ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ଲଗାତର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ କରୋନା ଭ୍ୟାକସିନକୁ ନେଇ ମଧ୍ୟ ଜୋରଦାର୍ ପ୍ରସ୍ତୁତି ଚାଲିଛି। ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ୍ କରୋନା ଭ୍ୟାକସିନ୍ ବାହାର କରିସାରିଥିବା ନେଇ ଘୋଷଣା କରିଛି। କିନ୍ତୁ ରୁଷର ଏହି ଭ୍ୟାକସିନକୁ ନେଇ ଏବେଠାରୁ ବିବାଦ ଦେଖା ଦେଲାଣି। ରୁଷର ଏହି ଭ୍ୟାକସିନ୍ ଉପରେ ଆମେରିକା ସନ୍ଦେହ ପ୍ରକଟ କରିଥିବା ବେଳେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (ଡବ୍ଲ୍ୟୁଏଚଓ) ଏହାର ପ୍ରମାଣ ମାଗିଛି। ଆମେରିକାର ଜଣାଶୁଣା […]
ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କର ପରଲୋକ ହୋଇଛି। ରାଜୀବ ତ୍ୟାଗିଙ୍କର ଅଚାଚକ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗାଜିଆବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। आज शाम 5:00 बजे आज तक पर रहूंगा। धन्यवाद। — Rajiv Tyagi (@RTforINDIA) August 12, 2020 ରାଜୀବ ତ୍ୟାଗି କଂଗ୍ରେସର ଆଗଧାଡ଼ିର ମୁଖପାତ୍ର ଥିଲେ ଏବଂ ଟିଭି ଚ୍ୟାନେଲର ଡିବେଟରେ […]
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଙ୍କଟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହେଉଛନ୍ତି। ଏବେ ମୋଦି ସରକାରଙ୍କ ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଖୋଦ୍ ଶ୍ରୀପଦ ନାଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଜି ନିଜର କୋଭିଡ୍-୧୯ ଟେଷ୍ଟ କରାଇଛି, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି। […]
ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଟ୍ରମ୍ପ ପ୍ରଶାସନ H-1B ଭିସାର ନିୟମରେ କିଛିଟା କୋହଳ କରିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଏହି ଭିସା ପାଇଥିବା ବିଦେଶୀଙ୍କୁ ଆମେରିକା ଯିବାକୁ ଅନୁମତି ମିଳିପାରିବ। ଯେଉଁମାନେ ଅମେରିକୀ କମ୍ପାନୀରେ କାମ କରୁଥିଲେ ଏବଂ ଭିସା ବ୍ୟାନ ହେବା ପରେ ନିଜ ଦେଶକୁ ଫେରି ଯାଇଥିଲେ, ସେମାନେ ଯଦି ଚାକିରିକୁ ଫେରିବାକୁ ଚାହୁଁଥିବେ ତେବେ ସେମାନଙ୍କ ପାଇଁ ଏହି କୋହଳ ନିୟମ ଲାଗୁ ହେବ। […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏ ନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ୍ତି। ମସ୍ତିଷ୍କରେ ରକ୍ତ ଜମାଟ ହୋଇଥିବା ଜଣାପଡ଼ିବା ପରେ ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ ଅସ୍ତ୍ରୋପଚାର ହୋଇଥିଲା। ସେହି ଦିନ ଜଣାପଡ଼ିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍ ରେଫରାଲ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି। The condition of […]
ନୂଆଦିଲ୍ଲୀ:ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨ ଜଣ ରୋଗୀ ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଫୋନ କରି ଏପରି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ପଜିଟିଭ ରିପୋର୍ଟ ଆସିଛି। ହସ୍ପିଟାଲ କୋଭିଡ କେୟାରର ନୋଡାଲ ଅଫିସର ଡା.ଅଜିତ୍ ଜୈନଙ୍କ କହିବା ଅନୁଯାୟୀ, ଦୁଇ ଜଣ ରୋଗୀ ପୁନର୍ବାର କରୋନା ଆକ୍ରାନ୍ତ ହୋଇଛନ୍ତି। କାହିଁଁକି […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଏବେ ସାମ୍ନାକୁ ଆସିଛି। ଷ୍ଟନ୍ ଗନ୍ ସାହାଯ୍ୟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଜଣେ ଫଲୋର୍ ଏକ ଟ୍ୱିଟ୍ କରି ଲେଖିଛନ୍ତି, ଶରୀରରେ ଷ୍ଟନ୍ ଗନ୍ ବ୍ୟବହାର ପରେ ଯେଉଁ ଦାଗ ସୃଷ୍ଟି ହୋଇଥାଏ, ଏହା ସୁଶାନ୍ତଙ୍କ ବେକରେ ଥିବା ଦାଗ ସହ କିଛି ମାତ୍ରାରେ ସମାନ ଥିଲା। ତେଣୁ ସୁଶାନ୍ତଙ୍କୁ ଷ୍ଟନ୍ ଗନ୍ ସାହାଯ୍ୟରେ ହତ୍ୟା କରାଯାଇ […]
ଖାଦ୍ୟର ସ୍ୱାଦ ବଢାଇଥାଏ ଲୁଣ। ବିନା ଲୁଣରେ ଖାଦ୍ୟ ଖାଇବା ଏକ ପ୍ରକାର ଅସମ୍ଭବ । ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି, ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ଏହି ଲୁଣ ? ଗୋଟିଏ ବା ଦୁଇଟି ନୁହେଁ, ଏକାଧିକ ରୋଗର ବାହକ ଏହି ଲୁଣ। ଆସନ୍ତୁ ଜାଣିବା, ଶରୀର ପ୍ରତି କେତେ ବିପଦ ଡାକି ଆଣିଥାଏ ଲୁଣ। ୧-ଅଧିକ ଲୁଣ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଛି ଏକ ବଡ ସୁରାକ୍। ଇଡିରୁ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଲୋକଙ୍କ ଖାତାକୁ ଏକ ବଡ ରକମରର ଟଙ୍କା ଟ୍ରାନ୍ସଫର ହୋଇନାହିଁ। ସୁଶାନ୍ତଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ ଥିଲା। ହେଲେ ଅଧିକରୁ ଅଧିକ ଟଙ୍କା ଦେବା ନେବା ସେ ଗୋଟିଏ ବ୍ୟାଙ୍କର ଖାତାରୁ ହିଁ କରୁଥିଲେ। […]
ଗ୍ୱାଲିଅର: ସିନ୍ଧିଆ ରାଜବଂଶର ୨୦୦ ବର୍ଷର ପୁରୁଣା ଅଳଙ୍କାରକୁ ଜନ୍ମାଷ୍ଟମୀ ଅବସରରେ ଗ୍ୱାଲିଅରର ଏହି ମନ୍ଦିରକୁ ସଜାଯାଇଥାଏ। ଏହି ଅଳଙ୍କାରର ମୂଲ୍ୟ ପ୍ରାୟ ୧୦୦ କୋଟି ବୋଲି ଜଣାପଡ଼ିଛି। କରୋନା ଭାଇରସ ଯୋଗୁ ଏଥର ଅନ୍ଲାଇନ୍ରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ଏହି ମନ୍ଦିରର ନାଁ ଗୋପଳ ମନ୍ଦିର। ଯାହା ଗ୍ୱାଲିଅରର ଫୁଲବାଗରେ ଅବସ୍ଥିତ। ଏହି ମନ୍ଦିରର ଅଳଙ୍କାରକୁ ଜିଲ୍ଲା ରାଜକୋଷରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରତିବର୍ଷ ମନ୍ଦିରକୁ ଅଣାଯାଇଥାଏ। ଅଳଙ୍କାର ଗୁଡ଼ିକର ପ୍ରଥମେ ତାଲିକା ପ୍ରସ୍ତୁତ […]
