• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

villagers
ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା

ଢେଙ୍କାନାଳ: ବିୟର ଫ୍ୟାକ୍ଟ୍ରି ପାଇଁ ଚାଲିଛି ଗଛକଟା। ଯାହାକୁ ଜନ ସାଧାରଣ ବିରୋଧ କରିଛନ୍ତି। ଫ୍ୟାକ୍ଟ୍ରି ପାଇଁ ଢେଙ୍କାନାଳ ଜିଲ୍ଲା ଝିଙ୍କରଡିହି ଜଙ୍ଗଲରେ ଗଛକଟା ହେଉଥିବାରୁ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗଛକଟାକୁ ବିରୋଧ କରି ପୁଲିସ୍‌- ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍‌କୁ ଠେଙ୍ଗାବାଡି ଦେଖାଇ ଲୋକେ ଗଛକଟାକୁ ବିରୋଧ କରିଛନ୍ତି। ଆଜି ସକାଳେ ପୁଲିସ୍‌ ଛାଉଣୀ କରାଯାଇ ଗଛ କଟା ଯାଇଥିଲା। ଫଳରେ ଏହାକୁ ଲୋକମାନେ ବିରୋଧ କରିଥିଲେ। ପୁଲିସ୍‌କୁ ଠେଙ୍ଗାବାଡି ଦେଖାଇ ଲୋକମାନେ […]

  • Tuesday, 20 July 2021
maoist marriage
ବିବାହ ବନ୍ଧନରେ ଆବଦ୍ଧ ହେଲେ ଆତ୍ମସମର୍ପଣ କରିଥିବା କ୍ୟାଡର୍ ନକ୍ସଲ

ଫୁଲବାଣୀ: ତିନି ବର୍ଷ ତଳେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିଲେ। ଆଉ ଗତକାଲି ତାଙ୍କର ବାହାଘର ହୋଇଛି। ତାଙ୍କ ନାଁ ଜ୍ୟୋତି ମାଡ଼କାମୀ। ଜ୍ୟୋତି ଜଣେ କ୍ୟାଡର୍ ନକ୍ସଲ ଥିଲେ। ସେ ପ୍ରାୟ ୧୪ ବର୍ଷ ଧରି ଛତିଶଗଡ଼ର ବିଜାପୁର ଅଞ୍ଚଳରେ ସକ୍ରିୟ ଥିଲେ। କିନ୍ତୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ୨୦୧୫ ଅକ୍ଟୋବର ୯ ତାରିଖରେ ସେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଆତ୍ମସମର୍ପଣ ନକ୍ସଲ ସଂଗଠନ […]

  • Tuesday, 20 July 2021
salepur
ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

ସାଲେପୁର: ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, କଟକ ସାଲେପୁରର ଛୋଟି ନଟରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥବା ପାଚିକାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସ୍‌ ତଦନ୍ତ କରି ପ୍ରଧାନଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

  • Tuesday, 20 July 2021
attack
ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ ମୁହାଁମୁହିଁ

ନୀଳଗିରି: ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ ମୁହାଁମୁହିଁ। ଗ୍ରାମବାସୀଙ୍କ ଆକ୍ରମଣରେ ରେଞ୍ଜର ଓ ବନ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ନୀଳଗିରି ହାତିମୁଣ୍ଡା ଗାଁରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ କିଛି ଦିନ ଧରି ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ଝାଡ଼ଖଣ୍ଡୀ ହାତୀ  ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ବେଳେ, ହାତୀଙ୍କୁ ଘଉଡାଇବା ପାଇଁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ। ଗତକାଲି ରାତିରେ ଗାଁରେ ନୀଳଗିରି ରେଞ୍ଜରଙ୍କ […]

  • Tuesday, 20 July 2021
puri
ଆଜି ପବିତ୍ର ଅଁଳା ନବମୀ

ପୁରୀ: ଆଜି ପବିତ୍ର ଅଁଳା ନବମୀ। ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର। ଅଁଳା ନବମୀରେ ରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ବର୍ଷକରେ ଥରେ ରାଧାପାଦ ଦର୍ଶନ କରିବାର ସୁଯୋଗ ଭକ୍ତଙ୍କୁ ମିଳିଥାଏ। କିନ୍ତୁ ଚଳିତ ବର୍ଷ ରାଧାପାଦ ସ୍ପର୍ଶକୁ ବନ୍ଦ କରାଯାଇଛି। କେବଳ […]

