Advertisment

ତ୍ୱଚା ପାଇଁ ମଲ୍ଲୀ ଫୁଲ, ମିଳେ ଅନେକ ଫାଇଦା

ମଲ୍ଲୀ ଫୁଲର ମନଲୋଭା ବାସ୍ନା ଖୁବ୍‌ ସୁନ୍ଦର । କିନ୍ତୁ କଣ ଆପଣ ଜାଣନ୍ତି କି ଏହା କେବଳ ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ୱଚାର ବି ସୌନ୍ଦର୍ଯ୍ୟ ବଢାଇଥାଏ । ମଲ୍ଲୀ ଫୁଲର ଅନେକ ଉପକାରୀ ଗୁଣ ରହିଛି ଯାହା ତ୍ୱଚାରେ ଚମକ ଆଣିଥାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Jasmine Skin Benefits

Beauty Tips

ସାଧାରଣତଃ ମଲ୍ଲୀ ଫୁଲକୁ ସ୍ତ୍ରୀ ବା ଝିଅମାନେ ବିବାହ ଆଦି ଦିନ ମାନଙ୍କରେ ମୁଣ୍ଡରେ ପିନ୍ଧିଥିବାର ଦେଖିଥିବେ । ସେମାନେ କିଛି ଭଲ ଦିନ ବା ପର୍ବପର୍ବାଣୀ ଆଦିରେ ମଧ୍ୟ ଏହାକୁ ପିନ୍ଧିଥାନ୍ତି । ଏହି ମଲ୍ଲୀ ଫୁଲର ହାର ସେମାନଙ୍କ ମୁଣ୍ଡରେ ଅର୍ଥାତ୍‌ କେଶରେ ବହୁ ଶୋଭା ପାଏ । ଏହାର ମନଲୋଭା ବାସ୍ନା ବି ଖୁବ୍‌ ସୁନ୍ଦର, ତେଣୁ ଏହାର ଅତର ଆଦି ମଧ୍ୟ ବଜାରରେ ମିଳିଥାଏ । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଏହା କେବଳ କେଶ କି ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ବଚାର ବି ଶୋଭା ବଢାଇଥାଏ, ତାହେଲେ ଆପଣ ନିଶ୍ଚୟ ଖୁସି ହେବେ। ବାସ୍ତବରେ ଏହି କଥାଟି ସତ। ମଲ୍ଲୀ ଫୁଲର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି।

Advertisment

ମଲ୍ଲୀ ଫୁଲକୁ ମୋଗରା, ଚମେଲି, ଅରେବିୟନ୍‌ ଜ୍ୟାସ୍‌ମିନ୍‌, ମଦନବନ, ସୟାଲି, କୁଣ୍ଡା ବା ମଲ୍ଲୀକା ଆଦି ନାମରେ ବି ଜଣାଯାଏ। ତେବେ ସୁଗନ୍ଧରେ ବ୍ୟବହୃତ ଏହି ମଲ୍ଲୀ ଫୁଲରେ ଭରପୁର ମାତ୍ରାରେ ମଶ୍ଚରାଇଜିଙ୍ଗ୍ ଗୁଣ ବି ରହିଛି। ଯାହା ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ। ଏହାକୁ କିପରି ବ୍ୟବହାର କଲେ ଆପଣଙ୍କ ତ୍ବଚା ଏହି ଲାଭ ପାଇପାରିବ, ଆସନ୍ତୁ ଜାଣିବା

ଅଧିକ ପଢ଼ନ୍ତୁ: Skin Care Tips: ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ କିଛି ଟିପ୍ସ୍

Advertisment

ମଲ୍ଲୀ ଫୁଲର ତ୍ୱଚା ପାଇଁ ଉପକାରିତା:

କୋମଳ ତ୍ୱଚା ପାଇଁ:

