ଏବେ ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଏହି ଶୀତରେ ନିଜକୁ କେମିତି ସୁରକ୍ଷିତ ରଖିବେ ସେ ନେଇ ଆପଣଙ୍କୁ କିଛି ଟିପ୍ସ କହୁଛୁ । ୧- ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ । ୨- ଘରୁ ବାହାରକୁ ବାହାରିଲେ, ସ୍ୱେଟର୍, ଟୋପି, […]
ଆଖିକାଲି ଅଧିକାଂଶ ଲୋକ ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଆଖିରେ ଚଷମା । ଅନେକ ତ ସଉକରେ ଚଷମା ପିନ୍ଧନ୍ତି । କିନ୍ତୁ ଅଧିକାଂଶ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଚଷମା ବ୍ୟବହାର କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ହିଁ ଆଜିର ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି । ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ୁଛି। ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ଓ ଲ୍ୟାପଟପ୍ ଆଦି ବ୍ୟବହାରରେ କଟୁଛି। ଯାହାଫଳରେ […]
ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା କରିବାକୁ ଇଚ୍ଛା ହୁଏ । ଏହି ସମସ୍ୟାକୁ କିପରି ଦୂରେଇବା ଆସନ୍ତୁ ଜାଣିବା – ୧ – ଶୀତରେ ବେଶୀ ସାବୁନ୍ର ବ୍ୟବହାର କରନ୍ତୁ ନାହିଁ । […]
ଆଜିକାଲିର ନିତିଦିନିଆ ସମସ୍ୟା ହାଇଗଲାଣି ହୃଦରୋଗ , ଉଚ୍ଚରକ୍ତଚାପ ,ବାତ , କଫ ଇତ୍ୟାଦି । କାରଣ ଆମର ଆଡମ୍ୱରପୂର୍ଣ୍ଣ ଦୈନିକ ଜୀବନ ଶୈଳୀ ଏଥିପାଇଁ ଦାୟୀ । ଆମେ ଏମିତି ଅଭ୍ୟାସରେ ପଡିଗଲେଣି ଯେ, ସ୍ୱାସ୍ଥ୍ୟ ପାଇଁ ବି ସମୟ ଦେଉନେ । ଆପଣଙ୍କୁ ଏମିତି ଏକ ପ୍ରାଣାୟମ ବିଷୟରେ କହୁଛୁ , ଯାହା କି ବେଶୀ ସମୟ ଦେବାରେ ଆବଶ୍ୟକତା ନାହିଁ । ଏହାକୁ କେବଳ ପ୍ରତିଦିନ ୧୫ ମିନିଟ୍ ଅଭ୍ୟାସ କରିବାର ଅଛି […]
ଶରୀର ଅଛି ତ ରୋଗ ନିଶ୍ଚୟ ହେବ । ଏକଥା ସତ । ହେଲେ ଆମେ ଯଦି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତେ ଅନେକ ବଡ଼ ବଡ଼ ସମସ୍ୟାରୁ ମୁକୁଳି ପାରନ୍ତେ । ଆଉ ଅସୁବିଧାରେ ପଡନ୍ତେ ନାହିଁ । ଯେତେବେଳେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଆମେ ଅସୁସ୍ଥ ହୋଇପଡୁ , ସେତେବେଳେ ଏହାର ପ୍ରତିକାର କଥା ଚିନ୍ତା କରୁ। ଏଣୁ ଆମର ଦୈନନ୍ଦିନ ଜୀବନରେ ଏମିତି ଏକ ଅଭ୍ୟାସ ଆସନ୍ତୁ କରିବା ଯଦ୍ୱାରା […]
ସୁସ୍ଥ ଓ ନିରାପଦରେ ରହିବା ପାଇଁ ଆମେ ବହୁତ କିଛି ଉପାୟ ଆପଣାଇଥାଉ। ତାହା ଡାୟଟିଂ କରିବାକୁ ପଡୁ ଅଥବା କଠିନ ୱର୍କଆଉଟ୍, ସବୁ କିଛି ଉପାୟ ଆପଣାଉଥାଉ। କିନ୍ତୁ ସବୁ ଲୋକଙ୍କ ପାଇଁ ଏସବୁ ସହଜକର ହୋଇ ନଥାଏ। ଅନେକ ଲୋକ ବହୁତ ପ୍ରକାରର ଡାଏଟିଂର ଚେଷ୍ଟା କରିଥାନ୍ତି ଓ ଖାଦ୍ୟରେ ଅନେକ ଜିନିଷକୁ ବନ୍ଦ କରିଦେଥାନ୍ତି। ବହୁତ କିଛି ଜିନିଷକୁ ତ୍ୟାଗ କଲା ପରେ ବି ଶରୀରର ଓଜନରେ କରିଛି ପ୍ରଭାବ ପଡନଥାଏ । […]
ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି। ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି । ଆଜିକାଲି ମେଦବୃଦ୍ଧି , ଗ୍ୟାସ, ଜଙ୍ଘ , ନିତମ୍ୱ ଓ ଅଣ୍ଟା ଆଦିରେ ଚର୍ବି ବଢ଼ିବା , ଅମ୍ଲପିତ୍ତ ଓ ମେଦବୃଦ୍ଧି ପ୍ରଭୃତି ସମସ୍ୟା ଦେଖାଦେଉଛି। ଆଉ ଏହା ଆମର ବେପରୁଆ ଦୈନିକ ଜୀବନଶୈଳୀ ଯୋଗୁଁ ହିଁ ଘଟୁଛି। […]
ସମୟ ସହ ତାଳ ଦେଇ ବଦଳିଚାଲିଛି ଆମର ରୀତିନୀତି , ଚଳଣି। ଦେଖାଯାଇଛି ଏବେ ଖୁବ୍ ଧୁମ୍ଧାମରେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ସଂପର୍କୀୟଙ୍କ ଗହଣରେ ଉତ୍ସବମୁଖର ଓ ରଙ୍ଗୀନ ହୋଇଉଠୁଛି ଜନ୍ମଦିନର ମାହୋଲ। ଜନ୍ମଦିନରେ ମହମବତୀ ଜଳାଇ କେକ୍ କାଟିବା ଏବେ ଟ୍ରେଣ୍ଡ ପାଲଟିଯାଇଛି। ଏହା ପ୍ରଥମେ ପଶ୍ଚିମ ଦେଶ ମାନଙ୍କରେ ଦେଖାଯାଉଥିଲା । କେକ୍ ଉପରେ ଜଳନ୍ତା ମହମବତୀକୁ ଫୁଙ୍କି ଲିଭାଯାଇଥାଏ। ଧିରେ ଧିରେ ଏମିତି ଭାବେ […]
ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍ରେ ଆପଣ ଆକ୍ରାନ୍ତ ତ ଚିନ୍ତା ମୁକ୍ତ ରୁହନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ । ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ […]
ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ଭୁଲ ଖାଦ୍ୟ ପାନୀୟ କାରଣରୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ମୋଟାପାର ସମ୍ମୁଖୀନ ହୋଇଥାନ୍ତି । କିଛି ଲୋକଙ୍କ ଚର୍ବି ଅଧିକ ହୋଇ ପେଟ ବଢିଯାଇଥାଏ , ଏହା ଦ୍ୱାରା ତାଙ୍କ ଚେହେରା ବଦଳି ଯାଏ। ଖରାପ ଦେଖାଯାଏ। ଏହା ସହ ସାଙ୍ଗସାଥି ଓ ସହକର୍ମୀମାନେ ଥଟ୍ଟା ପରିହାସ କରନ୍ତି। ଏବେ ପେଟରୁ ଚର୍ବି କମାଇବାର ସହଜ ଉପାୟଟି କହୁଛୁ । ନା କୌଣସି ଔଷଧ ଖାଇବେ ନା […]
ଆଜିକାଲି ନା ଅଛି ରୋଗର ଅଭାବ ନା ଔଷଧର । କିନ୍ତୁ ଏମିତି କିଛି ରୋଗ ଅଛି ଯାହା ଅନେକ ଉପଚାର ପରେ ବି ଭଲ ହେଉନି। ନପୁଂସକତା ଏମିତି ଏକ ରୋଗ । ଏହାକୁ ନେଇ ପୁରୁଷମାନେ ଖୁବ୍ ମର୍ମାହତ ଥାଆନ୍ତି। ନିଜର ବୈବାହିକ ଜୀବନକୁ ନେଇ ଆଶା ଆଶଙ୍କାରେ ଦିନ କାଟନ୍ତି। ଏହି ସମସ୍ୟାରୁ ଆପଣ ଚାହିଲେ ବିନା ଔଷଧରେ ମୁକ୍ତି ପାଇପାରିବେ ଓ ଏକ ସୁନ୍ଦର ବୈବାହିକ ଜୀବନ ଅତିବାହିତ କରିପାରିବେ। କେବଳ […]
ସ୍ମାର୍ଟଫୋନର ବ୍ୟବହାର ଏବେ ଦୃତ ଗତିରେ ବଢିଚାଲିଛି । ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ । ଏକଥା ନିରାଟ ସତ । କିନ୍ତୁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ଆମର ସ୍ୱାସ୍ଥ୍ୟ ଉପରେ । ଆପଣଙ୍କୁ ସ୍ମାର୍ଟଫୋନ୍ ରେଡିଏସନ କଥା କହୁଛି । ଯାହା ଦ୍ୱାରା ଅନେକ ଗୁଡିଏ ରୋଗରେ ପଡିଥାନ୍ତି ଲୋକମାନେ । ଏଣୁ ଆପଣ ଏବେ କୁହନ୍ତୁ ଏହାର ପ୍ରତିକାର କରିବା ନା ନାହିଁ । ନିଶ୍ଚୟ […]
ନିଜ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ନ ଆଣିବା ଓ ଆତ୍ମସମୀକ୍ଷା ଅଭାବରୁ ଉନ୍ନତି ବିଳମ୍ବ ହୋଇଯାଏ I ଯାହା ମଣିଷକୁ ମାନ୍ଦା ଆଉ ଅଳସୁଆ କରିଦିଏ I ଏହା ଦ୍ୱାରା ଆଜି କାଲି ହୋଇ ଅଯଥା ସମୟ ନଷ୍ଟ ହୋଇଯାଏ I ଏଭଳି ସ୍ଥିତି ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ I ଏଥିରୁ ସୁଧୁରିବା ପାଇଁ କଣ କରିବା ଦରକାର ? ପଢନ୍ତୁ ଏହି ସୁନ୍ଦର କାହାଣୀ ଗୋଟେ ତୁଳା କାରଖାନାର ମାଲିକ ତାଙ୍କ […]
ଯୋଗଶାସ୍ତ୍ରରେ ଏମିତି ଏକ ମୁଦ୍ରା ରହିଛି ଯାହା ଅତି ସହଜ ଓ ସେଥିରୁ ବହୁତ କିଛି ଉପକାର ମିଳିଥାଏ । ଏହି ମୁଦ୍ରାକୁ ଯେ କୌଣସି ସମୟରେ ଅଭ୍ୟାସ କରାଯାଇପାରିବ । ସସ୍କୃତରେ କୁହାଯାଇଛି ଯେ, ଆମ ହାତର ବୁଢା ଅଙ୍ଗୁଳି ଅଗ୍ନି ତତ୍ତ୍ୱ ଓ ତର୍ଜନୀ ଅଙ୍ଗୁଳି ବାୟୁ ତତ୍ତ୍ୱର ପ୍ରତୀକ । ଯେତେବେଳେ ଏହି ଦୁଇ ତତ୍ତ୍ୱ ମିଶି ଯାଆନ୍ତି ସେତେବେଳେ ଏହାର ସିଧା ପ୍ରଭାବ ମସ୍ତିଷ୍କର ସ୍ନାୟୁତନ୍ତ ଉପରେ ପଡ଼େ । ଏହାର […]
୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଖରାପ ଅଭ୍ୟାସ ଦେଖାଦେଇଥାଏ । ଏହି ବୟସ ଆପଣଙ୍କର ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାର ବୟସ। ଯଦି ଏହି ଅଭ୍ୟାସ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଗି ରହେ ତା ହାଲେ ଜୀବନରେ ସଫଳତା ହାସଲ କରିବା କ୍ଷେତ୍ରରେ ଅନେକ ବାଧା ଆଣିଥାଏ । ଆପଣ ଆଜି ହିଁ ସମୀକ୍ଷା କରନ୍ତୁ ଆପଣ କେଉଁ ରାସ୍ତାରେ ଅଛନ୍ତି । ଯଦି ଭୁଲ ରାସ୍ତାରେ ଅଛନ୍ତି […]
ଭୁବନେଶ୍ୱର: ସଫଳତା ପାଇବାକୁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ଏଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ସଫଳତାର ପାହାଚ ଚଢ଼ି ଆଗକୁ ବଢ଼ିବା ଏତେ ସହଜ ହୋଇ ନଥାଏ। ଏଥିପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ। ସଫଳତା ମିଳିବା ଆମ ଦୈନନ୍ଦିନ ଜୀବନୀ ଉପରେ ନିର୍ଭର କରିଥାଏ। ଆମେ କ’ଣ ଖାଉଛନ୍ତି, କେମିତି ଖାଉଛନ୍ତି, କିପରି ରହୁଛନ୍ତି ଓ ଲୋକଙ୍କ ସହ ଆମର ବ୍ୟବହାର କେମିତି ରହିଛି ଏହା ଆମ ସଫଳତା ପାଇବାକୁ […]