  • Tuesday, 20 July 2021
odisha assembly
ବିଧାନସଭାର ଶୀତ ଅଧିବେଶନ: ଆରମ୍ଭରୁ ଗୃହରେ ହଟ୍ଟଗୋଳ, କାଲି ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ହୋ ହାଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି। ଚାଷୀ ସମସ୍ୟା ନେଇ ଆଲୋଚନା କରିବାକୁ କଂଗ୍ରେସ ସଦସ୍ୟ ଦାବି କରି ଗୃହ ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ। ଫଳରେ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ସେପଟେ ବାଚସ୍ପତି କାଲି ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଆଜି ଗୃହ ଆରମ୍ଭରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶୋକ ପ୍ରସ୍ତାବ […]

  • Tuesday, 20 July 2021
sindhekela
ଟିଟିଲାଗଡ଼କୁ ଜିଲ୍ଲା ଓ ସିନ୍ଧେକେଲାକୁ ବ୍ଳକ୍‌ ମାନ୍ୟତା ଦାବିରେ ବନ୍ଦ ଡାକରା

ଭୁବନେଶ୍ୱର: ଟିଟିଲାଗଡ଼କୁ ଜିଲ୍ଲା ଓ ସିନ୍ଧେକେଲାକୁ ବ୍ଳକ୍‌ ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ସିନ୍ଧେକେଲା ବନ୍ଦ ଡାକରା ଦିଆଯାଇଛି। ବଣିକ ସଂଘ ତରଫରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଛନ୍ତି। ପରେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। ଦୋକାନ ବଜାର, ସ୍କୁଲ ଓ କଲେଜ, ବ୍ୟାଙ୍କ, ଅଫିସ ସବୁ ବନ୍ଦ ରହିଛି। ସିନ୍ଧେକେଲାକୁ ବ୍ଳକ୍‌ ଓ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ […]

  • Tuesday, 20 July 2021
Baripada
ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ

ବାରିପଦା: ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ରଙ୍ଗମାଟିଆ ଡାକ୍ତରଖାନାର ଫାର୍ମାସିଷ୍ଟ ସନ୍ଦୀପ ପତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଦୀର୍ଘ ୮ ବର୍ଷ ଧରି ସେ ଠିକା କର୍ମଚାରୀ ଭାବେ କାମ କରିବା ପରେ ୨ ମାସ ତଳେ ସ୍ଥାୟୀ ନିଯୁକ୍ତି ପାଇଥିଲେ। ତୁଳସୀଚଉରା ସ୍ଥିତ ସନ୍ଦୀପଙ୍କ ବାସଭବନରେ ଚଢ଼ଉ କରାଯିବା ସହ ତାଙ୍କର ପୈତୃକ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି। ତୁଳସୀଚଉରା ଘରର ଆନୁମାନିକ ମୂଲ୍ୟ ଦେଢ଼ କୋଟିରୁ […]

  • Tuesday, 20 July 2021
mini truck over turns
ଓଲଟି ପଡ଼ିଲା ମିନି ଟ୍ରକ୍‌; ୧୩ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଏକ ମିନି ଟ୍ରକ୍‌ ଓଲଟି ପଡ଼ିବା ଫଳରେ ୧୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବଣାଇ ମେଡିକାଲ୍‌ରେ ସେମାନଙ୍କର ଚିକିତ୍ସା ଚାଲିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଏହି ସମସ୍ତ ଯାତ୍ରୀ କୋଇଡ଼ାରୁ ଏକ କାର୍ଯ୍ୟକ୍ରମ ସାରି ଗୁରୁଣ୍ଡିଆ ତୁମେରମୁଣ୍ଡାକୁ ଫେରୁଥିବା ବେଳେ ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ନିକଟରେ ମିନି ଟ୍ରକ୍‌ର ଚକ ଫାଟି ଯିବାରୁ ଟ୍ରକ୍‌ଟି ଭାରସାମ୍ୟ […]

  • Tuesday, 20 July 2021
bellpaharah
ବିଭିନ୍ନ ଦାବି ନେଇ ବେଲପାହାଡ଼ ବନ୍ଦ ଡାକରା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ବାସୀଙ୍କ ବିଭିନ୍ନ ଦାବି ନେଇ ବେଲପାହାଡ଼ ନାଗରିକ ମଞ୍ଚ ପକ୍ଷରୁ  ଆଜି ବନ୍ଦ ଡାକରା ଦିଆଯାଇଛି। ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲେ ବି ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ନାଗରିକ ମଞ୍ଚ ଆଜି ବେଲପାହାଡ଼ ବନ୍ଦ ଡାକରା ସହ ରେଳରୋକ ଚେତାବନୀ ଦେଇଛି। ସହରର ସମସ୍ତ ଦୋକାନ ବଜାର, ବସ୍‌ ଚଳାଚଳ, ସ୍କୁଲ କଲେଜ ଓ ବ୍ୟବସାୟ […]

  • Tuesday, 20 July 2021
tara
‘ଇଏ ଫିକ୍ସିଂର ସରକାର, ଯାହାଙ୍କ ନାଁ ଉଠିଥିଲା ସେ ଏବେ ସାଂସଦ, ଅରୁଣଙ୍କ ଭୂମିକା ବି ଅଛି’

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ଓ ଦାରୁ ଚୟନ ଡିଲ୍ ଅଭିଯୋଗ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍‌। ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ବିଜେପି ଦାବି କରିଛି ତୁରନ୍ତ FIR ଦିଆଯାଉ ନ ହେଲେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦାରୁ ଫିକ୍ସିଂ ଅଭିଯୋଗ ନେଇ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ସ୍ତରୀୟ ତଦନ୍ତ […]

  • Tuesday, 20 July 2021
ATM Loot
ପୁଣି ଖୋର୍ଦ୍ଧାରେ ଏଟିଏମ୍‌ ଲୁଟ୍‌

ଖୋର୍ଦ୍ଧା: ମାତିଛନ୍ତି ଲୁଟେରା। ଆଉ ଟାର୍ଗେଟ୍‌ରେ ଏଟିଏମ୍। ଗୋଟିଏ ପରେ ଗୋଟିଏ ଏଟିଏମ୍ ଲୁଟ୍‌ କରିବାରେ ଲାଗିଛନ୍ତି ଏହି ଲୁଟେରା। ଖୋର୍ଦ୍ଧା ଜିଲ୍ଲା ବାଜପୁର ନିକଟ ନନ୍ଦପୁରରେ ଇଣ୍ଡିକ୍ୟାଶ୍ ATM ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ନିରାକାରପୁର, ତୁଳସୀପୁର ଓ ଜଟଣୀରେ ମଧ୍ୟ ଏଟିଏମ୍  ଲୁଟ୍ ହୋଇଥିଲା। ଆହୁରି ମଧ୍ୟ ପଢ଼ନ୍ତୁ : ଏଟିଏମ୍‌ ତାଡ଼ି ନେଇ […]

  • Tuesday, 20 July 2021
hockey
କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ବିକ୍ରିକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା ସୃଷ୍ଟି ହୋଇଛି। ଟିକେଟ୍‌ ନ ମିଳିବାରୁ ଉତ୍ତ୍ୟକ୍ତ ଲୋକମାନେ ୯ ନମ୍ୱର ଗେଟ୍ ଟିକେଟ୍ କାଉଣ୍ଟର ଭଙ୍ଗାରୁଜା କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ୍‌ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ବିକ୍ରିକୁ ନେଇ ଟିକେଟ୍‌ କାଉଣ୍ଟରରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ମାତ୍ର ଟିକେଟ୍‌ କାଉଣ୍ଟରରେ ହଠାତ୍‌ ଟିକେଟ୍‌ ନମିଳିବା ନେଇ ନୋଟିସ୍‌ […]

  • Tuesday, 20 July 2021
bengal tiger
ମହାବଳ ବାଘ ‘ମହାବୀର’ର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଶକ୍ତ ଧକ୍କା। ଅନୁଗୁଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବଳ ବାଘ ‘ମହାବୀର’କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗତକାଲି ସାତକୋଶିଆ କୋର୍‌ ଅଞ୍ଚଳରୁ ଯୁବ ମହାବଳ ମହାବୀରର ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ବନବିଭାଗ ତରଫରୁ  କୌଣସି ସ୍ପଷ୍ଟୀକରଣ ମିଳିନଥିଲେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ତେବେ ମହାବୀରର ମୃତ୍ୟୁ ହୋଇଛି ନା ତାକୁ କେହି ଶିକାର କରିଛି ତାହା ଏ ପର୍ଯ୍ୟନ୍ତ […]

