳିଥିଲା। ତେବେ ଯେଉଁ ପର୍ଯ୍ୟନ୍ତ କମ୍ପାନୀ […]
ଭୁବନେଶ୍ୱର: ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ଆୟର ମିତ୍ର ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ଗତକାଲି ଅଭିଜିତ୍ ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। ହେଲେ ସତ୍ୟପାଠ ଦାଖଲ କରି ପାରିନଥିଲେ। ତେଣୁ ଅାଜି ପୁଣିଥରେ ଗୃହ କମିଟି ଅାଗରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି । ଏହା ପୂର୍ବରୁ ଗତ ମାସ ୨୩ ତାରିଖରେ ଅଭିଜିତ୍ ଗୃହ କମିଟି ଆଗରେ ହାଜର ହୋଇଥିଲେ। ଏଥିସହ […]
ଅନୁଗୁଳ: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଏହି ଲଜ୍ଜାକର ଘଟଣା ଘଟିଛି। ଯୁବତୀଙ୍କ ପ୍ରେମିକ ଓ ତାଙ୍କ ଦୁଇ ସାଙ୍ଗଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଏନେଇ ପାଲଲହଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଅଭିଯୁକ୍ତ ପ୍ରେମିକ କାଳିଆକୁ ଗିରଫ କରିଛି। ହେଲେ କାଳିଆର ଅନ୍ୟ ୨ଜଣ ସାଙ୍ଗ ଫେରାର ହୋଇ ଯାଇଛନ୍ତି। […]
ଭୁବନେଶ୍ୱର: ଐତିହ୍ୟସଂପନ୍ନ ଭୁବନେଶ୍ୱରକୁ ନୂଆ ରୂପ ଦେବାକୁ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’। ଓଡ଼ିଶାର ଐତିହାସିକ ସହର ଭୁବନେଶ୍ୱରର ପରିଚୟ, ଏହାର ଇତିହାସ ଓ ସାଂସ୍କୃତିକ ବିବିଧତାର ବିଭିନ୍ନ କାହାଣୀକୁ ଜାଣିବାର ଓ ବୁଝିବାର ଏକ ପ୍ରୟାସ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ, ଚିତ୍ରଶିଳ୍ପୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ସମ୍ପର୍କ ତିଆରି କରିବା। ଯଦ୍ୱାରା ସେମାନେ ବୁଝିପାରିବେ, ଆମେ ସେମାନଙ୍କର ସ୍ମୃତି, କଳ୍ପନା ଓ […]
ଭୁବନେଶ୍ୱର: କେବଳ ସ୍ମାର୍ଟଫୋନ୍, କମ୍ପ୍ୟୁଟର କିମ୍ବା ଲାପ୍ଟପ୍ ଭଳି ଇଲେକ୍ଟ୍ରୋନିକ୍ ବା ଆଇଟି ପ୍ରଡକ୍ଟ୍ ନୁହେଁ। ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଚେୟାର, ଟେବୁଲ୍, ଡାଏନିଂ ଟେବୁଲ୍, ସୋଫା ଆଦି ବସ୍ତୁଗୁଡ଼ିକ ମଧ୍ୟ ଇଣ୍ଟରନେଟ୍ ଦ୍ୱାରା ସଂଯୋଗ ହୋଇପାରିବ। ଫଳରେ ଏହା ଅନ୍ୟ ଯାନ୍ତ୍ରିକ ଉପକରଣ ସହ ଯୋଗସୂତ୍ର ରକ୍ଷା କରିପାରିବ। ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ବା ଆଇଓଟି ପାଇଁ ଏହା ସମ୍ଭବ ହେବ। ଫଳରେ କୃଷି, ସ୍ୱାସ୍ଥ୍ୟସେବା, ସଡ଼କରେ ଟ୍ରାଫିକ୍ ନିୟନ୍ତ୍ରଣ, ପରିବେଶ ସୁରକ୍ଷା, […]
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କ୍ରାଇମ୍ବ୍ରାଞ୍ଚ ଟିମ୍ ୩ଜଣଙ୍କୁ ଗିରଫ କରିଛି। ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ହାତୀ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ, ଏହା […]
