ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ପିଇସି ବୈଠକ ବସିବ। ଏଥିରେ ଏଆଇସିସି ପ୍ରତିନିଧିଙ୍କ ସହ ରାଜ୍ୟ କଂଗ୍ରେସର ପ୍ରତିନିଧି ଯୋଗଦେବେ। ଏହି ବୈଠକରେ ରାଜ୍ୟର ମୋଟ ୧୪୭ ଆସନ ନେଇ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ କରିବା ସମ୍ଭାବନା ରହିଛି। ପୂର୍ବରୁ ୪୪ ଆସନ ନେଇ ରାଜ୍ୟ କଂଗ୍ରେସ ତରଫରୁ ପ୍ରାର୍ଥୀ ଚୂଡାନ୍ତ କରି ଏଆଇସିସିକୁ ରିପୋର୍ଟ ଦିଆସରିଛି। ତେବେ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ। ଆଜିର ବୈଠକ ପରେ ଏଆଇସିସି ପ୍ରାର୍ଥୀ ଚୂଡାନ୍ତ […]
ଭୁବନେଶ୍ୱର: ରାଜ୍ୟର ହସ୍ତଶିଳ୍ପ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାରିଗର ସହାୟତା ଯୋଜନା’ ଘୋଷଣା ହୋଇଛନ୍ତି। ଯୋଜନା ଅନୁସାରେ ବାର୍ଷିକ ୧ଲକ୍ଷ ଟଙ୍କାରୁ କମ ଆୟ ଥିବା ବରିଷ୍ଠ କାରିଗରଙ୍କୁ ମାସିକ ୮ଶହ ଟଙ୍କା ଲେଖାଏ ସହାୟତା ଦେବେ ରାଜ୍ୟ ସରକାର। ୮୦ ବର୍ଷରୁ ଅଧିକ ବୟସ୍କ କାରିଗରଙ୍କୁ ହଜାରେ ଟଙ୍କା ସହାୟତା ମିଳିବ। ଏଥିପାଇଁ ସର୍ବନିମ୍ନ ୧୦ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଆବଶ୍ୟକ। ହିତାଧିକାରୀ ଚୟନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧୀନରେ ଚୟନ […]
ଭୁବନେଶ୍ୱର: “ନୂଆ ଓଡ଼ିଶା ଗଠନ ପାଇଁ ମୁଁ ଦୃଢ଼ ପରିକର।” ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଓ ଏହା କେତେଦୂର ପାଳନ ହୋଇଛି ତା’ର ତାଲିକା ପଢ଼ିଛନ୍ତି। ‘ନୂଆ ଓଡ଼ିଶା, ନୂଆ ପରିଚୟ’। ମୋଦି ସରକାରଙ୍କ ନ୍ୟୁ ଇଣ୍ଡିଆ ଢାଞ୍ଚାରେ, ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ କିଛି ଏଭଳି ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ନବୀନ। ଏଥିପାଇଁ ଆଜି ସଚିବାଳୟରେ ଛାଇ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଇଆଇଏମ୍ସି (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍) ଓଡ଼ିଶା ଚାପ୍ଟର୍ର ପୁରାତନ ଛାତ୍ରଛାତ୍ରୀ କନେକ୍ସନ୍(ଆଲୁମ୍ନି ମିଟ୍) ୨୦୧୯ ଆୟୋଜିତ ହୋଇଛି। ଢେଙ୍କାନାଳ ଆଇଆଇଏମ୍ସି ପରିସର ସହିତ ଭୁବନେଶ୍ୱରରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂସ୍ଥାନର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ। ଏହାସହ ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍ଥାନର ଛାତ୍ର ଭାରତ ଭୂଷଣ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲରୁ ମାଟ୍ରିକ ଓଏମ୍ଆର ଶିଟ୍ ଗାଏବ ଘଟଣାରେ ୩ ଜଣ ଶିକ୍ଷକ ଗିରଫ ହୋଇଛନ୍ତି। ସେମାନେ ହେଲେ ପରୀକ୍ଷା ସେଣ୍ଟର ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଅବଜରଭର ସନ୍ଦୀପ ସାହୁ ଓ ଗଠନପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା। ବିନା ଅନୁମତିରେ ପରୀକ୍ଷା କେନ୍ଦ୍ରକୁ ଆସିଥିବାରୁ ଜଳନ୍ଧରଙ୍କୁ ଗିରଫ କରାଯାଇଛି। ସେହିପରି ପିଅନ ସୁପ୍ରିତ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର […]