  • Tuesday, 20 July 2021
jagannath temple
ଶ୍ରୀମନ୍ଦିରରେ ହେବ ମହାପ୍ରସାଦ ଦାମ୍‌ ତାଲିକା ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରସାଦର ଦାମ୍‌ ତାଲିକା ବ୍ୟବସ୍ଥା କରାଯିବ। କାର୍ତ୍ତିକ ମାସ ପରେ ମହାପ୍ରସାଦର ଦାମ୍‌ ତାଲିକା ବ୍ୟବସ୍ଥା ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମହାପ୍ରସାଦ ପ୍ରସ୍ତୁତି ନେଇ କେତେ ଟଙ୍କା ଖର୍ଚ୍ଚ କରାଯିବ ସେ ନେଇ ପ୍ରଥମେ ତର୍ଜମା ହେବ। ଏହାପରେ ଦାମ୍‌ ତାଲିକା ନେଇ ବିଧିବଦ୍ଧ ଭାବେ କାର୍ଯ୍ୟ କରାଯିବ। ସେହିପରି ନଷ୍ଟ ହୋଇ […]

  • Tuesday, 20 July 2021
maoist
ମୋଷ୍ଟ୍‌ ୱାଣ୍ଟେଡ୍‌ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ମୋଷ୍ଟ୍‌ ୱାଣ୍ଟେଡ୍‌ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ। ନୂଆପଡ଼ା ଏସ୍‌ପିଙ୍କ ନିକଟରେ ମହିଳା ମାଓବାଦୀ ଡାଲ୍‌ମତି ପହରିଆ ଆଜି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଘର ସିନାପାଲିର କୁନ୍ଦନଝରିଆ ଗାଁରେ। ତାଙ୍କୁ ବଳପୂର୍ବକ ଭାବେ ମାଓବାଦୀ ସଂଗଠନରେ ସାମିଲ କରାଯାଇଥିଲା ବୋଲି ସୂଚନା ମିଳିଛି। ଗତ ଜୁନ ମାସରୁ ସେ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ। ତାଙ୍କୁ ଧରାଇଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

  • Tuesday, 20 July 2021
dreaded criminal
ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଗଞ୍ଜାମ: କିଛି ଦିନର ବ୍ୟବଧାନ ପରେ ଗଞ୍ଜାମରେ ପୁଣି ଥରେ ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ବେଣୁ ବାରିକ ଆହତ ହୋଇଛି। ବେଣୁର ବାମ ଗୋଡ଼ରେ ଗୁଳି ବାଜିଛି। ବୁଗୁଡ଼ା ଥାନା ରାମପାଦ ଜଙ୍ଗଲରେ ପୁଲିସ୍‌ ଏହି ଏନ୍‌କାଉଣ୍ଟର କରିଛି। ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲ ଭିତରେ ବେଣୁ ଲୁଚି ରହିଥିବା ନେଇ ପୁଲିସ୍‌ ଖବର ପାଇଥିଲା। ପୁଲିସ୍‌ର ଚଢ଼ଉ ବେଳେ ବେଣୁ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଯାହାର ଜବାବ ଦେଇଥିଲା ପୁଲିସ୍‌ । ନୟାଗଡ଼ା […]

  • Tuesday, 20 July 2021
accident
ମନ୍ଦିରରେ ପିଟି ଦେଲେ ବାଇକ୍‌; ଜଣେ ମୃତ, ଜଣେ ଗୁରୁତର

କଟକ: ଜଗତସିଂହପୁର-କଟକ ରାସ୍ତାର କନ୍ଦରପୁର ନିକଟ ଅଥଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା କାଟସିଂହପୁରର ବିବେକାନନ୍ଦ ଦାସ ଓ ଆହତ ଜଣକ ହେଲେ ଗଉଡ଼ୁଣି ପଡ଼ିଆ ଗାଁର ଜ୍ୟୋତି ରଞ୍ଜନ ସାଠୁଆ। ଗତକାଲି ରାତିରେ ବିବେକାନନ୍ଦ ଏବଂ ଜ୍ୟୋତି ରଞ୍ଜନ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଅଥଙ୍ଗା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ମନ୍ଦିରରେ ପିଟି […]

  • Tuesday, 20 July 2021
express train
ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ

ଭୁବନେଶ୍ୱର: ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ। ଭୋଗପୁର-ପାଂସକୁରା ମଧ୍ୟରେ ଧଉଳି ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି। ଯେଉଁ ବଗିଟି ଲାଇନ୍‌ଚ୍ୟୁତ ହୋଇଛି ସେଥିରେ ୮୫ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ହାୱଡ଼ା ଏବଂ ଖଡଗପୁର ମଧ୍ୟରେ ରହିଛି ପାଂସକୁରା। ହାଓ୍ୱଡ଼ାରୁ ପୁରୀ ଯିବା ବାଟରେ ଧଉଳି ଏକ୍ସପ୍ରେସ୍ ଲାଇଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ରେଲୱେ ପକ୍ଷରୁ ହେଲ୍‌ପ୍ […]

