ଧର୍ମଶାଳା MLAଙ୍କୁ ଆକ୍ରମଣ ମାମଲାରେ ପଶିଲା କ୍ରାଇମବ୍ରାଞ୍ଚ । ଧର୍ମଶାଳା ବିଧାୟକଙ୍କୁ କାହିଁକି ହେଲା ଆକ୍ରମଣ ? କେଉଁ ପରିସ୍ଥିତିରେ ରାସ୍ତାରୋକ୍ ସହ ଟାଉନ ଥାନା ଘେରାଓ କରାଯାଇଥିଲା ? ସମଗ୍ର ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ । ଏଥିପାଇଁ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ କ୍ରାଇମବ୍ରାଞ୍ଚର ୨ ଜଣ ଡିଏସପି ଏବଂ ଜଣେ ଇନ୍ସପେକ୍ଟର ରହିଛନ୍ତି । ଏହି ଟିମ୍ ବିଶେଷ କରି ୩ଟି ଏତଲା ଉପରେ ତଦନ୍ତ କରିବ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ହେବ ତଦନ୍ତ ।
Also Read
ସୂଚନା ଅନୁସାରେ ଗତ ୨୦ ତାରିଖ ସଂଧ୍ୟାରେ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଲାଗିରହିଥିଲା ଉତ୍ତେଜନା ଓ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ଠେଙ୍ଗାବାଡ଼ି ଧରି ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା । ଗାଡ଼ି ଭିତରେ ଆତଙ୍କିତ, ଅସହାୟ ହୋଇପଡ଼ିଥିଲେ ବିଧାୟକ । ୨୦ରୁ ୨୫ ମିନିଟ୍ ଧରି ଯେମିତି ଭିଡ଼ତନ୍ତ୍ର ନିୟନ୍ତ୍ରଣରେ ଥିଲା ପୂରା ଅଞ୍ଚଳ । ପୋଲିସ୍ ପହଞ୍ଚିବାରେ ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା ।
ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ? ରାଜଧାନୀରେ ବୁଲୁଛି ମାଳ ମାଳ ଯୁବତୀଙ୍କ ଫଟୋ
ତେବେ ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ? ଦବଦବା କମୁଥିବାରୁ ହିଂସାର ରାସ୍ତା ବାଛିଛନ୍ତି କି ବବି ଦାସ ? କାରଣ ଏହି ଘଟଣା ପରେ ଖୋଦ୍ ବବିଙ୍କ ଭାଇ ଭବପ୍ରକାଶ ଦାସ ବି ଆନ୍ଦୋଳନକାରୀମାନଙ୍କୁ ବିଧାୟକ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିବା ଏବଂ ଏଥିପାଇଂ ବ୍ୟକ୍ତିଗତ ଭାବେ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିବା ବି କହିଥିଲେ । ଏପରିକି ଖୋଦ୍ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆକ୍ରମଣ ଘଟଣାକୁ ନିନ୍ଦା କରି ଭାଇକୁ କହିଛି ଥାନାରେ ଯାଇ ବସିବାକୁ ବୋଲି ମନ୍ତବ୍ୟ ରଖିଥିଲେ । ତେଣୁ ଉପସ୍ଥିତି ଜାହିର କରିବାର ପ୍ରୟାସରେ ଏ ଗୁଣ୍ଡାରାଜ ନୁହେଁ ତ ?
ଏସବୁ ପ୍ରଶ୍ନ ଭିତରେ ଏ ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ । କାଲିର ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଥିଲେ ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ, ଆଇନ ତା ବାଟରେ ଯିବ ବୋଲି କହିଥିଲେ ହିମାଂଶୁ ।
ଅନ୍ୟପକ୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି । ବିଧାୟକଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଯାଜପୁର SDJM କୋର୍ଟରେ ହାଜର ହୋଇଥିଲେ । ଜାମିନ ନାମଞ୍ଜୁର ହେବା ପରେ ଜେଲ୍ ଯାଇଛନ୍ତି ୧୦ ଅଭିଯୁକ୍ତ ।