• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

assembly-2-750x430
ହୋହାଲ୍ଲାରେ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ବି ଧୋଇଗଲା

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା ଯୋଗୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ବି ଧୋଇଯାଇଛି। ଆଜି ଦିବଙ୍ଗତ ନେତା ପ୍ରିୟନାଥ ଦେ ଏବଂ ଲଡୁକିଶୋର ସ୍ୱାଇଁଙ୍କ ବିୟୋଗରେ ଶୋକପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭରୁ ଚାଷୀଙ୍କ ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଘଣ୍ଟାଏ ଯାଏ ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଯଦିଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀ […]

  • Tuesday, 20 July 2021
fd
ଅସୁରକ୍ଷିତ କନ୍ୟାରତ୍ନ: ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: କନ୍ୟାରତ୍ନଙ୍କ ସୁରକ୍ଷା ଚିନ୍ତାରେ ରାଜ୍ୟ। ସେବାଶ୍ରମ ସ୍କୁଲ୍‌ ହେଉ କି ସେଲ୍‌ଟର୍‌ ହୋମ୍ ନାବାଳିକାଙ୍କ ଉପରେ ବଢ଼ି ଚାଲିଛି ଯୌନ ନିର୍ଯାତନା। କନ୍ଧମାଳ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ହେଉ କି ଢେଙ୍କାନାଳ ବେଲ୍‌ଟିକିରି ଆଶ୍ରମରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା, ଏସବୁକୁ ଦେଖିଲେ ରାଜ୍ୟରେ କନ୍ୟାରତ୍ନ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମାନ କରିହେଉଛି। ବାଳିକା, ଯୁବତୀ ଖାସ୍ କରି ଏସ୍‌ସିଏସ୍‌ଟି ବର୍ଗର ଛାତ୍ରୀଙ୍କ ସୁରକ୍ଷା ସ୍ଥିତି କେତେ […]

  • Tuesday, 20 July 2021
gara
ଖରାଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା

ବାଲେଶ୍ୱର: ଖରାଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା ଦେଖା ଗଲାଣି। ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନି। ପାନୀୟ ଜଳ ପ୍ରକଳ୍ପରୁ କାଦୁଅ ପାଣି ବାହାରୁଥିବାବେଳେ ଗାଁରେ ଥିବା ନଳକୂପରୁ ପାଣି ବାହାରୁନି । ଏହି ଦୂରବସ୍ଥା ହେଉଛି ବାଲେଶ୍ୱର ବସ୍ତା ଜାମସୁଳି ଗାଁର। ଖରା ଦିନ ନ ଆସୁଣୁ ଏଠାରେ ଜଳ ସଙ୍କଟ ଭୟଙ୍କର ରୂପ ନେଉଛି। ଜାମସୁଳ ବାସିନ୍ଦା ପାନୀୟ ଜଳ ପାଇଁ ଗରା, ମାଠିଆ ରଖି ପ୍ରତିବାଦ କରୁଛନ୍ତି । […]

  • Tuesday, 20 July 2021
kuate
କୁଏତରୁ ଫେରିଲା ପପିନାଙ୍କ ମୃତଦେହ

କଟକ: କୁଏତରୁ ଫେରିଲା କଟକ ନିଆଳି ପୋଦନା ଅଞ୍ଚଳର ପପିନା ଲେଙ୍କାଙ୍କ ମୃତଦେହ। ଆଜି ଭୁବନେଶ୍ୱରରେ ମୃତଦେହ ପହଞ୍ଚିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିମାବନ୍ଦରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଏହି ଅବସରରେ ବୈଜୟନ୍ତ କହିଛନ୍ତି, ବିଜ୍ଞାପନରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଚାକିରି ନପାଇ ରାଜ୍ୟର ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି। ବିଜ୍ଞାପନ ଖର୍ଚ୍ଚକୁ ନିଯୁକ୍ତି କ୍ଷେତ୍ରରେ ଲଗାଗଲେ ଯୁବକମାନଙ୍କୁ […]

  • Tuesday, 20 July 2021
sdvo
ଲୋନ୍‌ କରାଇଦେବା ନାଁରେ ମହିଳାଙ୍କଠାରୁ ମିଛ ଦସ୍ତଖତ ନେଇଥିଲେ ଏସ୍‌ଡିଭିଓ !

