ମୁମ୍ୱାଇ: ବଲିଉଡର ମିଷ୍ଟର ପରଫେକସ୍ନିଷ୍ଟ ଅମିର ଖାନଙ୍କ ଝିଅ ଇରା ଖାନ ଲାଇମ୍ ଲାଇଟ୍ରୁ ସବୁବେଳେ ଦୂରେଇ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ସୋଶାଲ ମିଡିଆ ଜରିଆରେ ସେ ନିଜ ଫ୍ୟାନ୍ଙ୍କ ସହ ଯୋଡି ହୋଇଥାନ୍ତି। ଇରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ରେଗୁଲାର ଭାବେ ଫଟୋ ଶେଆର କରନ୍ତି। କିଛି ଦିନ ପୂର୍ବେ ସେ ଇନ୍ଷ୍ଟାଗ୍ରାମ୍ରେଏକ ଫିଚର ‘(Ask Me A Question)’ ର ବ୍ୟବହାର କରି ନିଜ ଫ୍ୟାନ୍ଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଅବସରରେ […]
ନୂଆଦିଲ୍ଲୀ: ମହଙ୍ଗା ହେଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। ଏଣିକି ଗ୍ରାହକଙ୍କୁ ଏଲ୍ପିଜି ସିଲିଣ୍ଡର ପିଛା ୨ ଟଙ୍କା ଅଧିକ ଦେବାକୁ ପଡ଼ିବ। ସରକାର ଏଲ୍ପିଜି ଡିଲରମାନଙ୍କ କମିଶନ ବୃଦ୍ଧି କରିବା ପରେ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ୫୦୭.୪୨ ଟଙ୍କା ରହିଛି। ପୂର୍ବରୁ ଏହା ୫୦୫.୩୪ଟଙ୍କା ଥିଲା। ଗତବର୍ଷ ସେପ୍ଟେମ୍ବରରେ ଏଲ୍ପିଜି ବିତରକଙ୍କ କମିଶନ ବାବଦରେ ୧୪.୨ କେଜି ସିଲିଣ୍ଡର ପିଛା ୪୮ ଟଙ୍କା ୮୯ ପଇସା ଓ […]
ଅଗରତାଲା: ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଓ ଲଢ଼େଇ ଜାରି ରହିଛି। ଏହାରି ଭିତରେ ତ୍ରିପୁରା ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ପାପିୟା ଦତ୍ତ ଗତକାଲି ଏକ ଦଳୀୟ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଯେଉଁଭଳି ହତ୍ୟା, ଗୁଣ୍ଡାଗର୍ଦି ବଢ଼ିଛି ତାହା ଏବେ ‘ମିନି ପାକିସ୍ତାନ’ ପାଲଟିଗଲାଣି। ଏଥିପାଇଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି ଏହି ବିଜେପି ନେତ୍ରୀ। ଆଗାମୀ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ AN-୩୨ରେ ଥିବା ୮ କ୍ରିଉ ସଦସ୍ୟ ଏବଂ ୫ ବାୟୁସେନା ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଆଜି ଭାରତୀୟ ବାୟୁସେନା ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବାୟୁସେନା ଉଲ୍ଲେଖ କରିଛି ଯେ ବିମାନଟି ଦୁର୍ଘଟଣା ହୋଇ ପଡ଼ିଥିବା ସ୍ଥାନରେ ଆଜି ୮ ଜଣିଆ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ। ହେଲେ ଘଟଣାସ୍ଥଳରେ କେହି ବଞ୍ଚିଥିବା ଦେଖିବାକୁ ମିଳିନାହିଁ। ମୃତ ବାୟୁସେନା ଅଧିକାରୀ ହେଲେ ଜି.ଏମ୍. ଚାର୍ଲସ, ଏଚ୍, ବିନୋଦ, ଆର.ଥପ୍ପା, ଏ.ତନଓ୍ୱର, […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏମ୍ ଜେ ଆକବର ବିଦେଶ ଗସ୍ତ ସାରି ଆଜି ଦିଲ୍ଲୀ ଫେରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ପରେ ବୟାନ ଜାରି କରିବେ ବୋଲି କହିଛନ୍ତି। ଗତ କିଛି ଦିନ ତଳେ ଅନେକ ମହିଳା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତଥା ପ୍ରଖ୍ୟାତ ସାମ୍ବାଦିକ ଏମ୍ ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମ୍ବାଦିକ ଅଛନ୍ତି। ଅନ୍ୟପକ୍ଷରେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ […]
ଓ୍ଵାଶିଂଟନ୍: ଆମେରିକାର ବୈଦେଶିକ ସଚିବ ତଥା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ଚଳିତମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ନୂଆ ବୈଦେଶିକ ମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କରଙ୍କୁ ଭେଟିବେ। ହେଲେ ଭାରତ ଆସିବା ପୂର୍ବରୁ ଚଳିତ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ମୋଦି ହୈ ତୋ ମୁମ୍କିନ୍ ହୈ’କୁ ପୋମ୍ପିୟୋ ଏକ ବୈଠକରେ ଉଦବୋଧନ ଦେବା ବେଳେ କହିଛନ୍ତି। ଗତକାଲି […]
ଲଣ୍ଡନ: ଚଳିତ ବିଶ୍ୱକପରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ନଟିଂହ୍ୟାମରେ ହେବାକୁ ଥିବା ଏହି ମ୍ୟାଚରେ କିଏ ବାଜି ମାରିବ ସେ ନେଇ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ମ୍ୟାଚର ସବୁଠୁ ବଡ଼ ସସପେନ୍ସ ଭାରତ ଏଯାଏ ଘୋଷଣା କରିନାହିଁ। ଯାହାକୁ ନେଇ କ୍ରିକେଟ ପ୍ରେମୀ ଆଜିର ମ୍ୟାଚକୁ ନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଷ୍ଟ୍ରେଲିଆ ସହ ଭାରତର ଅନ୍ତିମ ମ୍ୟାଚରେ ଓପନର ଶିଖର ଧାଓ୍ୱନ ଆହତ ହୋଇଥିବାରୁ ଏବେ […]
ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୮ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ […]
ମୁମ୍ବାଇ: ଶେଷରେ ଆଇନ୍ର ଦ୍ୱାରସ୍ଥ ହେଲେ ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତନୁଶ୍ରୀ ଗତକାଲି ମୁମ୍ବାଇର ଓଶିୱାରା ପୁଲିସ୍ ଷ୍ଟେସନରେ ବର୍ଷିୟାନ୍ ଅଭିନେତା ନାନା ପାଟେକର୍ଙ୍କ ବିରୋଧରେ ଅସଦାଚରଣ ଅଭିଯାଗ ଆଣି ଏତଲା ଦେଇଛନ୍ତି। ଏତଲାରେ ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାଁ ବି ଅଛି। ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ବେଳେ ନାନା ପାଟେକର୍ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗତ କିଛିଦିନ ତଳେ ତନୁଶ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ। […]
ଭୁବନେଶ୍ୱର: ବିଜେପି ଲୋକସଭା ଏବଂ ରାଜ୍ୟସଭା ପାଇଁ ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଛନ୍ତି। ସେହିଭଳି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୂର୍ବବତ୍ ନିଜ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ସେହିଭଳି କାର୍ଯ୍ୟନିର୍ବାହୀ କମିଟିରେ ଲୋକସଭାରେ ଉପାଧ୍ୟକ୍ଷ ରହିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରାଜ୍ୟସଭାରେ ଗୃହର ନେତା ଭାବେ ନିଯୁକ୍ତି ପାଇଛନ୍ତି। ରେଳ […]
ମୁମ୍ବାଇ: ବଲିଉଡ୍ର ବିଗ ବି ଅମିତାଭ ବଚ୍ଚନ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଆଜି ବିହାରର ୨୧ ଶହ ଚାଷୀଙ୍କ ପାଇଁ ନିଜ ପକେଟ୍ରୁ ଋଣ ଅର୍ଥ ପୈଠ କରିଛନ୍ତି। ବିହାରର ଏହି ଚାଷୀମାନେ ଦୀର୍ଘ ଦିନରୁ ଋଣ କରିଥିଲେ ହେଁ ଏହାକୁ ଶୁଝି ପାରୁ ନଥିଲେ। ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭଷେକ ବଚ୍ଚନ ଏହା ଜାଣିବା ପରେ ସେମାନଙ୍କୁ ସାହାଯ୍ୟ ପାଇଁ ନିଜର ବ୍ଲଗରେ ଘୋଷଣା କରିଥିଲେ। ତଦ୍ ମୁତାବକ ସେମାନେ […]
ନୂଆଦିଲ୍ଲୀ: ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆହତ ଶିଖର ଧୱନଙ୍କ ବିକଳ୍ପ ଭାବେ ଇଂଲଣ୍ଡ ଗସ୍ତ କରିଛନ୍ତି। ଏଥିପାଇଁ ବିସିସିଆଇ ପନ୍ତଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଛି। ତେବେ ଧୱନ୍ ଇଂଲଣ୍ଡରେ ହିଁ ରହିବେ ଏବଂ ବିସିସିଆଇର ମେଡିକାଲ ଟିମ୍ ନଜରରେ ରହିବେ। ପନ୍ତ ଟିମ୍ ଇଣ୍ଡିଆ ସହ ଯୋଗଦେବା ପରେ ପ୍ରାକ୍ଟିସ୍ ଆରମ୍ଭ କରିବେ। ବିଶ୍ୱକପ୍ ପାଇଁ ଯେତେବେଳେ ଟିମ୍ ଚୟନ କରାଯାଇଥିଲା, ସେତେବେଳେ ଚୟନକର୍ତ୍ତା ପନ୍ତଙ୍କୁ ଅଣଦେଖା କରିଥିଲେ ଏବଂ ଦିନେଶ କାର୍ତ୍ତିକଙ୍କୁ ଚୟନ […]
ବେଙ୍ଗାଲୁରୁ: ରାଜନେତା ଓ ସରକାରମାନେ କେମିତି ଲୋକଙ୍କ ଭାବନା ସହ ଖେଳ ଖେଳନ୍ତି, ତାହା ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକ ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇଥିଲେ। ହେଲେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ପ୍ରାୟ ୧୪ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କୁ ମିଳିଥିବା ଟଙ୍କା ଗାଏବ ହୋଇଯାଇଛି। ୟାଦଗିର ଜିଲ୍ଲା ଅନ୍ତର୍ଗତ ସାଗର ଗାଁର ଚାଷୀ ଶିବପ୍ପାଙ୍କ ବ୍ୟାଙ୍କ […]
ନୂଆଦିଲ୍ଲୀ: ଫୋର୍ବସ୍ ପକ୍ଷରୁ ୨୦୧୯ ବର୍ଷ ପାଇଁ ବିଶ୍ୱର ୧୦୦ ଜଣ ସର୍ବାଧିକ ଆୟକାରୀ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ ମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ଏହା ସହିତ ସେ ଏଥିରେ ବିଶ୍ୱର ଏକମାତ୍ର କ୍ରିକେଟ୍ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ସୋମବାର ଫୋର୍ବସ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାର ୧୦୦ ତମ ସ୍ଥାନରେ ରହିଛନ୍ତି ବିରାଟ। ଗତ ବର୍ଷକ ମଧ୍ୟରେ ସେ […]