• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Rainfall
ପ୍ରବଳ ବର୍ଷିବ; ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର:  ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡ଼ା ଓ ଝାରସୁଗୁଡ଼ା। ଆଜି ଏହି ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ସେହିପରି କୋରାପୁଟ, ରାୟଗଡ଼ା, କନ୍ଧମାଳ ଭଳି ୧୦ଟି ଜିଲ୍ଲାକୁ ଜାରି ହୋଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ୧୦ଟି ଜିଲ୍ଲାରେ ବି ପ୍ରବଳ ବର୍ଷା […]

  • Thursday, 22 July 2021
niracha
ବିଜେଡିର ନିର୍ବାଚନୀ ଖର୍ଚ୍ଚ ହିସାବ; କେଉଁ ବିଧାୟକଙ୍କୁ କେତେ ଦେଇଥିଲା ଦଳ?

ଭୁବନେଶ୍ୱର : ନିଜ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଏଥର ନିର୍ବାଚନରେ ଖର୍ଚ୍ଚ କରିବାକୁ ବିଜେଡି ଦେଇଥିଲା ୩୯ କୋଟି ୪୦ ଲକ୍ଷ ଟଙ୍କା। କେବଳ ପିନାକୀ ମିଶ୍ରଙ୍କୁ ଛାଡ଼ି ଦେଲେ ନିର୍ବାଚନରେ ଲଢ଼ିଥିବା ସବୁ ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲା ବିଜେଡି। ନିର୍ବାଚନ କମିଶନଙ୍କୁ ଦଳ ଏ ତଥ୍ୟ ଦେଇଛି। ବଡ଼କଥା ହେଉଛି ବିଜେଡିର କିଛି ବିଧାୟକ ପ୍ରାର୍ଥୀ ଦଳ ଦେଇଥିବା ଟଙ୍କାକୁ ଖର୍ଚ୍ଚ […]

  • Thursday, 22 July 2021
nayagarh-1
ବାରମ୍ବାର ଖିସି ପଳାଉଥିଲା, ୭ ଜଣଙ୍କ ଚାକିରି ବି ଗଲା; ଶେଷରେ ଧରାପଡ଼ିଲା

ନୟାଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ ପୁଣି ଖସି ଯାଇଥିଲା। ଏହି ଘଟଣାରେ ନୟାଗଡ଼ ଏସପି ଆଉ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ତପନର ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ। ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍‌ରେ ଖଣ୍ଡପଡ଼ା ସବ୍‌ଜେଲରୁ […]

  • Thursday, 22 July 2021
school d
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଯାଜପୁର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଯାଜପୁର ବଡ଼ିଚଣା ବ୍ଲକ ରଇପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍କୁଲ୍ ଫାଟକରେ ତାଲା ପକାଇ ଫାଟକ ସମ୍ମୁଖରେ ଧାରଣାରେ ବସିରହିଛନ୍ତି ଛାତ୍ରାଛାତ୍ରୀ ଓ ଅଭିଭାବକ। ଦୀର୍ଘଦିନ ହେଲା ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାବେଳେ ସାହିତ୍ୟ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ସାମାଜିକ ବିଜ୍ଞାନ ବିଷୟ ପାଇଁ ଶିକ୍ଷକ ନାହାଁନ୍ତି। ଏ ସମ୍ପର୍କରେ ଅନେକ ଥର ବ୍ଲକ ଶିକ୍ଷାଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ […]

  • Thursday, 22 July 2021
telkoi-1..1
ନଈରେ ବନ୍ୟାପାଣି ଚାଲୁଥିବା ବେଳେ ପୋଲ ଉପରୁ ଖସିପଡ଼ିଲେ ବୃଦ୍ଧା

ତେଲକୋଇ (ଚିନ୍ମୟ କୁମାର ସାହୁ): ତେଲକୋଇ ବଜାର ପାଖରେ ଥିବା ସମାକୋଇ ନଦୀ ପୋଲ ଉପରୁ ଆଜି ଅପରାହ୍ନରେ ଜଣେ ବୃଦ୍ଧା ଖସି ପଡ଼ି ଭାସି ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ବୃଦ୍ଧାଙ୍କର  ଏଯାଏ କୌଣସି ଖୋଜ୍ ଖବର ମିଳି ନଥିବା ବେଳେ ସେ ଘୋଡ଼ାଇ ହେଉଥିବା ଏକ ଚାଦର ଉଦ୍ଧାର କାର୍ଯ୍ୟ ବେଳେ ମିଳିଛି। ବୃଦ୍ଧା ଜଣକ ତେଲକୋଇ ବଜାର ଆସି […]

