Advertisment

ଆପଣ ଘରେ ସଙ୍ଗରୋଧ କି? ତେବେ ମାନନ୍ତୁ ଏହି ନିୟମ

କରୋନା ଭାଇରସର ଦ୍ୱିତୀୟ ଲହରରେ ସବୁ ବୟସର ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଯଦିଓ ସାମାନ୍ୟ ଲକ୍ଷଣ ଦେଖାଯାଉଛି ତେବେ ଅନେକ ଗମ୍ଭୀର ରୋଗୀ ମଧ୍ୟ ବାହାରକୁ ଆସୁଛନ୍ତି। କରୋନାରେ ଅଧିକଭାରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ସାମାନ୍ୟ କିମ୍ବା ମଧ୍ୟମ କ୍ଷେତ୍ରରେ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଯାହାକୁ ଗୃହ ସଂଗରୋଧ କୁହାଯାଉଛି। ଗୃହ ସଂଗରୋଧ ହୋଇ ରୋଗୀ ନିଜକୁ ଘରର ଅନ୍ୟ ସଦସ୍ୟମାନଙ୍କଠାରୁ ଅଲଗା କରି ଡାକ୍ତରଙ୍କ ପରାମର୍ଶରେ […]

author-image
Pramod Behera
ଆପଣ ଘରେ ସଙ୍ଗରୋଧ କି? ତେବେ ମାନନ୍ତୁ ଏହି ନିୟମ

Untitled-1

କରୋନା ଭାଇରସର ଦ୍ୱିତୀୟ ଲହରରେ ସବୁ ବୟସର ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଯଦିଓ ସାମାନ୍ୟ ଲକ୍ଷଣ ଦେଖାଯାଉଛି ତେବେ ଅନେକ ଗମ୍ଭୀର ରୋଗୀ ମଧ୍ୟ ବାହାରକୁ ଆସୁଛନ୍ତି। କରୋନାରେ ଅଧିକଭାରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ସାମାନ୍ୟ କିମ୍ବା ମଧ୍ୟମ କ୍ଷେତ୍ରରେ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଯାହାକୁ ଗୃହ ସଂଗରୋଧ କୁହାଯାଉଛି। ଗୃହ ସଂଗରୋଧ ହୋଇ ରୋଗୀ ନିଜକୁ ଘରର ଅନ୍ୟ ସଦସ୍ୟମାନଙ୍କଠାରୁ ଅଲଗା କରି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହୋଇଥାନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଘରେ ସଂଗରୋଧ ଅଛନ୍ତି ଏବଂ ନିଜର ଚିକିତ୍ସା କରୁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment

ଏମ୍ସର ନୂଆ ଗାଇଡ୍‌ଲାଇନ୍ ଅନୁଯାୟୀ, ଯଦି ରୋଗୀର ସାମାନ୍ୟ ସଂକ୍ରମଣ ହୁଏ ଏବଂ ନିଶ୍ୱାସ ନେବାରେ କୌଣସି ଅସୁବିଧା ହୁଏ ନାହିଁ, ଅମ୍ଳଜାନ ସ୍ତର ମଧ୍ୟ ସ୍ଵାଭାବିକ ଥାଏ ତେବେ ସେହି ରୋଗୀମାନେ ଘରେ ରହି ଆତ୍ମନିର୍ଭରଶୀଳ ହେବା ଏବଂ ଫୋନରେ ସେମାନଙ୍କର ଡାକ୍ତରଙ୍କ ସହିତ ଯୋଗାଯୋଗ ରହିବା ଉଚିତ।

publive-image

କରୋନା ରୋଗୀ ଘରେ ଏକ ଭେଣ୍ଟିଲେଟେଡ୍ ରୁମ୍‌ରେ ଅଲଗା ରହିବା ଅତ୍ୟନ୍ତ ଜରୁରୀ। ରୋଗୀ ପାଇଁ ଅଲଗା ଶୌଚାଳୟ ରହିବା ମଧ୍ୟ ଆବଶ୍ୟକ। ରୋଗୀର ଯତ୍ନ ନେବା ପାଇଁ ଘରର ଜଣେ ସଦସ୍ୟ ରହିବା ଉଚିତ ଯିଏ ତାଙ୍କୁ ଖାଦ୍ୟ ଇତ୍ୟାଦି ଦେବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଏଥିପ୍ରତି ମଧ୍ୟ ନଜର ରଖିବା ଉଚିତ ଯେ ରୋଗୀର ଲକ୍ଷଣ ଯେପରି ଗମ୍ଭୀର ନ ହୁଏ।

