ପୁରୀ: ଶ୍ରୀ ନଅରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ। ଗତକାଲି ପୌଷ ପୂର୍ଣ୍ଣିମା ଅବସରରେ ଉତ୍କଳୀୟ ରାଜ ପରମ୍ପରା ଅନୁସାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ପଇତା ଲାଗି ସହ ଦେବର୍ଚ୍ଚନା ପରେ ଗଜପତି ମହାରାଜା ଓ ମହାରାଣୀଙ୍କ ଅଭିଷେକ କରାଯାଇଥିଲା। ସନ୍ଧ୍ୟାରେ ସିଂହାସନରେ ଗଜପତିଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଷୋହଳ ଶାସନର ସ୍ରୋତିୟ ବ୍ରାହ୍ମଣମାନେ ପଇତା, ନଡ଼ିଆ ରାଜଗୁରୁଙ୍କୁ ପ୍ରଦାନ କରିବା ପରେ ଗଜପତିଙ୍କୁ ଆଶୀର୍ବାଦ […]
କଟକ: ଚୌଦ୍ୱାର କଜଳକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ତନାଘନା ଆରମ୍ଭ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର। ଏମ୍ଭିଆଇ, ତଦନ୍ତକାରୀ ପୁଲିସ ଅଧତ୍କାରୀ ଏବଂ ଯନ୍ତ୍ରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଅନ୍ୟପଟେ ଦୁର୍ଘଟଣାରେ ଆହତ ୬ ଜଣଙ୍କ ଚିକିତ୍ସା ଏସିବିରେ ଚାଲିଛି। ଅନୁଗୁଳରୁ କଟକ ଆସୁଥିବା ନୀଳକଣ୍ଠ ନାମକ ଘରୋଇ ବସ୍ଟି ଗତକାଲି ସଂଧ୍ୟାରେ କଜଳକଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ରାସ୍ତାରେ […]
ଭୁବନେଶ୍ୱର: ରାଜଧାନୀରେ ରାତି ଅଧରେ ମାତିଲେ ଲୁଟେରା। ଦୁଇ ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଲୁଟିଛନ୍ତି ୪ ଜଣ ଦୁର୍ବୃତ୍ତ। କିଛି ଦିନର ବ୍ୟବଧାନ ପରେ ଲୁଟ୍ ତରାଜ୍ର ଏହି ଘଟଣା ପୂରା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ରାତିରେ ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଦୁଇ ବ୍ୟବସାୟୀ ଯାଉଥିବାବେଳେ ତାଙ୍କୁ ଅଟକାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ। ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ ବେଳେ ଅନ୍ୟ ଜଣେ ତାଙ୍କୁ ଅଟକାଇଥିଲେ। ଯାହା ପରେ ଉଭୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। […]
ଭୁବନେଶ୍ୱର: ଆଜି ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବୁନାଲ୍ରେ ଶୁଣାଣି ହେବ। ଆନ୍ଧ୍ରକୁ ନେରେଡି ଓ କାଟ୍ରାଗାଡ଼ା ବ୍ୟାରେଜ୍ ନିର୍ମାଣ କରିବାକୁ ଟ୍ରିବୁନାଲ୍ ଚୂଡ଼ାନ୍ତ ରାୟ ଶୁଣାଇବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଏବଂ ଓଡ଼ିଶା ସରକାର। ଟ୍ରିବୁନାଲ୍ର କିଛି ସର୍ତ୍ତାବଳୀ ଉପରେ ଆପତ୍ତି ଉଠାଇଛନ୍ତି ସରକାର। ଯାହାକୁ ନେଇ ଆଜି ଶୁଣାଣି ହେବ। ବଂଶଧାରା ନଦୀର ପାଣି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ କେତେ ପରିମାଣର ବ୍ୟବହାର କରିବେ, ସୁପରଭାଇଜରି କମିଟିର କାର୍ଯ୍ୟ, […]
୧୦୬ କୋଟି ଟଙ୍କାରୁ ଆରମ୍ଭ ହୋଇଥିଲା ୧୨ଶହ କୋଟିରେ ପହଞ୍ଚିଲାଣି
ଭୁବନେଶ୍ୱର: କୁହୁଡ଼ି ଚାଦର ତଳେ ସାରା ରାଜ୍ୟ। ଘନ କୁହୁଡ଼ି ଯୋଗୁ ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତିନି ଦିନ ଧରି ଏଭଳି ଘନ କୁହୁଡ଼ି ହେଉଛି। କୁହୁଡ଼ି ଯୋଗୁ ଦୂରକୁ ଭଲ ଭାବରେ ଦେଖାଯାଉ ନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। କୁହୁଡିର ମାତ୍ରା ଏତେ ଅଧିକ ରହିଛି ଯେ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ସମ୍ଭବ ହେଉନି। କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟ […]
ସମ୍ବଲପୁର: ଜିଲ୍ଲା ଝାଙ୍କରପାଲି ପଞ୍ଚାୟତ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିବା ଘଟଣାରେ ନୂଆମୋଡ଼ ନେଇଛି। ମଣ୍ଡି ଆଗରେ ୫ ଦିନ ହେଲା ହଜାର ହଜାର ବସ୍ତା ଧାନ ପଡ଼ିରହିଥିବା ବେଳେ ସ୍ଥାନୀୟ ଚାଷୀ ଓ ବିକ୍ରେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ସେଠାକୁ ଧାନ ବିକିବାକୁ ଆସିଥିବା ଲୋକମାନେ ପ୍ରକୃତ ଚାଷୀ ନୁହନ୍ତି, ବରଂ ଧାନ ବେପାରୀ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ। କେବଳ ଯେ ମଣ୍ଡିରେ ଧାନ ବସ୍ତା ପଡ଼ି ରହିଛି ତାହା ନୁହଁ […]
କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ସମୁଦ୍ରରେ ଗାଧୋଇବା ଭାସିଯାଇଥିବା ଛାତ୍ରଙ୍କ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକମାନେ ହେଲେ ଅବିନାଶ ପ୍ରଧାନ, ଅମିତ କୁମାର ମହାନ୍ତି ଓ ଶୁଭସୌମ୍ୟ ସେନାପତି। ଏମାନେ ସମସ୍ତେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ପିକ୍ନିକ୍ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ୬ଜଣ ଇଂଜିନିୟରିଂ ଛାତ୍ର ସୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ସମସ୍ତ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ୩ଜଣଙ୍କ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମନାଇବା ପାଇଁ ଜୋର୍ଦାର୍ ପ୍ରୟାସ ଚଳାଇଛି ବିଜେଡି ସରକାର। ଖାସ୍ ସେଥିପାଇଁ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି। ଶନିବାର ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ବାବଦକୁ ୨ଶହ ଟଙ୍କା ବଢ଼ାଇଛନ୍ତି ରାଜ୍ୟ ସରକାର। କେବଳ ଭତ୍ତା ବୃଦ୍ଧି ନୁହେଁ ଗତ କିଛି ମାସ ଭିତରେ ଡଜନେରୁ ଅଧିକ ସ୍କିମ୍ ଘୋଷଣା କରିଛନ୍ତି ନବୀନ। ଚାଷୀଙ୍କ ପାଇଁ କାଳିଆ ଯୋଜନା, ଆମ ଗାଁ ଆମ ବିକାଶ , ଯୁବଗୋଷ୍ଠୀ […]
ଅନୁଗୁଳ: ପୁଣି ଲଜ୍ଜା ବନ୍ତଳ ଥାନା ଅଞ୍ଚଳର ଜଣେ ସାଢ଼େ ୩ ବର୍ଷ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘରେ ରହୁଥିବା ଜଣେ ନାବାଳକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ୍।
