• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

tent
ଭୁଶୁଡ଼ିଲା ମଞ୍ଚ, ୧୪ ମୃତ

ବାଡ଼ମେର: ରବିବାର ରାଜସ୍ଥାନ ବାଡ଼ମେରରେ ‘ରାମକଥା’ ଉତ୍ସବ ଚାଲିଥିବାବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ହଠାତ ବହୁ ଜୋରରେ ବର୍ଷା ଓ ପବନ ହେବା କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି, ମଞ୍ଚରେ ଅଧିକାଂଶ ବୟସ୍କ ମହିଳା ଏବଂ ପୁରୁଷ ରାମକଥା ଶୁଣୁଥିଲେ। ୨୪ ଜଣ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ତେବେ ସେଥିମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ […]

Qamar-Javed-Bajwa1
ଏଫଏଟିଏଫ ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ରଖିବା ପରେ ଜବାବ ରଖିଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଫିନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ରଖିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜଓ୍ୱା। ସେ କହିଛନ୍ତି ପାକିସ୍ତାନ ସରକାର ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଯଥାସମ୍ଭବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଲଣ୍ଡନରେ ଚାଲିଥିବା ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ(ଆଇଆଇଏସଏସ)ରେ ଯୋଗ ଦେଇ ଏହା କହିଛନ୍ତି ବାଜଓ୍ୱା। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଏଫଏଟିଏଫ କହିଥିଲା ଯେ ପାକିସ୍ତାନ ନିଜ […]

dasmula
ଜ୍ୱର ଭଲ ହେବା ପାଇଁ କ’ଣ ଖାଆନ୍ତି ମହାପ୍ରଭୁ ?

ଭୁବନେଶ୍ୱର: ଆପଣ ଜାଣନ୍ତି କି ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହେଲେ ସେ କି ଔଷଧ ଖାଆନ୍ତି ?  ଆମ ଭିତରୁ ଅନେକଙ୍କର ହୁଏତ ଏ ସମ୍ପର୍କରେ କୌଣସି ଧାରଣା ନ ଥିବେ । ଆମକୁ ଜ୍ୱର ହେଲେ ଆମେ ଯେପରି ଖାଦ୍ୟପେୟରେ ସାବଧାନତା ଓ ସନ୍ତୁଳନ ଅବଲମ୍ବନ କରିଥାଉ, ଶ୍ରୀଜୀଉମାନେ ମଧ୍ୟ ଠିକ୍‌ ସେହିପରି କରିଥାନ୍ତି। ପ୍ରତିଦିନ ଷାଠିଏ ପଉଟି ନୈବେଦ୍ୟ ଗ୍ରହଣ କରୁଥିବା ମହାପ୍ରଭୁ ଅନବସର ଲୀଳା ସମୟରେ କେବଳ ପଣା ଓ ଚକଟାରେ ସନ୍ତୁଷ୍ଟ […]

etv
ସିରିଏଲ୍‌ରେ ହିରୋଇନ୍‌ କରିବେ ବୋଲି କହି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଟିଭି ପ୍ରଡ୍ୟୁସର୍‌

ହାଇଦ୍ରାବାଦ: ତେଲେଙ୍ଗାନାର ସାଇବର ଅପରାଧ ଶାଖା ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି ଯିଏ ନିଜକୁ ଇଟିଭି ଚ୍ୟାନେଲର ପ୍ରଡ୍ୟୁସର-ଡାଇରେକ୍ଟର କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିଲେ। ପୁଲିସ୍‌ ପକ୍ଷରୁ କୁହାଯାଇଛି, ୱାଇ ଶୀତଲା ନାମକ ଏହି ମହିଳା ‘ଶ୍ରୀଦେବୀ ତୁମ୍‌ଲା’ ନାମରେ ଏକକ ଫେକ୍‌ ଫେସବୁକ୍‌ ଆଇଡି ଓ ପେଜ ଖୋଲିଥିଲେ। ଏ ବିଷୟରେ ଜାଣିବା ପରେ ତାଙ୍କ ନାମରେ ଇନାଡ଼ୁ ଟେଲିଭିଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବିଭିଆର ମୂର୍ତ୍ତି ପୁଲିସ୍‌ରେ […]

sona
କବୀର ସିଂହରେ ସାହିଦ୍‌ଙ୍କୁ ଭୂମିକାକୁ ପସନ୍ଦ କରୁନାହାନ୍ତି ସୋନା ମହାପାତ୍ର

ମୁମ୍ବାଇ: ସାହିଦ କପୁର୍‌ ଏବଂ କିୟାରା ଆଡ୍‌ଭାନୀ ଅଭିନୀତ ଫିଲ୍ମ ‘କବୀର୍‌ ସିଂହ’ ରିଲିଜ୍‌ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ଦୁଇ ଦିନ ମଧ୍ୟରେ ଦର୍ଶକ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଦେଉଛନ୍ତି। ସମସ୍ତେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ବଲିଉଡ୍‌ ଟେଲିଭିଜନ୍‌ କଳାକାର ମଧ୍ୟ ସାହିଦଙ୍କ ଅଭିନୟକୁ ତାରିଫ୍‌ କରିବାକୁ ପଛାଇ ନାହାନ୍ତି। ଟେଲିଭିଜନ୍‌ କଳାକାର ନକୁଲ୍‌ ମେହେଟା ସୋଶାଲ୍‌ ମିଡିଆରେ ଫିଲ୍ମ ‘କବୀର୍‌ ସିଂହ’ରେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରସଂଶା କରି ପ୍ରତିକ୍ରିୟା […]

delhi
ବୃଦ୍ଧ ଦମ୍ପତି ଓ ସହାୟକଙ୍କ ଗଳିତ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:ଦିଲ୍ଲୀର ବସନ୍ତ ବିହାରଠାରେ ଜଣେ ସହାୟକଙ୍କ ସହିତ ବୃଦ୍ଧ ଦମ୍ପତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବିଷ୍ଣୁ କୁମାର (୮୦) ଏବଂ ଶଶି ମାଥୁର (୭୫) ଉଭୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନେ ବସନ୍ତ ବିହାରର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେମାନଙ୍କ ସହ ଘରୋଇ କାମରେ ସାହାଯ୍ୟ କରୁଥିବା ସହାୟକ ଖୁସ୍‌ବୁ ନୌଟିୟାଲ ମଧ୍ୟ ରହୁଥିଲେ। ୩ ଜଣଙ୍କର ଗଳା କଟାଯାଇଛି। ତାଙ୍କ ଘରର କବାଟ ପାଖରେ କିଛି ଲୋକ ରକ୍ତ ଦେଖିବା ପରେ ପୁଲିସ୍‌କୁ […]

MS
ଧୋନିଙ୍କ ଏଇ ଟିପ୍ସ ପାଇଁ ଶାମିଙ୍କୁ ମିଳିଥିଲା ହ୍ୟାଟ୍ରିକ ସଫଳତା

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆରେ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସମସ୍ତଙ୍କୁ ଜଣା। ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୋନିଙ୍କ ଧିମା ବ୍ୟାଟିଂକୁ କଡ଼ା ସମାଲୋଚନା କରାଯାଇଥିଲା। କିନ୍ତୁ ତାଙ୍କ ଟିପ୍ସ ଯେ କେବେ ମୂଲ୍ୟବାନ୍, ତାହା ଶନିବାର ମ୍ୟାଚରେ ସ୍ପଷ୍ଟ ବାରି ହୋଇଛି। ଶେଷ ଓଭରରେ ଧୋନି ପେସ୍ ବୋଲର ମହମ୍ମଦ ଶାମିଙ୍କୁ କିଛି ଟିପ୍ସ ଦେଇଥିଲେ। ଧୋନିଙ୍କଠାରୁ ଏହି ଟିପ୍ସ ପାଇଁ ଶାମି ଲଗାତାର ତିନୋଟି ୱିକେଟ୍ ନେଇ କ୍ୟାରିୟରର ପ୍ରଥମ […]

sarfraj
ଫ୍ୟାନ୍ସଙ୍କ ସମାଲୋଚନାର ଏମିତି ଜବାବ ଦେଲେ ସର୍ଫରାଜ୍‌

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତଠାରୁ ୮୯ ରନ୍‌ରେ ହାରିବା ପରେ ପାକିସ୍ତାନୀ ଟିମ୍‌ ଉପରେ ତାଙ୍କ ଦେଶର ଫ୍ୟାନ୍‌ମାନେ ପୂରା ରାଗି ଯାଇଛନ୍ତି। ସେମାନେ ପାକିସ୍ତାନ ଖେଳାଳିଙ୍କ ଫିଟ୍‌ନେସ୍ ଉପରେ ପ୍ରଶ୍ନ କରିଛନ୍ତି। ବିଶେଷ କରି ଅଧିନାୟକ ସର୍ଫରାଜ୍ ଅହମଦଙ୍କ ହାଇ ମାରିବା ଫଟୋ ଭାଇରାଲ୍ ହେବା ପରେ ଫ୍ୟାନ୍‌ମାନେ ଚିଡ଼ି ଯାଇଛନ୍ତି। ତାଙ୍କର ଫିଟ୍‌ନେସ୍ ଉପରେ ବି ସେମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏସବୁକୁ ସର୍ଫରାଜ୍ ଏତେ ଗୁରୁତ୍ୱ ଦେଉ ନାହାନ୍ତି। ଆଉ ଏହା […]

jornalist-1
ମହିଳା ସାମ୍ବାଦିକଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି ଚଳାଇଛନ୍ତି। ତାଙ୍କ ହାତରେ ଗୁଳି ବାଜିଛି। ତେବେ ସେ ବିପଦମୁକ୍ତ ଅଛନ୍ତି। ଉକ୍ତ ସାମ୍ବାଦିକଙ୍କ ନାଁ ମିତାଲି ଚଣ୍ଡୋଲା । ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ମିତାଲି ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭ୍ ବାହାରେ କାର୍‌ରେ ଥିବାବେଳେ କେହି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇ ରାଉଣ୍ଡ ଗୁଳି ତାଙ୍କ କାରକୁ ଲକ୍ଷ୍ୟ କରି ମରାଯାଇଥିଲା। ସେଥିରୁ ଗୋଟିଏ […]

sahid
ସାମରିକ ସମ୍ମାନ ସହ ସହିଦ୍‌ ସୁନୀତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ନୂଆଦିଲ୍ଲୀ: ସହିଦ୍‌ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସାମରିକ ସମ୍ମାନ ସହିତ ସଂପନ୍ନ ହୋଇ ଯାଇଛି। ଶୁକ୍ରବାର ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍‌ରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହି ଅବସରରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୀର ଓଡ଼ିଆ ପାଇଲଟଙ୍କ ପରିବାରର ଏହି ଦୁଃଖଦ ସମୟରେ ବାୟୁସେନା ତାଙ୍କ ସହିତ ରହିଛି  ବୋଲି ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଗତ ଜୁନ ୩ ତାରିଖରେ ବାୟୁସେନାର ବିମାନ AN 32 ଆସାମରୁ […]