ଭୁବନେଶ୍ୱର: ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଂପାଦକ ଅମିତ ଜେନା ଏବଂ ଶିବାନନ୍ଦ ନାଥ। ପ୍ରକାଶ ତ୍ରିପାଠୀ ନାମକ ଅନ୍ୟଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ତେବେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଂପାଦକ ଏହି ଘଟଣାରେ ଗିରଫ ହେବା ପରେ ବିରୋଧୀଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି […]
ଭୁବନେଶ୍ୱର: ବିଜୁ ବାବୁଙ୍କ ବହୁଚର୍ଚ୍ଚିତ ଡାକୋଟା ବିମାନ ନିଲାମ ଉଦ୍ୟମକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ କରିଛନ୍ତି। କୋଲକତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ହେଲେ ଏବେ ଏହାକୁ ଲୁହା ଦରରେ ନିଲାମ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଛି। ଏହାକୁ ନେଇ ଧର୍ମେନ୍ଦ୍ର ନବୀନ ସରକାରଙ୍କ ଉପରେ ବର୍ଷିବା ସହ ବିଜେଡିର […]
ଭୁବନେଶ୍ୱର: ଆସନ୍ତା ୮ ଓ ୧୩ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ୮ ତାରିଖରେ ଜୟପୁର ଓ ୧୩ ତାରିଖରେ ବରଗଡ଼ ଜନସଭାରେ ଯୋଗଦେବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୂର୍ବରୁ ରାହୁଲ ୮ ତାରିଖରେ ଉଭୟ ଜୟପୁର ଓ ବରଗଡ଼ ଆସିବା ସ୍ଥିର ହୋଇଥିଲା। ହେଲେ ଏହି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ନିରଞ୍ଜନ କହିଛନ୍ତି। ସେ କହିଛନ୍ତି, “ପୂର୍ବ ନିର୍ଦ୍ଧରିତ କାର୍ଯ୍ୟକ୍ରମ ଅନୁଯାୟୀ ୮ ତାରିଖରେ ରାହୁଲ […]
ଭୁବନେଶ୍ୱର: ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍) ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ରାଜ୍ୟରେ ମୋଟ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧ ହଜାର ୯୧ଟି କେନ୍ଦ୍ରରେ ପରୀକ୍ଷା କରାଯିବାକୁ ଥିବା ବେଳେ ୨୦୨ଟି ଏଗଜାମିନେସନ ମ୍ୟାନେଜମେଣ୍ଟ ହବ୍ର ବ୍ୟବସ୍ଥା କରାଯାଇଛଇ। ତେବେ ମାଟ୍ରିକ ପରୀକ୍ଷା ଭଳି ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ, ସେଥିପାଇଁ ତ୍ରି-ସ୍ତରୀୟ ସ୍କ୍ୱାର୍ଡ, […]
ବ୍ରହ୍ମପୁର: ମାସେ ହେଲା ଖୋଲା ଆକାଶ ତଳେ ନ୍ୟାୟ ଆଶାରେ ଜଣେ ଅସହାୟ ମହିଳା ଆସବାସପତ୍ର ଧରି ପଡ଼ିଛନ୍ତି। ମହିଳା ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବଡ଼ ସାହିର। ସେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ୨୫ ବର୍ଷ ହେଲା କାମ କରିଆସୁଥିଲେ। ଏହାସହ ମାଲିକଙ୍କୁ କିଛି ଟଙ୍କା ଦେଇ ତାଙ୍କର ଗୋଟିଏ ଘରେ ରହିଆସୁଥିଲେ। ହେଲେ ଗତ ଫେବୃଆରୀ ୮ ତାରିଖରେ ସେ ଘରେ ପୂଜା କରୁଥିବା ବେଳେ ହଠାତ୍ ପୁଲିସ ଆସି ତାଙ୍କର […]
ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମାଣିଦା କନ୍ୟାଶ୍ରମରେ ପଢ଼ିଥିବା ଜଣେ ଅଷ୍ଟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଝିଆ ମୃତ୍ୟୁ ପାଇଁ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଏହାସହ ସ୍କୁଲର ପ୍ରଧାନଶିକ୍ଷକ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କନ୍ୟାଶ୍ରମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସ୍ଥାନୀୟ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବିଲ ମଝିରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମଞ୍ଚେଶ୍ୱର ଥାନା ଖଲିଖମା ଅଞ୍ଚଳରୁ ଶିଶୁକନ୍ୟାର ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଶିଶୁର ବେକ ଓ ମୁହଁରେ ରକ୍ତ ଲାଗିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ଘଟିଲା ଓ କିଏ, କାହିଁକି ଏପରି ମୃତଦେହ ପକାଇ […]
ଖୋର୍ଦ୍ଧା: କୁହାଯାଏ କୁକୁର ଏକ ବିଶ୍ଵସ୍ତ ପ୍ରାଣୀ। ମାଲିକ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ସବୁ ବେଳେ ସଜାଗ ରହିଥାଏ। ଆବଶ୍ୟକ ପଡ଼ିଲେ, ନିଜକୁ ବିପଦ ମୁହଁକୁ ବି ଠେଲି ଦେଇଥାଏ। ବିଭିନ୍ନ ସମୟରେ ନିଜର ବିଶ୍ୱାସନୀୟତାର ପରିଚୟ ଦେଇଛି କୁକୁର। ଏବେ ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ନିଜ ମାଲିକଙ୍କ ପରିବାରର ଜୀବନ ବଞ୍ଚାଇବା ପାଇଁ ଜୀବନ ଦେଇଛି ଏକ କୁକୁର। ସୂଚନା ଅନୁସାରେ, ଜଟଣୀର ଆରିଫ ଅମିନ ଡାଲମେସିଆନ ପ୍ରଜାତିର ଏକ […]
ଭୁବନେଶ୍ୱର: ବଂଶଧାରା ନଦୀ ଜଳ ବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ। ଶୁଣାଣି ବେଳେ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଓକିଲ ନିଜର ପକ୍ଷ ରଖିଛନ୍ତି। ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେଇଥିଲେ। ହେଲେ ଦୁଇ ରାଜ୍ୟ ମଧ୍ୟରେ ଏନେଇ ଜାନୁଆରୀ ୨୮ରେ ବୈଠକ ହୋଇଥିଲେ ବି ତାହା ସଫଳ ହୋଇନାହିଁ ବୋଲି ଆଜି ଟ୍ରିବ୍ୟୁନାଲଙ୍କୁ ଜଣାଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ର ଓ ଓଡ଼ିଶାର ବୈଷୟିକ ଟିମ୍ ମଧ୍ୟରେ ବୈଠକ ହୋଇଥିଲା। ଏହି […]
ଭୁବନେଶ୍ୱର : ଭୁବନେଶ୍ୱରର ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ସହିଦ ନଗର ଥାନାରେ ବିଜେଡି ନେତା ଓ କର୍ମୀଙ୍କ ଗୁଣ୍ଡାରାଜ ଅଭିଯୋଗ। ଏକ ଦୁର୍ଘଟଣା ମାମଲାକୁ କେନ୍ଦ୍ର କରି ରାତି ଅଧରେ ଥାନାରେ ଦଳର ଯୁବ ନେତା ଓ କର୍ମୀ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ପୁଲିସ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିବାର ଭିଡିଓ ପଦାକୁ ଆସିଛି। ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ଭିଆଇଛନ୍ତି ଲଙ୍କାକାଣ୍ଡ। ସହିଦନଗର ଥାନା ଭିତରେ ଭଙ୍ଗାରୁଜା […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ଜଣେ ମହିଳାଙ୍କ ପାଖରୁ ୭ ଶହ ୭ ଗ୍ରାମ ଓଜନର ସୁନା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି। ମହିଳା ଜଣଙ୍କ ଦୁବାଇରୁ ଏହି ସୁନା ଧରି ଆସୁଥିବା ବେଳେ ଏୟାର ଇଣ୍ଟେଲିଜେନ୍ସ ଏବଂ କଷ୍ଟମ ବିଭାଗ ହାତରେ ଧରାପଡ଼ିଥିଲେ। ଅଟକ ମହିଳାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି। ବିମାନ ବନ୍ଦରରୁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗାଁରେ ବ୍ୟକ୍ତିଗତ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରାଜକିଶୋର ମାହାଳି। ଗତକାଲି ରାତିରେ ଏହି ଘଟଣା ଘଟିଛି। କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ତଣ୍ଟି ଓ ପେଟରେ ଆଘାତ ଲାଗିଛି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ପରେ ଗରଜଙ୍ଗା ସତସଙ୍ଗ ବିହାର ନିକଟ ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଟ୍ରିକ୍ ପରୀକ୍ଷାରେ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷା ସରିବାର ୨୪ ଘଣ୍ଟା ନପୁରୁଣୁ ଛାତ୍ରଛାତ୍ରୀଙ୍କ OMR ସିଟ୍ ଗାଏବ ହୋଇଯାଇଛି। ଗତକାଲି ମାଟ୍ରିକ୍ ଗଣିତ ପରୀକ୍ଷା ସରିଥିବା ବେଳେ OMR ସିଟ୍ ଗାଏବ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲରେ ପରୀକ୍ଷା ଦେଇଥିବା ସମସ୍ତ ୧୦୮ ଜଣ ଛାତ୍ରଛାତ୍ରୀଙ୍କ OMR ସିଟ୍ ଗାଏବ ହୋଇଯାଇଥିବା ସୂଚନା ମିଳିଛି। ତେବେ ସ୍କୁଲରେ କଡ଼ା ସୁରକ୍ଷା ବଳୟ ଭିତରେ OMR ସିଟ୍କୁ […]
କୁଚିଣ୍ଡା(ଦେବେନ୍ଦ୍ର ବେହେରା): ଭାଉଜକୁ ହତ୍ୟା କଲା ଦିଅର। ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କିସାନପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ସୁକଦେଇ କିସାନ (୬୦)। ପାରିବାରିକ କଳହକୁ କେନ୍ଦ୍ର କରି ବ୍ୟକ୍ତି ଜଣକ ତାଙ୍କ ଭାଉଜଙ୍କୁ ହାଣି ଦେଇଥିବା କୁହାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।
ସାଲେପୁର(ମନୋଜ ଆଚାର୍ଯ୍ୟ) : ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ୍ ବଣ୍ଟା ବେଳେ ଉତ୍ତେଜନା ଦେଖା ଦେଇଛି। ଗତକାଲି କଟକ ଜିଲ୍ଲା ସାଲେପୁର ବ୍ଲକ୍ର ୫ଟି ଗ୍ରାମପଞ୍ଚାୟତର ଶତାଧିକ କର୍ମୀଙ୍କୁ ମୋବାଇଲ୍ ପ୍ରଦାନ ନେଇ ଏକ କାର୍ଯ୍ୟକ୍ରମ ଥିଲା। ହେଲେ ମୋବାଇଲ ବଣ୍ଟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜୁ ଯୁବ ବାହିନୀର ସଦସ୍ୟ ହଟ୍ଟଗୋଳ କରିଥିଲେ। ଏପରିକି ବ୍ଲକ୍ ସଂଯୋଜିକାଙ୍କୁ ବିଜୁ ଯୁବ କର୍ମୀ ଅଟକ ରଖିଥିଲେ। ସେପଟେ ଘଟଣାକୁ ନେଇ ବିରୋଧୀ ବିଜେଡିକୁ ସମାଲୋଚନା […]
ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ବେଢାସାହି ଗାଁରେ ଆଜି ସକାଳେ ଏକ କୂଅ ଭିତରେ ଭାଲୁଟିଏ ପଡ଼ି ଯାଇଥିଲା। ଭାଲୁଟି କୂଅରେ ପଡ଼ିବା ନେଇ ଖବର ପାଇବା ପରେ ନୀଳଗିରି ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲେ। ତା’ପରେ ଭାଲୁଟିକୁ କୁଲଡ଼ିହା ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ଅନ୍ୟପଟେ, ଭାଲୁଟିକୁ ଦେଖିବାପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଗାଁ […]
ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି। ଏଥିପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ଯ୍ୟାୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟ ଭୋର ୩ଟା ୩୦ ମିନିଟ୍ରୁ ସକାଳ ସାଢେ ୧୦ଟା, ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟା ୪୫ ମିନିଟ୍ରୁ ୪ଟା ୪୫ ମିନିଟ୍ ଓ ତୃତୀୟ ପର୍ଯ୍ୟାୟ ରାତି ୧୦ରୁ ୧୧ଟା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି। ରାତି ୧୦ ଟାରେ ମହାଦୀପ ଉଠିବାନେଇ ନୀତି ନିର୍ଘଣ୍ଟ ହୋଇଛି। […]
ଚାନ୍ଦବାଲି (ବାସୁଦେବ ଦାସ): ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତ ବେଳେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ। ବିଜେଡିର ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲିରେ ପହଞ୍ଚିବା ପୂର୍ବରୁ ବିଜେଡିର ଏକ ଅସନ୍ତୁଷ୍ଟ ଗୋଷ୍ଠୀ ୩୦୦ରୁ ଅଧିକ ଗାଡ଼ି ଧରି ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଶୋଭାଯାତ୍ରା କରି ଯାଉଥିଲା। ଏହି ସବୁ ଗାଡ଼ି ଗୁଡ଼ିକରେ ‘ବ୍ୟୋମକେଶ ହଟାଅ, ଚାନ୍ଦବାଲି ବଞ୍ଚାଅ’ […]
ଭୁବନେଶ୍ୱର: ରାଜ୍ୟ ସରକାର ଗତକାଲି IAS ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର ଓ ଜିଏସ୍ଟି ବିଭାଗର କମିଶନର ଦାୟିତ୍ୱ ମିଳିବା ସହ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ OSDMAର ଦାୟିତ୍ୱ ମଧ୍ୟ ମିଳିଛି। ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଦାୟିତ୍ୱ ମିଳିଛି। କ୍ରିଷନ୍ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଏବେ କ୍ରିଷନ୍ କୁମାର ସମବାୟ ସଚିବ ଅଛନ୍ତି। ସେହିପରି ପ୍ରଶାନ୍ତ କୁମାର ଶତପଥୀଙ୍କୁ […]
ଗଜପତି: ଗଜପତି ଜିଲ୍ଲା ମୋହନାରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୋହନା ବ୍ଲକ କାମ୍ବାଇରେ ଗାଁର ସସ୍ମିତା ମାଝି ନାମ୍ନୀ ଯୁବତୀଙ୍କ ମୃତ୍ୟୁକୁ ନେଇ ଉପୁଜିଛି ସନ୍ଦେହ। ଗତକାଲି ରାତିରେ ସସ୍ମିତା ହଠାତ୍ ଝାଡ଼ାବାନ୍ତିରେ ଗୁରୁତର ହେବାରୁ ତାଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ମୃତ୍ୟୁ ବିଷକ୍ରିୟାଜନିତ ବୋଲି ଡାକ୍ତର କହିଛନ୍ତି। ଏନେଇ ଖୋଳତାଡ଼ ଆରମ୍ଭ କରିଛି ଅଡ଼ବା ପୁଲିସ୍। ଯୁବତୀଙ୍କର କିପରି ମୃତ୍ୟୁ […]