ଅଭିନେତ୍ରୀ ସିମ୍ରନ୍ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ଅନଶନରେ ବସିଲେ ପରିବାର ଲୋକେ
କଟକ: ଚୌଦ୍ୱାର ଜେଲ୍ ଭିତରେ କଏଦୀଙ୍କ ଭିଡିଓ ଭାଇରାଲ ଘଟଣା ପରେ ଜେଲ୍ ବିଭାଗର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଦୁଇଟି ଭିନ୍ନ ଭିନ୍ନ ଭିଡିଓରେ ଜେଲ୍ ଅନ୍ତେବାସୀଙ୍କ ପାଖରେ ମୋବାଇଲ, ଚାର୍ଜର ସମେତ ନିଶା ବଟିକା ଅତି ସହଜରେ ପହଁଞ୍ଚିପାରୁଥିବା ଜଣାପଡ଼ିଛି। କିଛି ଅନ୍ତେବାସୀଙ୍କୁ ଜେଲ୍ରେ ସ୍ୱତନ୍ତ୍ର ସୁବିଧା ଯୋଗାଯାଉଥିବା ମଧ୍ୟ ଭିଡିଓରେ ଅଭିଯୋଗ କରାଯାଇଛି। ସେପଟେ ଜେଲ୍ ଭିତରୁ କଏଦୀଙ୍କ ଭିଡିଓ କିପରି ଭାଇରାଲ ହେଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଜେଲ୍ ଡିଆଇଜି […]
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା। ମଣ୍ଡି ଆରମ୍ଭ ହେବାର ୨ ମାସ ପରେ ବି କିଣା ନ ହୋଇ ପଡ଼ି ରହିଛି ବସ୍ତା ବସ୍ତା ଧାନ। ଜିଲ୍ଲାର ୬୨ଟି ମଣ୍ଡିରେ ୩ ଲକ୍ଷ ୪୬ ହଜାର ୨୬୪ ପ୍ୟାକେଟ୍ ଧାନ ପଡ଼ି ରହିଛି। ଏନେଇ ଚାଷୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେପଟେ ମିଲରଙ୍କ ସହ ଆଲୋଚନା […]
ଭୁବନେଶ୍ୱର: ଏଥର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ୍ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍ ବା ‘ପିଠା ଯୋଜନା’। ‘ଆମ ଗାଁ ଆମ ବିକାଶ”ର ଏକ ଉପ ଯୋଜନା ଭାବେ ଏହା କାର୍ଯ୍ୟ କରିବ। ଲୋକଙ୍କୁ ସଶକ୍ତ କରିବା ସହିତ ସରକାରୀ ଯୋଜନାର ସ୍ୱଚ୍ଛତା ବଜାୟ ରଖିବା ତଥା ଉତ୍ତରଦାୟିତ୍ୱ ନିର୍ଧାରଣ କରିବା ପାଇଁ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି। ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ […]
ପୁରୀ: ପୁରୀ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଚାଲିଥିବା ମହାପ୍ରସାଦ ରନ୍ଧନ ସରିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସୁଆର ନିଯୋଗ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି। ତେବେ ଏ ନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇନଥିବା ବେଳେ ଖୁବଶୀଘ୍ର ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲାଗିବ ବୋଲି ସେ କହିଛନ୍ତି। ସୂଚନା ମୁତାବକ, ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଖର୍ଚ୍ଚ […]
ଖୋର୍ଦ୍ଧା: ଖୋର୍ଦ୍ଧାରେ ଜଙ୍ଗଲୀ ବାର୍ହା ଆତଙ୍କ। ଦେଢ଼ ବର୍ଷର ଶିଶୁର ହାତ ପାପୁଲି ଛିଡ଼ାଇ ନେଲା ବାର୍ହା। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଦଧିମାଛଗାଡ଼ିଆ ନିକଟରେ। ବାପାମା କ୍ରସରରେ କାମ କରୁଥିବା ବେଳେ ପାଖରେ ତାଙ୍କ ଝିଅ ଖେଳୁଥିଲା। ଏହି ସମୟରେ ଜଙ୍ଗଲି ବାର୍ହା ଆସି ଆକ୍ରମଣ କରି ଶିଶୁ କନ୍ୟାର ହାତ ପାପୁଲି ଛିଡ଼ାଇ ନେଇଛି। ଛିଣ୍ଡା ପାପୁଲି ସହ ଶିଶୁ କନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହେଲେ ଅବସ୍ଥା ଗୁରୁତର […]
ଢେଙ୍କାନାଳ/ ବାଲେଶ୍ୱର/ଭଦ୍ରକ: ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ ଘଟଣା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଆଜି ସିଡବ୍ଲ୍ୟୁସି ଓ ପୁଲିସ୍ ରାଜ୍ୟର ବିଭିନ୍ନ ସେଲ୍ଟର୍ ହୋମ୍ରେ ଯାଞ୍ଚ କରିଛନ୍ତି। ଉଦଳା ଚୁଳିଆପାଣି ନିକଟରେ ଥିବା ସେଲ୍ଟର ହୋମ୍କୁ ପ୍ରଶାସନ ଖାଲି କରିଛି। ସେହିପରି ଛତ୍ରପୁରରେ ଥିବା ସେଲ୍ଟର ହୋମ୍କୁ ବି ଖାଲି କରାଯାଇଛି। ଏଠାରେ ରହୁଥିବା ୧୪୪ ଜଣ ଅନ୍ତେବାସୀଙ୍କୁ ବ୍ରହ୍ମପୁରରେ ଥିବା ସିଡବ୍ଲ୍ୟୁସି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁରରେ ଅନ୍ୟ ସବୁ ସେଲ୍ଟର୍ ହୋମ୍ରେ ପ୍ରଶାସନର […]
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ବିଧାନସଭା ଆସନରୁ ଲଢ଼ିବା ଚର୍ଚ୍ଚା ପରେ ଆଜି ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ମହେଶ ସାହୁ। ପାଲଲହଡ଼ାରେ ବର୍ତ୍ତମାନ ବିଧାୟକ ଥିବା ମହେଶ କହିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ଲଢ଼ିଲେ ମୁଁ ସ୍ୱାଗତ କରିବି।” ସେ ଆହୁରି କହିଛନ୍ତି, “ମୁଁ ଯେତିକି ଜାଣିଛି ଧର୍ମେନ୍ଦ୍ର ପ୍ରଧାନ ନା ଲୋକସଭା ନା ବିଧାନସଭା, ଓଡ଼ିଶାର କୌଣସି ସ୍ଥାନରୁ ଲଢ଼ିବେ ନାହିଁ। ଯଦି ଲଢ଼ନ୍ତି, ତେବେ ବିଜେଡି ତାଙ୍କୁ ସ୍ୱାଗତ କରିବ। […]
ଢେଙ୍କାନାଳ: ଆଜିଠୁ ରିମାଣ୍ଡରେ ଗଲେ ‘ଡାଡି’। ଢେଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍ଟର୍ ହୋମ୍ ନିର୍ଯାତନା ଘଟଣାରେ ଆଜିଠୁ ଦୁଇଦିନ ପାଇଁ ସେଲ୍ଟର୍ ହୋମ୍ ମୁଖ୍ୟ ଫୟାଜ୍ ରେହମାନ ରିମାଣ୍ଡରେ ଯାଇଛନ୍ତି। କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍ଟର୍ ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲା ଯୌନ ଶୋଷଣ ଏବଂ ସେଲ୍ଟର୍ ହୋମ୍ରେ କିପରି ଧର୍ମ ପରିବର୍ତ୍ତନ ଚାଲିଥିଲା, ସେସବୁ ଘଟଣା ଉପରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବ ପୁଲିସ୍। ଗତକାଲି ସ୍ୱତନ୍ତ୍ର […]
ଜୟପୁର: ଜୟପୁରରେ ପୁଲିସ୍-ଅପରାଧୀ ମଧ୍ୟରେ ଗୁଳି ବିନିମୟ। ପାଓ୍ୱାର ହାଉସ୍ ଛକରୁ ଜୟନଗର ମଧ୍ୟରେ ପାଟ୍ରୋଲିଂ ବେଳେ ଗତକାଲି ବିଳମ୍ବିତ ରାତିରେ ଏହି ଗୁଳି ବିନିମୟ ହୋଇଛି। ସୂଚନା ଅନୁସାରେ ଏକ ଗଞ୍ଜେଇ ଚାଲାଣ ଗାଡିକୁ ଏସ୍କୋର୍ଟ (ସୁରକ୍ଷା) ଦେବା ନେଇ ଦୁଇଜଣ ଯୁବକ ବାଇକ୍ରେ ଯାଉଥିଲେ। ତେବେ ରାସ୍ତାରେ ପୁଲିସ୍ ପାଟ୍ରୋଲିଂ ଗାଡିକୁ ଦେଖି ଦୁର୍ବୃତ୍ତମାନେ ପୁଲିସ୍ ଉପରକୁ ଗୁଳି ଚଲାଇଥିଲେ। ଯାହାର ପାଲଟା ଜବାବରେ ପୁଲିସ୍ ଦୁର୍ବୃତ୍ତଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। […]
ଢେଙ୍କାନାଳ: ହୁତୁହୁତୁ ହୋଇ ଜଳିଗଲା ବସ୍। ଢେଙ୍କାନାଳ ଜିଲ୍ଲା କାଲ୍ଟେକ୍ସ ଛକ ନିକଟରେ ୨ଟି ବସ୍ ଜଳି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଅନେକ ଦିନ ହେଲା ଏଠାରେ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ୨ଟି ବସ୍ରେ ଆଜି ନିଆଁ ଲାଗି ଯାଇଥିଲା। ବସ୍ରେ ନିଆଁ ଲାଗି ଯାଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ତେବେ କେଉଁ କାରଣରୁ ବସ୍ରେ ନିଆଁ ଲାଗିଲା ତାହା […]
କେନ୍ଦୁଝର: ଘାଟିରେ ନଳକୂପ ଖୋଳା ଗାଡ଼ି ଓଲଟି ପଡ଼ିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି-ତେଲକୋଇ ରାସ୍ତା କାଞ୍ଜିପାଣି ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକଙ୍କ ନାଁ ଧରମ ଯାଦବ। ତାଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କେନ୍ଦୁଝରରୁ ତେଲକୋଇ ଆସୁଥିବା ବେଳେ ନଳକୂପ ଖୋଳା ଗାଡ଼ି ଭାରସାମ୍ୟ ହରାଇ କାଞ୍ଜିପାଣି ଘାଟି ନିକଟରେ ଓଲଟି ପଡ଼ିଥିଲା। […]
ଭୁବନେଶ୍ୱର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପୁନଃ ସ୍ଥାପନ ଦାବି ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ତହସିଲ ଏବଂ କୋର୍ଟକୁ ବନ୍ଦ କରିବାକୁ ଜିଲ୍ଲା ଓକିଲ ସଂଘ ନିଷ୍ପତ୍ତି ନେଇଛି। ଗତକାଲି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପୁନଃ ସ୍ଥାପନ ଦାବି ନେଇ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଜିଲ୍ଳା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା। ଫଳରେ […]
ବାଲେଶ୍ୱର: ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟା ନେଇ ରାଜଧାନୀର ଲୋୟର ପିଏମଜିରେ ରକ୍ତ ଭଣ୍ଡାର କର୍ମଚାରୀମାନେ ଗତ ୨୬ ତାରିଖରୁ ଆନ୍ଦୋଳନ କରୁଛନ୍ତି। ଏଭଳି ପରିସ୍ଥିତିରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ସକାଳୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଦୂର ଦୂରାନ୍ତରୁ ଆସି ରକ୍ତ ପାଇଁ ଅପେକ୍ଷା କରି ବସିଛନ୍ତି। ବାଲେଶ୍ୱର ବାହାନଗା ବ୍ଲକ ଷଷ୍ଠ ଗାଁର ଆଲୋକ ଜେନାଙ୍କ ୧୦ ବର୍ଷର ପୁଅ ବିଶ୍ୱଜିତ୍ ଜେନା ଥାଲାସେମିଆ ରୋଗରେ ପୀଡ଼ିତ। […]
ମାଲକାନଗିରି: ପିଏଲ୍ଜିଏ ସପ୍ତାହ ଚାଲିଥିବା ବେଳେ ନକ୍ସଲଙ୍କୁ ଶକ୍ତ ଧକ୍କା ଲାଗିଛି। ଜଣେ ମହିଳା ହାର୍ଡକୋର୍ ନକ୍ସଲ ସଂଗଠନର ହାତ ଛାଡ଼ିଛନ୍ତି। ଆଜି ମାଲକାନଗିରି ଏସ୍ପିଙ୍କ ନିକଟରେ ହାର୍ଡକୋର୍ ମହିଳା ନକ୍ସଲ ଇଡ଼େ ମାଡ଼ି ଆତ୍ମସମର୍ପଣ କରିଛନ୍ତି। ୨୦୧୪ ମସିହାରୁ ସେ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ। ପୁଲିସ୍ ଉପରେ ଆକ୍ରମଣ, ହତ୍ୟା ଭଳି ବିଭିନ୍ନ ମାମଲାରେ ସେ ମୋଷ୍ଟ ୱାଣ୍ଟେଡ୍ ଥିଲେ। ତାଙ୍କ ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। […]
ଝାରସୁଗୁଡ଼ା: ଟ୍ରାନ୍ସଫର୍ମରରେ ଫ୍ୟୁଜ୍ ବାନ୍ଧିବା ବେଳେ ନିଆଁ ଲାଗି ଜଣେ ବିଦ୍ୟୁତ୍ କର୍ମଚାରୀ ଟ୍ରାନ୍ସଫର୍ମର ସହ ଜଳି ଯାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ କାହ୍ନୁ ଚରଣ ସାହୁ। ତାଙ୍କ ଘର ଛତିଶଗଡ଼ ସରିଆ ଅଞ୍ଚଳରେ। ମୃତ କର୍ମଚାରୀ ଜଣଙ୍କ ଠିକାରେ କାମ କରୁଥିଲେ। ମିଳିଥିବା ସୂଚନା ଅନୁସାରେ, କାହ୍ନୁ ଟ୍ରାନ୍ସଫର୍ମରରେ ଫ୍ୟୁଜ୍ ବାନ୍ଧିବା ବେଳେ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଫଳରେ ସେ ଟ୍ରାନ୍ସଫର୍ମର ସହ ଜଳି ଯାଇଥିଲେ। […]
କେନ୍ଦ୍ରାପଡ଼ା: ଯୌତୁକ ରାକ୍ଷସ ଜୁଇରେ ଆଉ ଜଣେ ବୋହୂ। ଯୌତୁକ ଲୋଭ ଏତେ ଭୟଙ୍କର ହୋଇଗଲା ଯେ ହାତ ଗୋଡ଼ ବାନ୍ଧି କିରୋସିନି ଢାଳି ନିଆଁ ଲଗାଇବାକୁ ପଛାଇଲେ ନାହିଁ ଶାଶୂ ଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଭାରତୀ ସ୍ୱାଇଁ। ତାଙ୍କ ଘର ବାଲିସୁଆଁ ଗାଁରେ। କଟକ SCB ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। […]
ଭୁବନେଶ୍ୱର: ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହର ଆଜି ହେଉଛି ଦ୍ୱିତୀୟ ଦିନ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ପିଏଲ୍ଜିଏ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସୀମାରେ କମ୍ବିଂ ଅପରେସନ୍କୁ ଜୋରଦାର କରାଯିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇର ଲଙ୍ଗଳକଣ୍ଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଛି। ସିଆର୍ପିଏଫ୍ ପକ୍ଷରୁ ଜଙ୍ଗଲରେ କମ୍ବିଂ ବେଳେ ଯବାନ ଏହାକୁ ଉଦ୍ଧାର କରିଛନ୍ତି। ମିଳିଥିବା ଲ୍ୟାଣ୍ଡମାଇନ୍ର ଓଜନ ପାଖାପାଖି ୧୫ କିଲୋଗ୍ରାମ ହୋଇଥିବା କୁହାଯାଉଛି। ଉଦ୍ଧାର ପରେ ଲ୍ୟାଣ୍ଡମାଇନ୍କୁ ନିଷ୍କ୍ରିୟ କରାଯାଇଛି। ଲାଲ୍ ବାହିନୀ ପକ୍ଷରୁ ଗତ ସପ୍ତାହରେ ମାଓ ସପ୍ତାହ ପାଳନ ହୋଇଥିଲା। ଯାହାକୁ ଦୃଷ୍ଟିରେ ରଖି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ ଯବାନ।
