ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବିଦ୍ୟୁତ ଆଘାତରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଅଘଟଣ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ରାଜ୍ୟର ଗଙ୍ଗା ହୁସେନ ଓ ଦିଲବର ହୁସେନ ଜରାସିଂହା ଗାଁର ସୋନଗଡ଼ ନଦୀରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ହେଉଥିବା ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ କରୁଥିଲେ। ତେବେ ଅସାବଧାନତା ଯୋଗୁ ଉଭୟ ବିଦ୍ୟୁତ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ‘ଭାଗବତ ସନ୍ଧାନ’ ଅଞ୍ଚଳରେ ଲୁଟେରାଙ୍କୁ ସାହସର ସହ କାବୁ କରିଥିବା ସୁବ୍ରତ ଓଝାଙ୍କୁ ପୁଲିସ କମିଶନର ସମ୍ମାନିତ କରିଛନ୍ତି। ଲୁଟେରା ଖସି ପଳାଉଥିବା ବେଳେ ସୁବ୍ରତ ତାଙ୍କ ବାଇକ ପଛପଟକୁ ଧରି ପକାଇଥିଲେ। ତାଙ୍କୁ ୫୦ ମିଟର ପର୍ଯ୍ୟନ୍ତ ବାଇକରେ ଲୁଟେରା ଘୋଷାଡ଼ି ନେଇଥିଲେ ମଧ୍ୟ ସୁବ୍ରତ ଲୁଟେରାଙ୍କୁ ଛାଡ଼ିନଥିଲେ। ଶେଷରେ ଧରା ପଡ଼ି ଯାଇଥିଲେ ଲୁଟେରା। ସାହସର ସହ ଲୁଟେରାଙ୍କୁ କାବୁ କରିଥିବାରୁ ସୁବ୍ରତଙ୍କୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଚୋରା ପଥର ଖଣି କାରବାର ପଛରେ ପୁଲିସ ଓ ସରକାରୀ ବାବୁଙ୍କ ଲିଙ୍କ୍ ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସଦରଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ ଏସଟିଏଫ୍ ନୋଟିସ କରିଥିବା ନେଇ କଳ୍ପନା ଜଳ୍ପନା ହେଉଛି। ଶନିବାର ଉଭୟେ ଏସ୍ଟିଏଫ୍ରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ୨ହଜାର କୋଟିର ପଥର ଖଣି ଚୋରା କାରବାରକୁ ନେଇ ଏମାନଙ୍କଠାରୁ କେଉଁ […]
କଟକ: ବନ୍ୟା ପାଣିରେ କୁମ୍ଭୀର ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ଏପରି କିଛି ଘଟଣଶା ଘଟିଛି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳରେ। ମହାନଦୀରେ ପାଣି ବଢ଼ିବା ପରେ ନଦୀରେ କୁମ୍ଭୀର ଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ଆତଙ୍କୀତ ଲୋକେ ପ୍ରଶାସନକୁ ଅବଗତ କରିଛନ୍ତି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ପରେ ମହାନଦୀ ଫୁଲିବାରେ ଲାଗିଛି। ବାଙ୍କୀ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ବନ୍ୟା ପାଣି ଦ୍ୱାରା ପ୍ରଭାବିତ ହୋଇଛି। ବହୁ ସଂଖ୍ୟାରେ ଫସଲ ନଷ୍ଟ ହୋଇଛି।
ଭୁବନେଶ୍ୱର: ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ୧୯ ୮୬ ବ୍ୟାଚ୍ର ଆଇଏଏସ୍ ଅସିତ୍ ତ୍ରିପାଠୀ ଏବେ ଉନ୍ନୟନ କମିଶନର୍ ରହିଛନ୍ତି। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଏଥିସହ ଗତକାଲି ସେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏହାପରେ ମୁଖ୍ୟ ଶାସନ ସଚିବ ପଦବୀ ଖାଲି ପଡ଼ିଥିଲା। ଅନ୍ୟପକ୍ଷରେ ସୁରେଶ ମହାପାତ୍ର ଉନ୍ନୟନ କମିଶନର ଭାବେ ନିଯୁକ୍ତି […]
ଭୁବନେଶ୍ୱର: ଗତକାଲି ସାଙ୍କେତିକ ଭାବେ ହୀରାକୁଦ ଡ୍ୟାମ୍ ଖୋଲାଯିବା ପରେ ଆଜି ବିଧିବଦ୍ଧ ଭାବେ ୧୬ ଟି ଗେଟ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୧୧ଟାରେ ପ୍ରଥମେ ୨ଟି ଗେଟ୍ ଖୋଲାଯାଇଛି। ଏହାପରେ ପର୍ଯ୍ୟାୟକ୍ରମେ ଅପରାହ୍ନ ୨ଟା ସୁଦ୍ଧା ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ସେ କହିଛନ୍ତି […]
ଖୋର୍ଦ୍ଧା (ବଳରାମ ଲେଙ୍କା) : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅସୁସ୍ଥ। ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି RDC । ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ କରାଯାଉଥିଲା।ଏହି ଅବସରରେ ଆରଡିସି ଅନୀଲ କୁମାର ସାମଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ମଧ୍ୟ ଗ୍ରହଣ କରିଥିଲେ। ଏହାପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଏଥିନିମନ୍ତେ ସେ ଷ୍ଟେଦ୍ ଉପରେ ବସିଥିଲେ। ହେଲେ କିଛି […]
ଭୁବନେଶ୍ୱର: ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ ମାଧ୍ୟମରେ ସିଧା କଥା ହୋଇ ଲୋକଙ୍କ ସମସ୍ୟା ବୁଝିବେ। ଆଜି ସ୍ୱାଧୀନତା ଦିବସ ସମାରୋହରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଥିଲେ ନବୀନ। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ନବୀନ କହିଛନ୍ତି, ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ଥାନା […]
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଛନ୍ତି। ଦେଶ ପାଇଁ ସେମାନଙ୍କ ତ୍ୟାଗ, ବଳିଦାନକୁ ମନେ ପକାଇଛନ୍ତି। ଏଥିସହ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି,“ ମହତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ସାରା ଦେଶ ପାଳନ କରିବ। 5Tକୁ ଭିତ୍ତି କରି ରାଜ୍ୟସରକାର କାମ କରୁଛନ୍ତି। ଆମର ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକେ। […]
କଟକ: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ହେବା ପରେ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ମହାନଦୀର ଉପନଦୀରେ ଆସିଥିବା ବନ୍ୟାଜଳ ଏବେ ମହାନଦୀରେ ପ୍ରବାହିତ ହେଉଛି। ଗତ ରାତି ୧୨ଟାରୁ ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରୁଛି। ଏହା ମଧ୍ୟମ ଧରଣର ବନ୍ୟା ସୃଷ୍ଚି କରିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁସାରେ ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ଲକ୍ଷ ୫ହଜାର ୯୪୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ନରାଜରେ […]
ସମ୍ବଲପୁର (ସଞ୍ଜୟ ଜେନା): ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ର ୧୬ଟି ଗେଟ୍ । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ ୧୧ଟା ୩୦ ପରେ ଗେଟ୍ ଖୋଲିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗତ କାଲି ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଥିଲା । ଗତ କାଲି ପୂର୍ବାହ୍ନ ୧୧ଟା ୩୦ରେ ୭ ନମ୍ବର ଗେଟ୍ ଖୋଲାଯାଇଥିବା […]
ପୁରୀ: ୭୩ତମ ସ୍ୱାଧିନତା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। କେବଳ ସ୍ଵାଧୀନତା ଦିବସ ନୁହେଁ ମାନସ ତାଙ୍କବାଲୁକା କଳାରେ ରାକ୍ଷୀପୂର୍ଣ୍ଣିମାର ବି ଶୁଭେଚ୍ଛା ଜଣାଇଛନ୍ତି। ୧୫ଫୁଟ ଓସାରର ଏହି ତ୍ରିରଙ୍ଗା ମାଧ୍ୟମରେ ସେ ଭାଇଚାରା ଓ ପ୍ରେମର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ତିଆରି କରିବାକୁ ମାନସ ସାହୁଙ୍କୁ ୫ଘଣ୍ଟା ସମୟ ଲାଗିଥିଲା। ଏହା ମଧ୍ୟମରେ ସେ ଉଭୟ ସ୍ୱାଧିନତା ଦିବସ ଓ […]
ଭୁବନେଶ୍ୱର: ୭୩ ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ। ଭୁବନେଶ୍ୱର ଆଜି ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜା ଯାଇଛି। ବିଶେଷକରି ବିଧାନସଭା ସୌଧ, ସଚିବାଳୟ, ଜୟଦେବ ଭବନ ଏବଂ କମିଶନରେଟ୍ ପୁଲିସ ଭବନ ଭଳି ସରକାରୀ କୋଠାଗୁଡ଼ିକ ରଙ୍ଗୀନ ଆଲୋକରେ ଝଟକୁଥିବା ଦେଖିବାକୁ ମିଳିଛି। ସେହିଭଳି ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ କାର୍ଯ୍ୟାଳୟକୁ ମଧ୍ୟ ରଙ୍ଗୀନ ଆଲୋକରେ ଆକର୍ଷଣୀୟ ରୂପ ଦିଆଯାଇଛି। […]
ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହ ପାଳନ କରିବା ନିମନ୍ତେ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବର ଆୟୋଜନ କରାଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରିବେ । ଶାନ୍ତିଶୃଙ୍ଖଳ ରକ୍ଷା ପାଇଁ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପୂରା ପଡ଼ିଆ ସିସିଟିଭି ନଜରରେ ରହିଛି। ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସମଗ୍ର […]
ମୋହନା : ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଛି। ଝଗଡ଼ାରେ ଅତିଷ୍ଠ ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପରେ ନିଜେ ମଧ୍ୟ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ଅଭିଯୁକ୍ତ ସ୍ୱାମୀର ମାନସିକ ବିକୃତି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।
ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଏଡିଏମ୍ ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ଯାଏ ସେ ଏହି ଦାୟିତ୍ୱ ତୁଲାଇବେ। ହାଇକୋର୍ଟଙ୍କ ୨୦୧୯ ମାର୍ଚ୍ଚ ୧୯ର ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ ସ୍ପଷ୍ଟ ହେବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ […]
ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ର ଗେଟ୍। ହୀରାକୁଦ ଡ୍ୟାମ୍ ଖୋଲି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ସବୁଥର ଭଳି ଏଥର ମଧ୍ୟ ୭ ନମ୍ବର ସ୍ଲୁଇସ୍ ଗେଟ୍କୁ ଖୋଲାଯାଇଛି। ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଡ୍ୟାମ୍ ଜଳସ୍ତର ୬୧୮ ଫୁଟ ଟପିବା ପରେ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଛି। ସାଙ୍କେତିକ ଭାବେ ଗୋଟିଏ ଗେଟ୍ ପ୍ରଥମେ ଖୋଲାଯାଇଛି। ଛତିଶଗଡ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କରେ ଅଛନ୍ତି ଡ୍ୟାମ କର୍ତ୍ତୃପକ୍ଷ।
ଭୁବନେଶ୍ୱର: ୨୪ ଘଣ୍ଟାରେ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗିର ବ୍ଲକରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି। ବନ୍ୟା ସ୍ଥିତି ନେଇ ଏହି ସୂଚନା ଦେଇଛନ୍ତି ଏସ୍ଆର୍ସି(ସ୍ପେଶାଲ୍ ରିଲିଫ୍ କମିଶନର) ବିଷ୍ଣୁପଦ ସେଠୀ। ଲଗାଣ ବର୍ଷାରେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି ଏସ୍ଆର୍ସି ସୂଚନା ଦେଇଛନ୍ତି। ୮ଟି […]