ସୁନ୍ଦରଗଡ଼: ବଣାଇ ଏସ୍‌ଡିଭିଓଙ୍କ ନାରେ ଏସ୍‌ଏଚ୍‌ଜି (ସ୍ୱୟଂ ସହାୟକ ଗ୍ରୁପ୍‌) ମହିଳାମାନେ ଅଭିଯୋଗ ଆଣିଛନ୍ତି। ନିଜକୁ ଦୋଷମୁକ୍ତ କରିବା ପାଇଁ ଏସ୍‌ଡିଭିଓ ଠକ ଉପାୟରେ ସମସ୍ତଙ୍କ ପାଖରୁ ଦସ୍ତଖତ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାନୁସାରେ କିଛି ଦିନ ତଳେ ଏସ୍‌ଡିଭିଓ ସରୋଜ ପାଣିଙ୍କ ନାରେ ୪ ଜଣ ମହିଳା ସହକର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଏନେଇ ମହିଳାମାନେ ସୁନ୍ଦରଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ବଣାଇ ଉପଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ, ବିଭାଗୀୟ ନିର୍ଦ୍ଦେଶକ, ଶାସନ ସଚିବଙ୍କ […]

  • Tuesday, 20 July 2021
mayur2
ଆରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ

ମୟୂରଭଞ୍ଜ: ରଙ୍ଗିନ୍ ଆଲୋକମାଳା, ସୁନ୍ଦର ଷ୍ଟେଜ୍ ଏବଂ  ତା ସହିତ କଳାକାରଙ୍କ ନୃତ୍ୟ ପ୍ରଦର୍ଶନରେ ଉଦଘାଟିତ ହୋଇଛି ମୟୁରଭଞ୍ଜ ମହୋତ୍ସବ। ଶୀତୁଆ ସଂଧ୍ୟାରେ ଲୋକଙ୍କର ଭିଡ଼ ସହିତ ଗୋଟିଏ ମଞ୍ଚରେ ବିଭିନ୍ନ ଆଡୁ ଆସିଥିବା କଳାକାରଙ୍କ ଓଡ଼ିଶୀ, ଛଉ, ଝୁମର, ଚାଙ୍ଗୁ , ଖଡିଆ ଭଳି ନୃତ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଛି। ୩ ଦିନର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ସାହିତ୍ୟିକ, ସଙ୍ଗୀତକାର, କଳାକାର, ଚିତ୍ରଶିଳ୍ପୀମାନେ ଏକାଠି ହେବା ସହ ସେମାନଙ୍କର କଳା ପ୍ରଦର୍ଶନ ସହ […]

  • Tuesday, 20 July 2021
kusum-tete
ଯୋଗେଶ ଦଳରେ ମିଶିବା ପରେ କୁସୁମଙ୍କୁ ଥଇଥାନ କଲା ବିଜେଡି

ସୁନ୍ଦରଗଡ଼: ଯୋଗେଶଙ୍କୁ ବିଜେଡିରେ ମିଶାଇବା ପୂର୍ବରୁ ସୁନ୍ଦରଗଡ଼ର ବିଜେଡି ନେତା କୁସୁମ ଟେଟେଙ୍କୁ ଥଇଥାନ କରାଯାଇଛି। କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୁସୁମ ୨ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ। ସୂଚନା ନିମନ୍ତେ ଜଣାଇ ଦେଉଛୁ ଯେ, ସୁନ୍ଦରଗଡ଼ର ବରିଷ୍ଠ ବିଜେଡି ନେତ୍ରୀ ହେଲେ କୁସୁମ ଟେଟେ। […]

  • Tuesday, 20 July 2021
chasi
ଲୋୟର୍ ପିଏମ୍‌ଜିରୁ ସମସ୍ତ ଚାଷୀଙ୍କୁ ଉଠାଇ ନେଲା ପୁଲିସ୍

ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍‌ସନ୍ ଦାବିରେ ଆନ୍ଦୋଳନ କରୁଥିବା ସମସ୍ତ ଚାଷୀଙ୍କୁ ଲୋୟର୍‌ ପିଏମ୍‌ଜିରୁ ଜୋରଜବରଦସ୍ତ ଉଠାଇ ନେଇଛି ପୁଲିସ୍। ନବ ନିର୍ମାଣ କୃଷକ ସଂଗଠନ ନିଜ ଦାବି ନେଇ ରାଜଧାନୀରେ ଏକ ସମାବେଶର ଆୟୋଜନ କରିଥିଲା। ତେବେ ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା। ଏଥିପାଇଁ ଭୁବନେଶ୍ୱର ଆସୁଥିବା ଚାଷୀଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇଥିଲା ପୁଲିସ୍‌। ଯାଜପୁର, ଉଦଳା, ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ବହୁ ଚାଷୀଙ୍କୁ ଅଟକ ରଖାଯାଇଥିଲା। […]

  • Tuesday, 20 July 2021
cbi
ସିବିଆଇ ଓ କେନ୍ଦ୍ର ବିରୋଧୀ ଲଢ଼େଇରେ ନବୀନଙ୍କ ସହଯୋଗ ମାଗିଲେ ମମତା

ଭୁବନେଶ୍ୱର: ସିବିଆଇ ଓ କେନ୍ଦ୍ର ବିରୋଧରେ ଲଢ଼ିବାକୁ ନବୀନଙ୍କ ସହଯୋଗ ଲୋଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି କୋଲକାତାର ଖୋଲାମଞ୍ଚରେ ମମତା, ନିଜର ପରବର୍ତ୍ତୀ ଆଭିମୁଖ୍ୟ ନେଇ ନବୀନଙ୍କ ସହ କଥା ହେବେ ବୋଲି ମମତା କହିଛନ୍ତି। ଯାହାକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଆଜି ରାଜ୍ୟ ବିଧାନସଭାରେ ଚିଟ୍‌ଫଣ୍ଡ୍‌ ତାତି ଦେଖିବାକୁ ମିଳିଛି। ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି କହି  ଗତକାଲି ବିଜେଡି କେନ୍ଦ୍ରକୁ ଟାର୍ଗେଟ୍‌ […]

  • Tuesday, 20 July 2021
thejakartapost
ଓଡ଼ିଶାକୁ ଅଣଦେଖା ଓ ଅବହେଳାର ବଡ଼ ଦୃଷ୍ଟାନ୍ତ

ମୁମ୍ବାଇ: ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଶା ପ୍ରତି ଅଣଦେଖା ଓ ଅବହେଳାର ଆଉ ଏକ ବଡ଼ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନିକଟରେ ମୁମ୍ବାଇରେ ଲୋକାର୍ପିତ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ସଂଗ୍ରହାଳୟରେ। ଏଥିରେ ୨୫ଟି ଆଞ୍ଚଳିକ ଭାଷାର ଫିଲ୍ମକୁ ସ୍ଥାନ ମିଳିଥିଲେ ବି ଗୋଟିଏ ହେଲେ ଓଡ଼ିଆ ଫିଲ୍ମର ପୋଷ୍ଟର୍‌ କି କଳାକାରଙ୍କ ଫଟୋ ସ୍ଥାନ ପାଇନାହିଁ। ଏହାକୁ ନେଇ କଳାକାର ତଥା ସ୍ୱାଭିମାନୀ ଓଡ଼ିଆଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।   ପେଦାର ରୋଡ୍‌ରେ ସଦ୍ୟ ଲୋକାର୍ପିତ ହୋଇଛି […]

