ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଦିଦି। ରାଜଧାନୀ ଭୁବନେଶ୍ୱର ୟୁନିଟ୍ ୬ ସିଟି ସ୍କୁଲର ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ରେଡ୍ ଚାଲିଛି। ରାଜଧାନୀରେ ଥିବା ତାଙ୍କର ସରକାରୀ କ୍ୱାର୍ଟର୍ସ ସହ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ତିଳୋତ୍ତମାଙ୍କ ନାଁରେ ୯ଟି ପ୍ଲଟ୍ ସହ ୨ଟି ଘର ଏବଂ କୋଟିଏରୁ ଅଧିକ ଟଙ୍କାର […]
ରାଉକେଲା: ମେଡିକାଲ୍ ଓ ଥାନାରେ ଉନ୍ନତ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ହେଲେ ଏପଟେ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ରାଉରକେଲା ଆଇଜିଏଚ୍ରେ ଜଣେ କ୍ୟାନସର ଆକ୍ରାନ୍ତ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ପାନପୋଷ ଉପ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଓ ରାଉରକେଲା ସରକାରୀ ହସ୍ପିଟାଲର ଅଧୀକ୍ଷକ ଦୀନବନ୍ଧୁ ପଣ୍ଡା ଆଇଜିଏଚ୍ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ଏହାସହ […]
ଭୁବନେଶ୍ୱର: ଆତଙ୍କବାଦ ବିରୋଧରେ ଲଢିବ ଓଡ଼ିଶା ପୁଲିସ୍। କେମିତି ଆତଙ୍କବାଦ ମାମଲାର ତଦନ୍ତ ସହ ଏହାର ମୁକାବିଲା କରାଯିବ ସେନେଇ ଓଡ଼ିଶା ପୁଲିସ୍କୁ ଏନ୍ଆଇଏ ଡିଜି ତାଲିମ୍ ଦେବେ। ଆଜି ଭୁବନେଶ୍ୱର ସ୍ଥିତ ପୁଲିସ୍ ଭବନରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଏନ୍ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଭୁବନେଶ୍ୱର ଆସିଛନ୍ତି। ଏନ୍ଆଇଏ ଆଇ.ଜି ମଧ୍ୟ ତାଙ୍କ ସହ ଆସିଛନ୍ତି। ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, […]
ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଆଜି କଂଗ୍ରେସ ପଦଯାତ୍ରା ଅବସରରେ ଏନେଇ ସେ ସୂଚନା ଦେଇଛନ୍ତି। ଲୋକସଭା ନିର୍ବାଚନ ନ ଲଢ଼ିବା ନେଇ ଏକ ପ୍ରଶ୍ନରେ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ଲଢ଼ିବି ନାହିଁ। କିନ୍ତୁ ସଂଗ୍ରାମ କରିବି। ୯ ଥର ଲଢ଼ିଲିଣି, ଲୋକଙ୍କ ଉପରେ ବୋଝ କାହିଁକି ହେବି? ନୂଆ ପିଲାମାନେ ଲଢ଼ିବେ, ନୂଆ ଲୋକମାନ ଲଢ଼ିବେ। ଆମେ ମାଗଦର୍ଶକ ହେବୁ, ସହାୟକ ହେବୁ। ଅନ୍ୟାୟ […]
ଭୁବନେଶ୍ୱର: ବେଆଇନ୍ ରାସ୍ତାରୋକକୁ ନେଇ ରାଜ୍ୟ ମାନବ ଅଧିକାର ଆୟୋଗ, ପ୍ରମୁଖ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି। ତିନି ସପ୍ତାହ ମଧ୍ୟରେ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନେ ସାମାନ୍ୟ କଥାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଅବରୋଧ କରୁଛନ୍ତି। ରାସ୍ତା ଅବରୋଧକୁ ଦଣ୍ଡନୀୟ ଅପରାଧ ଭାବେ ନିଆଯାଉଥିଲେ ମଧ୍ୟ ଦାବି ପୂରଣ ପାଇଁ ଲୋକମାନେ ରାସ୍ତା ଅବରୋଧ କରୁଛନ୍ତି। ଏହାଦ୍ୱାରା ସାଧାରଣ ନାଗରିକ ଅଯଥାରେ ହଇରାଣ ହେଉଛନ୍ତି। […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ପଡ଼ାଗାଁରେ ବ୍ୟାପିଛି ଡାଇରିଆ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ପ୍ରେମଶୀଲା ସାହୁ। ଗୁରୁତରଙ୍କୁ ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ହଠାତ୍ ଗାଁର ୧୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ଏକ ମେଡିକାଲ୍ ଟିମ୍ ଗାଁକୁ ଯାଇ ଚିକିତ୍ସା କରିଥିଲା। ପରେ ୧୫ଜଣ ଗୁରୁତରଙ୍କୁ ମଦନପୁର ରାମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲ॥ […]
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ୪୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜମି ଅଧିଗ୍ରହଣ ବିଜ୍ଞପ୍ତିର ୧ସାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସର୍ଭେ ବେଳେ ଏହି ପରିବାରଙ୍କ ଘରକୁ ଅଗ୍ରାଧିକାର ଦିଆଯାଉଛି। ଅଧିଗ୍ରହଣର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡ଼ା ୧୦ଭାଗ ଅଧିକ ସହାୟତା ମିଳିବ। […]
ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଆଜିଠୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ପ୍ଲାଷ୍ଟିକ୍ ପ୍ରଚଳନ କରିବା ବେଆଇନ୍। କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋଡିଗ୍ରେଡ୍ବଲ୍ […]
ଝାରସୁଗୁଡ଼ା: ମହଙ୍ଗା ପଡ଼ିଲା ପୁଲିସ୍ ଉପରେ ଦାଦାଗିରି। କର୍ତ୍ତବ୍ୟରତ ପୁଲିସ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତିଙ୍କୁ ପୁଲିସ୍ ଗିରଫ କରିଛି। ସୂଚନାଥାଉ କି, ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍ ବେଲ୍ଟ୍ ବାନ୍ଧି ନ ଥିଲେ। ଏହି ସମୟରେ ବେଲ୍ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ […]
ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିବେ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିପାଇଁ ପଦ୍ମପୁର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ସନତ୍ ଗଡ଼ତିଆଙ୍କୁ ବିଜେପି ଓ […]
ଉମରକୋଟ: ଚାକିରି ନାଁରେ ଠକେଇ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଠକିବା ଅଭିଯୋଗରେ ଗତକାଲି ପୁଲିସ୍ ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ଆଶିଷ କୁମାର ପାତ୍ର ଓ ତାଙ୍କ ସ୍ତ୍ରୀ ରଞ୍ଜନା ବର୍ମା ଏବଂ ଅନିଲ କୁମାର ବାନାର୍ଜୀ। ଆଶିଷ ଓ ରଞ୍ଜନାଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟର ଗୁଲିପାଟଣା ସାହିରେ ହୋଇଥିବା ବେଳେ ଅନିଲଙ୍କ ଘର ଭୁବନେଶ୍ୱରରେ। ଏହି ୩ ଜଣ […]
ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। କିନ୍ତୁ ଅକ୍ଟୋବର ୨ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅକ୍ଟୋବର ୨ ଓ ୩ ତାରିଖ ଦୁଇ ଦିନ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା […]
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେପିରୁ ଲଢ଼ିବେ ସନତ ଗଡ଼ତିଆ। ବିଜେପି ପକ୍ଷରୁ ତାଙ୍କ ନାଁ ଘୋଷଣା ହୋଇଛି। ବିଜେପିରୁ ସନତ ଗଡ଼ତିଆ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାର ଅବସାନ ହୋଇଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପିରୁ ଗଡ଼ତିଆ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ନିର୍ବାଚନରେ ପରାଜୟ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ୧,୧୦,୬୦୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ସନତ ଗଡ଼ତିଆ […]
କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚା। ପଡ଼ୋଶୀ ମନଜିତ ଦାସ ତାଙ୍କୁ ନିୟମିତ ହଇରାଣ କରୁଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି ସାଂସଦ । ଏ ନେଇ ସେ ଟ୍ୱିଟ କରିଛନ୍ତି। I was misbehaved by the IIC Purighat. It really hurts the way they are interconnected. — Anubhav Mohanty (@AnubhavMohanty_) September 29, 2019 ଏ ନେଇ ଅନୁଭବ ସମ୍ପୃକ୍ତ ଥାନାକୁ ଜଣାଇଥିଲେ ମଧ୍ୟ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାମ ଦୋଳି ଲଗାଯାଉଥିବା ବେଳେ ଏହା ଭାଙ୍ଗିଯିବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ରାଉରକେଲାର ୧୬ ନମ୍ୱର ସେକ୍ଟର ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ମୀନା ବଜାର ପାଇଁ ଦୋଳି ଲଗା ଯାଉଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଆହତ ତିନି ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହେଲେ ନାବାଳକଙ୍କ ଅବସ୍ଥା […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ବିଚ୍ ରାସ୍ତାରେ ଯୁବକଙ୍କ ଗୁଣ୍ଡାଗର୍ଦ୍ଦି। ସର୍ବସମ୍ମୁଖରେ ନାବାଳିକା ଓ ତାଙ୍କ ସଂପର୍କୀୟଙ୍କୁ ଜଣେ ଯୁବକ ମାଡ଼ ମାରିବା ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକରୁ ଆମ୍ବପୁଅ ଯିବା ବାଟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ବେଳେ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ କାର୍ରେ ଯାଉଥିଲେ। ଏହି ସମୟରେ […]
ନବରଙ୍ଗପୁର: ବିଧାୟକ ହେବ ତ ଏମିତି। ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନିତ କଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚାରେ ବିଧାୟକ। ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗତକାଲି ଡାବୁଗାଁରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ପାପାଡ଼ାହାଣ୍ଡି ଓ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ […]
ଯାଜପୁର: ନୂଆ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି। ତେବେ ଲୋକମାନେ ଏହାକୁ ବିରୋଧ କରିବା ପରେ ୩ ମାସ ପାଇଁ ଟ୍ରାଫିକ୍ର କିଛି ନିୟମ କୋହଳ ହୋଇଥିଲା। ଏହି ସମୟ ମଧ୍ୟରେ ଗାଡ଼ିର ଆବଶ୍ୟକ କାଗଜପତ୍ର କରିବା ସହ ଲୋକଙ୍କୁ ସଚେତନ ହେବା ପାଇଁ ତାଗିଦ କରାଯାଇଥିଲା। ହେଲେ ଲୋକେ ନିୟମ ପାଳନ କ’ଣ କରିବେ ବରଂ ଖାମ୍ଖିଆଲି ହୋଇ ଗାଡ଼ି ଚଲାଉଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଏଭଳି […]
ବାସୁଦେବପୁର: ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କୁ ଲୋକମାନେ କାବୁ କରି ବାନ୍ଧି ନିର୍ଧୂମ ମାଡ଼ ମାରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ପଢୁଆଁ ଗାଁରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଗାଁର ମଣିଆ ମଲିକ ନାମକ ଜଣେ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ବଳରାମଗଡିର ଡଙ୍ଗା ଚାଳକ ତପନ ମଲିକଙ୍କ ନିକଟରେ କାମ କରନ୍ତି। ଏଥିପାଇଁ ତପନ, ବଣିକୁ ଆଗୁଆ ୧ଲକ୍ଷ ୩୦ଟଙ୍କା ଦେଇଥିଲେ। […]
