ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ। ରାଙ୍ଗୀନ ଆଲୋକ ସହ ଦୀପ ଆଲୁଅରେ ସଜେଇ ହେବ ସହରଠାରୁ ଗାଁ। ଏହାସହ ବାଣ ଫୁଠାଇ ଦୀପାବଳୀକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ତେବେ ଦୀପାବଳୀରେ ସୁରକ୍ଷିତ ବାଣ ଫୁଟା ନେଇ କମିଶନରେଟ ପୁଲିସ ନିର୍ଦ୍ଦେଶାବଳୀ ଜାରି କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି। ଏହାସହ […]
ଆଳି: ବିଦେଶକୁ ଚାକିରି ଆଶାରେ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ଅଭାବ ଅନଟନ ଦୂର ହୋଇଯିବ ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଚାକିରି ତ ଗଲା, ଏବେ ଘରକୁ ଫେରିବା ମଧ୍ୟ କଷ୍ଟକର। ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡ଼ଆଙ୍କୋ ଗାଁର ଅଶୋକ ମଳିକଙ୍କ କାହାଣୀ। କାମ ଆଶାରେ ମାଲେସିଆ ଯାଇଥିବା ଅଶୋକ ଏବେ ସେଠିକାର ଜେଲ୍ରେ ଅଛନ୍ତି। ଅଶୋକ ଜଣେ ଏଜେଣ୍ଟଙ୍କ ଜରିଆରେ […]
କଟକ: ରାଜ୍ୟର ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ବା ବାଲିଯାତ୍ରାର ମଜା ଏବେ ଅଧିକ ଦିନ ନେଇ ହେବ। ୭ ବଦଳରେ ଚଳିତବର୍ଷଠାରୁ ଏହା ୧୧ ଦିନ ହେବ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ବାଲିଯାତ୍ରାକୁ ନୂଆ ରୂପରେ ଦେଖିବାକୁ ପାଇବେ ଦର୍ଶକ। ପ୍ରଥମଥର ପାଇଁ ବାଲିଯାତ୍ରାକୁ ୧୧ ଦିନ ଧରି କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ୭ ଦିନ ବାଲିଯାତ୍ରା […]
ଭୁବନେଶ୍ୱର : ରାଜଧାନୀରେ ସମାବେଶ ପୂର୍ବରୁ ଚାଷୀଙ୍କୁ ପୁଲିସ ବଳପୂର୍ବକ ଅଟକାଇବା ଓ ଚାଷୀଙ୍କ ଦାବି ପୂରଣ ପାଇଁ ଅାନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାର ଚାଷୀଙ୍କୁ ବାରମ୍ବାର ଭଣ୍ଡାଉଛନ୍ତି, ଓ ନାଟକବାଜୀ କରୁଥିବା ବିଜେପି ଅଭିଯୋଗ କରିଥିବାବେଳେ ବିରୋଧୀଦଳ ନେତା କହିଛନ୍ତି ଚାଷୀଙ୍କ ଉପରେ ବଳପ୍ରୟୋଗ ଅଗଣତାନ୍ତ୍ରିକ। ସେପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଚାଷୀଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି। ମହିଳା ଚାଷୀଙ୍କୁ ପୁରୁଷ ପୁଲିସ ରାସ୍ତାରେ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ ଥିବା ପବ୍ଲିକ୍ ସେକ୍ଟର (ପିଏସ୍ୟୁ)ରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର। ପିଏସ୍ୟୁ ରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରାଜ୍ୟ ସରକାର ବୃଦ୍ଧ କରିଛନ୍ତି। ୨% ମହଙ୍ଗା ଭତ୍ତା ଅଥବା ଡିଏ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ମହଙ୍ଗା ଭତ୍ତା ୭% ଥିଲା । ଏବେ ଏହା ୯%ରେ ପହଞ୍ଚିଛି। ଏହି ବର୍ଦ୍ଧିତ ଭତ୍ତା ୨୦୧୮ ମସିହା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ଏହା ପୂର୍ବରୁ […]
