• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

123456
ୟାସିନ୍ ମଲ୍ଲିକ ସୁସ୍ଥ ଥିବା ସୂଚନା ଦେଲେ ଜେଲ୍ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ ସୁସ୍ଥ ଅଛନ୍ତି। ତିହାର ଜେଲ୍ କର୍ତ୍ତୃପକ୍ଷ ରବିବାର ରାତିରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତକାଲି ୟାସିନ୍ ମଲ୍ଲିକଙ୍କ ସ୍ତ୍ରୀ ମୁଶାଲ ହେଶେନ୍ ମଲ୍ଲିକ୍ (ପାକିସ୍ତାନରେ ଜନ୍ମିତ) ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଜାଣିବାକୁ ଚାହିଁଥିଲେ। ଏମିତିକି ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ଖବର ବିଭିନ୍ନ ସୂତ୍ରୁରୁ ସେ ଶୁଣିବାକୁ ପାଉଛନ୍ତି ବୋଲି କହିଥିଲେ। ଦୀର୍ଘ ୫ ମାସ ହେବ ସେ […]

speaker-nancy-pelosi-meets-minister-pakistan-prime_191b7a34-b667-11e9-895a-bbf3eb4ef5e5
କଶ୍ମୀର ସ୍ଥିତି ଦେଖି ଟ୍ରମ୍ପଙ୍କ ମଧ୍ୟସ୍ଥତା ଚାହିଁଲେ ଇମ୍ରାନ୍

ନୂଆଦିଲ୍ଲୀ: ଭାରତ ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆମେରିକା ନିକଟରେ ଶରଣ ପଶିବା ପରେ ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ସରକାରଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। କଶ୍ମୀରକୁ ନେଇ ଭାରତ କିଛି ବଡ଼ ପଦକ୍ଷେପ ନେବ ବୋଲି ଆଶଙ୍କା କରି ଆଜି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ […]

glass-of-water
କେଉଁ ସମୟରେ ପାଣି ପିଇଲେ ସ୍ୱାସ୍ଥ୍ୟ ପାଇଁ ଭଲ ଜାଣନ୍ତି କି ?

ଭୁବନେଶ୍ୱର: ଜଳ ହିଁ ଜୀବନ। ବିନା ଜଳରେ ଏ ଜୀବଜଗତର ସ୍ଥିତି ଅସମ୍ଭବ। ସୁସ୍ଥ ରହିବା ପାଇଁ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଅତିକମ୍‌ରେ ୨ ଲିଟର ପାଣି ପିଇବା ଆବଶ୍ୟକ। ଜଳ ଶରୀରର ତାପାମତ୍ରାକୁ ନିୟନ୍ତ୍ରଣ କରେ, ପୂରା ଶରୀରକୁ ଅମ୍ଳଜାନ ଯୋଗାଏ, ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ତେବେ ପ୍ରତ୍ୟେକ ଦିନ ପାଣି ପିଇବା ଯେତେ ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ […]

tennis
ଉଦ୍‌ଯାପିତ ହେଲା ଉତ୍କଳ ଓପନ୍‌ ଟେନିସ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ଉତ୍କଳ ଓପନ୍‌ ଟେନିସ୍’ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଅଂଶୁ କୁମାର ଭୂୟାଁଙ୍କୁ ଡବଲ୍ ଟାଇଟଲ୍ ମିଳିଛି। ପୁରୁଷ ସିଙ୍ଗଲ୍‌ସ ଏବଂ ଡବଲ୍‌ସ ଇଭେଣ୍ଟରେ ସେ ଚାମ୍ପିଅନ୍‌ ହୋଇଛନ୍ତି। ସେହିଭଳି ୧୪ବର୍ଷରୁ କମ୍ ବାଳିକା ସିଙ୍ଗଲ୍‌ସ ଇଭେଣ୍ଟରେ ସୋହିନୀ ମହାନ୍ତି ଏବଂ ବାଳକ ବର୍ଗରେ ଷ୍ଟିଭନ ଅଙ୍କିତ ଏକ୍କା ଚାମ୍ପିଅନ ହୋଇଛନ୍ତି। ୪୦ବର୍ଷରୁ ଅଧିକ ବୟସ ବର୍ଗର ଡବଲ୍‌ସ ଇଭେଣ୍ଟରେ ଶାଶ୍ୱତ ଜେନା ଓ ହିମାଦ୍ରୀ ଯୋଡ଼ି ଟାଇଟଲ୍ ଜିଣିଛନ୍ତି। ୫୦ବର୍ଷରୁ […]

Capture
ବଲିଉଡ ଗୀତରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ। ଏହି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ଥିବା ଇସ୍ରାଏଲ ଦୂତବାସ ପକ୍ଷରୁ ଏହି ଟୁଇଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କର କିଛି ଫଟୋକୁ ଯୋଡି ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଆଗକୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଜାରି ରହୁ ଏବଂ ଦୁଇ ଦେଶକୁ ଶିଖରେ ପହଞ୍ଚାଉ। ଏଥିସହ ବଲିଉଡ […]

୧୨୩୪୫୬
କାଲି କ’ଣ ହେବ ଜାଣିନି, କିନ୍ତୁ ଆଜି ପାଇଁ ଚିନ୍ତା କରନି: ସତ୍ୟପାଲ ମଲ୍ଲିକ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ ନିୟୋଜିତ ହେଲେଣି। କାହିଁକି ଏତେ ସୈନ୍ୟ ସେଠାକୁ ଯାଉଛନ୍ତି, କାହିଁକି ଅମରନାଥ ଯାତ୍ରୀଙ୍କୁ ଫେରାଇ ନିଆଯାଉଛି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ସାରା ଦେଶର ନଜର ଏବେ ଅଟକିଛି ଜମ୍ମୁ କଶ୍ମୀର ଉପରେ । ବିଭିନ୍ନ ଗୁଜବ ବି ଶୁଣିବାକୁ ମିଳୁଛି।  ଏ ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବାରମ୍ୱାର ସ୍ପଷ୍ଟୀକରଣ ରଖୁଛନ୍ତି। ରାଜ୍ୟପାଳ କହିଛନ୍ତି, ସେ ଦିଲ୍ଲୀର ସମସ୍ତଙ୍କ କଥା ହୋଇଛନ୍ତି। […]

୧୨୩୪
ପତ୍ନୀଙ୍କଠୁ ପାଖରୁ ଟଙ୍କା ଧାର ନେଲେ, ରାତିକରେ ବନିଗଲେ ୨୮ କୋଟିର ମାଲିକ, କେମିତି ଜାଣନ୍ତୁ

ଦୁବାଇ: ଗୋଟିଏ ରାତିରେ କୋଟିପତି ହେବାର ସ୍ୱପ୍ନ କାହାର ନ ଥାଏ ? ବୋଧହୁଏ ସମସ୍ତଙ୍କର। କିନ୍ତୁ କେତେଜଣଙ୍କର ଏପରି ସ୍ୱପ୍ନ ପୂରଣ ହୋଇଥାଏ ? ଯାହାର ହେଉ ନ ହେଉ, ହାଇଦ୍ରାବାଦ୍‌ର ବିଳାସ ରିକ୍କାଲାଙ୍କର ଏପରି ସ୍ୱପ୍ନ କିନ୍ତୁ ପୂରଣ ହୋଇ ପାରିଛି। ଚାକିରି ଖଣ୍ଡିଏ ପାଇଁ ଘୂରି ବୁଲୁଥିଲେ, ଆଉ ଏବେ ୨୭, ୮୬, ୬୭,୬୦୦ ଟଙ୍କାର ମାଲିକ। କଥାଟା ବିଶ୍ୱାସ ନ ହେଲେ ବି ସତ। ବିଳାସ ଜଣେ କୃଷକ। ଚାକିରି ନ […]

Rohit
ପରସ୍ପରର ରେକର୍ଡ ଭାଙ୍ଗିବେ କି ବିରାଟ୍‌ ଓ ରୋହିତ !

ଫ୍ଲୋରିଡା: ଆଉ କିଛି ଘଣ୍ଟା ପରେ ଆମେରିକାର ଫ୍ଲୋରିଡାଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବ। ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ୍‌ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ଭାରତୀୟ ଟିମ୍‌ ପଡ଼ିଆକୁ ଓହ୍ଲାଇବ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ପରସ୍ପରର ରେକର୍ଡ […]

tend-kamb
ବନ୍ଧୁତ୍ୱ ଦିବସରେ ସ୍ମୃତି ବାଣ୍ଟିଲେ ସଚ୍ଚିନ-କାମ୍ବଲି

ନୂଆଦିଲ୍ଲୀ: ରବିବାର ବିଶ୍ୱ ବନ୍ଧୁତ୍ୱ ଦିବସ। ଅବଶ୍ୟ ବନ୍ଧୁତ୍ୱକୁ ଜାହିର କରିବା ପାଇଁ କୌଣସି ଦିବସର ଆବଶ୍ୟକତା ନାହିଁ। ତଥାପି ବନ୍ଧୁତ୍ୱ ନାଁରେ ନାମିତ ଏହି ଦିନଟିରେ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବାକୁ ଭଲ ଲାଗିଥାଏ। ଆଉ ସେଥିପାଇଁ ହିଁ ଆଜି ସୋଶାଲ ମିଡିଆରେ ଘୁରି ବୁଲୁଛି ଅନେକ ବନ୍ଧୁଙ୍କ ସ୍ମୃତି। ଏହି କ୍ରମରେ ଆଜି କ୍ରିକେଟ ତାରକା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ତାଙ୍କ ପିଲାଦିନର ସ୍ମୃତି ଶେୟାର କରିଛନ୍ତି। ସଚ୍ଚିନ ତେନ୍ଦୁଲକର-ବିନୋଦ କାମ୍ବଲିଙ୍କ ଯୁଗଳବନ୍ଦୀକୁ […]

kuldip
ଉନ୍ନାଓ ଦୁଷ୍କର୍ମ ମାମଲା: ବିଧାୟକ କୁଲଦୀପ ସେନ୍‌ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ ହୋଇଛି। ତାଙ୍କ ପାଖରେ ଏକ ବନ୍ଧୁକ, ରାଇଫଲ ଏବଂ ରିଭଲଭର ରଖିବା ପାଇଁ ତିନୋଟି ପୃଥକ ପୃଥକ ଲାଇସେନ୍ସ ଥିଲା। ଜିଲ୍ଲା ପ୍ରଶାସନ ଏ ସମସ୍ତ ଲାଇସେନ୍ସ ରଦ୍ଦ କରିଛି। ଗତବର୍ଷ ବିଧାୟକ ସେନ୍‌ଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ସେ ଗିରଫ ହୋଇଥିଲେ। ଏବେ ଏହି ଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ କରୁଛି। […]

talak
ଟ୍ରିପଲ୍‌ ତଲାକ ବିଲ୍‌ ପାସ୍‌ ପରେ...ସଜାଡ଼ି ହେଉଛି ଉଜୁଡ଼ା ଘର

ଲକ୍ଷ୍ନୌ: ତିନ୍ ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ଅନୁମୋଦନ ପାଇଲା ପରେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିଛି ଲୋକ ତ ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି। କିନ୍ତୁ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ଅନେକଙ୍କ ଉଜୁଡା ଘର ସଜାଡି ହେଉଥିବା ଦେଖିବାକୁ ମିