• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

wall collapse
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଭଦୁଆ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। […]

  • Wednesday, 21 July 2021
cloudy
ଦୀପାବଳିକୁ ଫିକା କରିବନି ବର୍ଷା !

ଭୁବନେଶ୍ୱର: କମିବ ବର୍ଷାର ପରିମାଣ। ୨୬ ତାରିଖ ଆଡ଼କୁ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗକୁ ଦୀପାବଳି ଥିବାରୁ ବର୍ଷା ଦୀପାବଳିକୁ ଫିକା କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଜଗତସିଂହପୁର। ତେବେ […]

  • Wednesday, 21 July 2021
jalaka
ବିପଦ ସଂକେତ ଟପିଲା ଜଳକା ନଦୀ

ଜଳେଶ୍ୱର: ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଏବେ ଏହା ୬.୧ମିଟରରେ ଜଳସ୍ତର ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ନଦୀର ଜଳସ୍ତର ଶୂନ ଦଶମିକ ୧ ମିଟର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ […]

  • Wednesday, 21 July 2021
rainfall
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ବର୍ଷା ଲାଗି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ ବୋଲି ଭୁନବେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର […]

  • Wednesday, 21 July 2021
school
ବର୍ଷା ଯୋଗୁ ସ୍ଥିତି ବେହାଲ୍‌; ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ବର୍ଷା ଜାରି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଏଥିଯୋଗୁ ତଳିଆ ଅଞ୍ଚଳ ସମେତ ରାସ୍ତା ଘାଟରେ ପାଣିର ସୁଅ ଛୁଟୁଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ […]

  • Wednesday, 21 July 2021
odisha
ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

ଝାରସୁଗୁଡ଼ା: ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଅଭିଯୁକ୍ତର ନାଁ ଅଭୟ ସିଂହ ଦୁବେ। ଜଣେ ୧୨ ବର୍ଷର ନାବାଳକକୁ ଅଭୟ ଯୌନ ନିର୍ଯାତନା ଦେଇଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ଉଭୟ ନାବାଳକ ଓ ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ  ଘଟଣାର ତଦନ୍ତ କରୁଛି ପୁଲିସ୍। ଚାଇଲ୍ଡ ଲାଇନରେ ମଧ୍ୟ ଏ ସଂପର୍କରେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ଚାଲିଥିବା ଚାଇଲ୍ଡ […]

  • Wednesday, 21 July 2021
online fraud
ଅନ୍‌ଲାଇନ୍‌ରେ ମଗାଇଲେ ଆୟୁର୍ବେଦିକ କ୍ୟାପସୁଲ୍‌, ଆସିଲା ପିଆଜ

ଅନୁଗୁଳ: ଅନ୍‌ଲାଇନରେ ମହାଠକେଇ ! ମଗାଇଥିଲେ ଆୟୁର୍ବେଦିକ କ୍ୟାପ୍‌ସୁଲ୍‌, କିନ୍ତୁ ଆସିଲା ଖଣ୍ଡେ ପିଆଜ। ସେହିପରି ବୁକ୍ କରିଥିଲେ ୩ଟି ମୋବାଇଲ୍, କିନ୍ତୁ ଆସିଲା ୨ଟି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ କନ୍ୟାବେଡ଼ା ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ମୂରଲୀ ସାହୁ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କର ଅଭିଯୋଗ ଯେ, ସେ ଆମାଜନ୍‌ରେ ଏକ ଆୟୁର୍ବେଦିକ କ୍ୟାପସୁଲ୍‌ ଅର୍ଡର କରିଥିଲେ। ଗତ ୨୧ ତାରିଖରେ ଅର୍ଡର ଡେଲିଭରି ପରେ ପ୍ୟାକେଟ୍ […]

  • Wednesday, 21 July 2021
loot
ବୃଦ୍ଧ ଦମ୍ପତିଙ୍କୁ ଘର ଭିତରେ ବନ୍ଦ କରି କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ବୃଦ୍ଧ ଦମ୍ପତିଙ୍କୁ ଘର ଭିତରେ ବନ୍ଦ କରି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ।ରାଜଧାନୀ ଭୁବନେଶ୍ୱର ସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏହି ବୃଦ୍ଧ ଦମ୍ପତି ଭୁବନେଶ୍ୱରରେ ଭଡ଼ା ଘରେ ରୁହନ୍ତି। ସେମାନଙ୍କର ପୁଅ ଓ ବୋହୂ ବାହାରେ ଚାକିରି କରନ୍ତି। ସେମାନଙ୍କ ପାଖରେ ଝିଅ ଓ ନାତି ରୁହନ୍ତି। ଗତକାଲି ରାତିରେ ପରିବାରର ସଦସ୍ୟ ଶୋଇଥିବାବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଘରର […]

