Advertisment

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ‘ଦୁଇ ସ୍ତ୍ରୀ ଥିଲେ ମିଳିବ ୨ ଲକ୍ଷ’

ଯଦି ଆମ ସରକାର ଆସେ ତେବେ ଆମେ ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ । ଆଉ ଯେଉଁମାନଙ୍କ ଦୁଇଟି ପତ୍ନୀ ଥିବ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିବ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Men With 2 Wives Will Get Rs 2 Lakh: Kantilal Bhuria

Kantilal Bhuria

ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶ ରତଲାମ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ କାନ୍ତିଲାଲ୍‌ ଭୁରିଆ । ଗୁରୁବାର ଏକ ରାଲିରେ ଯୋଗ ଦେଇ ଦଳ ପ୍ରସ୍ତାବ ଦେଇଥିବା ‘ମହାଲକ୍ଷ୍ମୀ’ ଯୋଜନା ସମ୍ପର୍କରେ ଏକ ଅଜବ ବୟାନ ଦେଇଥିଲେ। କାନ୍ତିଲାଲ୍‌ଙ୍କ ଏହି ବୟାନ ପରେ ବିବାଦ ଉପୁଜିଛି । ସେ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନ୍ୟାୟ ଯାତ୍ରା (ଘୋଷଣା ପତ୍ର)ରେ ମହାଲକ୍ଷ୍ମୀ ଯୋଜନା ବିଷୟରେ କହିଥିଲେ। ଯଦି ଆମ ସରକାର ଆସେ ତେବେ ଆମେ ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ । ଆଉ ଯେଉଁମାନଙ୍କ ଦୁଇଟି ପତ୍ନୀ ଥିବ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିବ ।

Advertisment

ଏହି ବୟାନ ପରେ ଶାସକ ଭାରତୀୟ ଜନତା ପାର୍ଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପୂର୍ବ କଂଗ୍ରେସ ନେତୃତ୍ୱାଧୀନ UPA ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା କାନ୍ତିଲାଲ ଭୁରିଆଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କଠାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସୈଲାନାରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ଭୁରିଆ କହିଛନ୍ତି, 'ଆମର ମେନିଫେଷ୍ଟୋ ପ୍ରତ୍ୟେକ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି । ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଯେଉଁ ବ୍ୟକ୍ତିଙ୍କର ଦୁଇଟି ପତ୍ନୀ ଅଛନ୍ତି, ସେ ଦୁହେଁ ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବେ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି ? ଜାଣନ୍ତୁ କେବେ ଦେବେ ଭୋଟ୍...

Advertisment

ସେହି ରାଲିରେ ଯୋଗ ଦେଇ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ଜିତୁ ପାଟୱାରୀ ଭୁରିଆଙ୍କ ବୟାନକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, 'ଭୁରିଆ ଜୀ ଏକ ଚମତ୍କାର ଘୋଷଣା କରିଛନ୍ତି ଯେ ଦୁଇ ପତ୍ନୀ ଥିବା ବ୍ୟକ୍ତି ଦୁଇଗୁଣ ପାଇବେ (୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା)। ' କଂଗ୍ରେସ ମେନିଫେଷ୍ଟୋ ଅନୁଯାୟୀ, ମହାଲକ୍ଷ୍ମୀ ଯୋଜନା ଅଧୀନରେ ଦାରିଦ୍ର୍ୟ ସୀମାରେଖା (ବିପିଏଲ)ରେ ରହୁଥିବା ମହିଳାମାନେ ଏହି ବର୍ଗରୁ ବାହାରିବା ପର୍ଯ୍ୟନ୍ତ ମାସକୁ ୮୫୦୦ ଟଙ୍କା ପାଇବେ, ଯାହା ବାର୍ଷିକ ୧୦୨୦୦୦ ଟଙ୍କା ଅଟେ।

ସୂଚନା ଅନୁସାରେ ମଧ୍ୟପ୍ରଦେଶ ଜଙ୍ଗଲ ମନ୍ତ୍ରୀ ନାଗର ସିଂ ଚୌହାନଙ୍କ ପତ୍ନୀ ଅନୀତା ଚୌହାନଙ୍କ ବିରୋଧରେ ଭୁରିଆ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ମେ’ ୧୩ରେ ରତଲାମ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହେବ ।

ସୂଚନା ଅନୁସାରେ କାନ୍ତିଲାଲ୍‌ ଭୁରିୟା ରତଲାମ୍‌ ଆସନରୁ ୨୦୦୯ ଲୋକସଭା ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ବିଜେପିର ଦିଲୀପ ସିଂ ଭୁରିୟାଙ୍କୁ ପରାଜୟ ବରଣ କରିଥିଲେ । ତେବେ ୨୦୧୫ରେ ଦିଲୀପ ସିଂଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ପୁଣି କଂଗ୍ରେସ ନେତା କାନ୍ତିଲାଲ୍‌ ବିଜୟଲାଭ କରିଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ପୁଣି ଥରେ ବିଜେପି ପ୍ରାର୍ଥୀଙ୍କଠାରୁ ପରାଜୟ ବରଣ କରିଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ପାଇଁ ଗଡ଼କରୀଙ୍କ ବଡ଼ ଘୋଷଣା... ପାରାଦୀପରେ ହେବ ଏୟାରପୋର୍ଟ, ଭୁବନେଶ୍ୱର ରିଂ ରୋଡ୍

Congress General Election 2024
Advertisment
Advertisment