  • Tuesday, 20 July 2021
hot oil
ଚା’ ଦେବାରେ ବିଳମ୍ବ ହେବାରୁ ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିଲେ

ନୟାଗଡ଼: ଚା’ ଦେବାରେ ବିଳମ୍ବ ହେବାରୁ ଜଣେ ବ୍ୟକ୍ତି ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିବା ନେଇ ଅଭିଯୋଗ ହୋଇଛି। ନୟାଗଡ ଜିଲ୍ଲା ନୂଆଗାଁ ବନ୍ଧ ଥାନାର ବକଳବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଦୋକାନକୁ ଯୁଗଳ ବରାଦ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ଚା’ ପିଇବାକୁ ଯାଇଥିଲେ। କିନ୍ତୁ ଦୋକାନରେ ଭିଡ ଥିବାରୁ ଚା’ ଦେବାରେ ବିଳମ୍ବ ହୋଇଥିଲା। ଏଥିରେ ଯୁଗଳ ଉତ୍‌କ୍ଷିପ୍ତ ହୋଇ ଝଗଡା କରିବା […]

  • Tuesday, 20 July 2021
jharsuguda
ଧାନ ବେଙ୍ଗଳା ବେଳେ ମେସିନ୍‌ରେ ପଡ଼ିଗଲା ୪ ବର୍ଷର ଶିଶୁ

ଝାରସୁଗୁଡ଼ା: ଖଳାରେ ଧାନ ବେଙ୍ଗଳା ଚାଲିଥିବା ବେଳେ ମେସିନ୍‌ରେ ପଡ଼ି ଚାରି ବର୍ଷର ଶିଶୁ ପୁତ୍ରର ମୃତ୍ୟୁ। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ତିଲିଆ ପଞ୍ଚାୟତ ଅନ୍ତର୍ଗତ ବରଙ୍ଗାମାଲ ଗାଁରେ। ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ସାହାଯ୍ୟରେ ଧାନ ବେଙ୍ଗଳା କରୁଥିଲେ। ସେଠାରେ ତାଙ୍କ ଚାରି ବର୍ଷର ପୁଅ ଖେଳୁଥିଲା। ହେଲେ ଅସାବଧାନତା ବଶତଃ ମେସିନ୍ ଭିତରେ ଛୁଆଟି ପଶି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ଟିଆର୍‌ଏଲ୍ ହସ୍ପିଟାଲ୍‌କୁ ଅଣାଯାଇଥିଲା। […]

  • Tuesday, 20 July 2021
abinash
ଘରୋଇ ସ୍କୁଲ୍‌ରେ ମନ ଇଚ୍ଛା ଫି' ଆଦାୟକୁ ବିରୋଧ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଘରୋଇ ସ୍କୁଲମାନଙ୍କରେ ମନ ଇଚ୍ଛା ଫି’ ଆଦାୟକୁ ତୀବ୍ର ବିରୋଧ ହୋଇଛି। ସ୍ୱତନ୍ତ୍ର ଫି’ ଷ୍ଟ୍ରକଚର୍‌ ଲାଗୁ ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ନତାଲା ମୁଖ୍ୟ ଅଫିସ୍ ସମ୍ମୁଖରେ ମୁହଁରେ କଳା ପଟି ବାନ୍ଧି ଆମରଣ ଅନଶନ କରିଛି। ସେମାନଙ୍କ ଅଭିଯୋଗ ହେଲା, ରାଜ୍ୟ ସରକାର ଗତ ସେପ୍ଟେମ୍ବର ମାସରୁ ଫି ଆଦାୟ ସଂକ୍ରାନ୍ତରେ ଏକ କମିଟି ଗଠନ କରି ତା ଠାରୁ ଚୂଡ଼ାନ୍ତ ରିପୋର୍ଟ ଗ୍ରହଣ କରିସାରିଥିଲେ ବି ଏହାକୁ କାର୍ଯ୍ୟକାରୀ […]

  • Tuesday, 20 July 2021
mao
ମାଲକାନଗିରିରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର୍‌

ମାଲକାନଗିରି: ମାଲକାନଗିରିରେ ପୁଣି ମାଓବାଦୀ ପୋଷ୍ଟର ଲଗାଯାଇଛି। ଗୁମ୍ମା ସିପିଆଇ ମାଓବାଦୀ ଆଞ୍ଚଳିକ କମିଟି ପକ୍ଷରୁ ଅଣ୍ଡ୍ରାପାଲି ଓ ନାକାମାମୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି। ବର୍ତ୍ତମାନ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଥିବା ବେଳେ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ମାଓବାଦୀ ସଂଗଠନ ପୋଷ୍ଟରରେ ଆହ୍ୱାନ ଦେଇଛି। ଏହା ସହ ସରକାରଙ୍କ ବିକାଶମୂଳକ ପଦକ୍ଷେପକୁ ବିରୋଧ କରିଛନ୍ତି ମାଓବାଦୀ। ପିଏଲ୍‌ଜିଏ ସପ୍ତାହ ପାଳନ ଅବସରରେ ବିଚ୍ଛିନ୍ନାଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ବୋଲି ପୋଷ୍ଟରରେ […]

  • Tuesday, 20 July 2021
piyush goyal
ତାଳଚେରରେ ମାଟି ଦବିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କୋଇଲା ମନ୍ତ୍ରୀ

ଭୁବନେଶ୍ୱର: ତାଳଚେରରେ ଏକ ଘରେ ମାଟି ଦବିବା ଘଟଣାକୁ କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ଗୁରୁତ୍ୱର ସହ ନେଇଛନ୍ତି । ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଏବଂ ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବାକୁ କୋଇଲା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଥିଲେ। ପିୟୁଷ ଗୋଏଲ ଟ୍ୱିଟ୍‌ କରି ଏହାର ଉତ୍ତର ରଖିଥିଲେ। ସେ କହିଥିଲେ […]

  • Tuesday, 20 July 2021
bj
କାଳିଆ ସମାବେଶକୁ ଯାଇ ମହିଳା ହଟହଟା !

କେନ୍ଦୁଝର: କାଳିଆ ସମାବେଶକୁ ଆସି ଖାଇବାକୁ ପାଇନଥିବା ମହିଳାମାନେ ବାଙ୍କିଡ଼ିରେ ଆନନ୍ଦପୁର ବିଡିଓ, ସିଡିପିଓ ଓ ସୁପରଭାଇଜରଙ୍କୁ ଦୀର୍ଘ ସମୟ ଯାଏ ଅଟକ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପଣ୍ଡାପଡ଼ା ଗସ୍ତ ପାଇଁ ଅଧିକ ମହିଳାଙ୍କୁ ଆଣିବା ଲାଗି ଅଙ୍ଗନାବାଡ଼ି କର୍ମୀ ଓ ରାଜସ୍ୱ ନିରୀକ୍ଷକଙ୍କୁ ଦାୟିତ୍ୱ ମିଳିଥିଲା। ମହିଳାମାନଙ୍କୁ ଯିବା ଆସିବା ବ୍ୟବସ୍ଥା ସହ ଖାଦ୍ୟ ଯୋଗାଇବା ଲାଗି କୁହାଯାଇଥିଲା। ତେବେ ଏସବୁରେ ବେଖାତିର କରାଯିବାକୁ ନେଇ ଜୁଙ୍ଗା ଗାଁରେ ଲୋକେ ଅଙ୍ଗନାବାଡ଼ି ଦିଦିଙ୍କୁ ଅଟକ ରଖିଥିଲେ। ସେହିପରି […]