କୋଣାର୍କ: ଅସ୍ତରଙ୍ଗର ଜାହାନିଆ ପୀର ସମୁଦ୍ର ବୁଡ଼ି ଘଟଣାର ମୃତ୍ୟୁ ସଂଖ୍ୟା ୨ଜଣକୁ ବୃଦ୍ଧି ହୋଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଉଦ୍ଧାର କରାଯାଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ଥିବାବେଳେ ୨ ଜଣ ଗୁରୁତର ଥିଲେ। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଉଥିଲା। ପିକନିକ୍ କରିବା ଉଦ୍ଦେଶ୍ୟରେ ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରକୁ ୬ଜଣ ଛାତ୍ର ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ […]
ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ରାଜଧାନୀରେ ବିରାଟ ଚାଷୀ ସମାବେଶ ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ଏହି ସମାବେଶ ଆରମ୍ଭ ହେବ। ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବେ ହଜାର ହଜାର ଚାଷୀ। ରାଜ୍ୟରେ ଅର୍ଥନୈତିକ ଅବରୋଧ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବ ନିର୍ମାଣ କୃଷକ ସଂଗଠନ ଏହି ସୂଚନା ଦେଇଛି। ସଂଗଠନର ଅଭିଯୋଗ କରିଛି ଯେ ରାଜ୍ୟ ସରକାରଙ୍କ ମନ୍ତ୍ରିସ୍ତରୀୟ କମିଟି […]
ପୁରୀ: ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୁଖୀ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବିଭିନ୍ନ ପ୍ରକଳ୍ପରେ ଆସିଥିବା ଅନୁଦାନ ସହ ତାର କାର୍ଯ୍ୟକାରୀତା ନେଇ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଆବାସ ଓ ପାନୀୟ ଯୋଜନାରେ ଯେମିତି କୌଣସି ବ୍ୟକ୍ତି ବଞ୍ଚିତ ନ ହେବେ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳ ଆଦେଶ ଦେଇଛନ୍ତି। ଏଥିସହ […]
କଟକ: ପିଠାରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। କଟକ ସଦର ବ୍ଲକ୍ ଗତିରାଉତପାଟଣା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ଦୁର୍ବୃତ୍ତ ମାଡ଼ ମାରିଛନ୍ତି। ଉଭୟଙ୍କୁ ବନ୍ଧୁକ ପଛରେ ମୁଣ୍ଡକୁ ଆକ୍ରମଣ କରିଥିବା ସେ କହିଛନ୍ତି। ସେମାନେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମର୍ଥକ ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ। ଏହି ଅଭିଯୋଗକୁ […]
ଭୁବନେଶ୍ୱର: ମଣ୍ଡି ବନ୍ଦ, ମିଲର୍ସଙ୍କ ମନମାନି ଓ କଟ୍ନିଛଟ୍ନି ସମସ୍ୟାରେ ଚାଷୀ ଯେମିତି ଧନ୍ଦି ହେଉଛନ୍ତି, ପ୍ରତିଦିନ ତା’ର ନୂଆ ନୂଆ ଚିତ୍ର ସାମ୍ନାକୁ ଆସୁଛି। ହାଡ଼ଭଙ୍ଗା ଶୀତକୁ ଖାତିର ନ କରି ଚାଷୀମାନେ କେଉଁଠି ଆନ୍ଦୋଳନ ତ କେଉଁଠି ରାସ୍ତାରୋକ କରୁଛନ୍ତି। କାରଣ ବର୍ଷଯାକର ପରିଶ୍ରମ ତୁଳନାରେ ଶୀତର ପ୍ରକୋପ କିଛି ବି ନୁହେଁ। କଟକ ଜିଲ୍ଲା ନରସିଂହପୁର ବ୍ଲକ୍ କୋକଳବା ଛକର ମଣ୍ଡିକୁ ମିଲର୍ସ ନଆସିବାରୁ ଅସନ୍ତୋଷ ପ୍ରକାଶ କରି ଛାଷୀ ରାସ୍ତା ରୋକ୍ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଆଇପିଏସ୍ ସମ୍ମିଳନୀର ପ୍ରଥମ ଦିନରେ ଫୋକସ୍ରେ ଥିଲା ସାଧାରଣ ନିର୍ବାଚନ ପରିଚାଳନା ଓ ମାଓ ଦମନ ରଣନୀତି। ତା’ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଥିଲେ ପୁଲିସ୍ ଡିଜି। ୩ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସାଇବର୍ କ୍ରାଇମ୍ ଓ ସୋସିଆଲ୍ ମିଡିଆ ମନିଟରିଂ ଉପରେ ବି ଆଲୋଚନା ହେବ। ମୁଣ୍ଡ ଉପରେ ୧୯ ନିର୍ବାଚନ ଥିବାରୁ ଏହା କେମିତି ସୁରୁଖୁରୁ ପରିଳାଚନା ହେବ, ତାହା ଏବେ ପୁଲିସ୍ ପାଇଁ […]
ଭୁବନେଶ୍ୱର: କାଳିଆ ଯୋଜନା ପାଇଁ ପାଣ୍ଠିକୁ ନେଇ ବିବାଦ ଦେଖା ଦେଇଛି। କଣ୍ଟିନ୍ଜେନ୍ସି ଫଣ୍ଡ ବା ଆପଦକାଳୀନ ପାଣ୍ଠିରୁ ଟଙ୍କା ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଆପଦକାଳୀନ ପାଣ୍ଠିରୁ ପ୍ରାୟ ୭୩୫ କୋଟି ଏହି ଯୋଜନାରେ ଖର୍ଚ୍ଚ ହେବ। ଏନେଇ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି। ଗତକାଲି ଜାତୀୟ ଗଣମାଧ୍ୟମରେ ନବୀନ ସରକାରର ଏ ଆଭିମୁଖ୍ୟକୁ ସମାଲୋଚନା କରି ଖବର ପ୍ରସାରିତ ହୋଇଥିଲା। ଆପଦକାଳୀନ ପାଣ୍ଠି ଅର୍ଥକୁ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯାଇଥାଏ। ଏହି […]
ମୟୂରଭଞ୍ଜ: ହାତୀ ମୃତ୍ୟୁ ପରେ କାଳେ ଚାକିରୀ ଚାଲିଯିବ, ସେଥିପାଇଁ ମୃତହାତୀକୁ ପୋତି ଦେଇ ପ୍ରମାଣ ଲୁଚାଇବାକୁ ଚେଷ୍ଟା ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ୍ ଜିଲ୍ଲା କପ୍ତିପଦା ରେଞ୍ଜ୍ ଶାରିଶୁଆ ବିଟ୍ ହାଉସ୍ ଅଧୀନ ରାଇ ପାହାଡ଼ରେ। ଏହି ଅଞ୍ଚଳରେ ଡ୍ୟୁଟିରେ ଥିବା ମହିଳା ଫରେଷ୍ଟ ଗାର୍ଡ ଅନିତା ସିଂ ଗାଁ ଲୋକଙ୍କ ସହାୟତାରେ ମୃତ ହାତୀଟିକୁ ପୋତି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଖବର ପାଇବା ପରେ ବାରିପଦା ଡିଏଫ୍ଓଙ୍କ […]
ଭୁବନେଶ୍ୱର: ନବ ଦାସ ବିଜେଡିରେ ମିଶିବା ପାଇଁ ସମସ୍ତ ପ୍ରସ୍ତୁତି ସରିବାକୁ ଥିବା ବେଳେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଛି। କିଶୋରଙ୍କୁ ମନାଇବା ପାଇଁ ବିଜେଡିର ଏକ ଟିମ୍ ଲାଗିଥିବା ଜଣାପଡ଼ିଛି। ଆଜି ଝାରସୁଗୁଡ଼ାର ଏକ ହୋଟେଲ୍ରେ ଏନେଇ ବୈଠକ ହୋଇଥିବା ସୂଚନା ମିଳିଛି। ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଏବଂ ବରିଷ୍ଠ ନେତା ଅନୁପ ସାଏ ପ୍ରମୁଖ ଏହି ବୈଠକରେ ସାମିଲ୍ […]
