• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

election
ବିଜାତଳା ବ୍ଲକ୍ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଉପ ନିର୍ବାଚନ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ବିଜାତଳା, ମୁଣ୍ଡାଠାକୁରା, ବଣକାଟି, ରାଇହରି ଏବଂ ଲୁହାଶିଳା ପଞ୍ଚାୟତରୁ ଲଢ଼ୁଥିବା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ୨୩ ହଜାର ୧୧୯ ଜଣ ଭୋଟର୍ କରିବେ। ୮୨ଟି ବୁଥ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ ଚାଲିଛି। ୭ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ, ୧୦ଟି ପାଟ୍ରୋଲିଂ ପାର୍ଟି, […]

  • Tuesday, 20 July 2021
berhampur
କେବେ ଲୋକଙ୍କ କାମରେ ଲାଗିବ ବ୍ରହ୍ମପୁର ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ?

ବ୍ରହ୍ମପୁର: ଅଧପନ୍ତରିଆ ଅବସ୍ଥାରେ ରହିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକ ଉଦଘାଟନ ହେବାର ବର୍ଷେ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଲାଗି ପାରିନାହିଁ। ଏପରି ସ୍ଥିତିରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିବାରେ ଲାଗିଛି, ଏହା କେବେ ଲୋକଙ୍କ କାମରେ ଲାଗିବ ? ଏପରି ସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ୫୬ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହୋଇଥିବା ଏହି ସୁପର ସ୍ପେଶାଲିଟି ବ୍ଲକ୍‌ଟି ୨୦୧୭ରେ […]

  • Tuesday, 20 July 2021
bajrakapta
ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମଇଦଳପୁରରୁ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ରାଇସିଂ ଜାନି ଓ ଭୀମ ଜାନି ନାମକ ୨ ଜଣ ବ୍ୟକ୍ତିଙ୍କୁ ଡାବୁଗାଁ ବନ ବିଭାଗ ଟିମ୍  ଗିରଫ କରିଛି। ଅନ୍ୟ ୩ ଶିକାରୀ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ମଇଦଳପୁର ଅଞ୍ଚଳର ୫ ଜଣ ବ୍ୟକ୍ତି ଜଙ୍ଗଲକୁ ଶିକାର କରିବାକୁ ଯାଇଥିବାବେଳେ ବଜ୍ରକାପ୍ତାଟିକୁ ଆଣିଥିଲେ। ଏହାକୁ ପଡୋଶୀ ରାଜ୍ୟକୁ ବିକ୍ରି କରିବାକୁ ବ୍ୟବସାୟୀଙ୍କ ସହ ଯୋଜନା କରିବାବେଳେ ଖବର ପାଇ ବନବିଭାଗ ଚଢଉ କରିଥିଲା। […]

  • Tuesday, 20 July 2021
fake-note
୧୦୦ ଟଙ୍କିଆ ଜାଲ୍‌ନୋଟ୍‌ ଜବତ୍‌

ବାଲେଶ୍ୱର: ବାଲେଶ୍ୱରରେ ୩ ଜଣ ବ୍ୟକ୍ତିଙ୍କ ଠାରୁ ୫ଟି ଜାଲନୋଟ ସହଦେବଖୁଣ୍ଟା ପୁଲିସ୍‌ ଜବତ କରିଛି। ଏହି ୩ ଜଣ ବ୍ୟକ୍ତି ଝାଡ଼ଖଣ୍ଡରୁ ଆସି ରେମୁଣା ଯିବାକୁ ଏକ ଅଟୋକୁ ପଚାରିଥିଲେ।   ଏହାପରେ ସେମାନେ ଅଟୋ ଚାଳକଙ୍କୁ ୩ଟି ଶହେ ଟଙ୍କିଆ ନୋଟ୍ ଦେଇଥିଲେ। ନୋଟ୍‌କୁ ନେଇ ଅଟୋ ଚାଳକଙ୍କ ସନ୍ଦେହ ହେବାକୁ ସେ ସ୍ଥାନୀୟ ଲୋକଙ୍କୁ ଏକାଠି କରିଥିଲେ।  ଏହାପରେ ସମସ୍ତ ୩ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସହଦେବଖୁଣ୍ଟା ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ୍‌ ସେମାନଙ୍କୁ ଅଟକ […]

  • Tuesday, 20 July 2021
naveen patnaik
ନବୀନ ଖେଳିଲେ ମହିଳା ସଂରକ୍ଷଣ କାର୍ଡ

ଭୁବନେଶ୍ୱର:  ନିର୍ବାଚନ ପୂର୍ବରୁ ବିଜେଡି ଖୋଲିଛି ମହିଳା କାର୍ଡ। ବିଧାନସଭା ଓ ଲୋକସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଲାଗି ବିଧାନସଭାରେ ପୂର୍ବରୁ ସଙ୍କଳ୍ପ ପାରିତ ହୋଇଥିବା ବେଳେ ଜାତୀୟ ସ୍ତରରେ ଏହାକୁ ଆଗକୁ ନେବା ପାଇଁ ଆଜି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏ ପ୍ରସଙ୍ଗରେ ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳର ନେତାଙ୍କୁ ବିଜେଡି ପ୍ରତିନିଧି ଭେଟିବେ ବୋଲି ନିଷ୍ପତ୍ତି ହୋଇଛି। ସେପଟେ ବିଜେଡିର ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା […]

  • Tuesday, 20 July 2021
supreme court
ଓଡ଼ିଶା ନେତାଙ୍କ ନାଁରେ ପଡ଼ିରହିଛି ୩୩୧ ଅପରାଧିକ ମାମଲା 

ଭୁବନେଶ୍ୱର: ଦାଗୀ ନେତା ତାଲିକାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ। ସୁପ୍ରିମ୍‌ପୋର୍ଟରେ ଏ ସଂପର୍କିତ ମାମଲା ଶୁଣାଣି ବେଳେ ଏ ତଥ୍ୟ ପଦାକୁ ଆସିଛି। ଉତ୍ତରପ୍ରଦେଶରେ ନେତାଙ୍କ ବିରୋଧରେ ସର୍ବାଧିକ ୯୯୦ ମାମଲା ରହିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩୩୧। ତେଣୁ ନେତାଙ୍କ ବିରୋଧରେ ଥିବା ମାମଲା ଗୁଡିକର ବିଚାର ପାଇଁ ଗୋଟିଏ ସ୍ୱତନ୍ତ୍ର କୋର୍ଟ ଉପରେ ନିର୍ଭର ନକରି ଯେତେ ଆବଶ୍ୟକ ସେତେ ସଂଖ୍ୟକ ସେସନ୍ସ ଓ ମାଜିଷ୍ଟେରିଆଲ କୋର୍ଟକୁ ଦାୟିତ୍ୱ ଦେବା ଲାଗି ସୁପ୍ରିମକୋର୍ଟ ହାଇକୋର୍ଟଗୁଡ଼ିକୁ […]

  • Tuesday, 20 July 2021
1b
୨୦୧୮ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଫେସର ଦାଶରଥି ଦାସ

ଭୁବନେଶ୍ୱର: ଚଳିତ ୨୦୧୮ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ ପାଇବେ ୨୦୧୮ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କ ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଡକ୍ଟର ଦାସ ବିଶେଷକରି ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବେ ଜଣାଶୁଣା। ସାହିତ୍ୟର ବିଭିନ୍ନ ଦିଗ ଓ […]

  • Tuesday, 20 July 2021
SHA
ପୁଣି ଆକ୍ରମଣାତ୍ମକ ମୁଦ୍ରାକୁ ଫେରିଲେ ଅମିତ୍‌ ଶାହ

ଭୁବନେଶ୍ୱର: ପୁଣି ଫେରିଲା ଅମିତ୍ ଶାହଙ୍କ ୨୦୧୭ର ଆକ୍ରମଣାତ୍ମକ ମୁଦ୍ରା। ଶାହ ସେତେବେଳେ ଯେମିତି ବିଜେଡି ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ଆହ୍ୱାନ ଦେଇଥିଲେ ଆଜି ମଧ୍ୟ ପୁରୀରେ ଠିକ୍ ସେଇଭଳି ଆହ୍ୱାନ ଦେଇଥିଲେ। ବାରମ୍ବାର ନବୀନଙ୍କ ନାଁ ନେଇ ବର୍ଷିଥିଲେ ଅମିତ୍‌। ଦାନ ମାଝି ଠାରୁ ଆରମ୍ଭ କରି ରତ୍ନଭଣ୍ଡାର ପର୍ଯ୍ୟନ୍ତ କୌଣସି ପ୍ରସଙ୍ଗ ବି ଛାଡ଼ିନଥିଲେ ସେ। ରାଜ୍ୟରେ ନବୀନ ସରକାର କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ଶାହ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ […]

  • Tuesday, 20 July 2021
Dharmendra-Pradhan
‘ପିଠା’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର ପ୍ରଚାର ଓ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ପିଠା’ ଯୋଜନା। କିନ୍ତୁ ଏହାକୁ ତାଚ୍ଛଲ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୃଦ୍ଧ ବ୍ୟାଘ୍ର ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତୁଳନା କରିବା ସହ ଆସନ୍ନ ପରାଜୟ ଜାଣି ସ୍ୱର୍ଣ୍ଣ କଙ୍କଣ ଧରି ସେ ଠିଆ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, “ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଲୁଟ୍‌ ହେଉଛି। ବିନା […]

  • Tuesday, 20 July 2021
opreta
ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବା

ଯାଜପୁର: ଅବ୍ୟବସ୍ଥା ଘେରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଦିନକୁ ହଜାର ହଜାର ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ବିଭିନ୍ନ ବିଭାଗରେ ଡାକ୍ତର ନ ଥିବାରୁ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାମକୁ ମାତ୍ର ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଏଠାରେ ଏକ ରକମର ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଡାକ୍ତର ନିଯୁକ୍ତି ଲାଗି ବାରମ୍ବାର ଦାବି କଲେ ବି ଏଥି ପ୍ରତି କେହି […]

  • Tuesday, 20 July 2021
bbsr
ରେଳ ଷ୍ଟେସନ୍‌ରେ ଲାଗିବ ସିସିଟିଭି

ଭୁବନେଶ୍ୱର: ସୁରକ୍ଷିତ ରେଳଯାତ୍ରା ପାଇଁ ବର୍ଷକ ଭିତରେ ୩୫ଟି ପ୍ରମୁଖ ଷ୍ଟେସନରେ ସିସିଟିଭି ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ରେଲ୍‌ୱେ ସୁରକ୍ଷାକୁ ନେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍‌ପିଏଫ୍‌ ଓ ଜିଆର୍‌ପିର ସମନ୍ୱୟ ବୈଠକରେ ଏପରି ପ୍ରସ୍ତାବ ଦିଆଯାଇଛି। ସୁରକ୍ଷାକୁ ଆଖି ଆଗରେ ରଖି ଅଧିକାଂଶ ରେଳ ଷ୍ଟେସନରେ ବ୍ୟାଗେଜ ସ୍କାନର ଓ ମେଟାଲ ଡିଟେକ୍ଟର ଲଗାଇବା ସହ ଟ୍ରେନର ବଗିରେ ମଧ୍ୟ ସିସିଟିଭି ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ସପ୍ତାହକ ମଧ୍ୟରେ […]

  • Tuesday, 20 July 2021
ruck
ଟ୍ରକ୍‌ ଧକ୍କାରେ ବୃଦ୍ଧାଙ୍କ ଆହତ ନେଇ ରାସ୍ତା ରୋକ୍

ବଲାଙ୍ଗିର: ତୁଷୁରା ସହରରେ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧା ଆହତ ହେବାରୁ ଉକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି। ପ୍ରତିବାଦରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ଅଞ୍ଚଳରେ ସକାଳ ୯ଟାରୁ ୧୧ଟା ଏବଂ ଦିନ ଗୋଟାଏରୁ ୩ଟା ପର୍ଯ୍ୟନ୍ତ ଭାରିଜାନ ଚଳାଚଳ ଉପରେ କଟକଣା ଥିଲେ ବି ଏହାକୁ ବେଖାତିର କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଡ୍ୟୁଟିରେ ଥିବା ପୁଲିସ୍ ଲାଞ୍ଚ ନେଇ ଭାରି ଯାନ ଚାଡ଼ୁଥିବା ଲୋକେ ଅବିଯୋଗ […]

  • Tuesday, 20 July 2021
dkl
ଖୋଲୁଛି ଶେଲ୍‌ଟର ହୋମ ଗୁମର: ବିଦେଶରୁ ଆସୁଥିଲା ଟଙ୍କା

ଢେଙ୍କାନାଳ: ଧୀରେ ଧୀରେ ଖୋଲୁଛି ଢେଙ୍କାନାଳ ବେଲ୍‌ଟିକିରି ଗୁଡ୍‌ ନ୍ୟୁଜ୍‌ ଶେଲ୍‌ଟର୍‌ ହୋମର୍ ଭିତିରି ଗୁମର। ସଂସ୍ଥାର ଚେୟାରମ୍ୟାନ୍‌ ଫୟାଜ ରେହମାନ୍ ଓରଫ ‘ଡ୍ୟାଡି’କୁ ୨ ଦିନଆ ରିମାଣ୍ଡରେ ଆଣିଥିବା ଢେଙ୍କାନାଳ ପୁଲିସ ତା’ ନିକଟରୁ ଆଦାୟ କରିଛି ବହୁ ଅନାଲୋଚିତ ତଥ୍ୟ। ‘ଡ୍ୟାଡି’’ କହିଛି, ଗୁଡ୍‌ ନ୍ୟୁଜ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମବଙ୍ଗର ସାଲଗାଡ଼ିଆରେ ରହିଛି। ସଂସ୍ଥାକୁ ବର୍ଷକୁ ଆସୁଥିଲା ପ୍ରାୟ ୧୪ରୁ ୧୫ କୋଟି ଟଙ୍କାର ବିଦେଶୀ ଅନୁଦାନ। ଏହି ଟଙ୍କା ସିଧା ଆମେରିକାରୁ […]

  • Tuesday, 20 July 2021
baripada
ଡିବିରି ନିଆଁ କରିଦେଲା ଛାରଖାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ତାଳପଦା ଗାଁରେ ଡିବିରିରୁ ନିଆଁ ଲାଗି ଏକ ଘଣ ଭଷ୍ମ ହୋଇଯାଇଛି। ଏହି ଘଟଣାରେ ଜଣେ ମହିଳା ଗୁରୁତର ଭାବରେ ଆହତ ହୋଇଛନ୍ତି। ମହିଳା ଜଣକ ହେଲେ କାଲା ସିଂହଙ୍କ ସ୍ତ୍ରୀ କବି ସିଂହ। କବିଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କୁ ବାରିପଦାସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ଘରେ ଥିବା ଧାନ, ଚାଉଳ ସହ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

  • Tuesday, 20 July 2021
jajpur
କାର୍ତ୍ତିକେଶ୍ୱର ମେଢ଼ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ

ଯାଜପୁର: ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆରେ କାର୍ତ୍ତିକେଶ୍ୱର ମେଢ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଭସାଣ ବେଳେ ଦୁଇ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଟେକାପଥର ମାଡ଼ରେ ଅନେକ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି ଭାଙ୍ଗି ଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଅତିରିକ୍ତ ଏସପି ଓ ଏସଡ଼ିପିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ପୁଲିସ ୬ ଜଣକୁ […]

  • Tuesday, 20 July 2021
temple
ନଦୀରୁ ମିଳିଲା ପୁରାତନ ମନ୍ଦିରର ଅଂଶବିଶେଷ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଅଯୋଧ୍ୟା ଗ୍ରାମ ଦେଇ ଯାଇଥିବା ସୋନ ନଈରୁ ମିଳିଛି ପୁରାତନ ମନ୍ଦିରର ଅଂଶ ବିଶେଷ। ପୂର୍ବରୁ ଏହି ଅଞ୍ଚଳର ଅନେକ ସ୍ଥାନରୁ ବୌଦ୍ଧ, ଜୈନ ଓ ଶୈବ କିର୍ତ୍ତିରାଜି ମିଳିଥିଲା। ମାଛ ଧରିବା ଲାଗି ଜାଲ ବିଛାଇଥିବା ବେଳେ କିଛି ମତ୍ସ୍ୟଜୀବୀ ମନ୍ଦିରର ଗୋମୁଟ ଦେଖିବାକୁ ପାଇଥିଲେ। ଏ ନେଇ ଖବର ପାଇବା ପରେ ଗାଁ ଲୋକେ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ସହାୟତାରେ ଏହାର ଖନନ […]

  • Tuesday, 20 July 2021
home
ପୁଣି ଦୁଇଦିନ ରିମାଣ୍ଡରେ ଗଲା ରେହମାନ୍‌

ଢେଙ୍କାନାଳ: ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ କେଳେଙ୍କାରୀର ଗୁମର ଖୋଲୁଛି। ଏହି ଘଟଣାରେ ସେଲ୍‌ଟର୍‌ ମୁଖ୍ୟ ଫୟାଜ ରେହମାନ୍‌କୁ ଆଉ ଦୁଇଦିନ ରିମାଣ୍ଡରେ ନେଇଛି ପୁଲିସ୍‌। ପୂର୍ବରୁ ଦୁଇଦିନ ରିମାଣ୍ଡରେ ନେଇଥିଲା ଢେଙ୍କାନାଳ ପୁଲିସ୍‌। ଆଜି ରିମାଣ୍ଡ ସମୟ ସରିବା ପରେ ରେହମାନକୁ କୋର୍ଟରେ ହାଜର କରାଯାଇଛି। ଢେଙ୍କନାଳ ଏସପି ସନ୍ତୋଷ ନାୟକ କହିଛନ୍ତି, “ସେଲଟର୍‌ ହୋମ ପକ୍ଷରୁ ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬କୋଟି ଟଙ୍କା ସଂଗ୍ରହ କରାଯାଉଛି। ଏଥିରୁ ପ୍ରାୟ ୧୪/୧୫ କୋଟି ଟଙ୍କା […]

  • Tuesday, 20 July 2021
dhana
ମୟୂରଭଞ୍ଜ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଯାଇ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି। ଏଥିରେ ୭ ହଜାର ୪୫୩ ମହିଳା ଏସ୍‌ଏଚ୍‌ଜିକୁ ୧୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦିଆଯାଇଛି। ଏହା ସହିତ ୧୨ଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ  ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଛି। କେବେ ସେତିକି ନୁହେଁ ୭ ହଜାରରୁ ଅଧିକ ମହିଳା ଏସ୍‌ଏଚ୍‌ଜିକୁ ଡିଜିଟାଲ୍ ସଶକ୍ତିକରଣ ପାଇଁ ୩ ହଜାର ଟଙ୍କା ଲେଖାଏ ଦିଆଯାଇଛି। ଏହି ଗସ୍ତ […]

  • Tuesday, 20 July 2021
nuapada
ଧାନ କିଣାରେ ଅନିୟମିତତା: କାଣ୍ଟଛାଣ୍ଟରେ ଚାଲିଛି ଶୋଷଣ

ନୂଆପଡ଼ା: ଧାନ କିଣା ନେଇ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଅନିୟମତତା ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ଖୋଲାଯାଇଥିବା ୬୧ଟି ମଣ୍ଡି ମଧ୍ୟରୁ ଅଧିକାଂଶ ସ୍ଥାନରେ ଧାନର ଏଫଏକ୍ୟୁକୁ ନେଇ ଦେଖାଦେଇଛି ବିବାଦ। ମିଲର୍‌ ଚାଷୀଙ୍କଠାରୁ ଧାନ କିଣୁନଥିବା ବେଳେ ଯେଉଁ ସ୍ଥାନରେ ଧାନ କିଣା ଯାଉଛି ସେଠି କାଣ୍ଟଛାଣ୍ଟ ହେଉଥିବା ଅଭିଯୋଗ ହୋଇଛି। ନୂଆପଡ଼ା ତୋରବଡ଼ ଧାନମଣ୍ଡିରେ ପଡ଼ରହିଛି ଶହ ଶହ ବସ୍ତା ଧାନ। ତିନି ଦିନ ଧରି ଧାନ ବିକିବା ଲାଗି ଅପେକ୍ଷାରେ ରହିଛନ୍ତି […]

  • Tuesday, 20 July 2021
atm
ଲୁଟି ନପାରି ଏଟିଏମ୍‌ ମେସିନ୍‌ ଭାଙ୍ଗିଦେଲେ

କେନ୍ଦୁଝର: ଏଟିଏମ୍‌ରୁ ଲୁଟିବାକୁ ଆସିଥିଲେ, ହେଲେ ଲୁଟି ନପାରି ଭାଙ୍ଗି ଦେଇ ଚାଲିଗଲେ। ଏମିତି ଘଟଣା ଘଟିଛି, କେନ୍ଦୁଝର ଜିଲ୍ଳା ତୁରୁମୁଙ୍ଗା ଥାନା ଖିରିଇଟାଙ୍ଗିରେ। ସ୍ଥାନୀୟ ଏନ୍ଏଚ୍ ୪୯ କଡ଼ରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏଏମ୍‌କୁ ପୂରା ଭାଙ୍ଗି ଦେଇଛନ୍ତି ଦୁବୃର୍ତ୍ତ। ମିଳିଥିବା ସୂଚନା ମୁତାବକ ଟିଏମ୍‌ରୁ ଟଙ୍କା ଲୁଟିବାକୁ ଆସିଥିଲେ ଦୁବୃର୍ତ୍ତ। ହେଲେ ଟଙ୍କା ନପାଇ ଏଟିଏମ୍‌କୁ ଭାଙ୍ଗି ଦେଇଛନ୍ତି। ଘଟଣା ପରେ ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି।

  • Tuesday, 20 July 2021
nuapada
ଏମିତି ଚାଲିଛି ବିଜୁ ସ୍ୱାସ୍ଥ୍ୟ ଯୋଜନା: ନବୀନଙ୍କ ପୋଷ୍ଟର ବୟଙ୍କୁ ମିଳିନି ଟଙ୍କାଟେ

ନୂଆପଡ଼ା: ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ଦିଆଯାଉଛି ବଡ଼ ବଡ଼ ବିଜ୍ଞାପନ। ହେଲେ ବାସ୍ତବ ଚିତ୍ର ଅଲଗା। ଏମିତିକି ବିଜ୍ଞାପନରେ ପୋଷ୍ଟର ବୟ ସାଜିଥିବା ନୂଆପଡ଼ା ଜିଲ୍ଲା ଭେଲା ଗାଁର ହୃଦରୋଗୀ ଲକ୍ଷ୍ମଣ କୁମାରଙ୍କୁ ଟଙ୍କାଟିଏ ବି ମିଳି ନ ଥିବା ସେ ଅଭିଯୋଗ ଆଣିଛନ୍ତି । ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ସରକାର ସବୁ ସୁବିଧା ଯୋଗାଇଥିବା ନେଇ ବିଜ୍ଞାପନରେ ତାଙ୍କ ଫଟୋ ଛାପିଥିଲେ। ହେଲେ […]

  • Tuesday, 20 July 2021
burla
କୁଳପତିଙ୍କ ଅଜବ ନୋଟିସ୍‌: ରାସ୍ତାରେ ଛିଡ଼ା ହୋଇ କଥା ହୋଇପାରିବେନି ଛାତ୍ରଛାତ୍ରୀ

ସମ୍ବଲପୁର: ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଏକ ଅଜବ ନୋଟିସ୍ ଜାରି କରିଛନ୍ତି। ନୋଟିସ୍‌ ଅନୁସାରେ ରାସ୍ତାକଡ଼ରେ ଛିଡ଼ା ହୋଇ ଛାତ୍ରଙ୍କ ସହ କୌଣସି ଛାତ୍ରୀ କଥାବାର୍ତ୍ତା କରିପାରିବେ ନାହିଁ। ରୋହିଣୀ ଛାତ୍ରୀ ନିବାସର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ୍ ଜାରି କରାଯାଇଛି। ଏହାସହ ନୋଟିସରେ ଦର୍ଶାଯାଇଛି ଯେ, ଯଦି କେହି କଟକଣା ମାନିବେନି ତେବେ ତାଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦଣ୍ଡବିଧାନ ହେବ। ଏନେଇ କୁଳପତିଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଭିସୁଟ୍‌ର ଭାରପ୍ରାପ୍ତ ଡିନ୍ କହିଛନ୍ତି, “ଛାତ୍ରଛାତ୍ରୀମାନଙ୍କ ପାଇଁ ଭଲ ପଦକ୍ଷେପ […]

  • Tuesday, 20 July 2021
dfd
ଟ୍ରକ୍ ଅଟକାଇ ବିଚ୍ ରାସ୍ତାରେ ଚାଳକଙ୍କୁ ହତ୍ୟା

ସୁନ୍ଦରଗଡ଼: ଟ୍ରକ୍ ଅଟକାଇ ବିଚ୍ ରାସ୍ତାରେ ଚାଳକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଭୀମଘାଟି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଚାଳକଙ୍କୁ ହତ୍ୟା  କରିବା ପରେ ମୃତଦେହକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଟ୍ରକ୍ ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ର ତନାଘନା ପରେ ବାରକୋଟ ଅଞ୍ଚଳରୁ ଟ୍ରକ୍ ଜବତ ହୋଇଛି। ତେବେ ଦୁର୍ବତ୍ତ ଫେରାର୍ ଥିବାବେଳେ ପୁଲିସ୍ ତଦନ୍ତ ଜାରି ରଖିଛି।

  • Tuesday, 20 July 2021
bjd
ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ  ଶାସକ ଦଳର ବିରାଟ ସମରସଜ୍ଜାକୁ ନେଇ ଚର୍ଚ୍ଚା

ରାଇରଙ୍ଗପୁର: ଏହା ଗୋଟିଏ ଜିଲ୍ଲା ପରିଷଦ ଉପନିର୍ବାଚନ, ହେଲେ ପ୍ରଚାର କିନ୍ତୁ କୌଣସି ବିଧାନସଭା ନିର୍ବାଚନଠୁ କମ୍ ନୁହଁ। ଆସନ୍ତା ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ଉପ ନିର୍ବାଚନ ପାଇଁ ସ୍ଥାନୀୟ ରାଜନୀତିରେ ସରଗରମ ପରିବେଶ। ଏଥିରେ ନିଜର ପତିଆରା ଦେଖାଇବା ପାଇଁ ଆଣ୍ଠୁଗଣ୍ଠି ଲଗାଇ ଦେଇଛି ଶାସକ ବିଜେଡି। ଜିଲ୍ଲା ପରିଷଦ ଉପନିର୍ବାଚନ ହୋଇଥିଲେ ବି ରାତି ଦିନ ଏକ କରିଦେଇଛନ୍ତି ବିଜେଡିର ମାଳ ମାଳ […]

  • Tuesday, 20 July 2021
abhijit
ମୁକ୍ତ ହେବେ ଅଭିଜିତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଣାର୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ରଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି। ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ତାଙ୍କୁ କ୍ଷମା ଦେଇ ସାରିଥିବାରୁ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ତେଣୁ ଅଭିଜିତ୍‌ ମୁକ୍ତ ହେବା ରାସ୍ତା ପରିଷ୍କାର ହୋଇଯାଇଛି। […]

  • Tuesday, 20 July 2021