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସମ୍ମାନଜନକ ବୟାନ ବଢି ବଢି ଚାଲିଛି। ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡେମୋକ୍ରାଟିକ୍ ପାଟିର ଜୋ ବିଡେନ Joe Biden ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ମୂଳ କମଲା ହେରିଶଙ୍କ ନାମ ସୁପାରିଶ କରିଛନ୍ତି। ଏହାପରେ ଟ୍ରମ୍ପ କମଲାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି। ଗତକାଲି କମଲାଙ୍କୁ ‘ଦୁଷ୍ଟ ମହିଳା’ ବୋଲି ଆକ୍ଷେପ କରିଥିବାବେଳେ ଆଜି ଆଉ ପାଦେ ବଢି ଯାଇଛନ୍ତି। […]
ନୂଆଦିଲ୍ଲୀ: ଦେଶରେ ମାଡ଼ି ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ। ପ୍ରତିଦିନ ନୂଆ ନୂଆ ରେକର୍ଡ ପାର୍ କରୁଛି ସଂକ୍ରମଣ। ମୃତ୍ୟୁ ସଂଖ୍ୟା ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ଛୁଇଁଛି। ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୬୬ ହଜାର ୯୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮କୁ ବୃଦ୍ଧି ଘଟିଛି । ସେହିପରି ୨୪ ଘଣ୍ଟାରେ ୯୪୨ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ […]
ନୂଆଦିଲ୍ଲୀ: ଦେଶର ଟିକସଦାତାଙ୍କୁ ଉତ୍ସାହିତ କରିବା ପାଇଁ ଟିକସ ବ୍ୟବସ୍ଥାରେ ସୁଧାର ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଟିକସଦାତାଙ୍କ ପାଇଁ ନୂଆ ନିୟମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦି ଅନେଷ୍ଟର ନାମକ ଏକ ନୂଆ ପ୍ଲାଟଫର୍ମ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଫେସ୍ ଲେସ୍ ହେବ ଟ୍ୟାକ୍ସ ସିଷ୍ଟମ । ୨୫ ସେପ୍ଟେମ୍ବରରେ ଫେସ୍ ଲେସ୍ ଅପିଲର ଶୁଭାରମ୍ଭ ହେବ। ଏହାଦ୍ୱାରା ଘରେ ବସି ଟେକ୍ନୋଲଜି ସାହାଯ୍ୟରେ ଟାକ୍ସ ଭରି ପାରିବେ […]
ଭୋପାଳ: ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳର ଏସ୍ପି ମୟଙ୍କ ଅୱସ୍ତି ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ଏସିପ୍ଙ୍କ ଜୋତା ଭିତରେ ଏକ ବିଷାକ୍ତ ସାପ ଲୁଚି ରହିଥିଲା। ଜୋତା ଭିତରୁ ମୋଜାକୁ ବାହାର କରିବା ପାଇଁ ସେ ଯେତେବେଳେ ଜୋତା ଭିତରେ ହାତ ଭର୍ତ୍ତି କରିଥିଲେ, ତାଙ୍କ ହାତ ବିଷାକ୍ତ ସାପ ଦେହରେ ବାଜିଥିଲା। କିନ୍ତୁ ସାପଟି ତାଙ୍କୁ ଚୋଟ ମାରିବା ପୂର୍ବରୁ ସେ ସତର୍କ ହୋଇ ଯାଇଥିଲେ। ସତର୍କତା […]
ମୁମ୍ବାଇ: ମୃତ୍ୟୁର ୯ ଦିନ ପୂର୍ବରୁ ଶେଷଥର ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଫୋନ୍ରେ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସହ କଥା ହୋଇଥିଲେ। ଅଳ୍ପ ସମୟ ପାଇଁ ସେ ରିୟାଙ୍କ ସହ କଥା ହୋଇଥିଲେ। କଲ୍ ଡିଟେଲ ରେକର୍ଡସ୍(CDR)ରୁ ଏହା ଜଣାପଡ଼ିଛି। CDRରୁ ମିଳିଥିବା ତଥ୍ୟ ଅନୁସାରେ, ଜୁନ୍ ୫ରେ ସୁଶାନ୍ତ ଓ ରିୟା୨ ଥର ଫୋନ୍ରେ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ୨ ମିନିଟ୍ରୁ ମଧ୍ୟ କମ୍ ଥିଲା। ଜୁନ୍ ୫ ସକାଳ ୮ଟା […]