  • Thursday, 22 July 2021
bolangiri-3..1
ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର

ବଲାଙ୍ଗୀର( ଘଟେଶ୍ୱର ମିଶ୍ର): ଲଗାଣ ବର୍ଷାରେ ବେହାଲ ହେଲାଣି ବଲାଙ୍ଗୀରର ଅବସ୍ଥା । ଗତ ୨ ଦିନ ଧରି ବଲାଙ୍ଗୀରରେ ପ୍ରବଳ ବର୍ଷା ହେଉଛି।  ଗତକାଲି ରାତି ତମାମ ବର୍ଷା ହେବା ପରେ ବଲାଙ୍ଗୀର ସହରର ଅବସ୍ଥା ସଙ୍ଗୀନ ହୋଇ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଘରେ ଘରେ ପାଣି ପଶିଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଧୋଇ ହୋଇ ଯିବାରୁ ବାଧାପ୍ରାପ୍ତ ଯାତାୟତ […]

  • Thursday, 22 July 2021
sve
ଶିବ ମନ୍ଦିରରେ ଥିଲେ, ହଠାତ୍‌ ମାଡ଼ିଆସିଲା ବନ୍ୟାପାଣି

କଳାହାଣ୍ଡି: ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ପାଣିଘେରରେ ରହିଛି। କେସିଙ୍ଗା ବେଲଖଣ୍ଡି ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପାଣି ହଠାତ ମାଡିଆସିବାରୁ ୨୦ରୁ ଅଧିକ ଲୋକେ ପାଣିଘେରରେ ରହିଛନ୍ତି। ସେହିପରି ମଦନପୁର ରାମପୁର ବ୍ଲକ ମୋହନଗିରିର କାଳି ଗଙ୍ଗା ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ରାତିରେ  ଏହି ନାଳରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଭାସିଯାଇଥିଲା। କିନ୍ତୁ ଚାଳକ ଜଣକ […]

  • Thursday, 22 July 2021
TALAQ
ପବିତ୍ର ଇଦ୍-ଉଲ୍-ଜୁହାରେ ବି ସ୍ତ୍ରୀକୁ ତଲାକ୍ ଦେଲେ ସ୍ୱାମୀ

ବାଲେଶ୍ୱର: ଟ୍ରିପଲ ତଲାକ୍‌କୁ ଦଣ୍ଡନୀୟ ଅପରାଧ ବୋଲି ଆଇନ ଅଣାଯିବା ପରେ ବି ଥମୁନି ଟ୍ରିପଲ୍ ତଲାକ୍ ଅଭିଯୋଗ। ପବିତ୍ର ଇଦ୍-ଉଲ୍-ଜୁହାରେ ବି ସ୍ୱାମୀ ପତ୍ନୀଙ୍କୁ ତିନି ତଲାକ ଦେଇଛି। ଏଭଳି ଅଭିଯୋଗ ଆସିଛି ସୋର ପଠାଣ ମହଲାରୁ। ଏ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ପୀଡ଼ିତା। ତାଙ୍କ ଅଭିଯୋଗ ଅନୁସାରେ, ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ତାଙ୍କୁ ଦୀର୍ଘ ଦିନ ହେଲାଣି ନିର୍ଯାତନା ଦିଆଯାଉଥିଲା। ଶାଶୂ ଘର ଲୋକେ ତାଙ୍କୁ ହଇରାଣ, […]

  • Thursday, 22 July 2021
kalia youjna
କାଳିଆ ହିତାଧିକାରୀ ତାଲିକା: ବଢ଼ିଲା ଯାଞ୍ଚ ପ୍ରକ୍ରିୟା ଅବଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ତାଲିକାର ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତାକାଲି ଯାଞ୍ଚର ଶେଷ ତାରିଖ ଥିଲା। କିନ୍ତୁ ଏହାକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ଇତିମଧ୍ୟରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ସରିଛି। ଆସନ୍ତା ୨୭ତାରିଖରେ ପଞ୍ଚାୟତ ସ୍ତରରେ ଓ ୨୯ତାରିଖରେ ବ୍ଲକ୍‌ ସ୍ତରରେ ଏବଂ […]

  • Thursday, 22 July 2021
dengue
ପୁଣି ଡେଙ୍ଗୁ ଭୟ; ଏସ୍‌ସିବିରେ ଜଣଙ୍କ ମୃତ୍ୟୁ

କଟକ: କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ। ମୃତ ବ୍ୟକ୍ତି ଦଣକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି  ଅଞ୍ଚଳର ଦେବକୀ ବେହେରା। ସେ ଗତ ୨୯ ତାରିଖରୁ ଡେଙ୍ଗୁ ୱାର୍ଡର ICUରେ ସେ ଚିକିତ୍ସାଧୀନ ଥିଲେ। କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି। ତେବେ କଟକ ବଡ଼ ମେଡିକାଲରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ। ତେବେ କେବଳ କଟକ ନୁହେଁ, ପୂର୍ବରୁ ଗଞ୍ଜାମ୍‌ରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ […]

  • Thursday, 22 July 2021
subrata
ଚିଲିକାରେ ଅଟକିଛି ମାଲେସିଆର ମାଲବାହୀ ଜାହାଜ ଜିନ୍ ହ୍ୱା-୩୨

ପୁରୀ: ଚିଲିକା ରାଜହଂସ ନିକଟରେ ଅଟକିଛି ମାଲେସିଆର ମାଲବାହୀ ଜାହାଜ ଜିନ୍ ହ୍ୱା-୩୨। ଦୁଇ ଦିନ ହେଲା ରାଜହଂସ ଦ୍ୱୀପ ନିକଟ ବଙ୍ଗୋପସାଗରରେ ଭେସେଲ ସହିତ କଣ୍ଟେନର ଅଟକି ରହିଛି। ଏହି ଜାହାଜଟି ମାଲେସିଆରୁ ଆସି ବାଂଲାଦେଶରେ ଜିନିଷ ଓହ୍ଲାଇ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ତେବେ ସମୁଦ୍ର ମଧ୍ୟରେ ବୈଷୟିକ ତ୍ରୁଟି ଯୋଗୁ ଜାହାଜଟି ଆଉ ଆଗକୁ ଯାଇ ପାରି ନଥିଲା। ଏହି ମାଲବାହୀ ଜାହାଜ  ସମୁଦ୍ରର ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ଯୋଗୁ ଏହା […]

  • Thursday, 22 July 2021
larytin
ବନ୍ୟାରେ ଭାସିଲା ଅଧା ଓଡ଼ିଶା;୧.୭୭ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାର ୪୫ଟି ବ୍ଲକର ୧୦୩୫ଟି ଗାଁ ଏବଂ ୬ଟି ସହରାଞ୍ଚଳରେ ମୋଟ ୧ଲକ୍ଷ ୭୬ହଜାର ୭୦୬ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜିସୁଦ୍ଧା ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ନିଖୋଜ ଅଛନ୍ତି। ଆଜି ମହାନଦୀ ସମେତ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବର୍ଷା ଛାଡ଼ି ଯାଇଥିବାରୁ ସ୍ଥାନାନ୍ତର ହୋଇଥିବା […]