କଟକ: ବୁଡ଼ିଲା ମାଆ ଭଟ୍ଟାରିକାଙ୍କ ମନ୍ଦିର। ମହାନଦୀ ପାଣି ବଢ଼ିବା ପରେ ବଡ଼ମ୍ବାର ପ୍ରସିଦ୍ଧ ମାଆ ଭଟ୍ଟାରିକା ମନ୍ଦିର ବୁଡ଼ି ଯାଇଛି। ମନ୍ଦିରର ଚାରିପଟେ ଏବେ ପାଣି ଆଉ ପାଣି। ପରିସ୍ଥିତି ଏପରି ହୋଇଛି ଯେ, ମନ୍ଦିରକୁ ଦେଖିଲେ ଏହା ନଦୀ ମଧ୍ୟରେ ଥିବା ଭ୍ରମ ସୃଷ୍ଟି କରୁଛି। ବନ୍ୟା ପାଣି ଆସିବା ପୂର୍ବରୁ ମାଆ ଭଟ୍ଟାରିକାଙ୍କ ବିଗ୍ରହଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରତିବର୍ଷ ମହାନଦୀ ପାଣି ବଢ଼ିବା ପରେ ଭଟ୍ଟାରିକା ମନ୍ଦିର ବୁଡ଼ି ଯାଇଥାଏ।
ଭୁବନେଶ୍ୱର: ଦକ୍ଷିଣ ଝାଡ଼ଖଣ୍ଡ, ପଶ୍ଚିମବଂଗ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟ ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଛି। ଏହାର ପ୍ରଭାବରରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀ ପରାମର୍ଶ ଦିଆଯାଇଛି।
ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଲ ଓ ପଦମପୁର ଅଂଚଳରେ ବର୍ଷା ଲାଗି ରହିଛି। ପାଇକମାଲରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ବର୍ଷା ଆଶଙ୍କାରେ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହୋଇପଡ଼ିଥିଲା। ବରଗଡ଼ ସହରର ବିଭିନ ସ୍ଥାନରେ ପାଣି ଜମି ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। ବର୍ଷା ଯୋଗୁ ଗତକାଲି ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ […]
ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଡାକବାଜି ଯନ୍ତ୍ର ଯୋଗେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦିଆଯାଇଛି। ସେହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହ ପାଳିତ ପଶୁଙ୍କୁ ନ ଛାଡ଼ିବାକୁ ପ୍ରଚାର କରାଯାଉଛି। ଆଜି ଦିନ ୧୧ଟା ପରେ ଯେ କୌଣସି ସମୟରେ ଗେଟ୍ ଖୋଲିବା ଆରମ୍ଭ ହେବ। ଅନ୍ୟ ବର୍ଷ ଭଳି ପ୍ରଥମେ ୭ […]
ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବାର ସତର୍କ ସୂଚନା ମିଳିଛି। ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆସନ୍ତାକାଲି ସକାଳ ୬ଟାରୁ ୧୦ଟା ଭିତରେ ମୁଣ୍ଡୁଳିଠାରେ ୧୧.୫ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀ ଓ ଏହାର ଶାଖା ନଦୀରେ ମଧ୍ୟମ ଧରଣ ବନ୍ୟା ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଭାବିତ […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଉଲଂଘନ ଅଭିଯୋଗର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କେ. ବୀଣା ପଟ୍ଟନାୟକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କର ୨୦୧୯ ମାର୍ଚ୍ଚ ୧୯ର ଅନ୍ତରୀଣ ନିର୍ଦ୍ଦେଶ ଉଲଂଘନ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ କୋର୍ଟ ଜିଲ୍ଲାପାଳଙ୍କୁ ନିଲମ୍ବନ କରିବା […]
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ ଜିଲ୍ଲାରେ ଫ୍ଲାସ୍ ବନ୍ୟା ସ୍ଥିତି ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନବୀନ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି। ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡଳିରେ ୧୦ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ବୋଲି ସୂଚନା ଦିଆଯାଇଛି। ତେଣୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ […]