ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ରେ ପୂର୍ବତଟ ରେଲ୍ୱେ ଏବଂ ଓଡ଼ିଶା ପାଇଁ ମୋଟ ୭୦୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗତବର୍ଷ ଅପେକ୍ଷା ଏହା ୧୩ ପ୍ରତିଶତ ଅଧିକ। ସେହିଭଳି ୬ଟି ନୂଆ ଲାଇନ୍ ପାଇଁ ବଜେଟ୍ରେ ୨୬୩୦ କୋଟି ବ୍ୟୟବରାଦ କରାଯାଇଛି। ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ସର୍ବାଧିକ ୪ଶହ କୋଟି ବ୍ୟୟବରାଦ କରାଯାଇଥିବାବେଳେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ୍ ପାଇଁ ୩୫୦ କୋଟି ବ୍ୟୟବରାଦ ହୋଇଛି। ସେହିପରି ଅନୁଗୁଳ-ସୁକିନ୍ଦା ଲାଇନ୍ ପାଇଁ ୨୫୦ କୋଟି, ତାଳଚେର-ବିମଳାଗଡ଼ ଲାଇନ୍ ପାଇଁ ୧୫୦ […]
ଖୋର୍ଦ୍ଧା: ଏଲ୍ଆଇସି ଖୋର୍ଦ୍ଧା ଶାଖା ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ହରିରାଜପୁର ଫାଣ୍ଡି ନିମବସନ୍ତ ଗାଁର ରବୀନ୍ଦ୍ର କୁମାର ନାହାକ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଖୋର୍ଦ୍ଧାରୁ ଘରକୁ ଫେରୁଥିବା ବେଳେ ଜଟଣୀ ନାଇଜର ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେ ଜଟଣୀରେ ପରିବାର ସହ ଭଡ଼ାରେ ରହୁଥିଲେ। ସୂଚନା ଅନୁସାରେ, ଗତକାଲି ରାତିରେ ସେ ଅଫିସରୁ ବାହାରି ଜଟଣୀ […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପୁଣି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବଣାଇ କୁଳିପୋଷ ରେଞ୍ଜରେ ଏକ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏବେ କୁଳିପୋଷ ଗାଁ ମୁଣ୍ଡରେ ୬ରୁ ୭ଟି ହାତୀ ରହିଥିବା ଜଣାପଡ଼ିଛି। କେଲ, ଗଡ଼ପୋଷ, ନୂଆଡିହି, ଭାଂଗଡିହି, ଖୁଟଗାଁ ଅଞ୍ଚଳରେ ଧାନ ଓ ପରିବା ଫସଲ ସବୁ ହାତୀପଲ ନଷ୍ଟ କରୁଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗ୍ରାମବାସୀଙ୍କ ସହ ବନ […]
ଢେଙ୍କାନାଳ: ଶେଷରେ ସିଲ୍ ହେଲା ଢେଙ୍କାନାଳ ଜିଲ୍ଲା ବେଲଟିକିରିରେ ଥିବା ସେଲ୍ଟର୍ ହୋମ୍। ଏଠାରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତହସିଲଦାରଙ୍କ ଉପସ୍ଥିତିରେ ଢେଙ୍କାନାଳ ସଦର ଥାନା ପୁଲିସ୍ ସେଲ୍ଟର୍ ହୋମ୍ ସିଲ୍ କରିଛନ୍ତି। ସିଲ୍ ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଅନ୍ତେବାସୀଙ୍କୁ କେଉଁଠିକୁ ସ୍ଥାନାନ୍ତର କରାଗଲା ତାହା ଜଣାପଡ଼ିନାହିଁ। ଏହି ବେଆଇନ୍ ସେଲ୍ଟର୍ ହୋମ୍ରେ ଜୋରଜବରଦସ୍ତ ଅନ୍ତେବାସୀଙ୍କ ସହ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଡଟ୍ ଫେଷ୍ଟ୍ ଉଦ୍ଘାଟିତ ହୋଇଛି। ଏହି ଫେଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟର ସ୍ୱାଦ ପାଇବା ସହ ବଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଓ ଶେଖରଙ୍କ ସଙ୍ଗୀତରେ ଦର୍ଶକ ଝୁମିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଏହି ଫେଷ୍ଟ ଚାଲିବ। ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ଏହାକୁ ଉଦ୍ଘାଟନ କରିଥିଲେ। ଏହା ପରେ […]