Advertisment

ରୋଗୀ ଅନ୍ୟ ଲୋକଙ୍କଠାରୁ ଦୂରରେ ରହିବା ଉଚିତ। ସେ ସବୁବେଳେ ତିନି କିମ୍ବା ପାଞ୍ଚ ସ୍ତରର ମାସ୍କ ପିନ୍ଧିବା ଉଚିତ। ସ୍ୱଚ୍ଛତାର ରକ୍ଷଣାବେକ୍ଷଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ରୋଗୀ ୨୦ ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ କିଛି ସମୟ ସାବୁନରେ ହାତ ଧୋଇବା ଉଚିତ। ତାଙ୍କ ପୋଷାକ, ବାସନ, ଚାଦର ଇତ୍ୟାଦି ଅଲଗା ଡିଟର୍ଜେଣ୍ଟରେ ଧୋଇବା ଉଚିତ। ଏ କଥା ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ ଯେ ଅନ୍ୟମାନେ ସ୍ପର୍ଶ କରୁଥିବା ସ୍ଥାନକୁ ରୋଗୀ ଯେପରି ନ ଛୁଏଁ। ଯଦି ସ୍ପର୍ଶ କରନ୍ତି ତେବେ ତୁରନ୍ତ ସେହି ସ୍ଥାନକୁ ସାନିଟାଇଜ୍ କରନ୍ତୁ।

ସଂକ୍ରମିତ ରୋଗୀ ଦିନକୁ ୪ ରୁ ୫ ଥର ଅକ୍ସିମିଟରରେ ଅମ୍ଳଜାନ ଯାଞ୍ଚ କରିବା ଉଚିତ। ଯଦି ଅକ୍ସିମିଟରରେ ୯୪ କିମ୍ବା ତା’ଠାରୁ କମ ସ୍ତର ଦେଖାଯାଉଛି, ତେବେ ଦୁଇରୁ ତିନିଥର ପୁନର୍ବାର ଯାଞ୍ଚ କରନ୍ତୁ। ଏହା କରିବାବେଳେ, ଆପଣ ତଳ ମୁହାଁ ହୋ‍ଇ କରନ୍ତୁ। ଏହା ପରେ ମଧ୍ୟ ଯଦି ଅମ୍ଳଜାନ ସ୍ତର ବୃଦ୍ଧି ନ ହୁଏ ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

କରୋନା ରୋଗୀମାନେ ଘରେ ତିଆରି ଗରମ, ସତେଜ ଏବଂ ସାଧା ଖାଦ୍ୟ ଖାଇବା ଉଚିତ। ଖାଦ୍ୟରେ କମଳା, ମୌସୁମୀ, ଲେମ୍ବୁ ଇତ୍ୟାଦି ଭିଟାମିନ୍ ସି’ଯୁକ୍ତ ଫଳ ଖାଆନ୍ତୁ। ଏହା ବ୍ୟତୀତ ବାଇଗଣ, ବିନ୍ସ, ଛତୁ, ଡାଲି, ଚିକେନ୍, ମାଛ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ସହିତ ହଳଦୀ, ରସୁଣ, ଅଦା, ଡାଲଚିନ୍ ଭଳି ମସଲାଜାତୀୟ ଖାଦ୍ୟ ଖାଇବା ଉଚିତ। ଦହି ପରି ପ୍ରୋବାୟୋଟିକ୍ ଖାଦ୍ୟ ଭୋଜନରେ ସାମିଲ କରନ୍ତୁ। ପ୍ରଚୁର ପରିମାଣର ପାଣି ପିଇବା ଜରୁରୀ।

Advertisment
Advertisment