‘ବହୁତ ଲଢିଲି। ଲଢି ଲଢି ଥକିଗଲି। ଆଉ ପାରୁନି। ଆଜି ମୁଁ ମୋର ପରାଜୟ ସ୍ୱୀକାର କରୁଛି। ଯେଉଁ ଲୋକମାନେ ମୋ ଉପରେ ଭରସା କରିଥିଲେ ସେମାନଙ୍କୁ ମୁଁ ନିରାଶ କରୁଛି। ମୋତେ କ୍ଷମା କରିଦେବେ। ଜଣେ ପ୍ରାଇଭେଟ ଇକ୍ୱିଟି ଲେଣ୍ଡର ପାର୍ଟନରଙ୍କ ଚାପ ଆଉ ସହି ପାରୁନି। ସିଏ ମୋତେ ଶେୟାର ଫେରାଇ ଆଣିବାକୁ ବାଧ୍ୟ କରୁଛନ୍ତି। ଏଥିପାଇଁ ୬ ମାସ ତଳେ ଜଣେ ବନ୍ଧୁଙ୍କଠାରୁ କରଜ ଆକାରରେ ବହୁତ ଅଧିକ ଟଙ୍କା ଆଣିଛି। ଏବେ […]
ରିଓ ଡେ ଜାନେଇରୋ: ବ୍ରାଜିଲର ଅଲଟାମୀରାରେ ଥିବା ଏକ ଜେଲ୍ରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଜେଲରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ୫୭ ଜଣ କଏଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୧୬ ଜଣଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟା ବେଳେ ଅଲଟାମୀରାରେ ଥିବା ଜେଲ୍ରେ ପ୍ରଥମେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଜେଲରେ ବନ୍ଦୀ ଥିବା ଗୋଟିଏ ଗୋଷ୍ଠୀ ପ୍ରଥମେ ପ୍ରତିପକ୍ଷ ଗ୍ୟାଙ୍ଗର […]
ଇସଲାମାବାଦ: ପାକିସ୍ତାନର ରାୱଲପିଣ୍ଡିଠାରେ ଆଜି ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ସେନାର ଏକ ବିମାନ ଏଠାରେ ଥିବା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବିମାନରେ ୫ ଜଣ ଯବାନ ଓ ୧୨ ଜଣ ସାଧାରଣ ନାଗରିକ ରହିଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ ଘଟିଛି। ବିମାନଟି ଯେହେତୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିଥିଲା, ତେଣୁ ଏଠାରେ ଥିବା ଅନ୍ୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ବିମାନଟି ଆକଶରେ ଉଡ଼ୁଥିବା ବେଳେ […]
ନୂଆଦିଲ୍ଲୀ: ଦିଲ୍ଲୀ ରେଲୱେ ଷ୍ଟେସନ ଟ୍ରାକ୍ରୁ ଜଣେ ଭାରତୀୟ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅଧିକାରୀଙ୍କ ନାଁ କ୍ୟାପଟନ୍ ଡାକ୍ତର ଦିବାକର ପୁରୀ। ତାଙ୍କ ଘର ଦିଲ୍ଲୀର ରୋହିଣୀ ଅଞ୍ଚଳରେ। ବୟସ ୨୬ ବର୍ଷ। ସେ ସେନାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କୁ କେହି ସନ୍ଦିଗ୍ଧ ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କ୍ୟାପଟନ୍ ଦିବାକରଙ୍କ ପୋଷ୍ଟିଂ ଦିଲ୍ଲୀରେ […]
ବେଙ୍ଗାଲୁରୁ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପି ନେତା ଏସ୍ଏମ୍ କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ଗତକାଲିଠୁ ନିଖୋଜ ଅଛନ୍ତି। ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟ୍ ସମୟରେ କେଫ୍ କଫି ଡେ’(ସିସିଡି)ର ମାଲିକ ସିଦ୍ଧାର୍ଥ ମାଙ୍ଗାଲୁରୁ ଯାଉଥିଲେ। ମଝି ରାସ୍ତାରେ ନେତ୍ରାବତୀ ନଦୀ କୂଳରେ ସେ ଗାଡ଼ିରୁ ଓହ୍ଲାଇଥିଲେ। ସେଠାରେ କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବା […]
ଲାହୋର:ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତରଙ୍କ ମୁହଁରେ ହିନ୍ଦୁ ଧର୍ମ ଏବଂ ଧର୍ମପୀଠର ବର୍ଣ୍ଣନା । ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସୋଏବ ହିନ୍ଦୁଧର୍ମର ଏକ କାହାଣୀ ବିଷୟରେ କହୁଛନ୍ତି। ଏହି କାହାଣୀ ଅନୁସାରେ କୁଆଡେ ମହାଦେବ ଓ ବିଷ୍ଣୁଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ଏଥିରେ ଶିବ ଜିତିଥିଲେ। ଏହି କାହାଣୀର ଏକ ଭିଡିଓ ଭାଇରାଲ ହୋଇଛି। ଅବଶ୍ୟ ଏହି ଭିଡିଓ ମାଧ୍ୟମରେ ପାକିସ୍ତାନର ଐତିହ୍ୟ ଏବଂ ସୁନ୍ଦର ନଜାରା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସୋଏବଙ୍କର […]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତର ସବୁ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ରାତିରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ତେବେ ଏହା ପୂର୍ବରୁ ଭାରତର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଗସ୍ତ ପାଇଁ ଟିମ୍ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗାଭାସ୍କର ସିଧାସଳଖ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ୍ କୋହଲିଙ୍କୁ ସ୍ୱାଭାବିକ ଭାବେ କ୍ୟାପଟେନ୍ ପଦରେ ରଖିବା ନେଇ […]
ନୂଆଦିଲ୍ଲୀ: ସୈନିକ ସ୍କୁଲ ଖୋଲିବ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍ଏସ୍ଏସ୍)। ଆସନ୍ତା ବର୍ଷ ଏପ୍ରିଲରୁ ଏହି ସ୍କୁଲ ଆରମ୍ଭ ହେବ। ଏହି ସ୍କୁଲ ଖୋଲିବାର ମୂଳ ଉଦ୍ଦେଶ୍ୟ ଆଗାମୀ ଦିନରେ ଭଲ ଆର୍ମି ଅଫିସର ବାହାର କରିବା । ଏଥିପାଇଁ ପାଠ ପଢ଼ିବା ବେଳେ ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯିବ। ଆରଏସଏସ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସ୍କୁଲର ନାମ ରାଜ୍ଜୁ ଭୈୟା ସୈନିକ ବିଦ୍ୟା ମନ୍ଦିର ରହିବ। ରାଜେନ୍ଦ୍ର ସିଂହ ଓରଫ ରାଜ୍ଜୁ ଭୈୟା […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ନାଟକର ଆଜି ଶେଷ ଅଙ୍କ । ଆଜି ବିଧାନସଭାରେ ବହୁମତର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରପ୍ପା । ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଅଛି ବୋଲି ସେ ବେଶ୍ ଦୃଢ଼ତାର ସହିତ କହିଛନ୍ତି । ଏହା ସହ କଂଗ୍ରେସ ଜେଡିଏସ୍ ସରକାର ଦ୍ୱାରା ଅର୍ଥ ବିଲ୍କୁ ସେ ଯଥାରୀତି ଗୃହରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ଆସ୍ଥା ଭୋଟରେ ବିଜେପି ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। କାରଣ ବିଜେପିର ନିଜ ବିଧାୟକ […]