ଭୁବନେଶ୍ୱର: ଜାନୁଆରୀ ୨୫ ତାରିଖରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ସହାୟତା। ପ୍ରାୟ ୧୨ରୁ ୧୪ ଲକ୍ଷ ଚାଷୀଙ୍କୁ ତାଲିକା ଯାଞ୍ଚ ପରେ ସହାୟତା ପ୍ରଦାନ କରାଯିବ ବୋଲି ସମବାୟ ସଚିବ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ଗ୍ରୀନ୍ ଫର୍ମ ଆବେଦନ ଶେଷ ହୋଇଛି। ପ୍ରାୟ ୬୦ଲକ୍ଷ ଚାଷୀ ଏଥିରେ ଆବେଦନ କରିଛନ୍ତି। ତେବେ ତାଲିକା ଯାଞ୍ଚବେଳେ ପ୍ରାୟ ୧ଲକ୍ଷ ଚାଷୀ ବାଦ୍ ପଡ଼ିଛନ୍ତି। ୩ଟି ପର୍ଯ୍ୟାୟରେ ଚାଷୀଙ୍କୁ ଏ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି […]
ଭୁବନେଶ୍ୱର: କୋଲକାତାରୁ ଭୁବନେଶ୍ୱରକୁ ବେଆଇନ କଏନ୍ ଚାଲାଣ ଘଟଣାର ଖୋଳତାଡ଼ କରୁଛନ୍ତି ଜିଏସ୍ଟି କର୍ତ୍ତୃପକ୍ଷ। କିଏ ଓ କାହିଁକି ଏତେ ପରିମାଣର କଏନ୍ ଆଣୁଥିଲା, ଘଟଣାର କିଛି ଅପରାଧିକ ଦିଗ ଅଛି ନା ନାହିଁ ତାର ଯାଞ୍ଚ ଚାଲିଛି। ଭୁବନେଶ୍ୱରର ଉଦୟ ବିଶ୍ୱାଳ ଏହି କଏନ୍ ଆଣୁଥିବା ବେଳେ ତାଙ୍କୁ ଜିଏସ୍ଟି କର୍ତ୍ତୃପକ୍ଷ ପଚରାଉଚରା ଚଳାଇଛନ୍ତି। ମଠ ଓ ମନ୍ଦିରରେ ସଂଗ୍ରହ ହେଉଥିବା କଏନ୍କୁ ଏଜେଣ୍ଟଙ୍କ ଜରିଆରେ କୋଲକାତାରୁ ଆଣି ନିର୍ଦ୍ଦିଷ୍ଟ କମିଶନ୍ରେ ଏହାକୁ ମଲ, ହାଟ […]
ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ ନିମ୍ନଗାମୀ ହେବାରେ ଲାଗିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ନେଇ ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ ବା ଆସ୍ର ରିପୋର୍ଟରେ ଏଭଳି କିଛି ତଥ୍ୟ ପଦାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ପିଲାମାନଙ୍କ ଜ୍ଞାନର ସ୍ତର ଏତେ କମ୍ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା କିଛି ପିଲା ୧ରୁ ୯ ଯାଏ ସଂଖ୍ୟା ଚିହ୍ନିବାରେ ବି ସମର୍ଥ ନଥିବା ଜଣାପଡ଼ିଛି। ଏମିତିକି ୫ମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୮ […]
ଭୁବନେଶ୍ୱର: କୋଟି କୋଟି ଟଙ୍କା ପଡ଼ିରହିଛି, ହେଲେ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ଖଣି-ଖାଦାନ ଜିଲ୍ଲାର ବିକାଶ ପାଇଁ ଉଦ୍ଦିଷ୍ଟ ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ ବା ଡିଏମ୍ଏଫ୍ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚରେ ସ୍ଥାଣୁତା ନେଇ ବଲାଙ୍ଗିରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗମନାଗମନର ସୁବିଧା ନାହିଁ। ଯେଉଁଠି ରାସ୍ତା ଅଛି, ତାହା ଖାଲଖମାରେ ଭରା। ସୁନ୍ଦରଗଡ଼ି ଜିଲ୍ଲାରେ ୨୧୫ […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ନଦୀ ପଠାରେ ଚାଲିଛି ବାଲି ମାଫିଆଙ୍କ ରାଜୁତୀ। ଦିନ ଦ୍ୱି ପ୍ରହରରେ ବେଧଡ଼କ ଭାବେ ଶହ ଶହ ବାଲି ଟ୍ରକ୍ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ତହସିଲର ପହଣ୍ଡି, ଦିଗଶିରାରେ ଅଙ୍ଗନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥନୀୟ ବାସିନ୍ଦା ଅଭିଯୋଗ କଲେ ବି ପ୍ରଶାସନ ପଦକ୍ଷେପ ନେଉ ନଥିବା ଅଭିଯୋଗ […]