ଭୁବନେଶ୍ୱର: ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବା ଲାଗି ବ୍ଲୁପ୍ରିଣ୍ଟ ତିଆରି କରିଛି ସିବିଏସ୍ଇ। ଏନେଇ ସ୍କୁଲ୍ ଅଧ୍ୟକ୍ଷମାନଙ୍କୁ ତାଗିଦ୍ କରିଛନ୍ତି ସିବିଏସ୍ଇ କର୍ତ୍ତୃପକ୍ଷ। ଏଥିପାଇଁ ଆଜି ଭୁବନେଶ୍ୱର ରିଜିଅନ୍ ସିବିଏସ୍ଇ ସ୍କୁଲ୍ ଅଧ୍ୟକ୍ଷ ବୈଠକରେ, ଆସନ୍ତା ବୋର୍ଡ ପରୀକ୍ଷାର ଶୃଙ୍ଖଳିତ ପରିଚାଳନା ଓ ମୂଲ୍ୟାୟନ ନେଇ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ତ୍ରି ସ୍ତରୀୟ ମୂଲ୍ୟାୟନ ଲାଗି ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। କେବଳ ଦକ୍ଷ ଶିକ୍ଷକମାନଙ୍କୁ ମୂଲ୍ୟାୟନରେ ନିୟୋଜିତ କରାଯିବ। କେଉଁମାନେ ମୂଲ୍ୟାୟନ କରିବେ ତାର ତାଲିକା ପ୍ରସ୍ତୁତ ଲାଗି […]
ମୋହନା: ପୂଜାପାଠ କରୁଥିବା ବେଳେ ପୁଲିସ୍ ଗିରଫ କରିଥିବା ଗୁଣିଆକୁ ଲୋକେ ଛଡାଇ ନେଲେ। ଫଳରେ ପୁଲିସ୍କୁ ନିରୁପାୟ ହୋଇ ଫେରିବାକୁ ପଡ଼ିଛି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଣ୍ଟେଇକୋଳି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କଣ୍ଟେଇକୋଳି ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଯୁବକଙ୍କୁ କେହି ଗୁଣି କରି ମାରି ଦେଇଥିବା ଗାଁ ଲୋକେ ବିଶ୍ୱାସ କରୁଥିଲେ। ଫଳରେ ଯୁବକଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ଗାଁ ଲୋକେ ଜଣେ ଗୁଣିଆଙ୍କ ସହାୟତା ନେଇଥିଲେ। […]
ସମ୍ବଲପୁର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂପୃକ୍ତ ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଲାଗି ଲୋକଙ୍କ ଦାବି ଓ ଆନ୍ଦୋଳନ ଚାଲୁ ରହିଛି। ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ ରହିଛି। ସେ ଦୃଷ୍ଟିରୁ କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠିରେ […]
ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିଗଲା ବସ୍। ଭୁବନେଶ୍ୱର ଖଣ୍ଡଗିରି ଛକରେ ୨ଟି ବସ୍ ଜଳି ଯାଇଛି। ଆଜି ସକାଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରି ଛକ ନିକଟରେ ଥିବା ପ୍ରେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପଡ଼ିଆରେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ୨ଟି ପୁରୁଣା ବସ୍ ହୁତୁହୁତୁ ହୋଇ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ, ବିଦ୍ୟୁତ୍ ତାର ସଂସ୍ପର୍ଶରେ […]
କେନ୍ଦ୍ରାପଡ଼ା: ଓଡ଼ିଶା ଉପକୂଳରେ ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଶହ ଶହ ମାଇଲ୍ ସମୁଦ୍ର ପାର ହୋଇ ପହଞ୍ଚି ଗଲେଣି ଅତିଥି। ଆଉ ବଂଶବୃଦ୍ଧି ଲାଗି ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥାରେ କଇଁଛଙ୍କ ଆଗମନ ହୋଇଥିବା ବେଳେ ପୁରୀର ଅସ୍ତରଙ୍ଗ ଅଞ୍ଚଳରେ କଇଁଛଙ୍କ ସୁରକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ନଭେମ୍ବର ପହିଲାରୁ ମାଛଧରା ଉପରେ କଟକଣା ଜାରି ହୋଇଛି। କଇଁଛଙ୍କ ସୁରକ୍ଷା ଲାଗି ବନବିଭାଗ […]
ଭଞ୍ଜନଗର: ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଦଦରାଲୁଣ୍ଡା ଗାଁ ଛକରେ ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର୍ ଲଗାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ପୁଲିସ୍ ଇନ୍ଫର୍ମରଙ୍କୁ ମୃତ୍ୟୁ ଦଣ୍ଡ ନେଇ ଲାଲ୍ବାହିନୀ ଧମକ ଦେଇଛି। ଏଥିସହ ଗଞ୍ଜାମ ଜିଲ୍ଲାର ୨ ଜଣ ବିଧାୟକଙ୍କୁ ମୃତ୍ୟୁ ଧମକ ମଧ୍ୟ ଦିଆଯାଇଛି। ସିପିଆଇ ମାଓବାଦୀ ସଂଗଠନ ନାଁରେ ଏହି ବ୍ୟାନର୍ ଲଗାଯାଇଛି। ତେବେ ପ୍ରକୃତରେ ସିପିଆଇ ମାଓବାଦୀ ନା ଆଉ କିଏ ଲଗାଇଛି, ତାହା ସ୍ପଷ୍ଟ ହୋଇନି। ଏନେଇ ପୁଲିସ୍ର […]
ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହେବାକୁ ଥିବା ବିଶାଳ ଚାଷୀ ସମାବେଶ ପାଇଁ ଚାଲିଥିବା ପଦଯାତ୍ରା କଟକରେ ପହଞ୍ଚିଛି। କାଠଯୋଡ଼ି ନଦୀ ପାଖରେ ଥିବା ପଡ଼ିଆରେ ହଜାର ହଜାର ଚାଷୀ ଖୋଲା ଆକାଶ ତଳେ ରାତ୍ରୀ ଯାପନ କରିଥିବା ସୂଚନା ମିଳିଛି। ଅନ୍ୟପଟେ, ଚାଷୀଙ୍କ ଏହି ଆନ୍ଦୋଳନକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ଏଥିସହ ଚାଷୀଙ୍କ ରାଲିରେ ଯୋଗ ମଧ୍ୟ ଦେଇଥିଲେ। ଚାଷୀଙ୍କ ନ୍ୟାୟ ଦାବିକୁ […]
ଭୁବନେଶ୍ୱର: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ଆଜିଠାରୁ ପୁଣି ଅପରେସନ୍ ସୁନ୍ଦରୀ ଆରମ୍ଭ ହେବ। ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାର ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ। ସୁନ୍ଦରୀକୁ ଧରିବାରେ ଚନ୍ଦକାର କୁମ୍କୀ ହାତୀ ‘ଯଶୋଦା’ ସାହାଯ୍ୟ କରିବ। ଏଥିପାଇଁ ସାତକୋଶିଆର ପୁରୁଣାକୋଟରେ ଯଶୋଦା ପହଞ୍ଚିଛି। ଚନ୍ଦକା ଗୋଡ଼ିବାରିରୁ ଯଶୋଦା ସହ ଚାରି ମାହୁନ୍ତ ଓ ବନ କର୍ମଚାରୀ ମଧ୍ୟ ସାତକୋଶିଆରେ ପହଞ୍ଚିଛନ୍ତି। ସେପଟେ କର୍ଣ୍ଣାଟକରୁ ମଧ୍ୟ ୨ଟି କୁମ୍କୀ ହାତୀ ଆଣିବାକୁ ବନ ବିଭାଗ ପ୍ରୟାସ […]
ଭୁବନେଶ୍ୱର: ଛତିଶଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମାଓବାଦୀ ଆକ୍ରମଣ ଘଟଣାର ୪ ଦିନ ପରେ ମାଓବାଦୀ ସଂଗଠନ ସଫେଇ ଦେଇଛି। ଏହି ଘଟଣାକୁ ନେଇ ସିପିଆଇ ମାଓବାଦୀ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ପୁଲିସ୍ ସହ ଗଣମାଧ୍ୟମ ପ୍ରତିନିଧି ଟିମ୍ରେ ଥିଲେ ବୋଲି ଜାଣିପାରି ନଥିବା ଏହି ଚିଠିରେ ଲେଖାଯାଇଛି। ଏଥିସହ ବିଶେଷ କରି ନିର୍ବାଚନ ସଂକ୍ରାନ୍ତୀୟ ଡ୍ୟୁଟି ସମୟରେ ପୁଲିସ୍ ସହ ସାମ୍ବାଦିକମାନେ ନଯିବା ପାଇଁ ଚିଠି ମାଧ୍ୟମରେ ମାଓବାଦୀ ସଂଗଠନ ପକ୍ଷରୁ ପରାମର୍ଶ […]
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା SATରେ ଖାଲିପଡ଼ିଥିବା ସଦସ୍ୟ ପଦବିଗୁଡ଼ିକୁ ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଖାଲି ପଡ଼ିଥିବା ସଦସ୍ୟ ପଦବିଗୁଡ଼ିବ ସଂପର୍କୀତ ସ୍ୟାଟ୍ ବାର ଆବେଦନର ଶୁଣାଣିକରି ହାଇକୋର୍ଟ ଏହି ନର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦବି ମିସାଇ ମୋଟ ୮ ଜଣ ସଦସ୍ୟ ରହିବା କଥା। ଗତ ୨ ବର୍ଷ ଧରି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବା ବେଳେ ମାତ୍ର […]
ମାଲକାନଗିରି: ସମସ୍ୟା ଜଣାଇବାକୁ ରାତି ଅଧରେ ଛାତ୍ରମାନେ ଚାଲି ଚାଲି ବାହାରିଥିଲେ ପ୍ରଶାସନ ପାଖକୁ। କାହିଁକି ନା ସେମାନଙ୍କର ଅଭିଯୋଗ ଥିଲା ଯେ, ହଷ୍ଟେଲରେ ନା ଠିକ୍ ଭାବେ ଖାଇବାକୁ ଦିଆଯାଉଛି ନା ବିଜୁଳି କି ପାନୀୟ ଜଳର ବ୍ୟବସ୍ଥା ରହିଛି। ମାଲକାନଗିରି ତାରଲାକୋଟା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଆବାସିକ ହଷ୍ଟେଲରେ ରହୁଥିବା ୪୦ରୁ ଉର୍ଦ୍ଧ୍ୱ ଛାତ୍ର ସ୍କୁଲର ସମସ୍ୟା ଜଣାଇବାକୁ ଚାଲି ଚାଲି ଯାଉଥିଲେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିବାକୁ। କିନ୍ତୁ ବାଟରେ ଲୋକେ […]
ଭୁବନେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସତ୍ୟପାଠ ଦାଖଲ ପାଇଁ ପୁଣି ମିଳିଲା ଆଉ ଏକ ସୁଯୋଗ। ଅର୍ଥାତ ଚଳିତ ମାସ ୩୧କୁ ସତ୍ୟପାଠ ଆବେଦନର ଅବଧି ପୁଣି ବଢ଼ାଇଛନ୍ତି ଜଷ୍ଟିସ ଏମ.ଏମ୍.ଦାସ କମିଶନ। ଜମାକାରୀ ସ୍ପିଡ୍ ପୋଷ୍ଟ କି ରେଜିଷ୍ଟ୍ରି ସହ କୋରିୟର ସର୍ଭିସ ଜରିଆରେ ସେମାନଙ୍କର ଆବେଦନ ପଠାଇପାରିବେ। ଏହାପରେ ସତ୍ୟପାଠ ଦାଖଲ ପାଇଁ ଆଉ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତି। ତେବେ ସତ୍ୟପାଠ ଦାଖଲ କରିନଥିବା କ୍ଷତିଗ୍ରସ୍ତଙ୍କ ପାଇଁ ହୁଏତ ଏହା […]
ଢେଙ୍କାନାଳ: କୂଅରେ ଖସି ପଡ଼ିଲା ଦନ୍ତା ହାତୀ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ମହୀଧରପୁର ଗାଁ ନିକଟସ୍ଥ ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ହାତୀଟି ଖସି ପଡ଼ିଥିବା ଦେଖିବାକୁ ମିଳିଛି। ହାତୀ ପଲ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଏହି ହାତୀଟି କୂଅ ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି କୂଅ ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗି ପଡିଛନ୍ତି। ହାତୀଟିର ବୟସ ୬ରୁ ୭ ବର୍ଷ ହେବ […]