• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

boy
ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହେଲେ ୱାର୍ଡେନ୍

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ଅମାନୁଷିକ ମାଡ଼ ମାରିବା ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ହଷ୍ଟେଲ୍ ଓ୍ୱାର୍ଡେନ ବିଶ୍ୱରଂଜନ ରଣାକୁ ଗିରଫ କରିଛି। ଶୋସାଲ୍ ମିଡିଆରେ ଘଟଣା ପ୍ରଘଟ ହେବାପରେ କଲେଜ କର୍ତ୍ତୃପକ୍ଷ ଗତକାଲି ହଷ୍ଟେଲ ଓ୍ୱାର୍ଡେନ ବିଶ୍ୱରଂଜନ ରଣାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ। ଏହା ପୂର୍ବରୁ ଓ୍ୱାର୍ଡେନଙ୍କୁ କଲେଜ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଥିଲେ। ଥାନାରେ ଏତଲା ପରେ କଲେଜକୁ ଯାଇ ତଦନ୍ତ ଆରମ୍ଭ କରିଥିଲା ଖଣ୍ଡଗିରି […]

  • Thursday, 22 July 2021
kahili
ଓଡ଼ିଶାକୁ ଫୋନି ସହାୟତା ଦେଲା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାକୁ ମିଳିଲା ବାତ୍ୟା ଫୋନି୍ ପାଇଁ ସହାୟତା। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୩ ହଜାର ୩ ଶହ ୩୮ କୋଟି ୨୨ ଲକ୍ଷ ଟଙ୍କାର ସହାୟତା ମିଳିଛି। ଗତକାଲି ଗୃହମନ୍ତ୍ରୀ  ଅମିତ୍ ଶାହଙ୍କ ନେତୃତ୍ୱରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ଓଡ଼ିଶାରେ ବାତ୍ୟା ଫୋନିରେ ଘଟିଥିବା କ୍ଷୟକ୍ଷତି ପାଇଁ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛିଯ ପୂର୍ବରୁ ଓଡ଼ିଶାକୁ ଫୋନି ପାଇଁ ଅଗ୍ରୀମ ୩୪୦ କୋଟି ଟଙ୍କା ମିଳିଥିଲା। ଏହାପରେ […]

  • Thursday, 22 July 2021
bbb
ଏନ୍ଆଇଟି ପ୍ରଫେସର ଆତ୍ମହତ୍ୟା ଘଟଣା; ତଦନ୍ତ କରୁଛି ପୋଲିସ୍

ରାଉରକେଲା:ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଆର.ଜୟ ବାଲାନ ଓ ପତ୍ନୀ ମାଳିନୀ କେଶୱନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି। କେବଳ ଯେ, ନିଃସନ୍ତାନ ପାଇଁ ଦମ୍ପତ୍ତି ସୁଇସାଇଡ କରିଥିବେ ତାହା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟରେ ସ୍ପଷ୍ଟ ଭାବେ ଏହି କଥା ଉଲ୍ଳେଖ ରହିଛି । ଏପଟେ ରବିବାର ଦିନ ମୃତକଙ୍କ ପରିବାର ଲୋକେ ରାଉରକେଲା ଆସି ମରଶରୀର ନେଇଛନ୍ତି। ମଦୁରାଇ ଏରୋଡରୁ ମୃତ ପ୍ରଫେସରଙ୍କ ପରିବାର ଲୋକ […]

  • Thursday, 22 July 2021
save
ଫୋନିକୁ ବିତିଲା ୩ ମାସ; କ୍ଷତିଗ୍ରସ୍ତଙ୍କୁ ଜରିପାଲ ଖଣ୍ଡେ ବି ମିଳିନି