କୋରାପୁଟ: ଲକ୍ଷଲକ୍ଷ ଟଙ୍କା ଅଟକଳରେ ସ୍ୱାଚ୍ଛଭାରତର ଯୋଜନା କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ କିଭଳି ଚାଲିଛି ଯୋଜନାର ରୂପାୟନ, କୋରାପୁଟ ଜିଲ୍ଲା କେନ୍ଦାର ଗାଁକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେବ। ଗାଁରେ ନିର୍ମାଣ କରାଯାଇଥିବା ପାଇଖାନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପ୍ରଶାସନର ଉଦାସୀନତା, ନା ସଚେତନତାର ଅଭାବ ତାକୁ ନେଇ ବି ଉଠିଛି ପ୍ରଶ୍ନ। କେନ୍ଦାର ଗାଁରେ ଫେଲ୍ ମାରିଛି ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା। ଲୋକଙ୍କୁ ଏଠି ସୁହାଉଛି ମୁକ୍ତାକାଶ ଶୌଚାଳୟ। ଏହି ଗାଁର […]
ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ପରେ ଅଫ୍ ଲାଇନ୍ରେ ନୁହେଁ ଅନ୍ଲାଇନ୍ରେ ହେବ ଓଟିଇଟି ପରୀକ୍ଷା। ଅଫ୍ ଲାଇନ୍ ବଦଳରେ ଏଣିକି ପରୀକ୍ଷାର୍ଥି ଅନ୍ଲାଇନ୍ରେ ପରୀକ୍ଷା ଦେବେ। ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍। ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ଢାଞ୍ଚା ବଳାଇବାକୁ ନିଷ୍ପତ୍ତି ନେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ। ଚଳିତ ବର୍ଷ ଓଟିଇଟି ମାଟ୍ରିକ ପରୀକ୍ଷା ପରେ ହେବ।
ଭୁବନେଶ୍ୱର: ଆଜିଠାରୁ ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ଏଥିପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନକ୍ସଲମାନେ ପୋଷ୍ଟର ଲଗାଇବା ସହ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସୀମାରେ କମ୍ବିଂ ଅପରେସନ୍କୁ ଜୋରଦାର […]
ଭୁବନେଶ୍ୱର: କାଳିଆ ଯୋଜନାରେ ପ୍ରଭାବଶାଳୀଙ୍କୁ ବାଦ୍ ଦିଆଯାଇଛି। ଡ୍ରାଫ୍ଟ ତାଲିକା ଯାଞ୍ଚ ପରେ ପ୍ରଭାବଶାଳୀଙ୍କ ନାଁକୁ କାଟି ଦିଆଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। କାଳିଆ ଯୋଜନା ପାଇଁ ପ୍ରଥମେ ୨୦ ଲକ୍ଷ ଚାଷୀଙ୍କ ଡ୍ରାଫ୍ଟ ତାଲିକା ପ୍ରସ୍ତୁତ ହୋଇଥିଲା। ତେବେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ହୋଇଥିବା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ତେବେ ୨୦ ହଜାର ଚାଷୀଙ୍କ ବ୍ୟାଙ୍କ […]