  • Wednesday, 21 July 2021
odisha
କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ

ପଟ୍ଟାମୁଣ୍ଡାଇ: ବ୍ରାଉନ୍ ସୁଗର ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ। ଏମିତି କିଛି ଦୃଶ୍ୟ କ୍ୟାମେରାରେ କଏଦ ହେବାପରେ ପୂରା ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ବେଳେ କଦଳୀ ବୋଝେଇ ଗାଡ଼ିରେ ଏଭଳି ଅଭିନବ ଢଙ୍ଗରେ  ବ୍ରାଉନ ସୁଗର ଚାଲାଣ ହେଉଥିବା ନଜର ଆସିଛି। ଏହି ବ୍ରାଉନ୍ ସୁଗର କଟକରୁ ରାଜନଗର ଆସିଥାଏ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି ଛାତ୍ରମାନେ ଏଭଳି […]

  • Wednesday, 21 July 2021
cloudy
ପ୍ରବଳ ବର୍ଷା ନେଇ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସ୍ଥିତି ଉପରେ ନଜର ରଖିବା ସହ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଆସନ୍ତାକାଲି ଗଜପତି, ଗଞ୍ଜାମ, ରାୟଗଡା, ପୁରୀ, କନ୍ଧମାଳ, ନୟାଗଡ, ନୂଆପଡା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି […]

  • Wednesday, 21 July 2021
heavy rainfall
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏନେଇ  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ରେ ଦକ୍ଷିଣ, ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗତକାଲିଠୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ସହ […]

  • Wednesday, 21 July 2021
fire
ଜଳିଗଲା କପଡ଼ା ଦୋକାନ

ରାଉରକେଲା: ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଥିବା ଏକ କପଡ଼ା ଦୋକାନରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଛି। ଫଳରେ ପାଖାପାଖି ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେଉଁ କାରଣରୁ ଦୋକାନରେ ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ  ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ […]

  • Wednesday, 21 July 2021
odisha
ମୋବାଇଲ୍‌ ଦୋକାନରେ ଯୁବତୀଙ୍କ ଫଟୋ ଉଠାକୁ ନେଇ ଲଙ୍କାକାଣ୍ଡ

ପୁରୀ: ମୋବାଇଲ୍‌ ଦୋକାନରେ ଯୁବତୀଙ୍କ ଫଟୋ ଉଠାକୁ ନେଇ ଲଙ୍କାକାଣ୍ଡ। ପୁରୀ ଜିଲ୍ଲା ବଳଗଣ୍ଡି ଛକଠାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବଳଗଣ୍ଡି ଛକଠାରେ ଥିବା ଏକ ମୋବାଇଲ୍‌ ଦୋକାନକୁ ଜଣେ ଯୁବତୀ ମୋବାଇଲ୍‌ କିଣିବାକୁ ଆସିଥିଲେ। ଯୁବତୀ ଜଣକ ମୋବାଇଲ୍‌ କିଣୁଥିବା ବେଳେ ଦୋକାନୀ ଜଣକ ମୋବାଇଲ୍‌ରେ ଫଟୋ କିଭଳି ଆସୁଛି କହି ଯୁବତୀଙ୍କ ଫଟୋ ଉଠାଇ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ଏତେ ଉଗ୍ରରୂପ ନେଇଥିଲା […]

  • Wednesday, 21 July 2021
odisha
ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକାସଙ୍ଗରେ ୮ଟି ସ୍ଥାନରେ  ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ନୟାଗଡ଼ରେ ଥିବା ତାଙ୍କ ଅଫିସ,ସରକାରୀ କ୍ୱାର୍ଟର୍ସ, ଦୁଇଟି ଫ୍ଲାଟ ସହ ପୁରୀ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏହି ଚଢ଼ଉ ହୋଇଛି।

  • Wednesday, 21 July 2021
odisha
‘ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ’