କଟକ: ବାତ୍ୟା ଫୋନି ଯିବାର ୩ ମାସ ବିତିସାରିଲାଣି,ହେଲେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ବହୁ ହିତାଧିକାରୀଙ୍କୁ ଏଯାଏ ମିଳିନି ସରକାରୀ ସହାୟତା। ବହୁ ଲୋକ ଏବେ ବି ଭଙ୍ଗା ଚାଳ ଘରେ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ ତରଫରୁ ଜରିପାଲ ଖଣ୍ଡେ ମିଳିନି। ସ୍ଥିତି ଏପରି ହୋଇଛି ଯେ, ଗୋଟିଏ ଘରେ ଗାଈଗୋରୁ ସହ ମଣିଷ ରହୁଛନ୍ତି। ଟାଙ୍ଗୀ ବ୍ଲକର ଆଗ୍ରାହାଟ ଓ ଜରିପଡ଼ା ପଞ୍ଚାୟତର ବହୁ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା […]

  • Thursday, 22 July 2021
banya2
ଇଚ୍ଛା ନଦୀରେ ଆସିପାରେ ବନ୍ୟା; ଲୋକେ ଭୟଭୀତ

ସୁନ୍ଦରଗଡ଼: ଘୂର୍ଣ୍ଣିବଳୟ ପ୍ରଭାବରେ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଜାରି ରହିଛି। ଏଥିଯୋଗୁ ଲେଫ୍ରିପଡା ଇଚ୍ଛା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ସୁରୁଗୁଡା ଗାଁରେ ଆଣ୍ଠୁଏ ଉଚ୍ଚା ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ରାଉରକେଲା ସହିତ ବେଦବ୍ୟାସ, ବୀରମିତ୍ରପୁର ଆଦି ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଏପରିକି ରାଉରକେଲା ରିଂ ରୋଡ, ବୀରମିତ୍ରପୁରର […]

  • Thursday, 22 July 2021
pachika
୧୦ ବର୍ଷ ହେଲା ଚାକିରି କରୁଥିଲେ, ବିନା କାରଣରୁ ଛଟେଇ କରିଦେଲେ !

କଟକ: ସାଲେପୁର ବ୍ଲକ୍ ବାସୁଦେବପୁର ବାଟଗୋସ୍ୱାମୀ ଏମ୍.ଇ ସ୍କୁଲରେ ଦୀର୍ଘ ୧୦ ବର୍ଷ ହେଲା ପାଚିକା ଭାବେ କାମ କରିଆସୁଥିଲେ ଚାରୁଲତା ବେହେରା ନାମକ ଜଣେ ମହିଳା। କିନ୍ତୁ ୨୦୧୭ରେ କୌଣସି ଭୁଲ ନଥାଇ ମଧ୍ୟ ତାଙ୍କୁ ଚାକିରିରୁ ଛଟେଇ କରାଗଲା। ଏବେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ନିଯୁକ୍ତି କରାଯିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ଦରମା କମ୍ ମିଳୁଥିଲେ ବି ସେଥିରେ ଚାରୁଲତାଙ୍କ ପରିବାର ଚଳୁଥିଲା।  ହେଲେ ଏବେ ଚାକିରି ଯିବା […]

  • Thursday, 22 July 2021
nation
ବିନା ବର୍ଷାରେ ବନ୍ୟା; ଘରେ ପାଣି ବାହାରେ ବି ପାଣି

ପୁରୀ: ମହାନଦୀରେ ବନ୍ୟାଜଳ ଆସିବା ପରେ ଉଛୁଳୁଛି ଦୟା ନଦୀ। ଏହି ନଦୀ ମହାନଦୀର ଶାଖା ନଦୀ ହୋଇଥିବାରୁ ନଦୀର ଜଳ ସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। କଣାସ ବ୍ଳକର ବାଲିପାଟଣା ଗାଁରେ ରାତିଅଧିଆ ପ୍ରବେଶ କରିଛି ବନ୍ୟାଜଳ।  ପ୍ରଥମେ ଗାଁ ଦାଣ୍ଡ ଆଉ ଏବେ ଲୋକଙ୍କ ଘରେ ପାଣି ପଶିଛି। ଭୟରେ ଲୋକେ ଘର ଦ୍ୱାର ଛାଡ଼ି ଉଚ୍ଚ ସ୍ଥାନକୁ ଚାଲିଯାଇଛନ୍ତି। ସେପଟେ ପୁରୀ ଜିଲ୍ଲା ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ […]

