ଭୁବନେଶ୍ୱର: ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦଯାତ୍ରା କରିଛନ୍ତି। ଆଜି ଏହି କ୍ରମରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ପଦଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିଲେ। ତେବେ ବାଟରୁ ପୁଲିସ୍ ସେମାନଙ୍କୁ ଉଠାଇ ନେଇଛି। ସେପଟେ ଅଭିଯାନର ଆଉ କିଛି ସଦସ୍ୟ ଭୁବନେଶ୍ୱର ସତ୍ସଙ୍ଗ ବିହାର ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଶୋଇପଡ଼ି ରାସ୍ତା ଅବରୋଧ କରିଥିଲେ। ରାସ୍ତାରୋକ ଯୋଗୁ […]
ଭୁବନେଶ୍ୱର: ଶିକାରୀଙ୍କ ହାତରେ ହିଁ ଯାଇଛି ସାତକୋଶିଆରେ ମହାବଳ ବାଘର ଜୀବନ। ଝିଙ୍କ ଗିଳିବାରୁ ନୁହେଁ ବରଂ ଶିକାରୀ ବସାଇଥିବା ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଛି। ମହାବଳ ବାଘ ମୃତ୍ୟୁର ତଦନ୍ତ କରୁଥିବା ନ୍ୟାସ୍ନାଲ୍ ଟାଇଗର୍ କନ୍ଜର୍ଭେସନ୍ ଅଥରିଟି(ଏନ୍ଟିସିଏ)ର ଫରେଷ୍ଟ ଆଇଜି ଡଃ ଅମିତ୍ ମଲ୍ଲିକ ଏବଂ ୱାଇଲ୍ଡ୍ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ)ର କେ. ରମେଶ ବାଘ ମୃତ୍ୟୁ ଘଟଣାର ତଦନ୍ତ କରି NTCA ଡିଜି ଅନୁପ କୁମାର ନାୟକଙ୍କୁ ଏଭଳି […]
କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି କନ୍ୟାରତ୍ନ। ଦୁଷ୍କର୍ମ ପାଇଁ ଲଜ୍ଜିତ ଥିବା କନ୍ଧମାଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦାରିଙ୍ଗବାଡ଼ି ଥାନାରେ ଏତଲା ରୁଜୁ ହୋଇଛି। ନାବାଳିକାଙ୍କୁ ପ୍ରଥମେ ଅପହରଣ ଓ ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୁଲିସ୍।
ଅନୁଗୁଳ: ଗାଁରେ ଦନ୍ତାହାତୀ ଆତଙ୍କ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଗାଁ ଭିତରକୁ ଏକ ଦନ୍ତାହାତୀ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଛେଣ୍ଡିପଦା ବନାଞ୍ଚଳରୁ ହାତୀଟି ଗାଁ ଭିତରକୁ ପଶି ଆସିଥିଲା। ଗାଁ ଭିତରେ ହାତୀକୁ ଦେଖି ଲୋକେ ଭୟଭୀୟ ହୋଇ ଯାଇଥିଲେ। ବନବିଭାଗ କର୍ମୀ ଗାଁରେ ପହଞ୍ଚିବା ପରେ ଲୋକମାନେ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ହାତୀ ଘଉଡାଇବାକୁ ନିୟୋଜିତ ସ୍କ୍ୱାଡ୍ ଓ ଲୋକମାନେ ବାଣ ଫୁଟାଇ ହାତୀକୁ ଘଉଡାଇ ଥିଲେ। ହାତୀ ଛେଣ୍ଡିପଦା […]
ଭୁବନେଶ୍ୱର: ରାଜଧାନୀରେ ଶକ୍ତି ପ୍ରଦର୍ଶନ କଲା ବିଜେପି ଯୁବ ମୋର୍ଚ୍ଚା। ଲୋୟର୍ ପିଏମ୍ଜି, ୧୨୦ ବାଟାଲିୟନ୍ ଓ ଆର୍ବିଆଇ ଛକରେ ପୁଲିସ୍ ସହ ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି କାର୍ଯ୍ୟାଳୟରୁ ଯୁବ ମୋର୍ଚ୍ଚା କର୍ମୀଙ୍କ ପକ୍ଷରୁ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ବାହାରିଥିଲା। ବିଭିନ୍ନ ରୁଟ୍ ଦେଇ ବିଧାନସଭାକୁ ପହଞ୍ଚିବାକୁ ଥିବା ବେଳେ ପୁଲିସ୍ ସହ ଖଣ୍ଡ ଯୁଦ୍ଧ […]
କଳାହାଣ୍ଡି: ରାସ୍ତାରେ ବସିଲେ ଚାଷୀ। କଳାହାଣ୍ଡି ଜିଲ୍ଲାରେ ଆମ୍ପାଣିରେ ଚାଷୀଙ୍କ ରାସ୍ତା ଅବରୋଧ। କୋକସରା ବ୍ଲକ୍କୁ ମରୁଡି ଘୋଷଣା ଦାବି ନେଇ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଶତାଧିକ ସଂଖ୍ୟାରେ ଚାଷୀ ଏକାଠି ହୋଇ ଭବାନୀପାଟଣା-ଜୟପୁର ରାସ୍ତାରୋକ୍ କରିଛନ୍ତି। କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ଏହି ଅର୍ଥନୈତିକ ଅବରୋଧ କରାଯାଇଛି। ରାସ୍ତା ଅବରୋଧ ହେବା ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି।
ବାରିପଦା: ଶୌଚ ବାହାନାରେ ଛୁ’ ମାରିଲା କଏଦୀ। ମେଡିକାଲ୍ରେ ଚିକିତ୍ସାଧୀନ ଥିବାବେଳେ ବିଚାରାଧୀନ କଏଦୀ ଜଣକ ଖସି ଯାଇଛି। ତାଙ୍କ ନାଁ କାହ୍ନୁଚରଣ ମାରାଣ୍ଡି। ମିଳିଥିବା ସୂଚନା ଅନୁସାରେ, ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ କାହ୍ନୁ ବାରିପଦା ସର୍କଲ ଜେଲ୍ରେ ଥିଲା। ଅସୁସ୍ଥତା ପାଇଁ ଗତ ୬ ତାରିଖରୁ ତାକୁ ବାରିପଦା ପିଆର୍ଏମ୍ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ଶୌଚ ହେବାକୁ କହି ୨ ୱାର୍ଡରଙ୍କୁ ଚକ୍ମା ଦେଇ ମେଡିକାଲରୁ ଖସି ପଳାଇଥିବା ଜଣାପଡ଼ିଛି। ଏନେଇ […]
କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧ ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତିଙ୍କୁ ଅଟକ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାକାଳପଡ଼ା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କା କରି ପୁଲିସ୍ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ଅଟକ ରଖିଛି। ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ କରିବାକୁ ଯୋଜନା ଥିବା ନେଇ ପୁଲିସ୍କୁ ଖବର ମିଳିବା ପରେ ଅଟକ ରଖିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଆଜି […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ରାଜ୍ୟର ତିନି ପୁଲିସ୍ କର୍ମଚାରୀ ସଂଘ ସରକରାଙ୍କୁ ମିଳିତ ଚରମବାଣୀ ଶୁଣାଇଛନ୍ତି। ସରକାର ଦାବି ପୂରଣ ନକଲେ ସାମୁହିକ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି OPA, OPSA, ଓଡ଼ିଶା ହାବିଲଦାର ସିପାହୀ ଓ କନଷ୍ଟେବଳ ମହାସଂଘ ହାବିଲଦାର ସିପାହୀ। କନଷ୍ଟେବଳ ମହାସଂଘ ୪ ଦଫା ଦାବିକୁ ସରକାର ଶୁଣୁ ନଥିବା ଅଭିଯୋଗ କରି ମହାସଂଘ ଆଜି ରାତି ୧୦ଟା ସୁଦ୍ଧା ଦାବି ପୂରଣ ପାଇଁ ସରକାରଙ୍କୁ ସମୟ ଦେଇଛନ୍ତି। ଏହି ସମୟ […]
ବ୍ରହ୍ମପୁର: ପଞ୍ଚଭୂତରେ ଲୀନ ହେଲେ ଆସ୍କାର ପୂର୍ବତନ ସାଂସଦ ଲଡୁ କିଶୋର ସ୍ୱାଇଁ। ଜନ୍ମମାଟି ଗଞ୍ଜାମ ଜିଲ୍ଲା ଆସିକା ନିକଟ ପଥରା ଗାଁରେ ଆଜି ଶୋକାକୁଳ ପରିବେଶରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରୀୟା ସମ୍ପନ୍ନ ହୋଇଛି। କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଲଡୁକିଶୋରଙ୍କର ଗତକାଲି ରାତି ପ୍ରାୟ ୧୧ଟା ୪୫ରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଲଡୁ କିଶୋରଙ୍କ ପାର୍ଥିବ ଶରୀରକୁ ଆଜି ଆସିକା […]
ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା ଯୋଗୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ବି ଧୋଇଯାଇଛି। ଆଜି ଦିବଙ୍ଗତ ନେତା ପ୍ରିୟନାଥ ଦେ ଏବଂ ଲଡୁକିଶୋର ସ୍ୱାଇଁଙ୍କ ବିୟୋଗରେ ଶୋକପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭରୁ ଚାଷୀଙ୍କ ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଘଣ୍ଟାଏ ଯାଏ ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଯଦିଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀ […]
ଭୁବନେଶ୍ୱର: କନ୍ୟାରତ୍ନଙ୍କ ସୁରକ୍ଷା ଚିନ୍ତାରେ ରାଜ୍ୟ। ସେବାଶ୍ରମ ସ୍କୁଲ୍ ହେଉ କି ସେଲ୍ଟର୍ ହୋମ୍ ନାବାଳିକାଙ୍କ ଉପରେ ବଢ଼ି ଚାଲିଛି ଯୌନ ନିର୍ଯାତନା। କନ୍ଧମାଳ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ହେଉ କି ଢେଙ୍କାନାଳ ବେଲ୍ଟିକିରି ଆଶ୍ରମରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା, ଏସବୁକୁ ଦେଖିଲେ ରାଜ୍ୟରେ କନ୍ୟାରତ୍ନ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମାନ କରିହେଉଛି। ବାଳିକା, ଯୁବତୀ ଖାସ୍ କରି ଏସ୍ସିଏସ୍ଟି ବର୍ଗର ଛାତ୍ରୀଙ୍କ ସୁରକ୍ଷା ସ୍ଥିତି କେତେ […]
ବାଲେଶ୍ୱର: ଖରାଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା ଦେଖା ଗଲାଣି। ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନି। ପାନୀୟ ଜଳ ପ୍ରକଳ୍ପରୁ କାଦୁଅ ପାଣି ବାହାରୁଥିବାବେଳେ ଗାଁରେ ଥିବା ନଳକୂପରୁ ପାଣି ବାହାରୁନି । ଏହି ଦୂରବସ୍ଥା ହେଉଛି ବାଲେଶ୍ୱର ବସ୍ତା ଜାମସୁଳି ଗାଁର। ଖରା ଦିନ ନ ଆସୁଣୁ ଏଠାରେ ଜଳ ସଙ୍କଟ ଭୟଙ୍କର ରୂପ ନେଉଛି। ଜାମସୁଳ ବାସିନ୍ଦା ପାନୀୟ ଜଳ ପାଇଁ ଗରା, ମାଠିଆ ରଖି ପ୍ରତିବାଦ କରୁଛନ୍ତି । […]
କଟକ: କୁଏତରୁ ଫେରିଲା କଟକ ନିଆଳି ପୋଦନା ଅଞ୍ଚଳର ପପିନା ଲେଙ୍କାଙ୍କ ମୃତଦେହ। ଆଜି ଭୁବନେଶ୍ୱରରେ ମୃତଦେହ ପହଞ୍ଚିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିମାବନ୍ଦରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଏହି ଅବସରରେ ବୈଜୟନ୍ତ କହିଛନ୍ତି, ବିଜ୍ଞାପନରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଚାକିରି ନପାଇ ରାଜ୍ୟର ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି। ବିଜ୍ଞାପନ ଖର୍ଚ୍ଚକୁ ନିଯୁକ୍ତି କ୍ଷେତ୍ରରେ ଲଗାଗଲେ ଯୁବକମାନଙ୍କୁ […]