ଭୁବନେଶ୍ୱର: ଚିଟ୍ଫଣ୍ଡ ଲିଙ୍କ୍ରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ପୁଣି ସମନ୍ କରିବ ସିବିଆଇ। ପ୍ରଥମ ନୋଟିସ୍ ପାଇ ବି ଉଭୟ ହାଜର ହୋଇନଥିବାରୁ ସେମାନଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ହେବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି, ଉଭୟ ନେତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଜଣକୁ ୨୮ ତାରିଖ ଓ ଅନ୍ୟଜଣକୁ ୩୦ ତାରିଖରେ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବଙ୍ଗୀୟ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ୫ ଜଣ ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ। ପରେ ନାବାଳିକାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ପରେ ଆଜି ସକାଳୁ ରସୁଲପୁର ନିକଟରେ ଥିବା ରାସ୍ତା କଡ଼ରେ ପକାଇ ପଳାଇଥିଲେ। ରସୁଲପୁର ଗାଁର କିଛି ଲୋକ ଏହା […]
ସୁବର୍ଣ୍ଣପୁର: ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ସୁବର୍ଣ୍ଣପୁର ଜିଳ୍ଲା ବିନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚକଡା ପୋକରେ ଫସଲ ହାନୀ ଓ ଋଣ ଭାର ଯୋଗୁଁ ସିଂଘିଯୁବା ଗାଁର ଭୁତୁଲୁ କର୍ଣ୍ଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତକାଲି ସକାଳେ ଧାନ କାଟୁଥିବା ସମୟରେ ଫସଲ ନଷ୍ଟ ହୋଇଥିବା ଦେଖି ସେ ଚିନ୍ତାରେ ପଡି ଯାଇଥିଲେ। ହାତ ଉଧାରୀ କରିଥିବା ଋଣ ଓ ବ୍ୟାଙ୍କରୁ ଆଣିଥିବା ଋଣ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳ ଛପଡା ବଜାରରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଛପଡା ଗାଁର ସମୀର ଦାସ ନାମକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ୍ରେ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ସାମାନ୍ୟ ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ରାଜା ନାମକ ଯୁବକଙ୍କ ସହ ସମୀରଙ୍କ ଝଗଡ଼ା ହେବାପରେ, ରାଜା ଛପଡା ବଜାରରେ ବୋମାମାଡ଼ କରିଥିଲା। ପରେ ସମୀରକୁ […]
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆମ ଆଦ୍ମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ସେ ସାମାଜିକ ନ୍ୟାୟ ଅଭିଯାନ ସମ୍ପର୍କିତ ଏକ ସାଧାରଣ ସଭାରେ ସାମିଲ ହେବେ। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଲୋୟର୍ ପିଏମ୍ଜିରେ ଆୟୋଜିତ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମରେ ଆମ୍ ଆଦ୍ମି ପାର୍ଟିର ନେତା ଓ କର୍ମୀଙ୍କ ସମେତ ବହୁ ସାମାଜିକ କର୍ମୀ ଓ ରାଜନେତା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ […]
କୋରାପୁଟ: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। କୋରାପୁଟ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକ ପାଣିଟ୍ୟାଙ୍କ୍ ନିର୍ମାଣ ବିଲ୍ କରାଇ ଦେବାକୁ କହି ଠିକାଦାର ଟଙ୍କଧର ହରିଜନଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ନିର୍ବାହୀ ଯନ୍ତ୍ରୀ। ଯୋଜନା ମୁତାବକ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ପିଅନ ସତ୍ୟଭାନୁ ମଲ୍ଲିକଙ୍କୁ ଏହି ଟଙ୍କା ଦେବାକୁ କହିଥିଲେ। ତେବେ ଟଙ୍କା […]