  • Tuesday, 20 July 2021
atm
ଏଟିଏମ୍‌ ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର: ମାତିଛନ୍ତି ଲୁଟେରା। ଆଉ ଟାର୍ଗେଟ୍‌ରେ ଏଟିଏମ୍‌। ଗତ କିଛି ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ବୃତ୍ତମାନେ ଏଟିଏମ୍‌ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସନ୍ତରଗଡ଼ିଆ ତଳ ବଜାର ଚଣ୍ଡୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା AXIS ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଗ୍ୟାସ କଟର୍‌ରେ ଏଟିଏମ୍ ମେସିନକୁ କାଟି ସେଥିରୁ ଟଙ୍କା ନେଇ ଯାଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡ଼ିନାହିଁ। ପୁଲିସ୍‌ […]

  • Tuesday, 20 July 2021
Capture
କେନ୍ଦୁଝର ଖୁଣ୍ଟକଟା ଡବଲ୍ ମର୍ଡରର ପର୍ଦ୍ଦାଫାସ: ୩ ଭାଇ ଗିରଫ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଖୁଣ୍ଟକଟା ଗାଁରେ ଜାନୁଆରୀ ୧୩ରେ ହୋଇଥିବା ଡବଲ୍ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ୩ ଭାଇ। ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ପାଇଁ ବୃଦ୍ଧ ଦମ୍ପତିଙ୍କୁ ତିନି ଭାଇ ହତ୍ୟା କରିଥିଲେ ବୋଲି ପୁଲିସ୍ ଆଗରେ ମାନିଛନ୍ତି। ଗତ ୧୩ ତାରିଖରେ ଗାଁର ମିଲୁ ନାୟକ ଓ କସ୍ତୁରୀ ପ୍ରଧାନଙ୍କୁ ହତ୍ୟା କରି ପାଖ ଜଙ୍ଗଲରେ ଥିବା କୂଅରେ […]

  • Tuesday, 20 July 2021
tdp
ଓଡ଼ିଶାରେ ନିର୍ବାଚନ ଲଢ଼ିବ ଟିଡିପି

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ତେଲୁଗୁ ଦେଶମ୍ ପାର୍ଟି(ଟିଡିପି) ନିର୍ବାଚନ ଲଢ଼ିବ। ଏନେଇ ଟିଡିପି ଓଡ଼ିଶା ଦାୟିତ୍ୱରେ ଥିବା ରାଜେଶ ପୁତ୍ରା ସୂଚନା ଦେଇଛନ୍ତି। ରାଜ୍ୟର ୫୨ଟି ବିଧାନସଭା ଏବଂ ୫ଟି ଲୋକସଭାରେ ଟିଡିପି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଟିଡିପିର ସ୍ଥିତି ମଜବୁତ ଥିବା କଥା ରାଜେଶ କହିଛନ୍ତି। ପଡୋଶୀ ଆନ୍ଧ୍ରପ୍ରଦେଶର ବିକାଶକୁ ମୂଳ ପ୍ରସଙ୍ଗ କରି ଓଡ଼ିଶା ରାଜନୀତିରେ ଟିଡିପି ପାଦ ଥାପିବ ବୋଲି ସେ କହିଛନ୍ତି। ଓଡ଼ିଶାକୁ […]

  • Tuesday, 20 July 2021
pm  modi and rahul gandhi
ଆସୁଛନ୍ତି ମୋଦି ଓ ରାହୁଲ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧାରେ ଆୟୋଜିତ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଜି ଏହି ସୂଚନା ଦେଇଛନ୍ତି। ଏଥିସହ ଆଗାମୀ ଦିନରେ ବିଜେପିରେ ରାଜ୍ୟର ବହୁ ପ୍ରମୁଖ ନେତା ସାମିଲ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ସେପଟେ ଚଳିତ ଡିସେମ୍ବର ମାସ […]

  • Tuesday, 20 July 2021
chakradhar
ଶଙ୍ଖ ଧରିଲେ ଚକ୍ରଧର

ଭୁବନେଶ୍ୱର: ଶଙ୍ଖ ଧରିଲେ ଚକ୍ରଧର। କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି। ଗଜପତି ଜିଲ୍ଲା ମୋହନାର ପୂର୍ବତନ ବିଧାୟକ ଚକ୍ରଧର ପାଇକ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