  • Thursday, 22 July 2021
samir das
ଓଟିଇଟି ଅନ୍‌ଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ମାନିଲେ ମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୬ ତାରିଖରରେ ଅନୁଷ୍ଠିତ ଓଟିଇଟି ଅନ୍‌ଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଆଜି ସ୍ୱୀକାର କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଟିଟଲାଗଡ଼ରୁ ଏହା ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ତେବେ କିପରି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଗଲା ତାକୁ ନେଇ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି। ଭାଇରାଲ୍‌କାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହାଦ୍ୱାରା ପୂରା ପରୀକ୍ଷା ପ୍ରଭାବିତ ହୋଇନଥିବା ମନ୍ତ୍ରୀ […]

  • Thursday, 22 July 2021
bb
୧୯ ବର୍ଷରେ ଯାହା କେବେ କରିନଥିଲେ ତାହା ଏବେ କରୁଛନ୍ତି ନବୀନ

ଭୁବନେଶ୍ୱର:ପଞ୍ଚମ ପାଳିରେ ବିଜେଡି କ୍ଷମତାକୁ ଫେରିବା ପରେ ବଦଳୁଛି ନବୀନଙ୍କ କାର୍ଯ୍ୟ କରିବାର ଶୈଳୀ। ୧୯ ବର୍ଷରେ ଯାହା କେବେ କରିନଥିଲେ ଏବେ କରୁଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମ୍ଓରେ ମୁଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ଆଇଏସ୍ ଅଧୀକାରୀ  ଆର୍.ବାଲକ୍ରିଷ୍ଣନଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିୟାନଙ୍କୁ ତୃତୀୟ ମହଲାର ସର୍ବେସର୍ବା କୁହାଯାଉଥିବା ବେଳେ ବାଲକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କି ପରାମର୍ଶ ଦେବେ, କେଉଁ କ୍ଷେତ୍ରରେ ସହଯୋଗ […]

  • Thursday, 22 July 2021
jagannath-temple
ଶ୍ରୀମନ୍ଦିର ଚାରିପାଖରୁ ଖାଲି ହେବ ୭୫ ମିଟର ପର୍ଯ୍ୟନ୍ତ ଜାଗା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜଷ୍ଟିସ ବିପି ଦାସ କମିଶନ ନିଜ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଦେଇଥିବା କିଛି ସୁପାରିସକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି […]

  • Thursday, 22 July 2021
ganjam
ବିଦ୍ୟୁତ୍‌ ଲାଗି ଦୁଇ ଶ୍ରମିକଙ୍କର ମୃତ୍ୟୁ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବିଦ୍ୟୁତ ଆଘାତରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଅଘଟଣ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ରାଜ୍ୟର ଗଙ୍ଗା ହୁସେନ ଓ ଦିଲବର ହୁସେନ ଜରାସିଂହା ଗାଁର ସୋନଗଡ଼ ନଦୀରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ହେଉଥିବା ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ କରୁଥିଲେ। ତେବେ ଅସାବଧାନତା ଯୋଗୁ ଉଭୟ ବିଦ୍ୟୁତ […]

  • Thursday, 22 July 2021
bbsr
ଲୁଟେରାଙ୍କୁ କାବୁ କରି ପୁଲିସ୍ ଜିମା ଦେଲେ; ସମ୍ମାନିତ କଲା ପୁଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ‘ଭାଗବତ ସନ୍ଧାନ’ ଅଞ୍ଚଳରେ ଲୁଟେରାଙ୍କୁ ସାହସର ସହ କାବୁ କରିଥିବା ସୁବ୍ରତ ଓଝାଙ୍କୁ ପୁଲିସ କମିଶନର ସମ୍ମାନିତ କରିଛନ୍ତି। ଲୁଟେରା ଖସି ପଳାଉଥିବା ବେଳେ ସୁବ୍ରତ ତାଙ୍କ ବାଇକ ପଛପଟକୁ ଧରି ପକାଇଥିଲେ। ତାଙ୍କୁ ୫୦ ମିଟର ପର୍ଯ୍ୟନ୍ତ ବାଇକରେ ଲୁଟେରା ଘୋଷାଡ଼ି ନେଇଥିଲେ ମଧ୍ୟ ସୁବ୍ରତ ଲୁଟେରାଙ୍କୁ ଛାଡ଼ିନଥିଲେ। ଶେଷରେ ଧରା ପଡ଼ି ଯାଇଥିଲେ ଲୁଟେରା। ସାହସର ସହ ଲୁଟେରାଙ୍କୁ କାବୁ କରିଥିବାରୁ ସୁବ୍ରତଙ୍କୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ […]

  • Thursday, 22 July 2021
horse
ଚୋରା ପଥର ଖଣି କାରବାର ପଛରେ ପୁଲିସ୍‌ ଓ ସରକାରୀ ବାବୁଙ୍କ ଲିଙ୍କ ସନ୍ଦେହ; ଆଇଆଇସି ଓ ତହସିଲଦାରଙ୍କୁ ନୋଟିସ୍

ଖୋର୍ଦ୍ଧା(ବଳରାମ ଲେଙ୍କା): ଚୋରା ପଥର ଖଣି କାରବାର ପଛରେ ପୁଲିସ ଓ ସରକାରୀ ବାବୁଙ୍କ ଲିଙ୍କ୍‌ ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସଦରଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ ଏସଟିଏଫ୍‌ ନୋଟିସ କରିଥିବା ନେଇ କଳ୍ପନା ଜଳ୍ପନା ହେଉଛି। ଶନିବାର ଉଭୟେ ଏସ୍‌ଟିଏଫ୍‌ରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ୨ହଜାର କୋଟିର ପଥର ଖଣି ଚୋରା କାରବାରକୁ ନେଇ ଏମାନଙ୍କଠାରୁ କେଉଁ […]

  • Thursday, 22 July 2021
crco
ବନ୍ୟା ପାଣିରେ ଆସୁଛି କୁମ୍ଭୀର; ଲୋକେ ଛାନିଆ

କଟକ: ବନ୍ୟା ପାଣିରେ କୁମ୍ଭୀର ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ଏପରି କିଛି ଘଟଣଶା ଘଟିଛି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳରେ। ମହାନଦୀରେ ପାଣି ବଢ଼ିବା ପରେ ନଦୀରେ କୁମ୍ଭୀର ଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ଆତଙ୍କୀତ ଲୋକେ ପ୍ରଶାସନକୁ ଅବଗତ କରିଛନ୍ତି। ହୀରାକୁଦ ଡ୍ୟାମ୍‌ର ଗେଟ୍ ଖୋଲିବା ପରେ ମହାନଦୀ ଫୁଲିବାରେ ଲାଗିଛି। ବାଙ୍କୀ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ବନ୍ୟା ପାଣି ଦ୍ୱାରା ପ୍ରଭାବିତ ହୋଇଛି। ବହୁ ସଂଖ୍ୟାରେ ଫସଲ ନଷ୍ଟ ହୋଇଛି।

  • Thursday, 22 July 2021
fff
ମୁଖ୍ୟ ଶାସନ ସଚିବ ହେଲେ ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର: ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ୧୯ ୮୬ ବ୍ୟାଚ୍‌ର ଆଇଏଏସ୍ ଅସିତ୍ ତ୍ରିପାଠୀ ଏବେ ଉନ୍ନୟନ କମିଶନର୍ ରହିଛନ୍ତି। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଏଥିସହ ଗତକାଲି ସେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏହାପରେ ମୁଖ୍ୟ ଶାସନ ସଚିବ ପଦବୀ ଖାଲି ପଡ଼ିଥିଲା। ଅନ୍ୟପକ୍ଷରେ ସୁରେଶ ମହାପାତ୍ର ଉନ୍ନୟନ କମିଶନର ଭାବେ ନିଯୁକ୍ତି […]

  • Thursday, 22 July 2021
hirakud
ହୀରାକୁଦ୍‌ ଡ୍ୟାମ୍‌ର ଦୁଇଟି ଗେଟ୍‌ ଖୋଲିଲା ; ଆଉ ୧୪ ଖୋଲାଯିବ

ଭୁବନେଶ୍ୱର: ଗତକାଲି ସାଙ୍କେତିକ ଭାବେ ହୀରାକୁଦ ଡ୍ୟାମ୍ ଖୋଲାଯିବା ପରେ ଆଜି ବିଧିବଦ୍ଧ ଭାବେ ୧୬ ଟି ଗେଟ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୧୧ଟାରେ ପ୍ରଥମେ ୨ଟି ଗେଟ୍ ଖୋଲାଯାଇଛି। ଏହାପରେ ପର୍ଯ୍ୟାୟକ୍ରମେ ଅପରାହ୍ନ ୨ଟା ସୁଦ୍ଧା ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ସେ କହିଛନ୍ତି […]

  • Thursday, 22 July 2021
deha
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅସୁସ୍ଥ

ଖୋର୍ଦ୍ଧା (ବଳରାମ ଲେଙ୍କା) : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅସୁସ୍ଥ। ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ  ସ୍ୱାଧୀନତା ଦିବସ ପାଳନ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି RDC । ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ କରାଯାଉଥିଲା।ଏହି ଅବସରରେ ଆରଡିସି ଅନୀଲ କୁମାର ସାମଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ମଧ୍ୟ ଗ୍ରହଣ କରିଥିଲେ। ଏହାପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଏଥିନିମନ୍ତେ ସେ ଷ୍ଟେଦ୍ ଉପରେ ବସିଥିଲେ। ହେଲେ କିଛି […]

  • Thursday, 22 July 2021
flag-2..
 ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେଇ ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍‌ ମାଧ୍ୟମରେ ସିଧା କଥା ହୋଇ ଲୋକଙ୍କ ସମସ୍ୟା ବୁଝିବେ। ଆଜି ସ୍ୱାଧୀନତା ଦିବସ ସମାରୋହରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିଥିଲେ ନବୀନ। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି, ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ଥାନା […]

  • Thursday, 22 July 2021
pataka
ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଛନ୍ତି। ଦେଶ ପାଇଁ ସେମାନଙ୍କ ତ୍ୟାଗ, ବଳିଦାନକୁ ମନେ ପକାଇଛନ୍ତି। ଏଥିସହ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି,“ ମହତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ସାରା ଦେଶ ପାଳନ କରିବ। 5Tକୁ ଭିତ୍ତି କରି ରାଜ୍ୟସରକାର କାମ କରୁଛନ୍ତି। ଆମର ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକେ। […]

  • Thursday, 22 July 2021
mahanad
ଫୁଲୁଛି ମହାନଦୀ; ବନ୍ୟା ଆଶଙ୍କା

କଟକ: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ହେବା ପରେ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ମହାନଦୀର ଉପନଦୀରେ ଆସିଥିବା ବନ୍ୟାଜଳ ଏବେ ମହାନଦୀରେ ପ୍ରବାହିତ ହେଉଛି। ଗତ ରାତି ୧୨ଟାରୁ ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରୁଛି। ଏହା ମଧ୍ୟମ ଧରଣର ବନ୍ୟା ସୃଷ୍ଚି କରିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁସାରେ ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ଲକ୍ଷ ୫ହଜାର ୯୪୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ନରାଜରେ […]

  • Thursday, 22 July 2021
dam
ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍‌ର ୧୬ ଟି ଗେଟ୍

ସମ୍ବଲପୁର (ସଞ୍ଜୟ ଜେନା):  ଆଜି  ଖୋଲାଯିବ  ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌  । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ ୧୧ଟା ୩୦ ପରେ ଗେଟ୍‌ ଖୋଲିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି  ଡ୍ୟାମ୍‌ କର୍ତ୍ତୃପକ୍ଷ। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗତ କାଲି ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇଥିଲା ।  ଗତ କାଲି  ପୂର୍ବାହ୍ନ ୧୧ଟା ୩୦ରେ ୭ ନମ୍ବର ଗେଟ୍‌ ଖୋଲାଯାଇଥିବା […]

  • Thursday, 22 July 2021
puri-3..12
ବାଲୁକା କଳାରେ ସ୍ୱାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମାନସ

ପୁରୀ: ୭୩ତମ ସ୍ୱାଧିନତା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। କେବଳ ସ୍ଵାଧୀନତା ଦିବସ ନୁହେଁ ମାନସ ତାଙ୍କବାଲୁକା କଳାରେ ରାକ୍ଷୀପୂର୍ଣ୍ଣିମାର ବି ଶୁଭେଚ୍ଛା ଜଣାଇଛନ୍ତି। ୧୫ଫୁଟ ଓସାରର ଏହି ତ୍ରିରଙ୍ଗା ମାଧ୍ୟମରେ ସେ  ଭାଇଚାରା ଓ ପ୍ରେମର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ତିଆରି କରିବାକୁ ମାନସ ସାହୁଙ୍କୁ ୫ଘଣ୍ଟା ସମୟ ଲାଗିଥିଲା। ଏହା ମଧ୍ୟମରେ ସେ ଉଭୟ ସ୍ୱାଧିନତା ଦିବସ ଓ […]

  • Thursday, 22 July 2021
IMG_0707
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ

ଭୁବନେଶ୍ୱର: ୭୩ ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ। ଭୁବନେଶ୍ୱର ଆଜି ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜା ଯାଇଛି। ବିଶେଷକରି ବିଧାନସଭା ସୌଧ, ସଚିବାଳୟ, ଜୟଦେବ ଭବନ ଏବଂ କମିଶନରେଟ୍ ପୁଲିସ ଭବନ ଭଳି ସରକାରୀ କୋଠାଗୁଡ଼ିକ ରଙ୍ଗୀନ ଆଲୋକରେ ଝଟକୁଥିବା ଦେଖିବାକୁ ମିଳିଛି। ସେହିଭଳି ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ କାର୍ଯ୍ୟାଳୟକୁ ମଧ୍ୟ ରଙ୍ଗୀନ ଆଲୋକରେ ଆକର୍ଷଣୀୟ ରୂପ ଦିଆଯାଇଛି। […]

  • Thursday, 22 July 2021
sa
ପ୍ରଥମ ଥର ପାଇଁ ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବ ୭୩ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହ ପାଳନ କରିବା ନିମନ୍ତେ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବର ଆୟୋଜନ କରାଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରିବେ । ଶାନ୍ତିଶୃଙ୍ଖଳ ରକ୍ଷା ପାଇଁ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।  ପୂରା ପଡ଼ିଆ ସିସିଟିଭି ନଜରରେ ରହିଛି। ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସମଗ୍ର […]

  • Thursday, 22 July 2021
840234-murder-case-062419
ଟାଙ୍ଗିଆ ଚୋଟରେ ଶେଷ କରିଦେଲା ସାତ ଜନମର ସାଥୀକୁ

ମୋହନା : ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଛି। ଝଗଡ଼ାରେ ଅତିଷ୍ଠ ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପରେ ନିଜେ ମଧ୍ୟ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି।  ଅଭିଯୁକ୍ତ ସ୍ୱାମୀର ମାନସିକ ବିକୃତି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।

  • Thursday, 22 July 2021

Total Seats 70

BJP 18
APP 18
INC 1
OTHERS 0

Delhi Vidhan Sabha Election Result