କଳାହାଣ୍ଡି/ରାୟଗଡ଼ା: ସହିଦ ସପ୍ତାହର ଶେଷ ଦିନରେ ଡକାଯାଇଥିବା ମାଓବାଦୀଙ୍କ ଭାରତ ବନ୍ଦ ଡାକରା ବେଳେ ହିଂସାକାଣ୍ଡ ଘଟାଇଛନ୍ତି ଲାଲ୍ ବାହିନୀ। କଳାହାଣ୍ଡିର ମଦନପୁର ରାମପୁର କେନ୍ଦୁଘାଟି ରାସ୍ତାରେ ଜେସିବିକୁ ପୋଡ଼ି ଦେଇଛନ୍ତି ମାଓବାଦୀ। କେନ୍ଦୁଘାଟିରେ ରାସ୍ତା କାମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛି ଲାଲ୍ ସଂଗଠନ। ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର୍ ବି ଲଗାଯାଇଛି। ସେହିପରି ରାୟଗଡ଼ା ଜିଲ୍ଳା ଚାଟିକଣାଠାରେ ଆଇଡି ବିସ୍ଫୋରଣ ହୋଇଛି। ରାସ୍ତାରେ ମାଓବାଦୀମାନେ ଲଗାଇଥିବା ଆଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ […]
ଢେଙ୍କାନାଳ: ଢେଙ୍କାନାଳରେ ବେଲଟିକିରିରେ ଥିବା ଏକ ବେଆଇନ ସେଲ୍ଟର୍ ହୋମରେ ଝିଅ ମାନଙ୍କୁ ଯୌନ ନିର୍ଯାତନା ଘଟଣାରେ ସେଲ୍ଟର୍ ହୋମ୍ ଇନ୍ଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ୍ ଗିରଫ କରିଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ସେଲ୍ଟର୍ ହୋମ୍ ଏମ୍ଡି ଫୟାଜ ରେହମାନ୍ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ସେଲ୍ଟର୍ ହୋମ୍ରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା […]
ସୁକିନ୍ଦା: ପୁଲିସ୍ ଉପରେ ଆକ୍ରମଣ କରିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୁକିନ୍ଦା ପୁଲିସ୍। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବାଲିଆ ଗାଁର ହାଟ ପଡ଼ିଆରେ ଗଞ୍ଜା ଲଢ଼େଇ ଚାଲିଥିଲା। ଏନେଇ ଖବର ପାଇବାପରେ ପୁଲିସ୍ ଅତର୍କିତ ଚଢ଼ାଉ କରିଥିଲା। ସ୍ଥାନୀୟ ବାସିନ୍ଦା ଏଥିରେ ପ୍ରତିକ୍ରିୟାଶୀଳ ହୋଇ କିଛି ପୁଲିସ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ୬ଜଣ ପୁଲିସ୍ କର୍ମଚାରୀ ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। […]
ରାଉରକେଲା: ରାଉରକେଲା ବାଲୁଘାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ବାପା ପୁଅଙ୍କର ମୃତ୍ୟୁ ଘଟିଛି। ବାପା ଟ୍ରକ୍ ଡ୍ରାଇଭର ଥିବା ବେଳେ ପୁଅ ସେହି ଟ୍ରକ୍ରେ ହେଲ୍ପର୍ ଥିଲେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଶମ୍ବୁନାଥ ସେଠୀ, ମୁନା ସେଠୀ। ସୂଚନା ଅନୁସାରେ, ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଟ୍ରକ୍ ପାର୍କିଂ କରି ବାପା ପୁଅ ରାସ୍ତା ପାର୍ ହେଉଥିବା ବେଳେ ଏହି ସମୟରେ […]