  • ସ୍ମୁଥ୍ ସ୍କିନ୍ ପାଇଁ ମଲ୍ଲୀ ଫୁଲର ପ୍ୟୁରୀ ବା ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍‌କୁ ଡିପ୍‌ ମଶ୍ଚରାଇଜ୍‌ କରିବା ସାଙ୍ଗକୁ ସଫ୍ଟ ବନେଇଥାଏ। ଏହାଛଡ଼ା ଆପଣ ମଲ୍ଲୀ ଫୁଲ ବ୍ୟବହୃତ ପ୍ରଡକ୍ଟ ବି ବ୍ୟବହାର କରିପାରିବେ।

ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରେ:

  • ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ରୋକିବା ପାଇଁ ଘରେ ବନାନ୍ତୁ ମଲ୍ଲୀ ଫୁଲର ବଡି ସ୍ପ୍ରେ। ଏଥିପାଇଁ ଜସ୍ମିନ୍‌ ଏସେନ୍ସ ଅଏଲ୍‌ର ବ୍ୟବହାର କରିପାରିବେ। ଏଥିପାଇଁ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଏହା ଏକ ସବୁଠାରୁ ପ୍ରଭାବଶାଳୀ ବ୍ୟୁଟି ହ୍ୟାକ୍, ଯାହାର ବ୍ୟବହାର ଆପଣଙ୍କ ତ୍ୱଚାକୁ ଚମକ ଆଣିବାରେ ସାହାଯ୍ୟ କରେ।

ବ୍ରଣ ସମସ୍ୟା ଦୁର ହେବ:

  • ମୁହଁରେ ବ୍ରଣ ସମସ୍ୟାକୁ ଦୂର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ସିଧା ସଳଖ ମୁହଁରେ ଲଗାନ୍ତୁ। ଏହା କରିବା ଦ୍ୱାରା ମୁହରେ ବ୍ରଣ କମିଥାଏ ।

ଅଧିକ ପଢ଼ନ୍ତୁ: ଡାର୍କ ସର୍କଲ ପାଇଁ ଚିନ୍ତିତ କି ? ଜାଣନ୍ତୁ ତିନୋଟି ମୁଖ୍ୟ କାରଣ

ସନ୍‌ ଡ୍ୟାମେଜ୍‌:

  • ସୂର୍ଯ୍ୟ କିରଣ ଦ୍ବାରା ହେଉଥିବା ସ୍କିନ୍ ଡ୍ୟାମେଜ୍‌କୁ ରୋକିବା ପାଇଁ ମଲ୍ଲୀ ଫୁଲର ରସକୁ ମୁଁହରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କୁ ତୁରନ୍ତ ଫ୍ରେଶ୍‌ ଅନୁଭବ ହେବ। ଆପଣଙ୍କ ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ବାରା ଆପଣଙ୍କୁ ସତେଜ ଅନୁଭବ ହେବ।

ଫେସ୍‌ ପ୍ୟାକ୍‌:

  • ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ବନାନ୍ତୁ। ଏହାକୁ ସିଧା ସ୍କିନ୍‌ରେ ଲଗାନ୍ତୁ। ଏହାକୁ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହି ଫେସ୍ ପ୍ୟାକ୍ ତ୍ୱଚାରେ ଚମକ ଆଣିଥାଏ

କେଶ ପାଇଁ ବି ବ୍ୟବହାର କରିପାରିବେ:

  • ମଲ୍ଲୀ ଫୁଲର ହାରରେ ଆପଣ କେଶକୁ ସଜେଇଥିବେ ବା ଦେଖିଥିବେ ନିଶ୍ଚୟ । କିନ୍ତୁ କେଶର ଡିପ୍‌ କଣ୍ଡିସ୍‌ନିଂଙ୍ଗ୍ ପାଇଁ ବି ମଲ୍ଲୀ ଫୁଲକୁ ବ୍ୟବହାର କରିହେବ । ଏଥିପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ବହୁତ ଭଲରେ ସାଇନିଂ କରିଥାଏ ।
jasmine(Jasmine Skin Benefits)
Jasmine Beauty Tips
Advertisment
Advertisment