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍‌ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ହାତ ଟେକି ଦେଇଛନ୍ତି। ସେ କହିଛନ୍ତି, ‘ ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ। କାହିଁକି ବଡ଼ ବଡ଼ କଥା କହିବା।’ ସେ କହିଛନ୍ତି, […]

  • Wednesday, 21 July 2021
injection
୩ ବର୍ଷର ଛୁଆ ଦେହରେ ରହିଗଲା ଭଙ୍ଗା ସିରିଞ୍ଜ ଛୁଞ୍ଚି

ଅନୁଗୁଳ: ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏକ ୩ ବର୍ଷର ଶିଶୁକୁ ଇଞ୍ଜେକ୍ସନ ଦେବା ବେଳେ ଦେହରେ ସିରିଞ୍ଜର ଛୁଞ୍ଚି ଭାଙ୍ଗି ରହି ଯାଇଥିଲା। କିଛିଦିନ ପରେ ପିଲାଟିକୁ ଅସହ୍ୟ ଯନ୍ତ୍ରଣା ହେବାରୁ ଦେହରୁ ଭଙ୍ଗା ସିରିଞ୍ଜ ଛୁଞ୍ଚି ବାହାରିଥିଲା। ଅନୁଗୁଳ ଜିଲ୍ଲା ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କ ୩ ବର୍ଷର ପୁଅ ସ୍ୱୟଂଜିତଙ୍କୁ କିଛି ଦିନ ପୂର୍ବେ ଜ୍ୱର ହୋଇଥିଲା। […]

  • Wednesday, 21 July 2021
odisha
ବିଚକ୍ଷଣ ବାଳିକା ଲକ୍ଷ୍ମୀବତୀ: ଫଟାଫଟ୍‌ ଦେଉଛନ୍ତି ସବୁ ଉତ୍ତର

ଫୁଲବାଣୀ: ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତି, ସେହି ବୟସରେ ଦେଶର ନାମ, ରାଜ୍ୟ ନାମ, ଜାତୀୟ ପକ୍ଷୀର ନାମଠୁ ଆରମ୍ଭ କରି ଜାତୀୟ ଫୁଲର ନାମ ସବୁ ଜିଭ ଆଗରେ ରହିଛି। କନ୍ଧମାଳର ଏହି  କୁନି ଝିଅ ଯାହାର ବୟସ ମାତ୍ର ୩ ବର୍ଷ। ହେଲେ ବୁଦ୍ଧି ବିଚକ୍ଷଣ। ଆଦିବାସୀ ଅଞ୍ଚଳରେ ରହି ଅଙ୍ଗନବାଡ଼ିରେ ପାଦ ଥାପିଥିବା ଏହି ପିଲାଟି କେଉଁଠୁ ଏତେ ଜ୍ଞାନ ସାଉଣ୍ଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋଶାଲ୍ ମିଡିଆରେ ଭିଡିଓ […]

  • Wednesday, 21 July 2021
Sex-Racket
ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଭଡ଼ା ଘରେ ପୁଲିସ୍‌ର ଚଢ଼ଉ

ବାସୁଦେବପୁର: ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବେତଡା ବଜାର ସ୍ଥିତ ଏକ ଭଡ଼ା ଘରେ ପୁଲିସ୍‌ ଚଢ଼ଉ କରିଛି। ଏହି ଘଟଣାରେ ପୁଲିସ୍‌ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଦୀର୍ଘ ଦିନ ଧରି ଏହି ଭଡ଼ା ଘରେ ଦେହ ବ୍ୟବସାୟ ଚାଲୁଥିବା ନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକେ  ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଜଣେ ଯୁବତୀଙ୍କ ସମେତ […]

  • Wednesday, 21 July 2021
odisha
ଟଙ୍କା ମାଗିବାରୁ ମା’କୁ ମାଡ଼ ମାରି ଘରୁ ବାହାର କରିଦେଲେ ପୁଅବୋହୂ

ଫୁଲବାଣୀ: ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୁଝିବେ ବୋଲି ସବୁ ବାପାମା’ଙ୍କ ଆଶା ଥାଏ। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ କିଛି ପଇସା ପାଇଁ ବାପାମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ବାପାମା’ଙ୍କ ଉପରକୁ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଅମଲାପଡ଼ା ଗାଁରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର କୁନ୍ତଳା ନାୟକଙ୍କର ୩ ପୁଅ, ଗୋଟିଏ ଝିଅ ଥିବା ବେଳେ […]

  • Wednesday, 21 July 2021
jaga-kalia-2
ସୁଧୁରୁଛି କାଳିଆର ସ୍ୱାସ୍ଥ୍ୟାବସ୍ଥା

କଟକ: କଟକ SCBରେ ଚିକିତ୍ସାଧୀନ ଥିବା ଜଗା, କାଳିଆଙ୍କ ମଧ୍ୟରୁ ସଙ୍କଟାପନ୍ନ ଥିବା କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଏବେ କାଳିଆକୁ ବିନା ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେ ସ୍ୱାଭାବିକ ଭାବରେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିବାରୁ ଅକ୍ସିଜେନ ଦେବାର ଆବଶ୍ୟକତା ପଡ଼ୁ ନ ଥିବା ଏସ୍‌ସିବିର ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ତାକୁ କେବଳ କ୍ଷୀର ଓ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ଗତକାଲି ଠାରୁ ସେ ରନ୍ଧା ଖାଦ୍ୟ ଖାଇବା ଆରମ୍ଭ କରିଛି। ଡାଏଟିସିଆନ୍‌ଙ୍କ […]

  • Wednesday, 21 July 2021
accident
ରାସ୍ତା ପାର ହେଉଥିଲେ, ମାଡ଼ିଗଲା ଟ୍ରକ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିକରଡା ଗାଁର କନକ ବେହେରା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରଣ୍ଢା ବଜାରକୁ ଯିବା ପାଇଁ କନକ ପରିବା ଧରି ରାସ୍ତା ପାର ହେଉଥିଲେ। ଏହି ସମୟରେ ତାଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ […]

  • Wednesday, 21 July 2021
Damodar Rout
ବିଜେପି ଛାଡ଼ିଲେ ଦାମ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ତାଙ୍କ ଇସ୍ତଫାପତ୍ର ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଦାମ ବିଜେପିରେ ସାମିଲ ହୋଇଥିଲେ। ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, ’ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା  ନୀତି […]

  • Wednesday, 21 July 2021
railway station
ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନରେ ପରୀକ୍ଷାର୍ଥୀଙ୍କ ଉତ୍ପାତ

ଭୁବନେଶ୍ୱର: ସେନାରେ ଭର୍ତ୍ତି ହେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ବିହାର, ଉତ୍ତରପ୍ରଦେଶରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ଗତକାଲି ଷ୍ଟେସନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଜବରଦସ୍ତ ପଶି ଯାଇଥିଲେ। ଏପରିକି ଟ୍ରେନ୍‌କୁ ଅଟକାଇବା ପାଇଁ ୫ ଥର ଚେନ୍‌ ପୁଲିଂ ମଧ୍ୟ କରିଥିଲେ। ଯେଉଁ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନରେ ମାତ୍ର ୫ ମିନିଟ୍‌ ଅଟକି […]

  • Wednesday, 21 July 2021
naveen
ଫୋନି କ୍ଷୟକ୍ଷତି ପାଇଁ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥ କରିଛନ୍ତି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ସମର୍ଥକମାନଙ୍କୁ ଜଣାଇଛନ୍ତି। ଏହା ପରିବର୍ତ୍ତେ ଅନାଥ ଆଶ୍ରମ, ଦିବ୍ୟଙ୍ଗଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାଥୀରେ ପିଲାଙ୍କୁ ମଧ୍ୟ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ […]

  • Wednesday, 21 July 2021
odisha
କୋଟିଏ ଟଙ୍କାର ବ୍ରାଉନ୍‌ ସୁଗର ଜବତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍‌ବାଡି ଅଞ୍ଚଳରେ କୋଟିଏ ଟଙ୍କାର ବ୍ରାଉନ୍‌ ସୁଗର ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍‌ବାଡି ଅଞ୍ଚଳର ସପନ କୁମାର ପ୍ରଧାନ। ଆଜି ଭୋର ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ମିଳିତ ଭାବରେ ଚଢଉ କରି ଷ୍ଟେସନ ବଜାର ସ୍ଥିତ ମିଲ୍‌ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘରୁ ଏହି ବ୍ରାଉନ୍‌ ସୁଗର ଜବତ […]

  • Wednesday, 21 July 2021