ଭୁବନେଶ୍ୱର: ଆଇପିଏସ୍ ଅଧିକାରୀଙ୍କ ବଦଳି ଦାବି କରିଛି ରାଜ୍ୟ ବିଜେପି। ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ହେଲେ ୨ଜଣ ଆଇପିଏସ୍ ଅଧିକାରୀ, ଆଇଜି ଅମିତାଭ ଠାକୁର ଓ ଡିଆଇଜି ଆଶିଷ ସିଂହଙ୍କୁ ବଦଳି କରିବାକୁ ଗୃହ ସଚିବଙ୍କ ନିକଟରେ ଦାବି ରଖିଛି ବିଜେପି। ଅବାଧ ନିର୍ବାଚନ ନେଇ ବିଜେପିର ସଂଦେହ ରହିଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି। ଏହି ଅଧିକାରୀମାନେ ଶାସକ ଦଳର ହାତବାରିସୀ ସାଜିଥିବା ବିଜେପି ଅଭିଯୋଗ […]
ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍ସ ଦିବସ। ଏଡ୍ସର ଭୟାବହତା ଏବଂ ସଚେତନତା ନେଇ ସାରା ବିଶ୍ୱରେ ପାଳିତ ହେଉଛି ଏହି ଦିବସ। ଏ ବର୍ଷ ଏଡ୍ସ ଦିବସର ବାର୍ତ୍ତା ରହିଛି ‘KNOW YOUR STATUS’ ଅର୍ଥାତ ସମସ୍ତେ ଏଡ୍ସ ଓ HIVକୁ ନେଇ ନିଜର ଅବସ୍ଥା ଜାଣନ୍ତୁ। ନିଜେ ସଚେତନ ହୁଅନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରାନ୍ତୁ। ଏହି ଅବସରରେ ଓଟିଭି ପକ୍ଷରୁ ଆୟୋଜନ କରାଯାଇଛି ମିନି ମାରାଥନ। ମୃତ୍ୟୁ ନୁହେଁ, ଜୀବନ ଆଡକୁ ଦୌଡ଼। ଏଡ୍ସ […]
ପାରାଦୀପ: ଗୁଳି କରି ୭ ଲକ୍ଷ ଟଙ୍କା ଲୁଟ୍। ପାରାଦୀପ ଇଫକୋ ଛକରେ କିଛି ଦୁର୍ବୃତ୍ତ ଗୁଳି କରି ୭ ଲକ୍ଷ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ଲାଗି ଟଙ୍କା ନେଇ ଯାଉଥିବା ଏକ ଘରୋଇ କମ୍ପାନୀ ଗାଡ଼ି ଉପରକୁ ଗୁଳି କରି ଦୁର୍ବୃତ୍ତମାନେ ଟଙ୍କା ଲୁଟିଥିବା କୁହାଯାଉଛି। ଗାଡ଼ିରେ ୩ ଜଣ ଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଅନ୍ୟପଟେ, ବାଇକ୍ରେ ଆସିଥିବା ୩ […]
ବଲାଙ୍ଗିର: ପୂର୍ବତଟ ରେଳପଥରୁ ହଟିଲା ପୁରୁଣା ସାଙ୍କେତିକ ବ୍ୟବସ୍ଥା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନବୀକରଣ କାର୍ଯ୍ୟ ହାତକୁ ନିଆଯିବା ପରେ ରେଳପଥରେ ଥିବା ହାତ ଭଳି ଦୃଶ୍ୟମାନ ଶେଷ ଯାନ୍ତ୍ରିକ ସଙ୍କେତ ବ୍ୟବସ୍ଥା-ସେମାଫୋରକୁ ହଟାଇ ନିଆଯାଇଛି। ତା ସ୍ଥାନରେ ନୂଆ ରଙ୍ଗୀନ ଆଲୋକ ବ୍ୟବସ୍ଥା କରାଯାଇଛି। ଶେଷ ଅଞ୍ଚଳ ଭାବେ ଏହି ପୁରୁଣା ବ୍ୟବସ୍ଥା ଓଡ଼ିଶାର ବଲାଙ୍ଗିର ଜିଲ୍ଲା ତୁରେଇକେଲା ରୋଡ୍ ଷ୍ଟେସନ୍ ପାଖରେ ରହିଥିଲା। ଯାହାକୁ ଆଜିସୁଦ୍ଧା ହଟାଇ ଦିଆଯିବ। ବର୍ଷକ ମଧ୍ୟରେ ପୂର୍ବତଟ […]
ଭୁବନେଶ୍ୱର: ଦିଲ୍ଲୀ ଏମ୍ସ୍ରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଉଭୟ ଦିଲ୍ଲୀ ଏମ୍ସ୍ରେ ଚିକିତ୍ସିତ ହେଉଛନ୍ତି। କାଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଜଗା ସୁସ୍ଥ ହୋଇ ବୁଲାବୁଲି କରୁଛି। କାଳିଆକୁ ପୂର୍ବରୁ ନଳିରେ ତରଳ ଖାଦ୍ୟ ଦିଆଯାଉଥିବା ବେଳେ ବର୍ତ୍ତମାନ ନଳିକୁ କାଢ଼ି ଦିଆଯାଇଛି। ଏଥିସହ ସେ ତରଳ ଖାଦ୍ୟ ମଧ୍ୟ ଖାଇ ପାରୁଛି। ଏ ନେଇ ଦିଲ୍ଲୀ ଏମ୍ସ୍ ପକ୍ଷରୁ କାଳିଆର ଏକ ନୂଆ ଫଟୋ […]