• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

miob
ସହିଦର ଟିକା ପିନ୍ଧି ମାଆ କୋଳକୁ ଫେରୁଛି ବୀର ପୁଅ

ଭୁବନେଶ୍ୱର: ସହିଦର ଟୀକା ପିନ୍ଧି ମାଆ କୋଳକୁ ଫେରୁଛି ବୀର ପୁଅ। ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଦୁଇ ବୀର ଓଡ଼ିଆ ସିଆର୍‌ପିଏଫ୍ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କୁ ବିରାଟ ଶୋଭାଯାତ୍ରାରେ ସେମାନଙ୍କ ଗାଁକୁ ନିଆଯାଇଛି। ଗାଁ ମାଟିକୁ ଯିବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରରେ ଯେଉଁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା, ସେଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସହିଦର ମୁକୁଟ ପିନ୍ଧା ଯବାନର ସ୍ଥାନ ସତରେ କେତେ […]

  • Tuesday, 20 July 2021
Untitled-1
ଷ୍ଟୋଭ୍‌ରେ ରୋଷେଇ ବେଳେ ନିଆଁରେ ପୋଡ଼ି ଯୁବତୀ ଗୁରୁତର

ଜଗତସିଂହପୁର: କୁଜଙ୍ଗ ବ୍ଲକ୍‌ ଉଚ୍ଛବାନନ୍ଦପୁର ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପ୍ରଥମେ ତାଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଓ ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଷ୍ଟୋଭ୍‌ରେ ରୋଷେଇ ବେଳେ ଏଭଳି ଅଘଟଣ ହୋଇଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ ଅଘଟଣକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

  • Tuesday, 20 July 2021
paradip
କଟକଣା ଲାଗିଥିବା କୋଷ୍ଟ୍‌ ଗାର୍ଡ କ୍ୟାମ୍ପସ୍‌ ଭିତରକୁ ପ୍ରବେଶ କଲେ ଯୁବକ

ପାରାଦୀପ: ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ (କୋଷ୍ଟ୍‌ ଗାର୍ଡ) ମୁଖ୍ୟାଳୟ ପରିସର ଭିତରେ ଜଣେ ସନ୍ଦିଗ୍ଧ ଯୁବକ ପ୍ରବେଶ କରିବା ପରେ ତାଙ୍କୁ ଧରା ଯାଇ ପୁଲିସ୍‌ର ଜିମା ଦିଆଯାଇଛି। ସଂପୃକ୍ତ ଯୁବକଙ୍କୁ ପାରାଦୀପ ଥାନାରେ ଅଟକ ରଖାଯାଇଛି। ଅଟକ ଯୁବକଙ୍କ ନାଁ ମହମ୍ମଦ ସାହାବାଜ୍‌ ଓ ତାଙ୍କ ଘର ଉତ୍ତରପ୍ରଦେଶ ମୁଜାଫର୍‌ ନଗରରେ ମହମ୍ମଦ ବୋଲି ଜଣାପଡ଼ିଛି। ସୁରକ୍ଷା ବଳୟ ଭେଦ କରି ଏହି ଯୁବକ ଜଣକ କିପରି କୋଷ୍ଟ୍‌ ଗାର୍ଡ ଭଳି ହାଇ […]

  • Tuesday, 20 July 2021
congress 2
ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ବିରୋଧରେ ତାତିଲା ମହିଳା କଂଗ୍ରେସ

ଭୁବନେଶ୍ୱର:ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ ତାତିଲା ମହିଳା କଂଗ୍ରେସ। ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ମହିଳା କଂଗ୍ରେସ କର୍ମୀ। ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ିଚାଲିଥିବା ହିଂସା, ଧର୍ଷଣ ଓ ସେବାଶ୍ରମରେ ନାବାଳିକା ଗର୍ଭବତୀ ଘଟଣାର ମହିଳା କଂଗ୍ରେସ ନିନ୍ଦା କରିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ଜବାବ ରଖିବାକୁ ଗତ ୪ତାରିଖରେ ଚେତାବନୀ ଦେଇଥିଲା ଦଳ। ତେବେ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ନଖିବା ପରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ। ହାତରେ କଳା […]

  • Tuesday, 20 July 2021
nabeen
ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ସହିଦଙ୍କ ପରିବାର ପ୍ରତି  ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟେଲିଫୋନ୍‌ରେ ଉଭୟ ସହିଦ ପ୍ରସନ୍ନ ସାହୁ ଏବଂ ମନୋଜ ବେହେରାଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଆଜି ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ହେଲେ ସିଆର୍‌ପିଏଫ୍‌ କନେଷ୍ଟବଲ୍‌ ମନୋଜ କୁମାର ବେହେରା ଓ ସିଆର୍‌ପିଏଫ୍‌ ୬୧ ବାଟାଲିଅନ୍‌ର ହାବିଲଦାର […]

  • Tuesday, 20 July 2021
samilani
ରାଜଭବନ ଘେରାଉ କରିବେ ଚାଷୀ

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୮ ତାରିଖରେ ଭୁବନେଶ୍ୱର ରାଜଭବନ ଘେରାଉ କରିବେ ଚାଷୀ। ଏକ ପ୍ରେସ୍‌ମିଟ୍‌ କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ, ପେନସନ୍ ଓ ସୁରକ୍ଷା ଭତ୍ତା ଦାବିରେ ଜାନୁଆରୀ ୮ରେ ସଂଗଠନ ପକ୍ଷରୁ ଧାରଣା ଓ ଏହା ପୂର୍ବରୁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଚାଷୀମାନେ ଦାବିପତ୍ର ଦେବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

  • Tuesday, 20 July 2021
fire in office
ସମ୍ବଲପୁରର ମାଧ୍ୟମିକ ଶିକ୍ଷା ବୋର୍ଡ ଶାଖା ଅଫିସ୍‌ରେ ନିଆଁ

ସମ୍ବଲପୁର : ସମ୍ବଲପୁରର ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା ଅଫିସ୍‌ରେ ନିଆଁ। ସମ୍ବଲପୁର ଜେଲ୍ ଛକ ନିକଟରେ ଥିବା ଅଫିସ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଫିସ୍‌ରେ ୭ରୁ ୮ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଅଫିସ୍ ପରିସରରେ ଥିବା ୨ଟି ଗାଡ଼ି ମଧ୍ୟ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି। BSEର ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝି ଏହି ସୂଚନା ଦେଇଛନ୍ତି। ନିଆଁ ଲିଭାଇବାକୁ ଦମକଳ ବାହିନୀର ଉଦ୍ୟମ ଜାରି ରହିଛି।

  • Tuesday, 20 July 2021
saha
ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇଛି। ଏଥିସହିତ ତାଙ୍କର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ୍ କରିଦିଆଯାଇଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଯୋଗୁ କାର୍ଯ୍ୟକ୍ରମ ବାତିଲ୍ ହୋଇଥିବା ଜଣାପଡ଼ିଛି। ଆଜି ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ୪ଟି ଲୋକସଭା କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଏବଂ ବୁଥସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା।

  • Tuesday, 20 July 2021
kalia
କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ସହାୟତା

କେନ୍ଦ୍ରାପଡ଼ା: କାଳିଆ ଯୋଜନାରେ ଏଥର ଭୂମିହୀନ ଚାଷୀଙ୍କୁ ମିଳିବ ସହାୟତା। ଆଜି କେନ୍ଦ୍ରାପଡ଼ାରେ ୩ ଲକ୍ଷରୁ ଅଧିକ ଭୂମିହୀନ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସହାୟତା ଆରମ୍ଭ କରିବେ ରାଜ୍ୟ ସରକାର। ପ୍ରତି ଭୂମିହୀନ ଚାଷୀଙ୍କୁ ସରକାର ୩ଟି ପର୍ଯ୍ୟାୟରେ ୧୨ ହଜାର ୫ଶହ ଟଙ୍କା ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୫ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ଓ ତୃତୀୟ ପର୍ଯ୍ୟାୟରେ ୪ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ।

  • Tuesday, 20 July 2021
amit
ଆଜି ପୁଣି ଓଡ଼ିଶା ଆସିବେ ଶାହ

ଭୁବନେଶ୍ୱର: ଆଜି ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସମ୍ବଲପୁରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ୪ଟି ଲୋକସଭା କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଏବଂ ବୁଥସ୍ତରୀୟ କର୍ମୀଙ୍କୁ ମନ୍ତ୍ର ଦେବେ ଶାହ। ତେବେ ମାସକ ମଧ୍ୟରେ ତିନି ତିନି ଥର ଗସ୍ତ ପରେ ଆଜି କେତେ ଶାଣିତ ହେବ ଶାହଙ୍କ ଶବ୍ଦ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁରୀ ଭଳି ନବୀନଙ୍କ ବିରୋଧରେ ଆକ୍ରମଣାତ୍ମକ ମୁଦ୍ରା ଦେଖାଇବେ ନା […]