  • Thursday, 22 July 2021
bbb
ଚିଲିକା ରାଜହଂସରେ ଅଟକିଲା ବିଶାଳ ଜାହାଜ

ପୁରୀ: ଚିଲିକା ରାଜହଂସ ନିକଟରେ ଅଟକିଛି ବିଶାଳ ମାଲବାହୀ ଜାହାଜ। ଗତକାଲିଠୁ ଚିଲିକା କୂଳରେ ଏହି ବିଶାଳ ଜାହାଜଟିକୁ ଦେଖିବାକୁ ମିଳିଛି। ଜାହଜଟି ମାଲେସିଆରୁ ବାଲାଂଦେଶ ଅଭିମୁଖେ ଯାଉଥିଲା ତେବେ ଅତ୍ୟଧିକ ଝଡ଼ ପବନ ଯୋଗୁ ଏହା ଆଗକୁ ଯାଇ ନପାରି ଗୋପାଳପୁର ନିକଟରୁ ଚିଲିକା କୂଳ ଆଡ଼କୁ ଚାଲି ଆସିଥିବା ଅନୁମାନ କରାଯାଇଛି। ରାଜହଂସରେ ଲାଗିବା ପରେ ଇଞ୍ଜିନରେ ତ୍ରୁଟି କାରଣରୁ ଜାହାଜଟି ଚିଲିକା ଉପକୂଳରେ ଅଟକିଛି। ମାଲେସିଆରୁ ବିଶାଖାପାଟଣାରୁ ବାଂଲଦେଶ ଅଭିମୁଖେ ଯିବାର ଥିଲା। […]

  • Thursday, 22 July 2021
toilet
ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍

ବଲାଙ୍ଗିର (ମନୋରଞ୍ଜନ ଯୋଷୀ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍। ପାଇଖାନା ନିର୍ମାଣ ନକରି କାଗଜକଲମରେ ଟଙ୍କା ଉଠାଇ ନିଆଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହିତାଧିକାରୀ ଏ ସମ୍ପର୍କରେ କିଛି ବି ଜାଣିପାରୁ ନାହାନ୍ତି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ତଥ୍ୟ ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନରେ ଅନ୍ତର୍ଭୁକ୍ତ ହୋଇ ସାରିଲେଣି। ହେଲେ ସରକାରୀ ଜିଓ ଟ୍ୟାଗିଂ ତଥ୍ୟରେ ଏ ସଂଖ୍ୟା ୭୧ ପ୍ରତିଶତ ରହିଛି। ଅଗଷ୍ଟ […]

  • Thursday, 22 July 2021
sankaracharyt
ପୁରୀ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ; ତାଜ୍‌ମହଲ୍‌ର ପ୍ରକୃତ ନାଁ ଥିଲା...

ପୁରୀ: ତାଜ୍‌ମହଲର ଇତିହାସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ତାଜମହଲର ପ୍ରକୃତ ନାଁ ‘ତେଜ ମହାଲୟା’। ଏହା ଏକ ଶୈବ ପୀଠ ଥିଲା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ସେହିପରି କୋହିନୂର ହୀରା ସମ୍ପର୍କରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାଜା ରଣଜିତ ସିଂହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ହୀରାକୁ ଅର୍ପଣ କରିଥିଲେ। ତେବେ କୋହିନୂରକୁ ଲୁଟ କରାଯାଇଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। କେବଳ କୋହିନୂର ନୁହେଁ, ଭାରତର ଅନେକ ମୂଲ୍ୟବାନ […]

  • Thursday, 22 July 2021
elect
ବିଜୁଳି ଶୁଳ୍କ କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖା ଅଭିଯାନା ଆରମ୍ଭ

ଭୁବନେଶ୍ୱର: ବିଜୁଳି ଶୁଳ୍କ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖା ଅଭିଯାନ ଆରମ୍ଭ ହୋଇଛି। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ଅଭିଯାନ। ଏଥିରେ ସଦସ୍ୟ ତଥା ସାଧାରଣ ଲୋକେ ଏକ ପୋଷ୍ଟକାର୍ଡରେ ବିଜୁଳି ଦର କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ରେଡକ୍ରସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ […]

  • Thursday, 22 July 2021
Construction
କୋହଳ ହେଲା ସର୍ବକ୍ଷମା ଯୋଜନା ନିୟମ

ଭୁବନେଶ୍ୱର : ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ଲାଗି ସରକାର ସର୍ବକ୍ଷମା ଯୋଜନା ପ୍ରଣୟନ କରିଥିଲେ। ହେଲେ ଏହି ଯୋଜନାକୁ ଲୋକେ ଏବଂ ବେଆଇନ ନିର୍ମାଣକାରୀ ଗ୍ରହଣ କରୁନାହାନ୍ତି। ଯାହାକୁ ଲକ୍ଷ୍ୟ କରି ସରକାର ଥରକୁ ଥର ଯୋଜନାର ଅବଧି ବଢ଼ାଇବା ସହ ଜୋରିମାନା ରାଶି ହ୍ରାସ କରିଛନ୍ତି। ପୂର୍ବ ଥର ଅପେକ୍ଷା ଏଥର ନିୟମକୁ କୋହଳ କରିବା ସହ ଜରିମାନା ରାଶିକୁ ବେଶ୍ କମ୍ କରିଛନ୍ତି। ସରକାର ପୂର୍ବରୁ ଆପାର୍ଟମେଣ୍ଟ ଓ ହାଇରାଇଜ୍ ବିଲ୍ଡିଂ […]