ଭୁବନେଶ୍ୱର: ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି(ଓସେପା) କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଯଦି କୌଣସି କର୍ମଚାରୀ ନିଯୁକ୍ତି ସମୟରେ ଜାଲ୍(ଫେକ୍) ସାର୍ଟିଫିକେଟ୍ ଦେଇଥିବା ନେଇ ଧରାପଡ଼ନ୍ତି ତେବେ ସେମାନଙ୍କ ନାଁରେ ଏଫ୍ଆଇଆର୍ ରୁଜୁ ହେବ। ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ନିଯୁକ୍ତି ସମୟରେ ଡିପିଓ ଏବଂ ବ୍ଲକ୍ ସ୍ତରର କର୍ମଚାରୀ(ଓସେପା ଅଧୀନସ୍ଥ)ମାନେ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ଯଥା- ସାର୍ଟିଫିକେଟ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ନେଇ ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଏଥିରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨ ମଧ୍ୟରେ ଓଡ଼ିଶା ଟିମ୍ ଛତିଶଗଡ଼ ଯିବ। ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶା ଆସିବ ଛତିଶଗଡ଼ ଟିମ୍। ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା ଆଜି ଏହି ସୂଚନା ଦେଇଛନ୍ତି। ଏହି ମାମଲା ନେଇ ଡିସେମ୍ବର ୨ ତାରିଖ ସୁଦ୍ଧା […]
ରାଉରକେଲା: ଝିଅର ଚାପରେ ପଡ଼ି ମୋ ପୁଅ ଆତ୍ମହତ୍ୟା କରିଛି। ସମ୍ପୃକ୍ତ ଝିଅକୁ ତୁରନ୍ତ ଗିରଫ କରି ଦଣ୍ଡିତ କରାଯାଉ। ସେ ଝିଅ ମୋ ପୁଅ ସହିତ ଯାହା କଲା ସେମିତି ଆଉ କେଉଁ ପୁଅ ସହ ସେପରି ନ କରୁ। କୋହଭରା କଣ୍ଠରେ ଏପରି କହିଛନ୍ତି ରାଉରକେଲା ଝିରିପାଣି ବ୍ରିଜ୍ରୁ କୋଏଲ ନଦୀକୁ ଡେଇଁ ପ୍ରାଣ ହରାଇଥିବା ୯ମ ଶ୍ରେଣୀ ଛାତ୍ର ନିଲେଶ ଦାଶଙ୍କ ବାପା ନିର୍ମଳ ଚନ୍ଦ୍ର ଦାସ। ସେ କହିଛନ୍ତି, ମୋ ଘରେ […]
ଭୁବନେଶ୍ୱର: ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ହେଲେ ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କ ନାଁ ଆଜି ଘୋଷଣା କରିଛନ୍ତି। ପ୍ରାର୍ଥିତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ବିଜେଡି ଜିତିବ ବୋଲି ରୀତା ସାହୁ କହିଛନ୍ତି। ତେବେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୋଷ ଥିଲା ବୋଲି ସେ ମାନିଛନ୍ତି। OTV ସହ କଥା ହେଲା ବେଳେ ରୀତା କହିଛନ୍ତି, ପୂର୍ବରୁ ଅସନ୍ତୋଷ ଥିଲା, ଏବେ ଆଉ କିଛି […]
ବ୍ରହ୍ଣପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ଆର୍ମି ଏୟାର୍ ଡିଫେନ୍ସ ସେଣ୍ଟରକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ। ଆଜି ଏୟାର୍ ଡିଫେନ୍ସ ସେଣ୍ଟର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ହେଉଛି ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ। ଉଭୟ ଶାନ୍ତି ଏବଂ ସଂଘର୍ଷ ସମୟରେ ସେନା କର୍ପସ୍ଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ଚୟନ […]
ପୁରୀ: ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ଶ୍ରୀମନ୍ଦିର ବାଇଶି ପାହାଚରେ କିଛି ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିବା ବେଳେ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରୁଛନ୍ତି। ପିତୃପକ୍ଷରେ ବିଶେଷକରି ପିତା,ପିତାମହ,ପ୍ରପିତାମହ,ମାତା,ପିତାମୟୀ, ପ୍ରପିତାମୟୀ, ମାତାମହ,ପ୍ରମାତାମହ ଓ ବୃଦ୍ଧ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। ପିତୃପକ୍ଷରେ ଶ୍ରୀମନ୍ଦିର […]