ଭୁବନେଶ୍ୱର: ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଆଣିଛନ୍ତି। ସୋମବାର ଓଟିଭିରେ ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ତାରା ଏହି ନୋଟିସ୍ ଆଣିଛନ୍ତି। ଯେଉଁଥିରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି ବୋଲି କୁହାଯାଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗରିମା କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି। ବାଚସ୍ପତି ନୋଟିସ୍କୁ […]
ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ। ଏହାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗୀତାଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, କିନ୍ତୁ ଏହା ରାଷ୍ଟ୍ର ପ୍ରତି ଅସମ୍ମାନ। କୌଣସି ବି ବ୍ୟକ୍ତି ଏହାକୁ ପ୍ରତ୍ୟାଖାନ କରିବା ଅନୁଚିତ। ଭାଇଙ୍କ କ୍ୟାରିଅର୍ ପ୍ରତି ଯଦି ଆଞ୍ଚ ଆସିବ ବୋଲି ଗୀତା ଭାବୁଛନ୍ତି ତେବେ ତାହା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ୱୀରାଜ। ଅନ୍ୟପଟେ […]
ମାଲକାନଗିରି: ମାଲକାନଗିରିରେ ନକ୍ସଲଙ୍କ ଦିନିକିଆ ବନ୍ଦ ଡାକରା। ଏନ୍କାଉଣ୍ଟରରେ ୫ ନକ୍ସଲଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ମାଲକାନଗିରିରେ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ କିଛି ଘରୋଇ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ସରକାରୀ ବସ୍ ବନ୍ଦ ଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ସେପଟେ ନକ୍ସଲଙ୍କ ବନ୍ଦ ଡାକରାକୁ ବିରୋଧ କରି ମାଲକାନିଗିରି ଓ କୋରାପୁଟରେ ନକ୍ସଲ ବିରୋଧୀ […]
ବାଲେଶ୍ୱର: ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ହିଂସା ଛାଡ଼ି ସେ ଶାନ୍ତିର ବାର୍ତ୍ତା ଦେଇଥିଲେ। ଏବେ କିନ୍ତୁ ଚାରିଆଡ଼େ ହିଂସା ଲାଗି ଅନେକ ଅଘଟଣ ଘଟୁଛି। ଏହାକୁ ପରିହାର କରି ଅହିଂସା ମାର୍ଗକୁ ଆସିବାର ବାର୍ତ୍ତା ଦେବାକୁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଦେବକୁମାର ଗାଁର ଅଶୋକ କୁମାର ଜେନା। ନିଜକୁ ମହାତ୍ମାଙ୍କ ବେଶରେ ସଜେଇ ଶାନ୍ତିର ବାର୍ତ୍ତା ପ୍ରଚାର କରିବାରରେ ଲାଗିଛନ୍ତି ସେ। ଗାନ୍ଧିଙ୍କ ପଥ ଅନୁସରଣ କରି ଲୋକଙ୍କ ମନରେ ଅହିଂସାର ବାର୍ତ୍ତା […]
ଭୁବନେଶ୍ୱର: ଜଣାପଡ଼ିଲା ସଗରିଆଙ୍କ ଗତି। କଂଗ୍ରେସରୁ ବହିଷ୍କୃତ ହୋଇଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଖୁବ୍ଶୀଘ୍ର ବହୁଜନ ସମାଜପାର୍ଟି (ବିଏସ୍ପି)ରେ ଯୋଗଦେବେ। ସେ ନିଜେ ଏହି ସୂଚନା ଓଟିଭିକୁ କହିଛନ୍ତି। ସେ କହିଛନ୍ତି-“ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ। ତାଙ୍କ ଭାଷଣରୁ ପଛୁଆବର୍ଗଙ୍କ ପାଇଁ କିଛି ମିଳିଲା ନାହିଁ। କଂଗ୍ରେସ କେବଳ ଆଦିବାସୀ ଭୋଟ୍ରେ ଶାସନ କରି ଜାଣେ। କିନ୍ତୁ ଆଦିବାସୀଙ୍କ ଉନ୍ନତି ପାଇଁ କଂଗ୍ରେସ କିଛି କରେନାହିଁ।” କୃଷ୍ଣଚନ୍ଦ୍ର ସଗରିଆ ଦଳ […]
ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା କୋଲକାତାର ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା ଶେଷରେ ଜେଲ୍ଗଲେ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୭ ତାରିଖରେ କୋର୍ଟରେ ପୁଣି ତାଙ୍କୁ ହାଜର କରାଯିବ। ଆସନ୍ତା ୨୯ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ। କୋଲକାତାରୁ ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱର ଆଣିଥିଲା ସିବିଆଇ। ରୋଜଭ୍ୟାଲି ଚିଟ୍ଫଣ୍ଡ୍ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁ ଏବଂ ପ୍ରଯୋଜକ ମୋହତାଙ୍କ […]
ଭୁବନେଶ୍ୱର: ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ ଅଛି। ଦିଲ୍ଲୀରେ ମୋଦି ରିମୋଟ୍ ଟିପିଲେ ନବୀନ ଏଠି ଉଠ୍ବସ୍ ହେଉଛନ୍ତି। ବୁଲେଇ ବଙ୍କେଇ ନୁହେଁ କି ଛଦ୍ମ ଭାବରେ ନୁହେଁ ଆଜି ନବୀନଙ୍କୁ ଏମିତି ଢଙ୍ଗରେ ସିଧା ଟାର୍ଗେଟ୍ କରିଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ୍ରେ ଦଳୀୟ ସଭାରେ ଯୋଗ ଦେଇ ନବୀନଙ୍କୁ ଏଭଳି ଆକ୍ରମଣ କରିଛନ୍ତି ରାହୁଲ। ଦିଲ୍ଲୀର ଚୌକିଦାର ଚୋର ବୋଲି କହିବା ସହ ଓଡ଼ିଶାର […]
ପାରାଦୀପ: ବଂଶ ବିସ୍ତାର ପାଇଁ ଓଡ଼ିଶା ଆସି ଅକାଳ ମୃତ୍ୟୁର ସାମ୍ନା କରୁଛନ୍ତି ବିରଳ ଅଲିଭ୍ ରିଡ୍ଲେ କିଇଁଛ । ବିଭିନ୍ନ କାରଣରୁ ରାଜ୍ୟର ବିଭିନ୍ନ ଉପକୂଳରେ ଦୈନିକ କଇଁଛଙ୍କ ମୃତ୍ୟୁ ହେବା ପରିବେଶବିତଙ୍କ ଚିନ୍ତା ବଢ଼ାଇଛି। ତେବେ ପାରାଦୀପରେ ଚାଲୁଥିବା କିଇଁଛ ସୁରକ୍ଷା ଯୋଜନା ଏକ ପ୍ରହସନ ପାଲଟିଛି। ଖାଲି ସୁରକ୍ଷାରେ ବିଫଳତା ନୁହେଁ, ବରଂ କିଇଁଛଙ୍କ ମୃତ୍ୟୁ ପରେ ବି ସେମାନଙ୍କ ଲାଗି ଥିବା ଗାଇଡ୍ ଲାଇନକୁ ବି ଠିକରେ ପାଳନ ହେଉନଥବା ଅଭିଯୋଗ […]
କନ୍ଧମାଳ: ଆସନ୍ତାକାଲି ଦେଶ ପାଳିବ ୭୦ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଆଜିଠାରୁ ଜାନୁଆରୀ ୩୧ ତାରିଖ ଯାଏ ମାଓବାଦୀମାନେ ପ୍ରତିରୋଧ ଦିବସ ପାଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଶାନ୍ତି ଶୃଙ୍ଖଳାର ସହ ସାଧାରଣତନ୍ତ୍ର ଦିବସ […]
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ ବେଳେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ଆଜି ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ ବେଳେ ରାହୁଲ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ସମାଲୋଚନା କରି କହିଛନ୍ତି, ଓଡ଼ିଶାରେ ଏକ ଅମଲାତାନ୍ତ୍ରିକ ଏକଛତ୍ରବାଦ ଚାଲିଛି। ନବୀନ ଏଠାରେ ଏକପ୍ରକାର ଏକଛତ୍ରବାଦୀ ଶାସନ ଚଳାଇଛନ୍ତି। ଓଡ଼ିଶା ଲୋକଙ୍କୁ ଏହି ଗଣତନ୍ତ୍ର ଏକଛତ୍ରବାଦରୁ ମୁକ୍ତିଦେବା କଂଗ୍ରେସର ଲକ୍ଷ୍ୟ ବୋଲି ରାହୁଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, […]
ଭୁବନେଶ୍ୱର: ପ୍ରଚାର ପ୍ରସାରରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ସରକାରୀ ପାଣ୍ଠି ଓ ସାଧାରଣ କରଦାତାଙ୍କଠୁ ସଂଗୃହୀତ ଅର୍ଥରୁ ପାଣି ଭଳି ଟଙ୍କା ବହୁଛି। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଡିସେମ୍ବର ୧ ତାରିଖ ୨୦୧୦ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ୩୫୦କୋଟି ୩୪ଲକ୍ଷ ୮୪ ହଜାର ୫୯୫ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିରୁ କେବଳ ପ୍ରିଣ୍ଟ୍ ମିଡିଆରେ ବିଭିନ୍ନ ଯୋଜନା ବିଜ୍ଞାପନ ବାବଦକୁ ୩୧୩ କୋଟି ୭୪ […]
ଭୁବନେଶ୍ୱର: ଅଗ୍ନିଶମ, ହୋମଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୯ଜଣ ଅଗ୍ନିଶମ ବିଭାଗର ଅଗ୍ନିକ ସାମିଲ୍ ଅଛନ୍ତି। କୁମରବର ସାମଲ (ଫାୟାରମ୍ୟାନ) ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି (ଫିଟର ଷ୍ଟେସନ ଅଫିସର), ଜ୍ୟୋତି ପ୍ରକାଶ ରଥ (ଷ୍ଟେସନ ଅଫିସର), ଅର୍ଜୁନ ବେହେରା (ଲିଡିଙ୍ଗ ଫାୟାରମ୍ୟାନ୍) ଏବଂ ସୌମେନ୍ଦ୍ରନାଥ କାନୁନଗୋ (ଫାୟାରମ୍ୟାନ) ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ […]
ବଲାଙ୍ଗିର: ବଲାଙ୍ଗିର ରାଜେନ୍ଦ୍ର କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଆଜି ବଲାଙ୍ଗିରରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଲାଗି ନିଷ୍ପତ୍ତି ହୋଇଛି। ରାଜେନ୍ଦ୍ର କଲେଜ ପରିସରରେ ଆୟୋଜିତ ଯୁବ ସମାବେଶରେ ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ନୂଆପଡ଼ା ଜିଲ୍ଲାର ବିଜୁ ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇଥିଲେ। ଏଥିସହ ନବୀନ ଆଜି ବଲାଙ୍ଗିରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର […]
ଭୁବନେଶ୍ୱର: ବିଜେଡି ମୁଖପାତ୍ର ସୁଲୋଚନା ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି। ଗତକାଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ଆଇଟି କନ୍କ୍ଲେଭରେ ଉଦ୍ବୋଧନ ଦେବା ବେଳେ ସୁଲୋଚନା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ କେହି ଆଙ୍ଗୁଳି ଦେଖାଇଲେ ଆମେ ସମ୍ମାନର ସହ ସେମାନଙ୍କ ହାତ କାଟି ଦେବା। ତେବେ ସୁଲୋଚନାଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି। କଂଗ୍ରେସ କହିଛି, ନାରୀଙ୍କୁ ସୁରକ୍ଷା ଦେଇ ପାରୁନଥିବା ସରକାର ବିରୋଧରେ ମୁହଁ […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ନିର୍ମାଣାଧୀନ ପାଣିଟାଙ୍କିରୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ମୃତ ଶ୍ରମିକ ଜଣଙ୍କ କୋକସରା ଅଞ୍ଚଳ ବଙ୍ଗୋମୁଣ୍ଡା ଗାଁର ଭାଜନ ଦଳପତି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାଣିଟାଙ୍କିର ସାଇଡ୍ ସ୍ଲୋପ୍ ନିର୍ମାଣ କରୁଥିବା ସମୟରେ ଭାଜନଙ୍କ ଗୋଡ଼ ଖସି ପଡ଼ିବା ଦ୍ୱାରା ସେ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଉତ୍ୟକ୍ତ ଲୋକେ ଭାଜନଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି। ସେପଟେ ବିନା […]
ସୁନ୍ଦରଗଡ଼: କୁଆରମୁଣ୍ଡାରେ ଜଣେ ନାବାଳିକାକୁ ବାରମ୍ବାର ଧର୍ଷଣ କରି କୁଆଁରୀ ମା’ କରିବା ଅଭିଯୋଗରେ ବୀରମିତ୍ରପୁର ପୁଲିସ୍ ମୁନ୍ନା ବଦ୍ରା ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ନାବାଳିକା ତାର ଭାଇ ଭାଉଜ ସାଙ୍ଗରେ ରହୁଥିଲା। ଭାଇ ଭାଉଜ କାମ କରିବାକୁ ବାହାରକୁ ଯାଉଥିଲେ। ଏହାର ସୁଯୋଗ ନେଇ ପାଖ ଘରେ ରହୁଥିବା ମୁନ୍ନା ନାବାଳିକାଙ୍କୁ ଧମକାଇ ବାରମ୍ବାର ଧର୍ଷଣ କରିଥିବା ଅଭିଯୋଗ ହୋଇଥିଲା। ଡିସେମ୍ବର ୨୨ତାରିଖରେ ନାବାଳିକା ଜଣଙ୍କ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କର କାଳିଆ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଏହି ଯୋଜନା ନିମନ୍ତେ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପ୍ରଦାନକୁ ବିରୋଧ କରି କୋର୍ଟରେ ମାମଲା ଦାଖଲ ହୋଇଛି। ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପ୍ରଦାନ ହୋଇଥିବାରୁ କୋର୍ଟରେ ଏହାକୁ ବେଆଇନ ବୋଲି ଦର୍ଶାଯାଇଛି। ଯାହାକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ, କୃଷି ସଚିବଙ୍କଠାରୁ ଅଦାଲତ ଜବାବ ତଲବ କରିଛନ୍ତି। ଏଥିସହିତ ୪ […]
ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ସେ କହିଛନ୍ତି, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ରାଜ୍ୟ ସରାକର ନୁହେଁ କେନ୍ଦ୍ର ସରକାର କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ୭୦ କୋଟିର ମାତୃ ବନ୍ଦନା ଯୋଜନାରେ ଓଡ଼ିଶାରୁ ମାତ୍ର ୭ଜଣ ମହିଳା ସାମିଲ ହୋଇଥିବା ମାନେକା କହିଛନ୍ତି। ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ କେନ୍ଦ୍ର ଯୋଜନାକୁ ରାଜ୍ୟ ଅଣଦେଖା […]
କେନ୍ଦ୍ରାପଡ଼ା: ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ ହୋଇପଡ଼ିଥିବା କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲାରେ କାଲି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଏହି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର। ପ୍ରକାଶ ଥାଉକି, ଗତକାଲି ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଏହା ସଂଘର୍ଷରେ ପରିଣତ ହୋଇଥିଲା। ଏହାର […]
ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କାଲି ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ରାହୁଲ ପ୍ରଥମେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡ଼ିୟମ୍ର ସାଧାରଣ ସଭାରେ ଯୋଗଦେବେ। ଏବଂ ସାଢ଼େ ୨ଟା ବେଳେ ନେତା, କର୍ମୀଙ୍କୁ ସମ୍ବୋଧନ କରିବେ। ଏହାପରେ ସ୍ଥାନୀୟ ଏକ ହୋଟେଲ୍ରେ କିଛି ବୁଦ୍ଧିଜୀବୀଙ୍କୁ ମଧ୍ୟ ଭେଟିବେ। ଏଥିସହିତ କିଛି ସମୟ ଆଲୋଚନା ପରେ ରାହୁଲ କଂଗ୍ରେସ ଭବନରେ ବିଏସ୍ଏନ୍ଏଲ୍ […]
ସୁନ୍ଦରଗଡ଼: କଇଁସରା ଗାଁରେ ହାତୀ ଉପଦ୍ରବ। ରାତିରେ ହାତୀମାନେ ଗାଁ ଭିତରକୁ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଛନ୍ତି। ଏହି ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଗାଁର ଅବସ୍ଥା ଏମିତି ହୋଇଛି ଯେ ଚାରିଆଡ଼େ ଘର କାନ୍ଥ ଭାଙ୍ଗି ପଡ଼ିଛି। ଘର ଛାତ ଭୁଷୁଡ଼ି ଆଁ କରିଛି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି ହାତୀ। ଆଉ ଅକାରଣେ ଧନଜୀବନ ନଷ୍ଟ ହେଉଛି। ହାତୀ ଦୁଇଟି କିଛି […]
ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସର ଅଙ୍କକଷା। ୫୦ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିସାରିଥିବା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଦଳ ଟିକେଟ୍ ବଣ୍ଟା ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ଜିତେନ୍ଦ୍ର। ଏହି ଅବସରରେ ସେ ବିଜେପି ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ଜିତେନ୍ଦ୍ର କହିଛନ୍ତି, କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନଙ୍କ ସରକାର ବିଦା ହେବା ଉଚିତ୍। ଏବେ ଓଡ଼ିଶାରେ […]
ଗଞ୍ଜାମ: ଛତ୍ରପୁର ଅଞ୍ଚଳରେ ଜଣେ ବ୍ୟାଙ୍କ୍ କ୍ୟାସିୟର୍ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ କ୍ୟାସିୟର୍ ହେଲେ ବିନାୟକ ବେହେରା। ତାଙ୍କ ଘର ଗଞ୍ଜାମ ଛତ୍ରପୁର ଅଞ୍ଚଳରେ। ବିନାୟକ ଆସିକା ମୁଣ୍ଡମରାଇ ଆନ୍ଧ୍ର ବ୍ୟାଙ୍କରେ କାମ କରୁଥିଲେ। ମୁଣ୍ଡମରାଇ କଲେଜ୍ ନିକଟ ପାହାଡ଼ ପାଖରେ ବିନାୟକଙ୍କ ମୃତଦେହ ମିଳିଛି। ପ୍ରେମ ବ୍ୟାପାରରୁ ବିନାୟକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ଭୁବନେଶ୍ୱର: କାଳିଆ ଯୋଜନାର ପାଣ୍ଠିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପରେ ଏହାର ଉତ୍ତର ରଖିଛି ବିଜେଡି। ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି ବୋଲି କହିଛି ଦଳ। ଏହି ଯୋଜନା ଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ବଢ଼ିବ ନାହିଁ ବୋଲି ବିଜେଡି କହିଛି। ଏହି ଯୋଜନା ଦ୍ୱାରା ଚାଷୀଙ୍କ ବିକାଶ ହେବା ସହ ରାଜ୍ୟ ଅର୍ଥନୀତିକୁ ସେମାନଙ୍କ ଅବଦାନ ବଢ଼ିବ ବୋଲି […]