ମାଲକାନଗିରି: ଓଡ଼ିଶା ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେସନ୍ ବେଳେ ୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା କୁହାଯାଉଛି। ମାଲକାନଗିରି ଜିଲ୍ଲା କାଳିମେଳାର ପପୁଲୁରୁରେ ଗତକାଲି ଏହି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏସ୍ଓଜି ଦ୍ୱାରା ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଏହାପରେ ଚାରିଆଡ଼ୁ ମାଓବାଦୀଙ୍କୁ ଯବାନମାନେ ଘେରି ଯାଇଥିଲେ। ତେବେ […]
ଗଞ୍ଜାମ: ଜଙ୍ଗଲ ଭିତରେ ଗଞ୍ଜେଇ ମାଫିଅାକୁ ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଆହତ ହୋଇଛି। ମୁନାର ଡାହାଣ ଆଣ୍ଠୁରେ ଗୁଳି ବାଜିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମୁନାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁଲବାଣୀର ବ୍ରାହ୍ମଣୀ ଜଙ୍ଗଲରେ ଗଞ୍ଜେଇ ମାଫିଆ ମୁନା ଥିବା ନେଇ ପୁଲିସ୍ ଖବର ପାଇଥିଲା। ଫଳରେ ତାକୁ ଧରିବା ପାଇଁ ପୁଲିସ୍ ସେଠାକୁ ଯାଇଥିବା ବେଳେ ପୁଲିସ୍ ଉପରକୁ ସେ ଗୁଳି ଚଳାଇଥିଲା। ପୁଲିସ୍ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। […]
ଭୁବନେଶ୍ୱର: ଆଜି ଧନ୍ତେରସ୍। ବିଶ୍ୱାସ ରହିଛି ଧନ୍ତେରସ୍ରେ ସୁନା କିଣିଲେ ଘରକୁ ମା’ ଲକ୍ଷ୍ମୀ ଆସନ୍ତି। ପରିବାରରେ ସୁଖଶାନ୍ତି ବଢ଼େ। ସେଥିଲାଗି ଗହଣା କିଣିବା ଲାଗି ବିଭିନ୍ନ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଜମୁଛି। ଚଳିତ ବର୍ଷବ ଗହଣା ସାଙ୍ଗକୁ ଗଣେଶ, ମା’ ଲକ୍ଷ୍ମୀ ମୂର୍ତ୍ତି ସହ କଏନ୍ କିଣିବାକୁ ଗ୍ରାହକ ଆଗ୍ରହ ଦେଖିବାକୁ ମିଳିଛି। ସେପଟେ ଏଥର ଧନ୍ତେରସ୍ ପାଇଁ ଗ୍ରାହକଙ୍କ ମନକୁ ପାଇବା ଭଳି ନୂଆ ନୂଆ ଡିଜାଇନ୍ର ଗହଣା ବଜାରକୁ ଆସିଛି। ଏହାସହ […]
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱରରେ ବିଶାଳ ଚାଷୀ ସମାବେଶ ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି। କଟକ ପଟୁ ଆସୁଥିବା ଚାଷୀଙ୍କୁ ହଂସପାଳ ଓ ଖୋର୍ଦ୍ଧା ପଟୁ ଆସୁଥିବା ଚାଷୀଙ୍କୁ ତମାଣ୍ଡୋ ଠାରେ ପୁଲିସ୍ ଅଟକାଇଛି। ଆଇନ୍ ଶୃଙ୍ଖଳା ବାହାନାରେ ସହର ଭିତରକୁ ସେମାନଙ୍କୁ ଛଡ଼ା ଯାଉନାହିଁ। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଥିବା ନବ ନିର୍ମାଣ […]
ବାଲେଶ୍ୱର : କାମ ଦେଉନି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିଥିବା କାର୍ଡ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ କେଶରୀପୁର ପଞ୍ଚାୟତରେ। ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିଥିବା କାର୍ଡକୁ ମେଡିକାଲ କର୍ତ୍ତୃପକ୍ଷ କାର୍ଡକୁ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।କେଶରୀପୁର ଗାଁର ଧରଣୀଧର ସମାଲ ଜଣେ ପଥର କାରିଗର ହୋଇଥିବାରୁ ରାଜସ୍ଥାନ ଓ ଗୁଜୁରାଟରେ ରହି ମୂର୍ତ୍ତି କାମ କରୁଥିଲେ। ସେଠାରେ ତାଙ୍କ ଫୁସଫୁସରେ ପଥର ଗୁଣ୍ଡ ଜମା ହେବାରୁ ସେ ଅସୁସ୍ଥ […]
ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରେ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି। ତେବେ ସେମାନଙ୍କୁ ଅଟକାଇବାକୁ କଳବଳ ସହିତ କୌଶଳ ପ୍ରୟୋଗ କରିଛି ପୁଲିସ୍। ଚାଷୀଙ୍କୁ ଅଟକାଇବାକୁ ଜାତୀୟ ରାଜପଥରେ ୧୪୪ ଧାରା ଜାରି କରାଯାଇଛି। ଚାଷୀମାନେ ସରକାର ବିରୋଧୀ ନାରାବାଜି ଦେଇ ଭୁବନେଶ୍ୱର ଆସୁଥିବା ବେଳେ ତମାଣ୍ଡୋ ନିକଟରେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି […]
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜଣେ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜୟ ପରବେଶ। ତାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନ୍ୟୁ ପ୍ଲେଟ୍ ମିଲ୍ରେ ଜୁନିଅର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସେକ୍ଟର-୨ ସ୍ଥିତ ଏଚ୍-୩ କ୍ୱାର୍ଟର୍ସରୁ ଆଜି ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି। ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୁଲିସ୍ […]
ଭୁବନେଶ୍ୱର: ଲୁଟ୍ କରିବା ପାଇଁ ଲୁଟେରା ମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ବନ୍ଧୁକ ମୁନ ଦେଖାଇ ହେଉ କି ମାରଣାସ୍ତ୍ର ଦେଖାଇ….ଏମିତି ଅନେକ ଉପାୟରେ ଲୁଟେରାମାନେ ଲୁଟ୍ କରିଥାନ୍ତି। ତେବେ ଲୁଟେରାମାନଙ୍କ ଏମିତି ଏକ ଲୁଟ୍ କରିବା ଢଙ୍ଗ ସାମ୍ନାକୁ ଆସିଛି, ଯାହା ଆପଣେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗତକାଲି ରାଜଧାନୀରେ ସିରିଜ୍ ଲୁଟ୍ରେ ଲୁଟେରାମାନେ ଏହି ଅଭିନବ ଢଙ୍ଗ ଆପଣାଇଥିବା ଜଣାପଡ଼ିଛି। ଏହି ସିରିଜ୍ ଲୁଟ୍ରେ ଲୁଟେରା ମାନେ ଲୁଟ୍ କରିବା ପରେ ଲୋକଙ୍କ ମୁଣ୍ଡରେ […]
ନୂଆପଡ଼ା: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ପାୱାରତଲା ଗାଁର ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ଶିବା ମାଝୀ ଓ ରଞ୍ଜିତା ମାଝୀ। ଉଭୟେ ପାୱାରତଲା ଗାଁର। ଚାଷ ଜମି ପାଖରେ ଗଛରେ ସେମାନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି। ତେବେ ଆତ୍ମହତ୍ୟାର […]
କଟକ: ଦୀପାବଳି ପୂର୍ବରୁ ଆକ୍ସନ୍ ମୁଡ୍ରେ କମିଶନରେଟ୍ ପୁଲିସ୍। କଟକ ଜଗତପୁର ସ୍ଥିତ ତ୍ରିଲୋଚନପୁର ଗାଁରେ ବେଆଇନ୍ ବାଣ କାରଖାନା ଉପରେ କମିଶନରେଟ୍ ପୁଲିସ୍ ଚଢ଼ାଉ କରିଛି। ବିପୁଳ ପରିମାଣର ବାଣ ଜବତ କରିବା ସହ ପୂରା ଗାଁକୁ ପୁଲିସ୍ ସିଲ୍ କରିଛି। ଗାଁରେ ଏକାଧିକ ବାଣ କାରଖାନା ରହିଛି। ତେବେ ଏସବୁ ବେଆଇନ୍ ଭାବେ ଚାଲୁଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ୧୧ଟି ଟ୍ରାକ୍ଟର ଭର୍ତ୍ତି ବାଣ ଗାଁରୁ ଜବତ ହୋଇଛି। ଏହାସହ ବାଣ ପ୍ରସ୍ତୁତକାରୀ […]