  • Tuesday, 20 July 2021
odia singer
ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

କଟକ: ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସେ ଅନେକ ଲୋକପ୍ରିୟ ଓଡ଼ିଆ ସିନେମା ଗୀତରେ କଣ୍ଠଦାନ କରିଥିଲେ। ‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଉଡ଼ିଗଲା ଗେଣ୍ଡାଳିଆ’ ତାଙ୍କର ଚର୍ଚ୍ଚିତ ଗୀତ। ଏହି ଗୀତକୁ ଲୋକମାନେ ଏବେବି ଗୁଣୁଗୁଣୁ କରି ଗାଆନ୍ତି। ‘ମୋ […]

  • Tuesday, 20 July 2021
mukesh ambani
ଓଡ଼ିଶାରେ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ। ଯାହା ମୁଖ୍ୟତଃ ଡିଜିଟାଲ୍ କ୍ଷେତ୍ରରେ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୂଚନା ଦେଇଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ସୁଯୋଗ ବ୍ୟବସ୍ଥା କରିବ ରିଲାଏନ୍ସ। ବର୍ତ୍ତମାନ ରାଜ୍ୟର ୩୦ ହଜାର ଯୁବକ ଯୁବତୀ ରିଲାଏନ୍ସ ସହ ନିଯୁକ୍ତି କ୍ଷେତ୍ରରେ ଯୋଡ଼ି ହୋଇଛନ୍ତି। ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ କ୍ଷେତ୍ରରେ […]

  • Tuesday, 20 July 2021
HighCourt
ପୁଲିସ୍‌-ଓକିଲ ବିବାଦ ମାମଲା: ଦାଖଲ ହୋଇପାରିଲାନି ଚାର୍ଜସିଟ୍‌

କଟକ: ଆଜି ବି ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍। ପୁଲିସ୍‌-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ ହେବାର ଥିଲା। ତେବେ ଚାର୍ଜସିଟ୍ ଦାଖଲ ହୋଇପାରି ନଥିବାରୁ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କନଷ୍ଟେବଲଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୯ ତାରିଖରେ ମାମଲାର ଶୁଣାଣି ବେଳେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ […]

  • Tuesday, 20 July 2021
ATM
ଏଟିଏମ୍‌ ତାଡ଼ି ନେଇ ପଳେଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁରରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌। ସେଠାରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍‌କୁ କିଛି ଦୁର୍ବୃତ୍ତ ତାଡ଼ି ନେଇ ପଳାଇଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ଏଟିଏମ୍‌କୁ ତାଡ଼ି ନେଇ ପଳାଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏଟିଏମ୍‌ରେ କେତେ ଟଙ୍କା ଥିଲା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021
naxal posters
ନବ ନିର୍ମାଣ କୃଷକ ସଂଗଠନର ଅାନ୍ଦୋଳନକୁ ନକ୍ସଲଙ୍କ ସମର୍ଥନ

କନ୍ଧମାଳ: ପୁଣି ଥରେ କନ୍ଧମାଳରେ ନିଜ ପତିଆରା ଜାହିର କରିଛି ନକ୍ସଲ। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁକୁରୁମା ଏବଂ ଗୁଛାପଡ଼ା ଥାନା ଖଦିରଗାଁରେ ଏଭଳି ନକ୍ସଲ ପୋଷ୍ଟର ଲାଗିଛି। ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଏବଂ ପ୍ରତିରୋଧ ତୀବ୍ର କର ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗିରଫ କୃଷକ […]

  • Tuesday, 20 July 2021
sajjan jindal
ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ

ପୁରୀ: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲ ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସାଙ୍ଗରେ ସଜ୍ଜନଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁକେଶ ଅମ୍ବାନୀ ହେଲିକପ୍ଟରରେ ପୁରୀ ଯିବେ। ତେବେ ଅନନ୍ତ ସଡ଼କ ପଥରେ ଯିବେ ବୋଲି ସୂଚନା ମିଳିଛି। ସେହିପରି ବେଦାନ୍ତ ମୁଖ୍ୟ ଅନୀଲ […]

  • Tuesday, 20 July 2021