  • Thursday, 22 July 2021
Rape-victim
ଲଭ୍, ସେକ୍ସ ଓ ଧୋକା

ଯାଜପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ପ୍ରେମିକ। ଯୁବତୀ ୬ ମାସର ଗର୍ଭବତୀ ହେବାପରେ ଯୁବକ ଜଣକ ଫେରାର ହୋଇଯାଇଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ। ଥାନା ଓ ଏସ୍‌ପିଙ୍କ ନିକଟରେ ଫେରାଦ ହେବା ପରେ ବି ନ୍ୟାୟ ନ ମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ସେପଟେ ପୁଲିସ କହିଛି ତଦନ୍ତ ଚାଲିଛି ଖୁବ୍‌ଶୀଘ୍ର ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

  • Thursday, 22 July 2021
save
ସ୍ୱାଧୀନତା ଦିବସ; କେଉଁ ମନ୍ତ୍ରୀ କେଉଁଠି ପତାକା ଉତ୍ତୋଳନ କରିବେ ?

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ହେବାକୁ ଯାଉଛି ।  ଏହି ଅବସରରେ ବିଭିନ୍ନ ସ୍ଥାନରେ ପରେଡ୍ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମସ୍ତ ଜିଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।  କେଉଁ ଜିଲାରେ କେଉଁ ମନ୍ତ୍ରୀ ପରେଡ୍ ଅଭିବାଦନ ଗ୍ରହଣ କରିବେ, ସେ ସମ୍ପର୍କରେ ସୂଚନା ଦିଆଯାଇଛି। କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସେହିପରି […]

  • Thursday, 22 July 2021
dituii
ଆଜି ବିଶ୍ୱ ଆଦିବାସୀ ଦିବସ

ସୁନ୍ଦରଗଡ଼: ଆଜି ବିଶ୍ୱ ଆଦିବାସୀ ଦିବସ। ଏହି ଅବସରରେ ସୁନ୍ଦରଗଡ଼ସ୍ଥିତ ଭବାନୀ ଭବନ ଷ୍ଟାଡିୟମରେ ବିଶ୍ୱ ଆଦିବାସୀ ଦିବସ ପାଳ କରାଯାଇଛି। ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ ମୂଲବାସୀ ବଚାଓ ମଞ୍ଚ ଆଠକୋଶିଆ ଆଦିବାସୀ ଏକତା ମଞ୍ଚ ଓ ପେଶା ଗ୍ରାମସଭା ସଂଗଠନ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ କୋଣରୁ ଆସିଥିବା ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ପୋଷାକ ପିନ୍ଧି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ରାଉରକେଲା […]

  • Thursday, 22 July 2021
BAIJAYANTA1
ସଫଳ ହେଲା ବୈଜୟନ୍ତଙ୍କ ଉଦ୍ୟମ; ଭାରତ ଫେରିବେ ୧୫ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: କୁଏତରେ ଫସିଥିବା ଓ ନିର୍ଯାତିତ ୧୫ ଓଡ଼ିଆ ଶ୍ରମିକଙ୍କୁ ଠାବ କରାଯାଇଛି। ବକ୍ରିଦ୍ ପରେ ସେମାନଙ୍କୁ ଭାରତକୁ ପଠାଯିବ ବୋଲି କୁଏତ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଏହା ସହିତ ଯେଉଁ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଇଥିଲା, ସେହି କମ୍ପାନୀର ଓ୍ୱାର୍କ ପରମିଟ୍ ବାତିଲ କରାଯାଇଛି।  କେନ୍ଦ୍ରାପଡ଼ାର ଆଳି ଓ ପଟ୍ଟାମୁଣ୍ଡାଇର ୧୫ ଜଣ ଓଡ଼ିଆ ଶ୍ରମିକ କୁଏତରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଓ ଭାରତ ପଠାଇବାକୁ ଅନୁରୋଧ କରି […]

  • Thursday, 22 July 2021
bb
ପଡ଼ିଶା ଘର ଭୋଜି ଖାଇ ଝାଡ଼ାବାନ୍ତିରେ ଗଲାଣି ଦୁଇ ଜୀବନ; ୩୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବାଇଗଡିଆରେ ବିଷାକ୍ତ ଖାଦ୍ୟ ଖାଇ ଝାଡ଼ାବାନ୍ତି ହେବାରୁ ଗତ ୪ ଦିନ ଭିତରେ୨  ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ୩ ତାରିଖ ଦିନ ଗାଁରେ ଜଣେ ବ୍ୟକ୍ତିଙ୍କ ଏକାଦଶାହ ଭୋଜି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ଲୋକେ। ପରଦିନ ୪ ତାରିଖରେ କଟିଆ ସିଂହ ନାମକ ଜଣେ […]

  • Thursday, 22 July 2021
puri-konark-railway
ପୁରୀ ଓ କୋଣାର୍କକୁ ଆଇକନିକ୍‌ ପର୍ଯ୍ୟଟନ ତାଲିକାରେ ସାମିଲ୍‌ କରିବାକୁ ଦାବି କଲେ ଏହି ବିଜେପି ସାଂସଦ

ଭୁବନେଶ୍ୱର: ଭାରତର ‘ଆଇକନିକ୍’ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି ହୋଇଛି। ଓଡ଼ିଶାର ସବୁ ବିଜେପି ସାଂସଦ ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ଏହି ଦୁଇ ପର୍ଯ୍ୟଟନ ସ୍ଥଳୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାରୁ ଆଇକନିକ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଏହି ଦୁଇ କ୍ଷେତ୍ରକୁ ସ୍ଥାନ ଦିଆଯାଉ ବୋଲି ସାଂସଦମାନେ ଦାବି କରିଛନ୍ତି। ୨୦୧୯-୨୦ ବଜେଟରେ ହୋଇଥିବା ଘୋଷଣା […]

  • Thursday, 22 July 2021
madhyna
ମଧ୍ୟାହ୍ନ ଭୋଜନ ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ(ତପନ ସ୍ୱାଇଁ): ମଧ୍ୟାହ୍ନ ଭୋଜନ ଖାଇ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି। ଗତକାଲି ତିହିଡି ବ୍ଲକ ଚାରିତରଫ ୟୁଜିଏମ୍‌ଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଏପରିକି ପ୍ରଥମ ବ୍ୟାଚରେ ୧୯ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। ଏହି ସମୟରେ ଖାଦ୍ୟରେ ମଲା ମୂଷା ପଡ଼ିଥିବା ଦେଖିବାକୁ ମିଳିଥିବା ଅଭିଯୋଗ […]

  • Thursday, 22 July 2021
lathi
ଲାଠି ଖୋଜିଲା ଚୋରି ହୋଇଥିବା ଦେବୀଙ୍କ ମୂର୍ତ୍ତି

ମାଲକାନଗିରି: ଲାଠି ଖୋଜିଲା ଚୋରି ହୋଇଥିବା ଦେବୀଙ୍କ ମୂର୍ତ୍ତି। କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଘଟଣା ଘଟିଛି ମାଲକାନଗିରି ଖଇରପୁଟ ବ୍ଲକ୍ ପୁରୁଣାଗୁମା ଗାଁରେ। ଗତକାଲି ରାତିରେ ପୁରୁଣାଗୁମାରେ ପ୍ରସିଦ୍ଧ ଭୈରବୀ ପୀଠରୁ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଏହି କଥା ପ୍ରଘଟ ହେବା ପରେ ସହ ସହ ଶ୍ରଦ୍ଧାଳୁ ଆସି ପୀଠ ନିକଟରେ ପହଞ୍ଚିଥିଲେ। ପରେ ଗୋଟେ ନିଷ୍ପତି କରାଯାଇ ସେ ଅଞ୍ଚଳର ପୁଜକମାନଙ୍କୁ ପୀଠ ନିକଟକୁ ଡକା ଯାଇଥିଲା। ପୂଜକମାନଙ୍କ […]

  • Thursday, 22 July 2021

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result