ସମ୍ବଲପୁର: ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଗିରଫ। ତାଙ୍କ ନାଁ ଚଗଲା ସେଠୀ। ତାଙ୍କ ଘର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁରେ। ମୃତ ମହିଳାଙ୍କ ନାଁ ସୁଲୋଚନା। ଅକ୍ଟୋବର ୩୦ ତାରିଖ ରାତିରେ ଚଗଲା, ସୁଲୋଚନାଙ୍କୁ ଜଙ୍ଗଲକୁ ନେଇ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି। ଗତକାଲି ପୁଲିସ୍ ଜଙ୍ଗଲରୁ ସୁଲୋଚନାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ପୂର୍ବରୁ ସୁଲୋଚନା ନିଖୋଜ ଥିବାରୁ ଗାଁ ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ। […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଓଡ଼ିଶା କମ୍ୟୁନିକେଶନ୍ ଉପରେ କ୍ରାଇମ୍ବ୍ରାଞ୍ଚ ଚଢ଼ାଉ। ଖଡ଼ଗପୁର କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏଥିସହ ୬୧ ଲକ୍ଷ ଟଙ୍କାର ମୂଲ୍ୟର ହ୍ୟାକିଂ ସଫ୍ଟୱେର ସହ ଇ-ଟିକେଟ୍ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରୂପସା ଥାନା ଅନ୍ତର୍ଗତ ତହରପୁର ଅଞ୍ଚଳର ନିର୍ମଳ ପଣ୍ଡିତ ଓ ଜଳେଶ୍ୱର ଷ୍ଟେସନ୍ ଜାର ଅଞ୍ଚଳର ସୁଶାନ୍ତୁ କୁମାର ଡାକୁଆ। ସେମାନଙ୍କ ଠାରୁ ମୋବାଇଲ୍, ୨୩ ହଜାର […]
ବାରିପଦା: ଯାତ୍ରା ଦେଖି ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି। ଆଉ ଘଟଣାସ୍ଥଳରେ ହିଁ ଚାଲିଗଲା ୨ଜଣଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଦୀପକ ସେଠୀ ଓ ଲିପୁନ୍ ସାହୁ। ଉଭୟେ ସାରଶକଣା ଗାଁର ବୋଲି ଜଣାପଡ଼ିଛି। ଆଜି ଭୋର ସମୟରେ ଦୀପକ ଓ ଲିପୁନ୍ ଯାତ୍ରା ଦେଖି ଫେରୁଥିବା ବେଳେ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। […]
ଭୁବନେଶ୍ୱର: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଆଜିଠାରୁ ଅପରେସନ୍ ‘ସୁନ୍ଦରୀ’ ଆରମ୍ଭ ହେବ । ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଚନ୍ଦକା ଜଙ୍ଗଲରୁ ଯାଇ ସାତକୋଶିଆରେ ହାତୀ ଯଶୋଦା ପହଞ୍ଚିଛି। ଯଶୋଦା ସହ ୪ ଜଣ ମାହୁନ୍ତ ଓ ବନ କର୍ମଚାରୀ ମଧ୍ୟ ସାତକୋଶିଆ ଯାଇଛନ୍ତି। ସାତକୋଶିଆର ଟିକରପଡ଼ା ନିକଟ ପୁରୁଣାକୋଟରେ ଏବେ ଯଶୋଦା ରହିଛି। ପୂର୍ବରୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ବିଚରଣ କରୁଥିଲେ ମଧ୍ୟ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇପାରିନଥିଲା ବନ ବିଭାଗ। […]
ଭୁବନେଶ୍ୱର: ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ଯୋଗୁଁ ବଦ୍ରିନାଥରେ ଓଡ଼ିଆ ତୀର୍ଥଯାତ୍ରୀ ଫସି ରହିଛନ୍ତି। ତୀର୍ଥଯାତ୍ରୀମାନେ ପ୍ରବଳ ତୁଷାରପାତ ଯୋଗୁଁ ଆସି ନ ପାରି ଅଧା ବାଟରେ ଏକ ଧର୍ମଶାଳାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି। ଏହି ସମସ୍ତ ତୀର୍ଥଯାତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ୨୬ ତାରିଖରେ ପ୍ରାୟ ୪୨ ଜଣ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମ ଆସିଥିଲେ। କିନ୍ତୁ ଦର୍ଶନ ସାରି ଗତକାଲି ଫେରିବା ବେଳେ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତା ଜାମ୍ […]