ପାରାଦୀପ: ପାରାଦୀପ କୁଜଙ୍ଗ ଜଳଧରପୁରରେ ସ୍ୱାଭିମାନ ସମାବେଶରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ବର୍ଷିଛନ୍ତି। ବିଜୁ ଜନତା ଦଳ ଆଜି ଓଡ଼ିଶାବାସୀଙ୍କ କାଳ ବୋଲି ଦାମ କହିଛନ୍ତି। ଖାଲି ଏତିକି ନୁହେଁ ପ୍ରତାପ ଜେନାଙ୍କ ଉପରେ ମଧ୍ୟ ଦାମୋଦର ରାଉତ ବର୍ଷିଛନ୍ତି। ପ୍ରତାପ ଜେନା ତାଙ୍କ ନିର୍ବାଚନମଣ୍ଡଳୀ ରୁ ଦୁଇ ତିନି ଥର ମାଡ଼ ଖାଇ ସାରିଲେଣି। ଫଳରେ ସେ ସେଠିକୁ ଆଉ ନଯାଇ ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଉଛନ୍ତି […]
ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣ। ଚକ୍ରଧରପୁର ଥାନା ସୋମରା ନାଳ ଉପରେ ପୋଲ କାମ ଚାଲିଥିବାବେଳେ ଶ୍ରମିକଙ୍କ ଶିବିର ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ଶ୍ରମିକଙ୍କ କ୍ୟାମ୍ପ୍ ଜାଳିଦେବା ସହ ଗୁଳିମାଡ଼ ମଧ୍ୟ କରିଛନ୍ତି। ଏଥିରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଗୋଟିଏ ପ୍ରୋକ୍ଲିନ୍ ମେସିନ, ଡମ୍ପର୍ ସହିତ ୬ଟି ଗାଡ଼ି ପୋଡ଼ି ଦେଇଛନ୍ତି ମାଓବାଦୀ। ୧୨ରୁ ୧୪ ଜଣ ମାଓବାଦୀ ଆସି […]
ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପୁନଃ ସ୍ଥାପନ ଦାବିରେ ଆଜି ୨୪ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ଜିଲ୍ଳା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି। ଫଳରେ ସହରରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି। ଏଥିସହ ୨୪ଘଣ୍ଟିଆ ରେଳରୋକ ମଧ୍ୟ କରାଯାଇଛି।
ଭୁବନେଶ୍ୱର: ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ର ଆଦେଶ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବାରୁ ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ କ୍ଷୁଦ୍ର ଜଳ ସେଚନ ମୁଖ୍ୟଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକଙ୍କ ବିରୋଧରେ ଟ୍ରିବ୍ୟୁନାଲ୍ ଜାମିନ ଯୁକ୍ତ ଗିରଫ ପରୱାନା ଜାରି କରିଛନ୍ତି। ୫ ହଜାର ଟଙ୍କା ବଣ୍ଡ ବିନିମୟରେ ଉଭୟଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି […]
ବାଲେଶ୍ୱର: ବାଲେଶ୍ୱରରେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ। ମଦ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏକ ଦୈନିକ ଖବର କାଗଜର ସାମ୍ବାଦିକ। ତାଙ୍କ ନାଁ ପ୍ରମୋଦ ରାଉତ। ମଦ କାରବାର ବିରୋଧରେ ଖବର ଛାପିଥିବାରୁ ପ୍ରମୋଦଙ୍କୁ ମାରଣାସ୍ତ୍ରରେ ମଦ ମାଫିଆ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ପ୍ରମୋଦ ଅନନ୍ତପୁର ଘାଟ ଅଞ୍ଚଳ ଦେଇ ନିଜ ଭଉଣୀ ଘରକୁ ଯାଉଥିବା ବେଳେ ମଦ ମାଫିଆମାନେ ବାଟରେ ଅଟକାଇ ତାଙ୍କୁ […]