• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vishal dev
କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଯୁବ ଓ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣାରେ ତେଜିଲା ପ୍ରତିବାଦର ସ୍ୱର। ବିଶାଲଙ୍କୁ ବହିଷ୍କାର ଦାବିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଭୁବନେଶ୍ୱର ରୁପାଲି ଛକରେ ବିଶାଳଙ୍କ କୁଶପୁତ୍ତଳିକା ଦାହ କରିବା ସହ ଯୁବ ଓ ଛାତ୍ର କଂଗ୍ରେସ ଶୋଭାଯାତ୍ରା କରିଛନ୍ତି। ଛାତ୍ର କଂଗ୍ରେସ ବିଶାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏଥିସହ ସେ କ୍ଷମା ପ୍ରାର୍ଥନା ନ କଲେ ତାଙ୍କ ଘରେ ପଶି […]

  • Tuesday, 20 July 2021
e
ଦିନକୁ ଦିନ ପଦା ହେବାକୁ ବସିଲାଣି ଜଙ୍ଗଲ

କଟକ: ‘ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା’ ନାରାବାଜି ଦେଉଛନ୍ତି ସରକାର। ଜଙ୍ଗଲ ସଂରକ୍ଷଣ ପାଇଁ ସରକାରଙ୍କ ଅନେକ ଯୋଜନା ମଧ୍ୟ ରହିଛି। ହେଲେ ପ୍ରକୃତରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା କଟକ ଚୌଦ୍ୱାର ଡାଳିଯୋଡ଼ା ସଂରକ୍ଷିତ ଡମଣୀ ଜଙ୍ଗଲକୁ ଦେଖିଲେ ସ୍ପଷ୍ଟ ବାରି ଜଣାପଡ଼ୁଛି। ଦିନକୁ ଦିନ ପଦା ହେବାକୁ ବସିଲାଣି ଜଙ୍ଗଲ। ଗଛଗୁଡ଼ିକ ବଡ଼ ହେବା ପୂର୍ବରୁ କାଟି ଦିଆଯାଉଥିବାରୁ ଜଙ୍ଗଲ ଭିତରେ କେବଳ ମୂଳ ହିଁ ରହିଯାଇଛି। ଜଙ୍ଗଲ ଭିତରେ ମିଳୁଥିବା ଆମ୍ବ, […]

  • Tuesday, 20 July 2021
atm loot
ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ଧରାପଡିଲା ଲୁଟେରା

ଭଦ୍ରକ: ଏଟିଏମ୍‌ ଲୁଟ୍ ଉଦ୍ୟମ ବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ୍ ଛେଚା ଖାଇଲା ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ମାଳଦା ବଜାରରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌କୁ ଜଣେ ଲୁଟେରା ଭାଙ୍ଗିବା ସହ ଲୁଟ୍ ପାଇଁ ଉଦ୍ୟମ କରୁଥିଲା। ତେବେ ଏହା ଲୋକଙ୍କ ନଜରରେ ପଡ଼ିଯିବାରୁ ସେଠାରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥାନୀୟ ଲୋକେ ତାକୁ କାବୁ […]

  • Tuesday, 20 July 2021
sagaria
କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗ ପରେ କଂଗ୍ରେସରେ କମ୍ପନ

ଭୁବନେଶ୍ୱର: ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗ ପରେ ବର୍ତ୍ତମାନ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। କୃଷ୍ଣଙ୍କ ବକ୍ତବ୍ୟକୁ ନେଇ ବିଧାନସଭାରେ ହଇଚଇ ହେବା ପରେ ପିସିସି ଶୃଙ୍ଖଳା କମିଟି ବୈଠକ ବସିଛି। ଏ ସଂକ୍ରାନ୍ତରେ ଏଆଇସିସିକୁ କମିଟିର ନିଷ୍ପତ୍ତି ପଠାଇ ଦିଆଯିବ ବୋଲି ଆବାହକ ଅନନ୍ତ ସେଠୀ କହିଛନ୍ତି। ତେବେ କୃଷ୍ଣ କିଛି ଭୁଲ୍ କହି ନାହାନ୍ତି। ଏଭଳି ଘଟଣାକୁ ଶୃଙ୍ଖଳା କମିଟି ଗଠନ କରିବା ଠିକ୍ ହୋଇନାହିଁ ବୋଲି କଂଗ୍ରେସ ନେତା ଭକ୍ତ ଚରଣ […]

  • Tuesday, 20 July 2021
encounter
ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ୍‌ର ଏନ୍‌କାଉଣ୍ଟର

ଅନୁଗୁଳ: ତାଳଚେରରେ ପୁଲିସ୍‌ର ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ ଆହତ ହୋଇଛି। ବାଦଲର ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ ପ୍ରଥମେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର  କରାଯାଇଛି। ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଏନ୍‌କାଉଣ୍ଟର ହୋଇଛି। ସୂଚନା ଅନୁସାରେ, ଲିଙ୍ଗରାଜ ଖଣି ନିକଟରେ ଅପରାଧ ପାଇଁ ବାଦଲ […]

  • Tuesday, 20 July 2021
Untitled-1
ମୁଦ୍ରାର ଦୁଇ ପାର୍ଶ୍ୱ ଭଳି କଂଗ୍ରେସ ଓ ବିଜେଡି: ଅମିତ ଶାହ

ସାଲେପୁର: କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି କଂଗ୍ରେସକୁ ବହୁ ବର୍ଷ ଓ ବିଜେଡି ସରକାରକୁ ୧୯ବର୍ଷ ଧରି ଶାସନ କ୍ଷମତାରେ ରଖିଲେଣି। ତେଣୁ ବିଜେପିକୁ ୫ବର୍ଷ ଲାଗି ସୁଯୋଗ ଦେବାକୁ ସାଲେପୁର ସମାବେଶରେ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଯିଏ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ସୁରକ୍ଷିତ ରଖି ପାରୁନାହାନ୍ତି, ସେ ରାଜ୍ୟକୁ କ’ଣ ସୁରକ୍ଷିତ ରଖିବେ ବୋଲି ଶାହ ଆକ୍ଷେପ କରିଛନ୍ତି। ଆୟୁଷ୍ମାନ ଭାରତକୁ […]

  • Tuesday, 20 July 2021
firing
ମେଲୋଡି ନାଇଟ୍‌ସ୍‌ରେ ମର୍ଡର

କଟକ: ମେଲୋଡି ନାଇଟ୍‌ସ୍‌ରେ ମର୍ଡର। କଟକ ଜିଲ୍ଲା ସାଲେପୁର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ମେଲୋଡି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ପାଟସାଇଲ ଗାଁର ସେକ୍‌ ଇମ୍ରାନ ଓ ବନମାଳିପୁରର ନିତ୍ୟାନନ୍ଦ ମଲ୍ଲିକ। ଆହତ ଦୁଇଜଣ ହେଲେ ଭୋଳ ଗାଁର ଉତ୍ତମ ଦାସ ଓ ରଘୁନାଥ ମଲ୍ଲିକ। ସେମାନେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, […]

  • Tuesday, 20 July 2021
dama 4
ଝିଙ୍କରଗଡ଼ି ଜଙ୍ଗଲରେ ଚାରା ପୋତିଲେ ଦାମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ଚାରା ପୋତିଲେ ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ। ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଝିଙ୍କରଗଡ଼ି ଜଙ୍ଗଲକୁ ବୁଲି ଦେଖିବା ପରେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି ଦାମୋଦର ରାଉତ। ସରକାରଙ୍କୁ ଅନ୍ଧ କହି ସମାଲୋଚନା କରିବା ସହ ପରିବେଶ ବିରୋଧୀ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ଏବେକାର ମୁଖ୍ୟମନ୍ତ୍ରୀଙ୍କ  ଜଏଣ୍ଟ ସେକ୍ରେଟାରୀ ଥିବା ଅଫିସ୍‌ର ଢେଙ୍କାନାଳରେ ଥିବା ବେଳେ ଜମିର […]

  • Tuesday, 20 July 2021
fire breaks out
କଟକ ବଡ଼ ଡାକ୍ତରଖାନାର ଅଗ୍ନିକାଣ୍ଡ

କଟକ: କଟକ ବଡ଼ ଡାକ୍ତରଖାନାର ଆଜି ଅଗ୍ନିକାଣ୍ଡ ଘଟିଛି। ଡାକ୍ତରଖାନାର ହେପାଟୋଲୋଜି ବିଭାଗରେ ନିଆଁ ଲାଗି ଯାଇଥିଲା। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ତେବେ ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି ହୋଇନି। ସବୁ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।

  • Tuesday, 20 July 2021
ngt
ଡଙ୍କାରୀ ଲୁଟ୍ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ ଏନ୍‌ଜିଟି

ଯାଜପୁର: ଜିଲ୍ଲା ଡଙ୍କାରୀରେ ବେଆଇନ୍ ଖନନ ମାମଲାରେ ରାଜ୍ୟ ସରକାରଙ୍କୁ ଏନ୍‌ଜିଟି ପ୍ରହାର। ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍ ଖାଦାନ ଲୁଟ୍ ପାଇଁ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି ଏନ୍‌ଜିଟି। ଏପରିକି ନଷ୍ଟ ହୋଇଥିବା ପରିବେଶର ଭରଣା ପାଇଁ ମାସକ ଭିତରେ ଅନ୍ତରୀଣ ଭାବେ ୨୫ କୋଟି ପୈଠ ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି। ଡଙ୍କାରୀ ଲୁଟ୍ ପାଇଁ ଆଇନ୍ ଆଖିରେ ଆଙ୍ଗୁଳି ଗେଞ୍ଜି ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍ ଖନନ ପାଇଁ ଦାୟିତ୍ୱରେ […]

  • Tuesday, 20 July 2021
vishal dev
ଓଟିଭିକୁ ଖବର ସଂଗ୍ରହରୁ ବାରଣ କଲେ କ୍ରୀଡ଼ା ସଚିବ ବିଶାଲ ଦେବ

ଭୁବନେଶ୍ୱର: ହକି ବିଶ୍ୱକପ୍ ଟିକେଟ୍‌ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ୍‌ଗହସ୍ତ କ୍ରୀଡ଼ା ସଚିବ ବିଶାଲ ଦେବ। ଆଜି ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭି ଟିମ୍‌କୁ ନିଜ ଚାମ୍ବରୁ ତଡି ଦେଲେ କ୍ରୀଡ଼ା ସଚିବ। ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ତମେ କାହିଁକି ଆସିଲ ବୋଲି ସଚିବ ପ୍ରଶ୍ନ କରିଥିଲେ। ସେହିପରି ସେ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଉଥିବା ସ୍ଥାନ, ପାର୍କ କି ସର୍ବସାଧାରଣ ସ୍ଥାନ ନୁହେଁ ବୋଲି କହିବା ସହ […]

  • Tuesday, 20 July 2021
cHAsi
ଚାଷୀ ଭୋଟ ହାତେଇବାକୁ ୩ ଦଳର ପ୍ରାଣ ମୂର୍ଚ୍ଛା ଉଦ୍ୟମ

ଭୁବନେଶ୍ୱର: ଚାଷୀ ଭୋଟ୍‌କୁ ହାତେଇବା ପାଇଁ ୩ ଦଳ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛନ୍ତି। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରୁଥିବା ବେଳେ କଂଗ୍ରେସ ଚାଷୀ ଋଣ ଛାଡ଼ରୁ ଆରମ୍ଭ କରି ଅନେକ ଲୋଭନୀୟ ପ୍ରତିଶ୍ରୁତି ରଖିଛି। ରାହୁଲ ଗାନ୍ଧି କୃଷିଋଣ ଛାଡ଼ ସହ ଧାନ ଏମ୍ଏସ୍ପି ୨୬ ଶହ ଟଙ୍କା ଦେବାକୁ ଘୋଷଣା କରି ପ୍ରତିଦ୍ୱନ୍ଦ୍ୱୀଙ୍କ ଶିବରିରରେ ହଲଚଲ ଆଣିଛନ୍ତି। ଓଡ଼ିଶାର ଚାଷୀଙ୍କ ପାଇଁ ରାହୁଲ ଯେଭଳି […]

  • Tuesday, 20 July 2021
representational image
କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ବଣାଇ: କଲଭର୍ଟରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲ୍ଲି ଥାନ୍ତା ଅନ୍ତର୍ଗତ ଭାଲୁପାଣିରେ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଉଭୟ ଗୋଟିଏ ବାଇକ୍‌ରେ ଯାଉଥିବା ବେଳେ ଏକ କଲଭର୍ଟରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Tuesday, 20 July 2021
bus
ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣା: ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ: ମହାନଦୀ ପୋଲରୁ ବସ୍ ଖସି ପଡ଼ିବା ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏମାନେ ସମସ୍ତେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୭ ଜଣ ପୁରୁଷ ଅଛନ୍ତି। ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୪୨ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆଉ ୮ ଜଣଙ୍କୁ ସେମାନଙ୍କ ସଂପର୍କୀୟମାନେ ଘରୋଇ ନର୍ସିଂହୋମ୍‌କୁ ନେଇ ଯାଇଛନ୍ତି। ଯେଉଁ ୭ […]

  • Tuesday, 20 July 2021
accident 1
ସ୍କର୍ପିଓକୁ ପିଟିଲା ଟ୍ରକ୍‌

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ହଳଦୀପଦା ବାଇପାସ୍‌ ନିକଟରେ ଏକ ସ୍କର୍ପିଓକୁ ଟ୍ରକ୍‌ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ହେଲେ ନୀର ଭରା। ମୃତାହତମାନେ କୋଲକାତାର ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣଙ୍କ ଚିକିତ୍ସା ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ […]

  • Tuesday, 20 July 2021
dhabaleswar
ଆଜି ବଡ଼ଓଷା

କଟକ: ଆଜି ବଡ଼ଓଷା। ଏଥିପାଇଁ ଆଠଗଡ଼ର ଧବଳେଶ୍ୱରଙ୍କ ପୀଠ ଉତ୍ସବମୁଖର। ବଡ଼ଓଷା ଅବସରରେ ଆଜି ଗଜଭୋଗ ଓ ତରଣ ଲାଗି ହେବ। ଅାଜି ସକାଳରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଅାଳତୀ, ମଇଲମ ପରେ ଭକ୍ତମାନେ ଦର୍ଶନ କରିଥିଲେ। ବଡ଼ଓଷାରେ ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛି। ଝୁଲାପୋଲ ଓ ମଞ୍ଚେଶ୍ୱର ଡଙ୍ଗାଘାଟରେ ବ୍ୟାରିକେଡ୍ କରାଯାଇଛି।

  • Tuesday, 20 July 2021
bus accident
ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣା: SCBରେ ଚାଲିଛି ଆହତଙ୍କ ଚିକିତ୍ସା

କଟକ: ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବା ଘଟଣାରେ ମତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ କରାଯାଉଛି। ସେପଟେ ଦୁର୍ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଏକା ଯାତ୍ରୀବାହୀ ବସ୍‌ ତାଳଚେରରୁ କଟକ ଆସିବାବେଳେ ଦୁର୍ଘଟଣା ଘଟିଥିଲା। ମହାନଦୀ ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେବାପରେ ୩୦ ଫୁଟ ତଳକୁ ଖସି ପଡିଥିଲା […]

  • Tuesday, 20 July 2021
dead
ରାସ୍ତା ପାର ହେବା ବେଳେ ବାଇକ୍‌ ଧକ୍କାରେ ଜଣେ ମୃତ

କଟକ: ନିଆଳି ଖଣ୍ଡିଆଦଣ୍ଡା ଅଞ୍ଚଳରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର ଶବ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ଅପରାହ୍ନରେ ଖଣ୍ଡିଆଦଣ୍ଡା ଗାଁର ବିକା ବୋଇ ନାମକ ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ବାଇକ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି। ବାଇକ ଚାଳକକୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ […]

  • Tuesday, 20 July 2021
assembly
ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ! ‘ଓଟିଭି’ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଆଣିଛନ୍ତି। ସୋମବାର ଓଟିଭିରେ ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ତାରା ଏହି ନୋଟିସ୍ ଆଣିଛନ୍ତି। ଯେଉଁଥିରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି ବୋଲି କୁହାଯାଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗରିମା କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି। ବାଚସ୍ପତି ନୋଟିସ୍‌କୁ […]

  • Tuesday, 20 July 2021
gita
ପଦ୍ମଶ୍ରୀ ସମ୍ମାନକୁ ଗୀତାଙ୍କ ଅଗ୍ରାହ୍ୟ ପରେ ଜୋର୍‌ ଧରିଛି ରାଜନୀତି

ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ। ଏହାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗୀତାଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, କିନ୍ତୁ ଏହା ରାଷ୍ଟ୍ର ପ୍ରତି ଅସମ୍ମାନ। କୌଣସି ବି ବ୍ୟକ୍ତି ଏହାକୁ ପ୍ରତ୍ୟାଖାନ କରିବା ଅନୁଚିତ। ଭାଇଙ୍କ କ୍ୟାରିଅର୍ ପ୍ରତି ଯଦି ଆଞ୍ଚ ଆସିବ ବୋଲି ଗୀତା ଭାବୁଛନ୍ତି ତେବେ ତାହା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ୱୀରାଜ। ଅନ୍ୟପଟେ […]

  • Tuesday, 20 July 2021
malkangiri
ମାଲକାନଗିରିରେ ନକ୍ସଲଙ୍କ ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରିରେ ନକ୍ସଲଙ୍କ ଦିନିକିଆ ବନ୍ଦ ଡାକରା। ଏନ୍‌କାଉଣ୍ଟରରେ ୫ ନକ୍ସଲଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ମାଲକାନଗିରିରେ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ କିଛି ଘରୋଇ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ସରକାରୀ ବସ୍‌ ବନ୍ଦ ଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ସେପଟେ ନକ୍ସଲଙ୍କ ବନ୍ଦ ଡାକରାକୁ ବିରୋଧ କରି  ମାଲକାନିଗିରି ଓ କୋରାପୁଟରେ ନକ୍ସଲ ବିରୋଧୀ […]

  • Tuesday, 20 July 2021
mahatma
ମହାତ୍ମାଗାନ୍ଧିଙ୍କ ବେଶରେ ବାଣ୍ଟୁଛନ୍ତି ଶାନ୍ତି ବାର୍ତ୍ତା

ବାଲେଶ୍ୱର: ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ  ହିଂସା ଛାଡ଼ି ସେ ଶାନ୍ତିର ବାର୍ତ୍ତା ଦେଇଥିଲେ। ଏବେ କିନ୍ତୁ ଚାରିଆଡ଼େ ହିଂସା ଲାଗି ଅନେକ ଅଘଟଣ ଘଟୁଛି। ଏହାକୁ ପରିହାର କରି ଅହିଂସା ମାର୍ଗକୁ ଆସିବାର ବାର୍ତ୍ତା ଦେବାକୁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଦେବକୁମାର ଗାଁର ଅଶୋକ କୁମାର ଜେନା। ନିଜକୁ ମହାତ୍ମାଙ୍କ ବେଶରେ ସଜେଇ ଶାନ୍ତିର ବାର୍ତ୍ତା ପ୍ରଚାର କରିବାରରେ ଲାଗିଛନ୍ତି ସେ। ଗାନ୍ଧିଙ୍କ ପଥ ଅନୁସରଣ କରି ଲୋକଙ୍କ ମନରେ ଅହିଂସାର ବାର୍ତ୍ତା […]

  • Tuesday, 20 July 2021
sgaria
ବିଏସ୍‌ପିରେ ମିଶିବେ ସଗରିଆ

ଭୁବନେଶ୍ୱର: ଜଣାପଡ଼ିଲା ସଗରିଆଙ୍କ ଗତି। କଂଗ୍ରେସରୁ ବହିଷ୍କୃତ ହୋଇଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଖୁବ୍‌ଶୀଘ୍ର ବହୁଜନ ସମାଜପାର୍ଟି (ବିଏସ୍‌ପି)ରେ ଯୋଗଦେବେ। ସେ ନିଜେ ଏହି ସୂଚନା ଓଟିଭିକୁ କହିଛନ୍ତି। ସେ କହିଛନ୍ତି-“ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ। ତାଙ୍କ ଭାଷଣରୁ ପଛୁଆବର୍ଗଙ୍କ ପାଇଁ କିଛି ମିଳିଲା ନାହିଁ। କଂଗ୍ରେସ କେବଳ ଆଦିବାସୀ ଭୋଟ୍‌ରେ ଶାସନ କରି ଜାଣେ। କିନ୍ତୁ ଆଦିବାସୀଙ୍କ ଉନ୍ନତି ପାଇଁ କଂଗ୍ରେସ କିଛି କରେନାହିଁ।” କୃଷ୍ଣଚନ୍ଦ୍ର ସଗରିଆ ଦଳ […]

  • Tuesday, 20 July 2021
rose
ରୋଜଭ୍ୟାଲି ଠକେଇ ମାମଲା: ଜେଲ୍‌ ଗଲେ ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା କୋଲକାତାର ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା ଶେଷରେ ଜେଲ୍‌ଗଲେ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୭ ତାରିଖରେ କୋର୍ଟରେ ପୁଣି ତାଙ୍କୁ ହାଜର କରାଯିବ। ଆସନ୍ତା ୨୯ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ। କୋଲକାତାରୁ ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱର ଆଣିଥିଲା ସିବିଆଇ। ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁ ଏବଂ ପ୍ରଯୋଜକ ମୋହତାଙ୍କ […]

  • Tuesday, 20 July 2021