ପୁରୀ: କଡ଼ା ନିୟମ ସତ୍ତ୍ୱେ ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ସୋଶାଲ୍ ମିଡିଆରେ ଶ୍ରୀମନ୍ଦିରର ଭିତର ଫଟୋ ଅପ୍ଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ବେଙ୍ଗାଲୁରୁର ଜଣେ ଯୁବତୀ ନିଜ ଫେସ୍ବୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋକୁ ଅପ୍ଲୋଡ କରିଛନ୍ତି। ମେଘା ଲୁଥ୍ରା ନାମକ ଏହି ପର୍ଯ୍ୟଟକ ମନ୍ଦିର ବେଢ଼ାର ଫଟୋକୁ ସେୟାର କରିଛନ୍ତି। ସେ ଇଣ୍ଡିଗୋ ଏୟାର ଲାଇନ୍ସର କ୍ୟାବିନ୍ କ୍ରିଉ ଥିବା ଫେସ୍ବୁକ୍ ଆକାଉଣ୍ଟରେ ଉଲ୍ଲେଖ ହୋଇଛି। ତେବେ ଏହି ଘଟଣାକୁ […]
ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦାସ୍ଥିତ IMFA କ୍ରୋମାଇଟ ଖଣିରେ ଚାଲିଛି ଶ୍ରମିକ ଅାନ୍ଦୋଳନ। ଏହା ପଛରେ ବିଧାୟକ ପ୍ରୀତି ରଂଜନ ଘଡେଇଙ୍କ ହାତ ଥିବା ସନ୍ଦେହ କରାଯାଉଛି । ୨ ଦଫା ଦାବିରେ ଗତକାଲି ଠାରୁ କାର୍ଯ୍ୟବନ୍ଦ କରି ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ନେତୃତ୍ୱରେ ଏହି ଅାନ୍ଦୋଳନ ହେଉଛି। ଏମିତିକି ଅାନ୍ଦୋଳନକାରୀ ପ୍ରୀତି ଘଡ଼େଇଙ୍କ ନାଁରେ ଜିନ୍ଦାବାଦ ଦେଉଥିବା ଶୁଣିବାକୁ ମିଳିଥିଲା। ତେବେ ଯେଉଁ ପର୍ଯ୍ୟନ୍ତ କମ୍ପାନୀ […]
ଭୁବନେଶ୍ୱର: ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ଆୟର ମିତ୍ର ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ଗତକାଲି ଅଭିଜିତ୍ ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। ହେଲେ ସତ୍ୟପାଠ ଦାଖଲ କରି ପାରିନଥିଲେ। ତେଣୁ ଅାଜି ପୁଣିଥରେ ଗୃହ କମିଟି ଅାଗରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି । ଏହା ପୂର୍ବରୁ ଗତ ମାସ ୨୩ ତାରିଖରେ ଅଭିଜିତ୍ ଗୃହ କମିଟି ଆଗରେ ହାଜର ହୋଇଥିଲେ। ଏଥିସହ […]
ଅନୁଗୁଳ: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଏହି ଲଜ୍ଜାକର ଘଟଣା ଘଟିଛି। ଯୁବତୀଙ୍କ ପ୍ରେମିକ ଓ ତାଙ୍କ ଦୁଇ ସାଙ୍ଗଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଏନେଇ ପାଲଲହଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଅଭିଯୁକ୍ତ ପ୍ରେମିକ କାଳିଆକୁ ଗିରଫ କରିଛି। ହେଲେ କାଳିଆର ଅନ୍ୟ ୨ଜଣ ସାଙ୍ଗ ଫେରାର ହୋଇ ଯାଇଛନ୍ତି। […]
ଭୁବନେଶ୍ୱର: ଐତିହ୍ୟସଂପନ୍ନ ଭୁବନେଶ୍ୱରକୁ ନୂଆ ରୂପ ଦେବାକୁ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’। ଓଡ଼ିଶାର ଐତିହାସିକ ସହର ଭୁବନେଶ୍ୱରର ପରିଚୟ, ଏହାର ଇତିହାସ ଓ ସାଂସ୍କୃତିକ ବିବିଧତାର ବିଭିନ୍ନ କାହାଣୀକୁ ଜାଣିବାର ଓ ବୁଝିବାର ଏକ ପ୍ରୟାସ। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ, ଚିତ୍ରଶିଳ୍ପୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ସମ୍ପର୍କ ତିଆରି କରିବା। ଯଦ୍ୱାରା ସେମାନେ ବୁଝିପାରିବେ, ଆମେ ସେମାନଙ୍କର ସ୍ମୃତି, କଳ୍ପନା ଓ […]