• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆମେ ସକାଳୁ ଉଠି ପ୍ରଥମେ ବ୍ରଶ୍‌ କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ଏହି କୋଲ୍‌ଗେଟ୍‌ ଆମର ଦାନ୍ତ ସଫା କରିବା ସହ ଆଉ କଣ କଣ ସଫା କରିବାରେ ସାହାଯ୍ୟ କରେ।

ତେବେ ପଢ଼ନ୍ତୁ କୋଲଗେଟ୍‌କୁ କିପରି ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ

[caption id="attachment_28500" align="aligncenter" width="750"] image credit-terracycle.com[/caption]

୧.ଆପଣଙ୍କ ନଖ ଯଦି ହଳଦିଆ ହୋଇଯାଇଛି ତାହାଲେ ଆପଣ କୋଲଗେଟ୍‌ ଲଗାଇ ନଖ ସଫା କରିପାରିବେ।

୨.ଆପଣ କୋଲଗେଟ୍‌କୁ ବ୍ୟବହାର କରି ଚସମା କାଚ, ଆଇନା ,ମୋବାଇଲ୍‌ ସ୍କ୍ରିନ୍‌, ଗାଡ଼ି କାଚ ଏବଂ କାଚ ଜିନିଷ ସଫା କରନ୍ତୁ ଦେଖିବେ ଚକ୍‌ ଚକ୍‌ କରିବ।

୩. ମୁହଁରେ ବ୍ରଣ ହେଉଥିଲେ କୋଲଗେଟ୍‌ ଲଗାଇଲେ ଏହା ଭଲ ହୋଇଯିବ।

[caption id="attachment_28498" align="aligncenter" width="750"] image credit-madbananas.in[/caption]

୪. କିଛି କୋକାକୋଲାରେ ଅଳ୍ପ କୋଲଗେଟ୍‌ ମିଶାଇ ବେସିନ୍‌ ଓ ଷ୍ଟିଲ୍‌ ଟ୍ୟାପ୍‌ ଇତ୍ୟାଦି ସଫା କରିପାରିବେ।

୫. ମାର୍ବଲ ଯୋଡା ହୋଇଥିବା ଯାଗା ଯଦି କଳା ହେଇଯାଇଛି ତାହାଲେ କୋଲଗେଟ୍‌ ଦ୍ୱାରା ଏହା ଭଲରେ ସଫା ହୋଇଥାଏ।

[caption id="attachment_28499" align="aligncenter" width="750"] image credit-httpmetrofeel.com[/caption]

୬. ପିଆଜ, ରସୁଣ ଇତ୍ୟାଦି କାଟିଲେ ଯଦି ହାତରୁ ଗନ୍ଧ ବାହାରୁଥାଏ। କୋଲଗେଟ୍‌ରେ ହ୍ୟାଣ୍ଡୱାସ୍‌ କଲେ ଦୁର୍ଗନ୍ଧ କମିଯିବ।

୭. ଏଥିରେ ମଇଳା ହୋଇଥିବା ଜୋତା ମଧ୍ୟ ସଫା କରିପାରିବେ।