ଖରା ଦିନରେ ଗରମ ଓ ଗୁଳୁଗୁଳିରେ ବଡ଼ ଅସହ୍ୟବୋଧ ଲାଗେ। ଏଣୁ ବାହାରେ ବେଶି ସମୟ ନରହି ଘରେ ରହିବାକୁ ସମସ୍ତେ ପସନ୍ଦକରନ୍ତି। ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସାଧାରଣତଃ କୁଲର, ଏସି ଆଦି ବ୍ୟବହାର କରନ୍ତି ଲୋକେ। କିନ୍ତୁ ଯେତେବେଳେ ବିଦ୍ୟୁତ୍ ନଥାଏ ତ ଏସବୁ କିଛି କାମରେ ଆସେ ନାହିଁ। ଗରମରେ ବଡ଼ ହନ୍ତସନ୍ତ ହେବାକୁ ପଡ଼େ। ଆମେ ଆପଣଙ୍କୁ କିଛି ଭଲ ପ୍ରକ୍ରିୟା କହୁଛୁ, ଯାହା ଦ୍ୱାରା ଆପଣ କିଛି ପ୍ରାକୃତିକ ଉପାୟରେ […]
କୌଣସି ଭୁଲ୍ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ଶିଷ୍ଟାଚାରର ପ୍ରତୀକ ଅଟେ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ । କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏକି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁନଥାଉ, ଆମର ଭୁଲ୍ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି […]
ଆପଣଙ୍କର ବାଡ଼ି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ। ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ। ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ? ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ , ତା’ଠାରୁ ଅଧିକ ସ୍ୱାସ୍ଥ୍ୟ ପାଇଁ ଭଲ। ସଜନା ଛୁଇଁ ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଅନେକ ରୋଗର ନିରାକରଣରେ ଏହା ସାହାଯ୍ୟ କରିଥାଏ। ଥଣ୍ଡା ,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କମ୍ଫ ଜମିଯାଇଥିଲେ […]
ଧୂମପାନର ଭୟାବହତା ଏବେ କବଳିତ କରିଛି ସାରା ବିଶ୍ୱକୁ। ଏହାର କୁପ୍ରଭାବରେ ଅନେକ ରୋଗର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ ସଂଗଠନ ଓ ସରକାରୀ ସ୍ତରରେ ଅନେକ ସଚେତନ କରାଗଲେ ବି ଏହା ଫଳଶୂନ୍ୟ ବୋଲି ମନେହୁଏ। ଆଜିର ଯୁବକ/ଯୁବତୀମାନେ ବେଶୀ ମାତ୍ରାରେ ଧୂମପାନ କରୁଥିବାର ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ ରିପୋର୍ଟ ଆନୁସାରେ, ଧୂମପାନ ଦ୍ୱାରା ମନୁଷ୍ୟର ଆୟୁ ଦଶରୁ ପନ୍ଦର ବର୍ଷ କମିଯାଏ। ଏହା ଦ୍ୱାରା ରକ୍ତ କର୍କଟ, ଯକୃତ୍ କର୍କଟ, ବୃହଦନ୍ତ୍ର କର୍କଟ ଓ […]
ଖାଇ ସାରିବା ପରେ ଆମେ ପ୍ରାୟତଃ ମିଶ୍ରି ଓ ପାନମଧୁରୀ ଖାଇଥାଉ। ଏହି ଦୁଇଟି ସାମଗ୍ରୀ ସାଧାରଣତଃ ମାଉଥ୍ ଫ୍ରେଶ୍ନର୍ ଭାବେ କାମ କରେ। ତେବେ କେବଳ ମାଉଥ୍ ଫ୍ରେଶ୍ନର୍ ନୁହେଁ, ମିଶ୍ରି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ। ଆସନ୍ତୁ ଜାଣିବା, ନିୟମିତ ମିଶ୍ରି ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ଥଣ୍ଡା, କାଶରୁ ମୁକ୍ତି ଦିଏ : ଶୀତଦିନେ ଶରୀର ସାଧାରଣତଃ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ […]
