ନୂଆଦିଲ୍ଲୀ: Netflix ସବୁଠାରୁ ଶସ୍ତା ମୋବାଇଲ୍ ପ୍ଲାନ୍ ଆଜି ଭାରତରେ ଲଞ୍ଚ୍ କରିଛି। ଯାହାର ଦାମ୍ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ମାସିକ ସବ୍ସ୍କ୍ରିସନ୍ ପ୍ଲାନ୍ ୧୯୯ ଟଙ୍କା ରହିଛି। ଏହା କେବଳ ଏସ୍ଡିରେ ଷ୍ଟ୍ରିମିଙ୍ଗ୍ ହୋଇପାରିବ। ମୋବାଇଲ୍ ଓ ଟାବ୍ଲେଟ୍ ୟୁଜର୍ସମାନେ ଏହାର ଫାଇଦା ଉଠାଇ ପାରିବେ। ବିଶେଷ କରି ଭାରତୀୟ ୟୁଜର୍ସମାନେ ଏହାର ଫାଇଦା ଉଠାଇ ପାରିବେ କାହିଁକି ନା ଏହି ପ୍ଲାନ୍ କେବଳ ଭାରତରେ ଉପଲ୍ଲବ୍ଧ। ଆଜିଠୁ Netflixର ଏହି ପ୍ଲାନ୍ ଭାରତରେ […]
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲର ଅବଧି ବୃଦ୍ଧି ପାଇଛି। ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଅଗଷ୍ଟ ୩୧କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଏହି ଆୟକର ରିଟର୍ଣ୍ଣର ତାରିଖ ଅବଧି ଜୁଲାଇ ୩୧ ଥିଲା। ଏବେ ମାସେ ଆହୁରି ଅବଧି ବଢ଼ିବା ପରେ ଅଧିକ ସଂଖ୍ୟାର ଲୋକ ଏହି ଆୟକର ଜମା କରିବା ପାଇଁ ସମୟ ପାଇବେ ବୋଲି ଆଶା ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯଦି କେହି ବ୍ୟକ୍ତି ଅଗଷ୍ଟ ୩୧ […]
ବାଙ୍ଗାଲୋର: ଶେଷରେ କର୍ଣ୍ଣାଟକରେ ଭାଙ୍ଗିଲା ମେଣ୍ଟ ସରକାର। ଏବେ ସରକାର ଗଠନ ଲାଗି ବିଜେପି ଆରମ୍ଭ କରି ଦେଇଛି ସଜବାଜ। ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ପର୍ଯ୍ୟବେକ୍ଷକ ଆଜି ବେଙ୍ଗାଲୁରୁ ଯିବେ ଏବଂ ବିଧାୟକ ଦଳ ବୈଠକରେ ସାମିଲ ହେବେ । ବୈଠକରେ ବି.ଏସ୍. ୟେଦୁରପ୍ପାଙ୍କୁ ନେତା ଭାବେ ବଛାଯିବ । ୨୬ ତାରିଖ ଶୁକ୍ରବାର ଦିନ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଫିସରେ ପ୍ରତିଦିନ ବଡ଼ ବଡ଼ ନେତାଙ୍କୁ ସାକ୍ଷାତ କରନ୍ତି। ମୋଦିଙ୍କୁ ଭେଟୁଥିବା ଭିଆଇପିଙ୍କ ମଧ୍ୟରେ ବିଦେଶର ପ୍ରତିନିଧିମାନେ ମଧ୍ୟ ରହିଥାଆନ୍ତି। ହେଲେ ମଙ୍ଗଳବାର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ଖାସ୍ ସାଙ୍ଗ ଆସିଥିଲେ। ମୋଦି ସେହି ଖାସ୍ ସାଙ୍ଗ ସହ ଅଫିସରେ ଖେଳୁଥିବାର ଦୃଶ୍ୟ ଆଜି ସେ ନିଜେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ମୋଦି ଗୋଟିଏ ଛୋଟ ପିଲାକୁ ଧରିଥିବା ଦେଖିବାକୁ ମିଳିଛି। ମୋଦି […]
ମୁମ୍ବାଇ: ପର୍ବତ ଶିଖରରେ ସୁପର ବାଇକ୍ ରେସ୍। ପର୍ବତ ପୁଣି ଛୋଟମୋଟ ନୁହେଁ, ପର୍ତ୍ତୃଗାଲର ସୁଉଚ୍ଚ ପର୍ବତ ‘ ସେରା ଦ ଏଷ୍ଟ୍ରେଲା’ । ଏହି ରେସ୍ରେ ମୁହାଁମୁହିଁ ହେଉଛନ୍ତି ବଲିଉଡର ୨ ଆକ୍ସନ ହିରୋ ହ୍ରିତିକ୍ ରୋଶନ ଓ ଟାଇଗର ସ୍ରଫ୍ । ଏପରି ସିନ୍ ଦର୍ଶକଙ୍କୁ ହଲ୍ରେ ସିଟ୍ ଜାବୁଡ଼ି ଧରିବାକୁ ବାଧ୍ୟ କରିବ। ପର୍ବତ ଶିଖରରେ ବାଇକ୍ ରେସ୍ର ଏପରି ଦୃଶ୍ୟ ବଲିଉଡ ଇଣ୍ଡଷ୍ଟ୍ରି ଲାଗି ପ୍ରଥମ ହେବ । ଏପରି ସିନ୍ […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ ଓ ତାଙ୍କଠାରୁ କଶ୍ମୀର ସମସ୍ୟାରେ ମଧ୍ୟସ୍ଥତା ସମ୍ପର୍କିତ ବୟାନ ଶୁଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଉତ୍ସାହିତ ହୋଇ ଉଠିଛନ୍ତି। ଭାରତ କଶ୍ମୀର ସମସ୍ୟାକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହୁଁଥିବା ବେଳେ ଆଜି ଇମ୍ରାନ୍ ବିପରୀତ ଢଙ୍ଗରେ ବୟାନ ଦେଇଛନ୍ତି। ଟ୍ରମ୍ପଙ୍କୁ ସାକ୍ଷାତ କରିବା ପରେ ଇମ୍ରାନ୍ କହିଛନ୍ତି, “କଶ୍ମୀର ସମସ୍ୟା ଦୀର୍ଘ ୭୦ ବର୍ଷ ହେଲା ଚାଲି ଆସିଛି। ତେଣୁ ଏହା ଦ୍ୱିପାକ୍ଷିକ […]
ନୂଆଦିଲ୍ଲୀ: ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧିତ ସୂଚନା ଅଧିକାର ଆଇନ ୨୦୧୯ ପାରିତ ହୋଇଛି। ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏହାକୁ ଆଗତ କରିଥିଲେ। ଏହି ସଂଶୋଧନ ବିଧେୟକ ସପକ୍ଷରେ ୨୧୮ ଏବଂ ବିପକ୍ଷରେ ୭୯ ଜଣ ସାଂସଦ ଭୋଟ୍ ଦେଇଥିଲେ। ସଂଶୋଧିତ ବିଧେୟକରେ ସୂଚନା କମିଶନରଙ୍କ ରୋଜଗାର, ବେତନ, କାର୍ଯ୍ୟକାଳ ଓ ଅନ୍ୟ ନିୟମକୁ ଲାଗୁ କରିବାର ଅଧିକାର ସରକାରଙ୍କୁ ଦେବାକୁ ବିଲ୍ରେ ଉଲ୍ଲେଖ ରହିଛି। ତେବେ ଏହି ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ସଂସଦୀୟ […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ମାଇଲ ଖୁଣ୍ଟ କୁହାଯାଉଥିବା ଚନ୍ଦ୍ରଯାନ-୨ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୋମବାର ମଧ୍ୟାହ୍ନ ୨ଟା ୪୩ ମିନିଟ୍ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରାଯାଇଥିଲା। ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହାକୁ ପ୍ରାୟ ୪୮ ଦିନ ଲାଗିବ। ୪୮ ଦିନ ପରେ ଜହ୍ନରେ ପହଞ୍ଚିବା ପରେ କେଉଁଠି ରହିବ ? କ’ଣ କରିବ ? ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଏହି ଚନ୍ଦ୍ରଯାନ-୨କୁ ଜହ୍ନର ସାଉଥ […]
ନୂଆଦିଲ୍ଲୀ: ଭାଇର ସାହସ ଓ ବୀରତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜାମ୍ମୁ କାଶ୍ମୀର ସୋପିଆନର ଦୁଇ ଭାଇ ମହମ୍ମଦ ଶବୀର ଓ ମହମ୍ମଦ ତାରିକ। ମାତୃଭୂମିର ରକ୍ଷା ସହ ଆତଙ୍କବାଦୀଙ୍କୁ ନିପାତ କରି ଭାଇ ମୃତ୍ୟୁର ପ୍ରତିଶୋଧ ନେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ସେମାନେ। ଭାରତୀୟ ସେନାବାହିନୀରେ ଯୋଗ ଦେଇଥବା ଏହି ଦୁଇ ବୀର ଯବାନ ହେଉଛନ୍ତି ସହିଦ ଔରଙ୍ଗଜେବଙ୍କ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ଶବୀର। ଏଠାରେ ମନେ […]