  • Tuesday, 20 July 2021
maoist poster
ମାଲକାନଗିରିରେ ମାଓବାଦୀ ପୋଷ୍ଟର

ମାଲକାନଗିରି: ମାଲକାନଗିରିରେ ମାଓବାଦୀ ପୋଷ୍ଟର। ଗୁମ୍ମା ଆଞ୍ଚଳିକ ସିପିଆଇ ମାଓବାଦୀ  ସଂଗଠନ ତରଫରୁ ପଣସପୁଟ ଓ ଗାଜଲମାଲୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ନିରୀହ ଅାଦିବାସୀଙ୍କ ଉପରେ ମାଓବାଦୀଙ୍କ ନାଁନେଇ ପୁଲିସ୍‌ର ଦମନଲୀଳାକୁ ପୋଷ୍ଟରରେ ବିରୋଧ କରାଯାଇଛି। ଗତ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସହିଦ ସପ୍ତାହ ଚାଲିଥିବା ବେଳେ ଯୁବ ସମାଜକୁ ଅଧିକ ସଂଖ୍ୟାରେ ମାଓବାଦୀ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ଆସନ୍ତା ନିର୍ବାଚନ ବନ୍ଦ କରିବାକୁ ପୋଷ୍ଟରରେ […]

  • Tuesday, 20 July 2021
police station
ଥାନା ଶୌଚାଳୟରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଶୌଚାଳୟରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଜୟ ଲାକ୍ରା। ତାଙ୍କ ଘର ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ରାଇକାକଚ୍ଛର ଗାଁରେ। ଜୟଙ୍କୁ ଟଙ୍କା ହଡ଼ପ ଅଭିଯୋଗରେ ୩ ଦିନ ଧରି ପୁଲିସ୍‌ ପଚରା ଉଚରା କରୁଥିଲା। ତେବେ ଗତକାଲି ସନ୍ଧ୍ୟାରେ ଜୟଙ୍କୁ ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

  • Tuesday, 20 July 2021
BJD
ପୁଣି ଥରେ ବିଜେଡିରେ ଗୋଷ୍ଠୀ କନ୍ଦଳ

ଅନୁଗୁଳ: ପୁଣି ଥରେ ବିଜେଡିରେ ଗୋଷ୍ଠୀ କନ୍ଦଳ। ଏଥର ଅନୁଗୁଳ ଜିଲ୍ଲାରେ ବିଜେଡି ବିଧାୟକଙ୍କ ବିରୋଧରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ଏକଜୁଟ ହୋଇଛନ୍ତି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ବହୁ ସଂଖ୍ୟକ କର୍ମୀ ଏବଂ ନେତା ଏକତ୍ରିତ ହୋଇଛନ୍ତି। ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ବିକାଶ, ନିର୍ମାଣ କାମ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ବିଧାୟକ ସୁଶାନ୍ତ ବେହେରା ପାଳନ କରି ନାହାନ୍ତି। ଏହାଛଡ଼ା ବିଭିନ୍ନ ଜନହିତକାରୀ ଯୋଜନାରୁ ଲୋକଙ୍କୁ ବଞ୍ଚିତ ରଖାଯାଉଛି। ଏନେଇ ବାରମ୍ବାର ତାଙ୍କୁ […]

  • Tuesday, 20 July 2021
Pallahara bandh
ଅାଜି ୧୨ ଘଣ୍ଟିଅା ପାଲଲହଡ଼ା ବନ୍ଦ

ପାଲଲହଡ଼ା: ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ଦୁଇ ଦଫା ଦାବିରେ ପାଳଲହଡା ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରେଙ୍ଗାଲି କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୫୦ ହଜାର ଟଙ୍କା ସହାୟତା ଓ ପାଲଲହଡା ଓ ଖମାର ମେଡ଼ିକାଲ୍‌ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏହି ଆନ୍ଦୋଳନରେ […]

  • Tuesday, 20 July 2021