• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jina
ମାଷ୍ଟର୍‌ ମାଇଣ୍ଡ ଗାର୍ଲଫ୍ରେଣ୍ଡ୍ ଜିନା ; ପ୍ରେମିକ ଅପରାଧର ଅନ୍ଧାରୀମୂଲକରେ ମାୟାବିନୀ ଥିଲା ପ୍ରେମିକା

ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ୍ ଇସାରାରେ ଚାଲିଥିଲା ଅପରାଧ ସାମ୍ରାଜ୍ୟ। କେଉଁଠି, କିପରି ଲୁଟ୍ କରାଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ଗାର୍ଲଫ୍ରେଣ୍ଡ୍ ଜିନା। ଚୌଦ୍ୱାର ପୁଲିସର ଏନ୍‌କାଉଣ୍ଟରରେ ଆହତ ହୋଇ ଧରାପଡ଼ିବା ଅପରାଧୀ ଜିତୁଠାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୁଲିସ୍। ଜିତୁର ଅପରାଧ ନେଟଓ୍ୱର୍କରେ ମୁଖ୍ୟ ଭୂମିକା ତୁଲାଉଥିଲା ଜିନା। କେତେବେଳେ କେଉଁଠି ଲୁଟ୍ କରାଯିବ, ତାର ସମସ୍ତ ବ୍ଲୁ ପ୍ରିଣ୍ଟ ସ୍ଥିର କରୁଥିଲା ସେ। ଏହାସହ ଯୋଗାଉଥିଲା ବୈଷୟିକ ସହାୟତା। ମୋବାଇଲ ବ୍ୟବହାର ବେଳେ […]

  • Friday, 23 July 2021
cm
୩ ମେଡିକାଲରେ ଶଯ୍ୟା ବୃଦ୍ଧି ସହ ଏହିସବୁ ସୁବିଧା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଜିଲ୍ଲା ଗସ୍ତ ନକରି 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ବିରୋଧୀଙ୍କ ଅଭିଯୋଗ ପରେ ‘ମୋ ସରକାର’ର ସମୀକ୍ଷା କରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ହିଁ ୧୫ ଜିଲ୍ଲାକୁ ଅଫିସରମାନଙ୍କୁ ପଠାଇଥିଲେ। ଆଉ ଏହି ସଚିବମାନଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ କିଛି ନୂଆ ପ୍ରକଳ୍ପ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର ମେଡିକାଲ୍‌ର ଶଯ୍ୟା ବୃଦ୍ଧି କରାଯିବ। ମାଲକାନଗିରି ମେଡିକାଲ […]

  • Friday, 23 July 2021
pandian
'ମୋ ସରକାର' କାର୍ଯ୍ୟକ୍ରମକୁ ଖୋଲା ଉପହାସ କରୁଛି ରାଜ୍ୟରେ ଥିବା ହସ୍‌ପିଟାଲଗୁଡ଼ିକର ଅବ୍ୟବସ୍ଥା

ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖୋଲା ଉପହାସ କରୁଛି ରାଜ୍ୟରେ ଥିବା ସରକାରୀ ହସ୍‌ପିଟାଲ୍‌ର ଚରମ ଅବ୍ୟବସ୍ଥା। ଗୋଟିଏ ପଟେ 5 T ସଚିବ ଭି.କେ ପାଣ୍ଡିୟାନ୍ ଓ ତାଙ୍କ ଟିମ୍ ଜିଲ୍ଲାରୁ ଜିଲ୍ଲା ବୁଲି ଡାକ୍ତରଖାନା ସ୍ଥିତି ପରଖୁଥିବା ବେଳେ ଭଦ୍ରକ, କେନ୍ଦୁଝର ହସ୍ପିଟାଲରୁ ପଦାକୁ ଆସିଛି ଅବହେଳା ଓ ଅବ୍ୟବସ୍ଥାର ବିକଳ ଚିତ୍ର। ଅନ୍ୟପଟେ ମନ୍ତ୍ରୀମାନେ ନ ବୁଲି ପାଣ୍ଡିୟାନ୍ ଓ ସିଏମ୍ଓ ଟିମ୍ ଅଚାନକ ସକ୍ରିୟ ହେବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। […]

  • Friday, 23 July 2021
ଦମଳ
'ମୋ ସରକାର'ର ଗହଳି ଭିତରେ ହଜିଗଲା କି ଲୋକସେବା ଅଧିକାର ଆଇନ

ଭୁବନେଶ୍ୱର: ମୋ ସରକାରର ଗହଳଚହଳ ଭିତରେ ଅକାମୀ ହୋଇଯାଇଛି ଓଡ଼ିଶା ଲୋକସେବା ଅଧିକାର ଆଇନ। ନିର୍ଦ୍ଦିଷ୍ଟ ସମୟ ସୀମାରେ ସେବା ଉପଲବ୍ଧ ପାଇଁ ୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଆଇନରେ ଏବେ ଲୋକଙ୍କୁ ଆଉ ସେବା ମିଳୁନି। ସମୟ ଭିତରେ ସେବା ନ ଦେଲେ ଜରିମାନା ଓ ଦଣ୍ଡ ବିଧାନର ପ୍ରାବଧାନ ଥିଲେ ବି ଏହା କାର୍ଯ୍ୟକାରୀ ହେଉନି। ଏକଥା ଖୋଦ୍ ସରକାରୀ ଅଧିକାରୀ ବି ସ୍ୱୀକାର କରିଛନ୍ତି। ଦେଖିବା ରାଜ୍ୟରେ କେମିତି କାମ […]

  • Friday, 23 July 2021
sbve
ସେନାରେ ଭର୍ତ୍ତି ହେବା ପାଇଁ ଆସିଥିଲେ, ରାସ୍ତାକଡ଼ରେ କାଟିବାକୁ ପଡ଼ିଲା ରାତି

ଭୁବନେଶ୍ୱର : ସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେବାକୁ ଦେଶର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ଆସିଥିଲେ ଯୁବକ। କିନ୍ତୁ ରାଜଧାନୀର ରାସ୍ତାକଡ଼ରେ ଯାଯାବରଙ୍କ ଭଳି ରାତି କାଟିବାକୁ ପଡ଼ିଛି ଏହି ଭବିଷ୍ୟ ଯବାନମାନଙ୍କୁ। ଆଉ ଏହି ଚିତ୍ର ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଟେରିଟୋରିଆଲ୍‌ ଆର୍ମିର ଭୁବନେଶ୍ୱରରେ ଥିବା ୧୨୦ ଇନ୍‌ଫ୍ରାନଣ୍ଟ୍ରି ବାଟାଲିୟନ୍‌ରେ ଯବାନ ଭର୍ତ୍ତି ପାଇଁ ନିଯୁକ୍ତି ରାଲି ବେଳେ ବହୁ ହଇରାଣର ସମ୍ମୁଖୀନ ହୋଇଛନ୍ତି ପରୀକ୍ଷାର୍ଥୀ। କାରଣ ସେମାନଙ୍କ ରହିବା […]

  • Friday, 23 July 2021
c
ଗୁରୁ ନାଁରେ କଳଙ୍କ; ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରି ଏବେ କହୁଛନ୍ତି ବାହା ହେବିନି

ଉଦଳା (ମାନସ ପାଣି): ଲଭ୍‌, ସେକ୍ସ ଓ ଧୋକା। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା। ପ୍ରେମିକାଙ୍କୁ ଠକି ଦେଲେ ଗୁରୁ। ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଏବଂ ପରେ ପ୍ରତାରଣା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଗୁରୁ। ଏମିତି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଘଟିଛି। ଗିରଫ ଅଭିଯୁକ୍ତ ହେଲେ ଶିକ୍ଷକ ସୁରେଶ ଚନ୍ଦ୍ର ମାରାଣ୍ଡି।  ସ୍ଥାନୀୟ ଏକ ହାଇସ୍କୁଲରେ ଶିକ୍ଷକ ଥିବା ସୁରେଶ ଉକ୍ତ ଗ୍ରାମର ଜଣେ […]

  • Friday, 23 July 2021
gir
କୁଖ୍ୟାତ ଅପରାଧୀର ପାପରେ ସାମିଲ୍‌ ଥିଲା ତା ଗାର୍ଲଫ୍ରେଣ୍ଡ

କଟକ: ଅପରାଧ ଦୁନିଆରେ ନିଜର ପତିଆରା ଜାରି ରଖିଥିବା କୁଖ୍ୟାତ ଅପରାଧୀ ଅଜୟ ଗତକାଲି ପୁଲିସ୍ ଏନକାଉଣ୍ଟରେ ଆହତ ହୋଇଛି। କିନ୍ତୁ ଏହାପରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି। କାରଣ ଅପରାଧ ଦୁନିଆର ଅନ୍ଧାର ଗଳିରେ ସି ଏକା ହଜିନି, ବରଂ ତା ସହିତ ଅଛନ୍ତି ତା ପ୍ରେମିକା, ଜନ୍ମକଲା ମାଆ ଓ ଭଉଣୀ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୂରା ପରିବାର ଅପରାଧର ନେଟଓ୍ୱର୍କରେ ସାମିଲ ଥିଲେ। ଅଜୟର ଅପରାଧରେ […]

  • Friday, 23 July 2021
dharmendra
ବିଜେପୁର ପ୍ରଚାରରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଲେ ଧର୍ମେନ୍ଦ୍ର

ବରଗଡ଼: କ୍ୟାମ୍ପେନିଂରେ କମ୍ପୁଛି ବିଜେପୁର। ତିନି ପ୍ରମୁଖ ଦଳ ସେଠାରେ ଜୋରଦାର ପ୍ରଚାର ଚଳାଇଛନ୍ତି। ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଗାଇସିଲେଟ ବ୍ଲକରେ ପ୍ରଚାର  ଆରମ୍ଭ କରିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଗାଁ ଗାଁ ବୁଲି ସାଧାରଣ ସଭାରେ ଭୋଟ ମାଗିଛନ୍ତି ସେ। ପ୍ରଚାର ସଭାରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ଗତଥର ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଥିଲେ। କ’ଣ […]

  • Friday, 23 July 2021
1223344
ପୋଲିସ୍‌ ଗାଡ଼ି ଧରି ଚମ୍ପଟ ମାରିଲା ଅଭିଯୁକ୍ତ

ଉଦଳା: ପୋଲିସ କବ୍‌ଜାରୁ ଅଭିଯୁକ୍ତ ଚମ୍ପଟ! ପୁଣି ପୋଲିସର ବାଇକ ଧରି ! ଉଦଳା ଜଙ୍ଗଲରୁ ପୋଲିସ ବାଇକ ମିଳିବା ପରେ ଏହି ରହସ୍ୟର ପର୍ଦ୍ଦାଫାସ୍ ହୋଇଛି । ମିଳିଥିବା ବାଇକଟି ପୋଲିସ ପାଟ୍ରୋଲିଂ ଗାଡ଼ି ବୋଲି ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପାଟ୍ରୋଲିଂରେ ଯାଇଥିବା ASI ସତ୍ୟନାରାୟଣ ବାରିକ, ହାବିଲଦାର ଦୀପ୍ତେଂଶୁ ଦାସଙ୍କୁ ମୟୂରଭଞ୍ଜ ଏସ୍‌ପି ନିଲମ୍ବନ କରିଛନ୍ତି। ପୂରା ଘଟଣାଟି ଏହିପରି। ଗତକାଲି ରାତିରେ ଶୁଳିଆପଦା ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଖବର ପାଇ  ASI […]

  • Friday, 23 July 2021
34343443
ଛାତ୍ରଙ୍କୁ ଭାତ-ଡାଲି, ବିଇଓଙ୍କ ଥାଳିରେ ସାଲାଡ୍, ଚିକେନ !   

ସୁନ୍ଦରଗଡ଼:ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା ପାଇଁ ସ୍କୁଲ ଯାଇଥିଲେ ବିଇଓ। ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଲେ। ହେଲେ ଏ କ’ଣ ? ପିଲା ଖାଉଛନ୍ତି ଭାତ,ଡାଲି  ଆଉ ବିଇଓଙ୍କ ଥାଳିରେ ଏତେ ପ୍ରକାରର ଖାଦ୍ୟ … ! ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତିଲେଇମାଳ ପ୍ରାଥମିକ ବିଦ୍ୟାଳୟରେ।  ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସଏ ଗତ ୩ ତାରିଖରେ ତିଲେଇମାଳ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନବେଳେ […]

  • Friday, 23 July 2021
23442
ପୁଣି ଜନନୀ ଯନ୍ତ୍ରଣା; ୨କିମି ଖଟିଆରେ ବୁହାହେଲେ ଆସନ୍ନ ପ୍ରସବା  

କେନ୍ଦୁଝର: ପୁଣି ସେଇ ଜନନୀ ଯନ୍ତ୍ରଣା । ଦୁର୍ଗମ ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଏମିତି ଘଟଣାର ପୁନରାବୃତ୍ତି ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳ ଲହଣ୍ଡା ମୁଣ୍ଡାସାହିରେ। ମୁଣ୍ଡାସାହିର ଶୁକଲାଲ ମୁଣ୍ଡାଙ୍କ ସ୍ତ୍ରୀ ମେଚ  ଗତକାଲି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ।  ସଂପର୍କୀୟମାନେ ଜନନୀ ଏକ୍ସପ୍ରେସକୁ ଫୋନ୍ କରିଥିଲେ । ହେଲେ ପାହାଡ଼ିଆ ଦୁର୍ଗମ ରାସ୍ତା ଯୋଗୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା।  ବାଧ୍ୟ ହୋଇ ପରିବାର ଲୋକେ ମେଚଙ୍କୁ […]

  • Friday, 23 July 2021
655657464
ଟ୍ରାଫିକ ନିୟମକୁ ଫୁ, ରାସ୍ତାରେ ଏମିତି ଷ୍ଟଣ୍ଟ...!

ରାଉରକେଲା: ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବାପରେ ଟ୍ରାଫିକ ନିୟମକୁ କଡାକଡି କରାଯାଉଛି।  ଏପରିକି ଆଇନ ଉଲ୍ଲଂଘନକାରୀଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯାଉଛି ।  କିନ୍ତୁ ଏହି ନିୟମକୁ ବେଖାତିର କରି ରାଉରକେଲାରେ ରାସ୍ତା ଉପରେ କିଛି ଯୁବକ ଅତ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଇ ଆଇନକୁ ଚ୍ୟାଲେଞ୍ଜ ଦେଇଛନ୍ତି। ୩ଜଣ ଯୁବକ ରାଉରକେଲାର ବିଏସଏନଏଲ ଛକରୁ ମାଲଗୋଦାମ ରାସ୍ତା ମଧ୍ୟରେ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ଏଥି ସହିତ ଭିନ୍ନ ପ୍ରକାର ଷ୍ଟଣ୍ଟ ମଧ୍ୟ ଦେଖାଇଛନ୍ତି। କେହି […]

  • Friday, 23 July 2021
srimafra
ଶ୍ରୀମନ୍ଦିର ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

ପୁରୀ: ଶ୍ରୀମନ୍ଦିର ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ ହୋଇଛି। ପୂର୍ବରୁ ଶ୍ରଦ୍ଧାଳୁ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ଭିତର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ। ଯାହା ଶ୍ରୀମନ୍ଦିରରେ ଘଣ୍ଟାଏ ପରେ ଅର୍ଥାତ ସଂଧ୍ୟା ୫ଟାରେ ନୀଳଚକ୍ରରେ ବନ୍ଧା ଯାଉଥିଲା। ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜିଠୁ ଶ୍ରଦ୍ଧାଳୁ ଅପରାହ୍ନ ୩ଟା ସୁଦ୍ଧା ଧ୍ୱଜା ଦାଖଲ କରିବେ। ଯାହା ଅପରାହ୍ନ ୪ଟାରେ ଧ୍ୱଜା ବନ୍ଧାଯିବ।

  • Friday, 23 July 2021
f
ଛାଡ଼ୁନି ସାରଥି ମୋହ; ଫଟୋ ରଖି ଚାଲିଛି ଭଜନ କୀର୍ତ୍ତନ

ଭଦ୍ରକ(ପାର୍ଥ ସାରଥି ନାୟକ): ଏବେ ବି ସାରଥି ମାୟାରେ ବାୟା ଭକ୍ତ। ସାରଥି ମୋହ ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଏତେ ସବୁ ଘଟଣା ଘଟିବା ପରେ ବି ବହୁ ଲୋକ ସାରଥିଙ୍କ ଫଟୋ ରଖି ପୂର୍ବ ପରି ଭଜନ କୀର୍ତ୍ତନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ମଠସାହି ଅଞ୍ଚଳରେ। ଗତକାଲି ସଂଧ୍ୟାରେ ଏକ ଘର ଭିତରେ ଆତ୍ମଘୋଷିତ ଭଗବାନ ସାରଥିଙ୍କ ଫଟୋ ରଖି ତାଙ୍କର କିଛି ଅନୁଗାମୀ […]

  • Friday, 23 July 2021
d
ବିଜେପୁର ମଇଦାନରେ ଷ୍ଟାର୍ ପ୍ରଚାରକ; ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ବରଗଡ଼: ବିଜେପୁର ବ୍ୟାଟେଲ୍ ପାଇଁ ଜୋର ଧରିଛି ରାଜନୀତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲେଇଲେଣି ଷ୍ଟାର ପ୍ରଚାରକ। ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ। ଏହି ଦୁଇ ସ୍ଥାନରେ ସାଧାରଣ ସଭା କରି ବିଜେପିକୁ ବହୁ ମତରେ ବିଜୟୀ କରିବାକୁ ଆହ୍ୱାନ ଦେବା ସହ କେନ୍ଦ୍ର ସରକାରଙ୍କ ସଫଳତାର […]

  • Friday, 23 July 2021
4545455
ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି

କେନ୍ଦୁଝର: ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର । ଆଜି  ପୂର୍ବାହ୍ନ ୧୦ଟାରେ ଏସ୍‌ପି ଥାନା ପରିଦର୍ଶନରେ ଯାଉଥିବା ବେଳେ ତୁରୁମୁଙ୍ଗା ବଜାର ଝାରବେଡା ଛକରେ ଏକ ୧୦ ଚକିଆ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା । ଏସ୍‌ପି ଗାଡ଼ିର ସାମ୍ନାପଟରେ ବସିଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କର କୌଣସି କ୍ଷତି ହୋଇନାହିଁ । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଅଟକ ରଖିଛି।

  • Friday, 23 July 2021
n
କୃଷ୍ଣଚନ୍ଦ୍ରଙ୍କ ହତ୍ୟାକାରୀଙ୍କୁ ଗିରଫ ନ କଲେ ଆନ୍ଦୋଳନର ଚେତାବନୀ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ସ୍ୱାମୀଙ୍କ ମୃତ୍ୟୁକୁ ୬ ଦିନ ପୂରିଲାଣି। ହେଲେ ହତ୍ୟାକାରୀର ସନ୍ଧାନ ପାଉନି ପୁଲିସ୍‌। ପରିବାର ଲୋକେ ଏଥିରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦେବା ସତ୍ତ୍ୱେ ପୁଲିସ୍‌ ତାଙ୍କୁ କେବଳ ପଚରାଉଚରା କରିଛି। କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ ଜଗତସିଂହପୁର ଦାଆଗାଁରେ ଜୀଅନ୍ତା ଜାଳି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣୁଥିବା ବେଳେ ପୁଲିସ୍‌ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି। କୃଷ୍ଣଚନ୍ଦ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି […]

  • Friday, 23 July 2021
vvv
ଲାଲ୍‌ ଗଡ଼ରେ ଘୂରିବୁଲୁଛି ଏକ ଲାଇଟ୍; ଯାହାକୁ ନେଇ ଏବେ ସନ୍ଦେହ

ମାଲକାନଗରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍‌ କ୍ୟାମ୍ପ ଉପରେ  ଡ୍ରୋନ୍‌ କ୍ୟାମେରା ଉଡ଼ୁଥିବା ପୁଲିସ୍‌ ସନ୍ଦେହ କରୁଛି। ଗତ କିଛି ଦିନ ହେଲେ ମଧ୍ୟରାତ୍ରିରେ ସିଆରପିଏଫ୍‌  କ୍ୟାମ୍ପ ଉପରେ ଜୁଳିଜୁଳିଆ ପୋକ୍ ଭଳି ଆଲୋକ ଦେଖାଯାଉଛି। ଯାହାକି ସ୍ଥାନୀୟ ପୁଲିସ୍‌କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହା ନକ୍ସଲଙ୍କ ଡ୍ରୋନ କ୍ୟାମେରା ହୋଇଥାଏ ପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି। ଏହି ଘଟଣାକୁ ନେଇ ପୁଲିସ୍‌ ତତ୍ପରତା ପ୍ରକାଶ କରିବା […]

  • Friday, 23 July 2021
rain
ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ଯାଏ ସତର୍କ ରହିବାକୁ ୪ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭଗ। ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, ଗଜପତି ଓ ମାଲକାନଗିରି। ତେବେ ବର୍ତ୍ତମାନ ସମୟରେ ହାଲ୍‌କା ଶୀତର ଲହରୀ ଅନୁଭୂତ ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ  ସେମିତି କୌଣସି […]

  • Friday, 23 July 2021
ff
ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ !

କଟକ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍‌ରେ। ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍‌ରେ ଯାଉଥିଲେ। କିନ୍ତୁ ହଠାତ୍‌ ଯୁବକ ଜଣକ କାଠଯୋଡ଼ି ବ୍ରିଜ୍ ଉପରେ ବାଇକ୍ ରଖି ଦୌଡ଼ି ଦୌଡ଼ି ଯାଇ ନଦୀକୁ ଡେଇଁ ପଡ଼ିଥିଲେ। ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇ ନାହିଁ। ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ […]

  • Friday, 23 July 2021
bus-
ବସ୍‌କୁ ପଛରୁ ପିଟିଲା ବସ୍; ୭ ଯାତ୍ରୀ ଆହତ

କଟକ : କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଆଜି ସକାଳେ ଗୋଟିଏ ବସ୍ ଆଉ ଗୋଟିଏ ବସ୍‌କୁ ପଛରୁ ପିଟି ଦେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଟି ଯାକ ବସ୍‌ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପଛ ବସ୍‌ଟି ଦ୍ରୁତ ଗତିରେ ଆସି ଆଗ ବସ୍‌ଟିକୁ ପଛରୁ ପିଟି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ […]

  • Friday, 23 July 2021
gobandhu
ଆଜି ଗୋପବନ୍ଧୁଙ୍କ ଜୟନ୍ତୀ

ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ  ତାଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।  ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରାଯାଇଥିଲା। ସିନେ ତାରକା ସବ୍ୟସାଚୀ ମିଶ୍ର ସୁଆଣ୍ଡୋ ଯାଇ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଛନ୍ତି। ଏପଟେ ଭୁବନେଶ୍ୱରରେ ମଧ୍ୟ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି।  କଂଗ୍ରେସ ଭବନ ଓ ଗୋପବନ୍ଧୁ ଛକଠାରେ ଜୟନ୍ତୀ ପାଳିତ ହୋଇଛି। କଂଗ୍ରେସ ଭବନରେ ପିସିସି […]

  • Friday, 23 July 2021
car
ଦିନ ୧୧ଟାରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିବ

ଭୁବନେଶ୍ୱର: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ଗତ ରାତିରୁ ଆରମ୍ଭ ହୋଇଛି ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି। ଭସାଣ ଉତ୍ସବ ପାଇଁ ଟ୍ୱିନ୍‌ସିଟିରେ ବ୍ୟାପକ ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଯାଇଛି। କଟକ ଦେବୀଗଡ଼ା ଘାଟରେ ସହରର ସମୁଦାୟ ୧୬୨ଟି ମେଢ଼ ବିସର୍ଜନ କରାଯିବ। ଏଥିପାଇଁ ଏଠାରେ ୩ଟି ଅସ୍ଥାୟୀ ପୋଖରୀ ତିଆରି ହୋଇଛି। ସହରର ସମସ୍ତ ମେଢ଼ କଲେଜ ଛକ, ରାଣୀହାଟ, […]

  • Friday, 23 July 2021
n
ପାରାଦୀପ ଟ୍ରଲର ବୁଡ଼ି ଘଟଣା; ମିଳିଲା ମୃତଦେହ, ଏବେବି ଜଣେ ନିଖୋଜ୍‌

ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡ଼ି ଘଟଣାରେ ଏବେବି  ଜଣେ ନିଖୋଜ ଅଛନ୍ତି। ତାଙ୍କ ନା ଲକ୍ଷ୍ମୀଧର ଦାସ।   ଆଜି ସକାଳୁ ନିଖୋଜ ଥିବା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଆ ଜାଡୁଆ ନାମକ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ୫ଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଗତକାଲି ଫେରୁଥିବାବେଳେ ଅପରାହ୍ନରେ ହଠାତ ସମୁଦ୍ର ଅଶାନ୍ତ ହୋଇଯାଇଥିଲା। ଲହଡ଼ି ମାଡ଼ରେ ଟ୍ରଲରଟି ବୁଡ଼ି ଯାଇଥିଲା। ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀ ଏକ […]

  • Friday, 23 July 2021
ggg
ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଘଟଣାରେ ଜଣେ ଗିରଫ

ରାୟଗଡ଼ା: ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍ କରିବା ଘଟଣାରେ ପୋଲିସର କର୍ଯ୍ୟାନୁଷ୍ଠାନ। ଜଣେ ଯୁବକଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଟିକିରି ଥାନା ପଞ୍ଚାଲି ଗାଁର ଅଗସ୍ତି ଗରଡ଼ା। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଅନ୍ୟ କିଛି ଯୁବକଙ୍କ ସହ ମିଶି ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଫଟୋକୁ ପୂଜା କରିବା ସହ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ପୋଡ଼ିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ରାୟଗଡ଼ା ଜିଲ୍ଲାରେ ତୀବ୍ର […]

  • Friday, 23 July 2021