ସୁନ୍ଦରଗଡ଼: ବଣାଇ ଏସ୍ଡିଭିଓଙ୍କ ନାରେ ଏସ୍ଏଚ୍ଜି (ସ୍ୱୟଂ ସହାୟକ ଗ୍ରୁପ୍) ମହିଳାମାନେ ଅଭିଯୋଗ ଆଣିଛନ୍ତି। ନିଜକୁ ଦୋଷମୁକ୍ତ କରିବା ପାଇଁ ଏସ୍ଡିଭିଓ ଠକ ଉପାୟରେ ସମସ୍ତଙ୍କ ପାଖରୁ ଦସ୍ତଖତ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାନୁସାରେ କିଛି ଦିନ ତଳେ ଏସ୍ଡିଭିଓ ସରୋଜ ପାଣିଙ୍କ ନାରେ ୪ ଜଣ ମହିଳା ସହକର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଏନେଇ ମହିଳାମାନେ ସୁନ୍ଦରଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ବଣାଇ ଉପଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ, ବିଭାଗୀୟ ନିର୍ଦ୍ଦେଶକ, ଶାସନ ସଚିବଙ୍କ […]
ମୟୂରଭଞ୍ଜ: ରଙ୍ଗିନ୍ ଆଲୋକମାଳା, ସୁନ୍ଦର ଷ୍ଟେଜ୍ ଏବଂ ତା ସହିତ କଳାକାରଙ୍କ ନୃତ୍ୟ ପ୍ରଦର୍ଶନରେ ଉଦଘାଟିତ ହୋଇଛି ମୟୁରଭଞ୍ଜ ମହୋତ୍ସବ। ଶୀତୁଆ ସଂଧ୍ୟାରେ ଲୋକଙ୍କର ଭିଡ଼ ସହିତ ଗୋଟିଏ ମଞ୍ଚରେ ବିଭିନ୍ନ ଆଡୁ ଆସିଥିବା କଳାକାରଙ୍କ ଓଡ଼ିଶୀ, ଛଉ, ଝୁମର, ଚାଙ୍ଗୁ , ଖଡିଆ ଭଳି ନୃତ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଛି। ୩ ଦିନର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ସାହିତ୍ୟିକ, ସଙ୍ଗୀତକାର, କଳାକାର, ଚିତ୍ରଶିଳ୍ପୀମାନେ ଏକାଠି ହେବା ସହ ସେମାନଙ୍କର କଳା ପ୍ରଦର୍ଶନ ସହ […]
ସୁନ୍ଦରଗଡ଼: ଯୋଗେଶଙ୍କୁ ବିଜେଡିରେ ମିଶାଇବା ପୂର୍ବରୁ ସୁନ୍ଦରଗଡ଼ର ବିଜେଡି ନେତା କୁସୁମ ଟେଟେଙ୍କୁ ଥଇଥାନ କରାଯାଇଛି। କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୁସୁମ ୨ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ। ସୂଚନା ନିମନ୍ତେ ଜଣାଇ ଦେଉଛୁ ଯେ, ସୁନ୍ଦରଗଡ଼ର ବରିଷ୍ଠ ବିଜେଡି ନେତ୍ରୀ ହେଲେ କୁସୁମ ଟେଟେ। […]
ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଦାବିରେ ଆନ୍ଦୋଳନ କରୁଥିବା ସମସ୍ତ ଚାଷୀଙ୍କୁ ଲୋୟର୍ ପିଏମ୍ଜିରୁ ଜୋରଜବରଦସ୍ତ ଉଠାଇ ନେଇଛି ପୁଲିସ୍। ନବ ନିର୍ମାଣ କୃଷକ ସଂଗଠନ ନିଜ ଦାବି ନେଇ ରାଜଧାନୀରେ ଏକ ସମାବେଶର ଆୟୋଜନ କରିଥିଲା। ତେବେ ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା। ଏଥିପାଇଁ ଭୁବନେଶ୍ୱର ଆସୁଥିବା ଚାଷୀଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇଥିଲା ପୁଲିସ୍। ଯାଜପୁର, ଉଦଳା, ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ବହୁ ଚାଷୀଙ୍କୁ ଅଟକ ରଖାଯାଇଥିଲା। […]
ଭୁବନେଶ୍ୱର: ସିବିଆଇ ଓ କେନ୍ଦ୍ର ବିରୋଧରେ ଲଢ଼ିବାକୁ ନବୀନଙ୍କ ସହଯୋଗ ଲୋଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି କୋଲକାତାର ଖୋଲାମଞ୍ଚରେ ମମତା, ନିଜର ପରବର୍ତ୍ତୀ ଆଭିମୁଖ୍ୟ ନେଇ ନବୀନଙ୍କ ସହ କଥା ହେବେ ବୋଲି ମମତା କହିଛନ୍ତି। ଯାହାକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଆଜି ରାଜ୍ୟ ବିଧାନସଭାରେ ଚିଟ୍ଫଣ୍ଡ୍ ତାତି ଦେଖିବାକୁ ମିଳିଛି। ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି କହି ଗତକାଲି ବିଜେଡି କେନ୍ଦ୍ରକୁ ଟାର୍ଗେଟ୍ […]
ମୁମ୍ବାଇ: ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଶା ପ୍ରତି ଅଣଦେଖା ଓ ଅବହେଳାର ଆଉ ଏକ ବଡ଼ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନିକଟରେ ମୁମ୍ବାଇରେ ଲୋକାର୍ପିତ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ସଂଗ୍ରହାଳୟରେ। ଏଥିରେ ୨୫ଟି ଆଞ୍ଚଳିକ ଭାଷାର ଫିଲ୍ମକୁ ସ୍ଥାନ ମିଳିଥିଲେ ବି ଗୋଟିଏ ହେଲେ ଓଡ଼ିଆ ଫିଲ୍ମର ପୋଷ୍ଟର୍ କି କଳାକାରଙ୍କ ଫଟୋ ସ୍ଥାନ ପାଇନାହିଁ। ଏହାକୁ ନେଇ କଳାକାର ତଥା ସ୍ୱାଭିମାନୀ ଓଡ଼ିଆଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ପେଦାର ରୋଡ୍ରେ ସଦ୍ୟ ଲୋକାର୍ପିତ ହୋଇଛି […]
ନୟାଗଡ଼: ଚା’ ଦେବାରେ ବିଳମ୍ବ ହେବାରୁ ଜଣେ ବ୍ୟକ୍ତି ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିବା ନେଇ ଅଭିଯୋଗ ହୋଇଛି। ନୟାଗଡ ଜିଲ୍ଲା ନୂଆଗାଁ ବନ୍ଧ ଥାନାର ବକଳବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଦୋକାନକୁ ଯୁଗଳ ବରାଦ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ଚା’ ପିଇବାକୁ ଯାଇଥିଲେ। କିନ୍ତୁ ଦୋକାନରେ ଭିଡ ଥିବାରୁ ଚା’ ଦେବାରେ ବିଳମ୍ବ ହୋଇଥିଲା। ଏଥିରେ ଯୁଗଳ ଉତ୍କ୍ଷିପ୍ତ ହୋଇ ଝଗଡା କରିବା […]
ଝାରସୁଗୁଡ଼ା: ଖଳାରେ ଧାନ ବେଙ୍ଗଳା ଚାଲିଥିବା ବେଳେ ମେସିନ୍ରେ ପଡ଼ି ଚାରି ବର୍ଷର ଶିଶୁ ପୁତ୍ରର ମୃତ୍ୟୁ। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ତିଲିଆ ପଞ୍ଚାୟତ ଅନ୍ତର୍ଗତ ବରଙ୍ଗାମାଲ ଗାଁରେ। ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ସାହାଯ୍ୟରେ ଧାନ ବେଙ୍ଗଳା କରୁଥିଲେ। ସେଠାରେ ତାଙ୍କ ଚାରି ବର୍ଷର ପୁଅ ଖେଳୁଥିଲା। ହେଲେ ଅସାବଧାନତା ବଶତଃ ମେସିନ୍ ଭିତରେ ଛୁଆଟି ପଶି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ଟିଆର୍ଏଲ୍ ହସ୍ପିଟାଲ୍କୁ ଅଣାଯାଇଥିଲା। […]
ଭୁବନେଶ୍ୱର: ରାଜ୍ୟବ୍ୟାପୀ ଘରୋଇ ସ୍କୁଲମାନଙ୍କରେ ମନ ଇଚ୍ଛା ଫି’ ଆଦାୟକୁ ତୀବ୍ର ବିରୋଧ ହୋଇଛି। ସ୍ୱତନ୍ତ୍ର ଫି’ ଷ୍ଟ୍ରକଚର୍ ଲାଗୁ ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ନତାଲା ମୁଖ୍ୟ ଅଫିସ୍ ସମ୍ମୁଖରେ ମୁହଁରେ କଳା ପଟି ବାନ୍ଧି ଆମରଣ ଅନଶନ କରିଛି। ସେମାନଙ୍କ ଅଭିଯୋଗ ହେଲା, ରାଜ୍ୟ ସରକାର ଗତ ସେପ୍ଟେମ୍ବର ମାସରୁ ଫି ଆଦାୟ ସଂକ୍ରାନ୍ତରେ ଏକ କମିଟି ଗଠନ କରି ତା ଠାରୁ ଚୂଡ଼ାନ୍ତ ରିପୋର୍ଟ ଗ୍ରହଣ କରିସାରିଥିଲେ ବି ଏହାକୁ କାର୍ଯ୍ୟକାରୀ […]