  • Tuesday, 20 July 2021
temple
କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ କାଳୀ ମନ୍ଦିରରୁ ଗତକାଲି ରାତିରେ ବଡ଼ ଧରଣର ଚୋରି ହୋଇଛି। ରାତି ଅଧରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ଦେବୀଙ୍କ ଗହଣା ସହିତ ବାସନ ନେଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦ ଭରି ସୁନା ଗହଣା ଓ ଲକ୍ଷାଧିକ ଟଙ୍କାର ବାସନ ଚୋରି ହୋଇଛି। ଦୁର୍ବୃତ୍ତମାନେ ଖାଲି ସୁନା ଗହଣା ଓ ବାସନ ଚୋରି କରି ନାହାନ୍ତି ତା’ସହ ମନ୍ଦିରରେ ଥିବା ଦାନ ବାକ୍ସକୁ ଭାଙ୍ଗି […]

  • Tuesday, 20 July 2021
vigilance
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ନନ୍ଦକିଶୋରଙ୍କ କେନ୍ଦୁଝର ସ୍ଥିତ ବାସଭବନ, ଆନନ୍ଦପୁର ଶାଳପଡ଼ା ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ ଘଷିପୁରା ସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଇଛି। କେନ୍ଦୁଝର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୪ଟି ଟିମ୍ ଏହି ଚଢ଼ାଉ କରିଛି।

  • Tuesday, 20 July 2021
puri
ଅନ୍‌ଲାଇନ୍‌ରେ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ପ୍ରସଙ୍ଗ; ଏମିତି କହିଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ବିଭିନ୍ନ ସଂସ୍ଥା ଦ୍ୱାରା ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଓ ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଜଣାଇବା ଇତ୍ୟାଦି ବିଷୟ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନମାନଙ୍କୁ ଠାବ କରିବା ପାଇଁ ପୁଲିସ୍‌କୁ ଜଣାଇ ଦିଆଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାଥାଉ କି, ଏବିଷୟରେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ […]

  • Tuesday, 20 July 2021
nasir
ସିବିଆଇ କୋର୍ଟରେ ହାଜର ହେଲେ ବଲିଉଡ୍ ଅଭିନେତା ଓ ପ୍ରଯୋଜକ ନାସିର ଖାନ୍

ଭୁବନେଶ୍ୱର: ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ନାସିର ଖାନ୍। ଓଡ଼ିଶାରେ ଫାଇନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ମାମଲାରେ ଫସିଥିବା ନାସିରଙ୍କୁ ପଚରାଉଚରା ପାଇଁ ସିବିଆଇ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।   ଫାଇନ୍ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ସଂସ୍ଥାର ଅନେକ ଶାଖା ଥିଲା। ନାସିର ଏହି ଶାଖାଗୁଡ଼ିକରୁ କୋଟି କୋଟି ଟଙ୍କା ହଡପ୍ କରିଥିବା ଅଭିଯୋଗ ରହିଛି। ଆଉ ଏହି ଟଙ୍କାରେ ସେ ବଲିଉଡ୍ ମୁଭି ସ୍ୟାଡୋ ନିର୍ମାଣ କରିଥିଲେ।  ପୂର୍ବରୁ ଚିଟ୍‌ଫଣ୍ଡ୍‌ […]

  • Tuesday, 20 July 2021
exam
ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରଗୁଡ଼କରେ ସିସିଟିଭି ଲାଗିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତ ମୂଲ୍ୟାୟନ ଜୋନ୍‌ର ସୁପରଭାଇଜରଙ୍କୁ ଚିଠି ଲେଖିଛନ୍ତି। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍ କେନ୍ଦ୍ରରେ ସିସିଟିଭି ଲାଗିବ। ଏହା ସହ ଷ୍ଟ୍ରଙ୍ଗ୍ ରୁମ୍‌କୁ ମଧ୍ୟ ସିସିଟିଭି ନିରୀକ୍ଷଣରେ ରଖାଯିବ। ମୂଲ୍ୟାୟନ ସମୟରେ ତ୍ରୁଟିକୁ ଏଡ଼ାଇବା ଏବଂ ମୂଲ୍ୟାୟନକାରୀଙ୍କ ଉପରେ ନଜର ରଖିବା ପାଇଁ ଏଭଳି ପଦକ୍ଷେପ […]

  • Tuesday, 20 July 2021
rain
ଦୁର୍ବଳ ହେଲା ସାମୁଦ୍ରିକ ଝଡ଼ 'ପେତାଇ'

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ପେତାଇ’ ଦୁର୍ବଳ ହୋଇ ୱେଲ୍ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ପେତାଇ ଦୁର୍ବଳ ହୋଇଥିଲେ ମଧ୍ୟ ସାରା ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ଜାରି ରହିଛି। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି। ବଲାଙ୍ଗିରରେ ସର୍ବାଧିକ ୯୨.୪ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୭୪.୪, ସୋନପୁରରେ ୬୭.୮, କୋରାପୁଟରେ […]

  • Tuesday, 20 July 2021
kostal w
କୋଷ୍ଟାଲ୍ ହାଇୱେ ବିବାଦ: ବିଜେଡିର ଦୁଇ ନେତାଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତାବିତ କୋଷ୍ଟାଲ୍‌ ହାଇେଓ୍ୱ ପ୍ରକଳ୍ପରେ କେଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବା ଏନ୍‌ଏଚ୍‌ଏଆଇ ପ୍ରସ୍ତୁତ କରିଥିବା ଗତିପଥକୁ ନେଇ ରାଜ୍ୟ ସରକାର ଆପତ୍ତି ଉଠାଇବା ପରେ ପ୍ରକଳ୍ପକୁ ନେଇ ଦେଖାଦେଇଛି ବିବାଦ। ତେବେ ଏପରି ସ୍ଥିତିରେ ଓଡ଼ିଶାରେ କୋଷ୍ଟାଲ୍ ହାଇେଓ୍ୱ କାମ ଆଗେଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ସଚିବାଳୟରେ ଏନ୍‌ଏଚ୍‌ଏଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ସାମ୍ନାକୁ ଆସିଛି ବିବାଦ। ଏନ୍‌ଏଚ୍‌ଏଆଇର ପ୍ରସ୍ତାବକୁ ସିଧାସଳଖ ନାଁ […]

  • Tuesday, 20 July 2021
fd
ପ୍ରାର୍ଥୀ ଚୟନ ଲାଗି କଂଗ୍ରେସ ସ୍କ୍ରିନିଂ କମିଟିର ଟିକିନିଖି ତର୍ଜମା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଫୋକସ୍‌ରେ ୧୧ ଲୋକସଭା ଆସନ ରହିଛି। ଖାସ୍ ସେଥିପାଇଁ ନୂଆଦିଲ୍ଲୀ ବଦଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତର୍ଜମା କରୁଛି ସ୍କ୍ରିନିଂ କମିଟି। ପ୍ରାର୍ଥୀ ଚୟନ ଲାଗି କଂଗ୍ରେସରେ ଛୁଞ୍ଚି ମାଛି ପରୀକ୍ଷା ହେଉଛି। ନେତା ହୁଅନ୍ତୁ, କି କର୍ମୀ, ଆଶାୟୀ ହୁଅନ୍ତୁ କି  ଲବିଷ୍ଟ ସମସ୍ତଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ। ନିର୍ବିବାଦୀୟ ଓ ସର୍ବସମ୍ମତିକ୍ରମେ ଜଣଙ୍କ ନାଁରେ ସହମତି ପାଇଁ ବି ପ୍ରୟାସ ଚାଲିଛି। […]

  • Tuesday, 20 July 2021
heavy rainfall
‘ପେତାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ଘୂର୍ଣ୍ଣିଝଡ଼ ପେତାଇ ଦୁର୍ବଳ ହୋଇ ୱେଲ୍ ମାର୍କଡ୍‌ ଲୋ ପ୍ରେସର୍‌ରେ ପରିଣତ ହୋଇଛି। ଗତକାଲି ସ୍ଥଳ ଭାଗ ଛୁଇଁବା ପରେ ଏହା ଆନ୍ଧ୍ରପ୍ରଦେଶ ଊପକୂଳ ଦେଇ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳ ସାଢ଼େ ୫ଟା ସୁଦ୍ଧା ଏହା ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ପେତାଇ ଦୁର୍ବଳ ହୋଇଥିଲେ ମଧ୍ୟ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି।  ବିଶେଷ କରି ପଶ୍ଚିମ ଓ […]

  • Tuesday, 20 July 2021
bjp
୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ: ଆସନ୍ତା ୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ୧୯ ନିର୍ବାଚନ ପାଇଁ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର। ଭଦ୍ରକ ରାଣୀତାଲଠାରେ ବିଜେପିର ଉତ୍ତର ଓଡ଼ିଶା ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଣୀତାଲଠାରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜର ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିନ କରିବେ କେନ୍ଦ୍ରମନ୍ତ୍ରୀ। ପ୍ରଥମେ ବାସୁଦେବପୁର ଇରମ ଯାଇ ସହିଦ ପୀଠରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଭଦ୍ରକାଳୀ ପୀଠକୁ ଯିବେ। ପୂଜାର୍ଚ୍ଚନା ପରେ […]

  • Tuesday, 20 July 2021
jhia
ଲଜ୍ଜା: ଝିଅକୁ ଦୁଷ୍କର୍ମ କଲା ବାପା

ବ୍ରହ୍ମପୁର: ଝିଅକୁ ଦୁଷ୍କର୍ମ କଲା ବାପା। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବ୍ରହ୍ମପୁର ଜରଡ଼ା ଅଞ୍ଚଳରେ। ବାପା ନିଜ ନାବାଳିକା ଝିଅକୁ ଦୀର୍ଘ ୫ବର୍ଷ ହେଲା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୁଲିସ୍। ଗତକିଛି ଦିନ ତଳେ ଝିଅ ଜଣଙ୍କ ଏନେଇ ନିଜର ଜଣେ ସହପାଠୀଙ୍କୁ କହିବା ପରେ ସେ ସ୍କୁଲ୍‌ ଶିକ୍ଷୟିତ୍ରୀମାନଙ୍କୁ ଜଣାଇଥିଲେ। ପରେ ଏନେଇ ଚାଇଲ୍ଡ ଲାଇନ୍ ଓ ପୁଲିସଠାରେ ଅଭିଯୋଗ କରିଥିଲେ। ପୁଲିସ୍ […]

  • Tuesday, 20 July 2021
rainfall
‘ପେତାଇ’ ପ୍ରଭାବରେ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷିବ!

ଭୁବନେଶ୍ୱର: ବାତ୍ୟା ‘ପେତାଇ’ ସ୍ଥଳ ଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେଉଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପୂକଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ପୁରୀ, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ […]

  • Tuesday, 20 July 2021
koraput
ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜି ୪ ଜିଲ୍ଲାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଅଯାଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ବିଭିନ୍ନ ଜିଲ୍ଲାର ଓକିଲ ସଂଘ ସହ ବୈଠକ ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ପାଳନ କରୁଛି। ବାରମ୍ବାର ଦାବି ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଏହାର ପ୍ରତିବାଦରେ ୪ ଜିଲ୍ଲାରେ ବନ୍ଦ […]

  • Tuesday, 20 July 2021
NAVEEN
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରତ ଗସ୍ତ

ଭୁବନେଶ୍ୱର : ଗୁଜରାଟର ସୁରତରେ ରହୁଥିବା ୭ ଲକ୍ଷରୁ ଅଧିକ ଓଡ଼ିଆଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ। ପ୍ରବାସୀ ଓଡ଼ିଆଙ୍କ ପାଇଁ ସୁରତରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଥର ସେଠାକୁ ଗସ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସେଠାରେ ଡେରା ପକାଇଛନ୍ତି। ଚର୍ଚ୍ଚା ହେଉଛି, ଓଡ଼ିଶା ମହୋତ୍ସବ ଆଳରେ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ଏହି କାର୍ଯ୍ୟକ୍ରମର ଅସଲ […]

  • Tuesday, 20 July 2021
Capture
ଓବିସି କାର୍ଡ଼ ଖେଳିଲେ କେନ୍ଦ୍ରମନ୍ତ୍ରୀ

ବଲାଙ୍ଗିର: କଣ୍ଟାବାଞ୍ଜିରେ ବିଜେପିର ପଛୁଆ ବର୍ଗ ମହାସମ୍ମିଳନୀ ଅବସରରେ ଓବିସି କାର୍ଡ ଖେଳିଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଳ ଯାଦବ। ଏଥିସହିତ ବିନା ପିସିରେ ରାଜ୍ୟରେ କୌଣସି ଉନ୍ନୟନମୂଳକ କାମ ହେଉନାହିଁ ବୋଲି ଅଭିଯୋଗ କରିବା ସହ ନବୀନଙ୍କୁ ପିସି ବାବୁ ବୋଲି ଆକ୍ଷେପ କରିଛନ୍ତି ରାମକ୍ରିପାଳ। ତେବେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।୧୯ ବର୍ଷ ଶାସନ ପରେ ବି ଚାଷୀଙ୍କୁ ପାଣି ମୁନ୍ଦେ ପହଞ୍ଚାଇବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଲୋକଙ୍କୁ […]

  • Tuesday, 20 July 2021