ମଣିଷ ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଖାଇବା ପିଇବା ସହିତ ଠିକ୍ ସମୟରେ ଶୋଇବା ନିହାତି ଆବଶ୍ୟକ। ଅନେକ ବ୍ୟକ୍ତି ନିଜର ଖିଆଲି ଜୀବନଶୈଳୀ ଯୋଗୁଁ ଶୋଇବା ଅବହେଳା କରନ୍ତି। ଠିକ୍ ସମୟରେ ନଶୋଇ ବିଳମ୍ବରେ ଶୋଇଥାନ୍ତି। ଏପରି କରିବା ଦ୍ୱାରା ନିଦ୍ରାହୀନତା ଭଳି ରୋଗ ଦେଖାଦିଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ଏ ନେଇ ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୋଇବା ଅଭ୍ୟାସ, ଆବଶ୍ୟକତା […]
ଭୁବନେଶ୍ୱର: ଜୀବନରେ ଆସୁଥିବା ଝଡ଼ ଝଞ୍ଜାରୁ ରକ୍ଷା ପାଇବା ଲାଗି ତଥା ଘାତ ପ୍ରତିଘାତରୁ ମୁକୁଳିବା ନିମନ୍ତେ କିଛି ନୀତି ପାଳନ କରିବା ଜରୁରୀ। ଏଥିନିମନ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପାଳନ କରନ୍ତୁ। ଆଉ ଦେଖନ୍ତୁ ଆପଣଙ୍କୁ ଜୀବନରେ କେବେ ହାରର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ଏହା ଖୁବ ଉପଯୋଗୀ ହେବା ଭଳି କଥା ମଧ୍ୟ ଚାଣକ୍ୟ କହିଛନ୍ତି। ଚାଣକ୍ୟଙ୍କ ପରାମର୍ଶ ଅନୁଯାୟୀ, ଯେତେ ଘନିଷ୍ଠ ହେଲେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ସବୁ […]
ଭୁବନେଶ୍ୱର: ଆମିଷ ନ ଖାଉଥିବା ଲୋକେ ମୁଖ୍ୟତଃ ଛତୁ ଓ ପନିର ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ସମସ୍ତେ ଏହାର ମସାଲା କରି, ଭାତ, ରୁଟି କିମ୍ୱା ନାନରେ ଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଛତୁ ଓ କୋଶଳା ଶାଗର ଏକ ୟୁନିକ୍ ଆଇଟମ୍ ପ୍ରସ୍ତୁତି ବିଷୟରେ କହିବୁ, ଯାହାକି ଆପଣ କେବେ ଖାଇ ନ ଥିବେ। ଆସନ୍ତୁ ଜାଣିବା କୋଶଳା ଶାଗ, ଛତୁ ତାୱା ଫ୍ରାଏର ପ୍ରସ୍ତୁତି ସମ୍ପର୍କରେ। ଆବଶ୍ୟକ ସାମଗ୍ରୀ: କୋଶଳା ଶାଗ, ଛତୁ, […]
ଭୁବନେଶ୍ୱର: ଖରାଦିନେ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି। ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢ଼ିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ। ଯେତେବେଳେ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ବା ୧୦୫.୧ ଡିଗ୍ରୀ ଫାରେନାଇଟ୍ରୁ ଅଧିକ ହୁଏ, ସେତେବେଳେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥାଏ। ଲକ୍ଷଣ: ସାଧାରଣତ ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ତ୍ଵଚା ଶୁଖିଯାଏ ଓ ଶରୀର ତାତିଯିବା ସହ ଲାଲ୍ ପଡ଼ିଯାଏ। ଏଥିସହ ଶ୍ଵାସକ୍ରିୟାର ବେଗ ବଢିଯିବା, ରୋଗୀ ଚେତାଶୂନ୍ୟ ହୋଇଯିବା, ତଣ୍ଟି ଶୁଖିଯିବା, ମୁଣ୍ଡ ବୁଲେଇବା, ଦେହ ହାତ […]