smritiirani-
ଆମେଠିରେ ଘର କରିବେ ସ୍ମୃତି ଇରାନୀ

ଲକ୍ଷ୍ନୌ: ମୁମ୍ୱାଇ ମାୟାନଗରୀ ଛାଡ଼ି ଉତ୍ତର ପ୍ରଦେଶ ଆମେଠିରେ ନିଜର ଘର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଆମେଠିରୁ ଚଳିତଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜ ଘରର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ପୂର୍ବତନ ଟେଲି ସିରିଏଲ ଅଭିନେତ୍ରୀ। ଏଥିସହ ସେ ତାଙ୍କର ନାଁ  ମୁମ୍ୱାଇ ପରିବର୍ତ୍ତେ ଆମେଠି ଭୋଟର ଲିଷ୍ଟରେ କରିବେ। ଗତକାଲିଠୁ ସ୍ମୃତି ନିଜ ନିର୍ବାଚନ ମଣ୍ଡଳୀକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଏବି ଅବସରରେ ସେ ୟୁପି ଉପମୁଖ୍ୟମନ୍ତ୍ରୀ […]

07_Raj___Smita_Patil_0
ଜୀବନକୁ ତୁମେ ଖୁବ୍ ଶୀଘ୍ର ଶୀଘ୍ର ଜିଇଁ ଦେଲ..ସ୍ମିତାଙ୍କୁ ମନେ ପକାଇ ଏମିତି କହିଲେ ରାଜ୍‌ ବବର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ମିତା ପାଟିଲ୍‌ଙ୍କୁ କିଏ ବା ନଜାଣିଛି।  ହିନ୍ଦୀ, ମରାଠୀ ଓ ମଲାୟାଲମ ଭାଷାରେ ୮୦ରୁ ଅଧିକ ଫିଲ୍ମ କରିଥିବା ତଥା ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଥରେ ଫିଲ୍ମ ଫେୟାର ଆୱାର୍ଡ ପାଇଥିବା ସ୍ମିତା ମାତ୍ର ୩୧ ବର୍ଷ ବୟସରେ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଆହୁରି ଦୁଃଖର କଥା, ଯେଉଁ ବର୍ଷ ସେ ବାହା ହୋଇଥିଲେ, ସେହି ବର୍ଷ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ମିତାଙ୍କୁ ବାହା […]

jammu
ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଗମ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। କୌଣସି ସୂତ୍ରରୁ ସୂଚନା ପାଇ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ଆତଙ୍କବାଦୀମାନେ ଲୁଚିଥିବା ସ୍ଥାନକୁ ସୁରକ୍ଷାକର୍ମୀମାନେ ଘେରି ଯାଇଥିଲେ ଓ ପାଲଟା ଜବାବ ଦେଇଥିଲେ। […]

sachin-3-750x430
ଇମ୍ରାନ୍‌ଙ୍କ ଭୁଲ ଫଟୋ ଟ୍ୱିଟ୍‌ କରି ଟ୍ରଲ ହେଲେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଜଣେ ସହଯୋଗୀ ଶନିବାର ଦିନ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍‌କୁ ଦେଖି ସମସ୍ତେ ହସି ହସି ଗଡ଼ି ଯାଇଥିଲେ। ସେ ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ଟ୍ୱିଟ୍ କରିଥିଲେ ଓ ଏହାର କ୍ୟାପ୍‌ସନ୍‌ରେ ୧୯୬୯ ମସିହାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବୋଲି ଲେଖିଥିଲେ। ଇମ୍ରାନ୍‌ଙ୍କ ସ୍ଥାନରେ ସଚିନଙ୍କ ଫଟୋ ଦେଖି ସମସ୍ତେ ହସିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ସହଯୋଗୀଙ୍କ ନାଁ ନଇମ ଉଲ୍ ହକ୍‌। ସେ ପ୍ରଧାନମନ୍ତ୍ରୀଙ୍କର ସ୍ପେଶାଲ […]

gogoi
ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋଗୋଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବହୁ ସଂଖ୍ୟାରେ ପଡିରହିଥିବା ବିଚାରାଧିନ ମାମଲାକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସମ୍ବିଧାନ ସଂଶୋଧନ ଜରିଆରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥିସହ ହାଇକୋର୍ଟର ବିଚାରପତିଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଧାରା ୧୨୮ ଓ ୨୨୪(କ) ମାଧ୍ୟମରେ ପୂର୍ବତନ […]

single-action-vs-double-ac
ସମ୍ପତ୍ତି ପାଇଁ ଆଖିବୁଜା ଗୁଳିମାଡ଼, ପରିବାର ୫ ମୃତ

ଭୋପାଲ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା କଳି ଭୟଙ୍କର ରୂପ ନେଇଛି। ମାତ୍ର ୨ ଫୁଟ ଜମି ପାଇଁ ଜଣେ ବ୍ୟକ୍ତି ନିଜ ପରିବାରର ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସାଗର ଜିଲ୍ଲା ବୀଣାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ମନୋହର ଅହିୱାର ତାଙ୍କର ଦୁଇ ଭାଇ ସଞ୍ଜୀବ, ମନୋଜ, ସମ୍ପର୍କୀୟ ଭଉଣୀ ତାରାବାଇ ପ୍ରିନ୍ସସେସ୍‌, ସଞ୍ଜୀବଙ୍କ ପତ୍ନୀ ରାଜକୁମାରୀ ଓ […]

trump-2-750x393
ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ସ୍ତମ୍ଭକାର କ୍ୟାରୋଲ୍

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କୁ ୨୩ ବର୍ଷ ତଳେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଆମେରିକାର ଜଣେ ମହିଳା ସ୍ତମ୍ଭକାର ଇ ଜେନ୍‌ କ୍ୟାରୋଲ ଅଭିଯୋଗ ଆଣିଛନ୍ତି। ମ୍ୟାନ୍‌ହଟ୍ଟନ୍‌ଠାରେ ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍‌ର ଡ୍ରେସିଂ ରୁମ୍‌ରେ ଟ୍ରମ୍ପ ବଳପୂର୍ବକ ଏପରି କରିଥିଲେ ବୋଲି କ୍ୟାରୋଲ ଅଭିଯୋଗ କରିଛନ୍ତି। ଶୁକ୍ରବାର ନ୍ୟୁୟର୍କର ଏକ ମ୍ୟାଗାଜିନ୍‌ରେ ସେ ଏକଥା ପ୍ରକାଶ କରିଛନ୍ତି। ୧୯୯୬ ମସିହାରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ସେ କହିଛନ୍ତି ଟ୍ରାଏଲ ରୁମ୍‌ରେ […]

jj
ବିରାଟ୍ ଓ ଶଙ୍କର ଆଉଟ୍, ସଙ୍କଟରେ ଟିମ୍ ଇଣ୍ଡିଆ

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ବଲରେ କ୍ୟାରିୟରର ୫୨ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହା ପରେ ବିରାଟ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ବିରାଟ୍‌ ୬୭ ରନ୍ କରି ମହମ୍ମଦ ନବିଙ୍କ ଶିକାର ହୋଇଛନ୍ତି। ସେହିପରି ବିଜୟ ଶଙ୍କରଙ୍କୁ ରେହମତ ଶାହ […]

ere
ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ କମାଣ୍ଡର ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲାର ବୋନିୟାରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି। ଏଥିରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଲୁକମାନ ନିହତ ହୋଇଛି। ଲୁକମାନ ପାକିସ୍ତାନର ନାଗରିକ ହୋଇଥିବା ବେଳେ ବାରୁମୁଲ୍ଲାରେ ଜୈଶର କମାଣ୍ଡର ଭାବେ ନିଯୁକ୍ତ ହୋଇଥିଲା। ଆଜି ସକାଳେ ବୋନିୟାରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀରର ପୁଲିସ୍‌ର ସ୍ପେଶାଲ ଅପରେସନ ଗ୍ରୁପ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ […]

jj
ବିରାଟଙ୍କ ଆଉ ଏକ ଅର୍ଦ୍ଧଶତକ, ଟିମ୍ ଇଣ୍ଡିଆର ୧୦୦ ରନ୍ ପୂରଣ

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ବଲରେ କ୍ୟାରିୟରର ୫୨ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚଳିତ ସିଜନରେ ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର […]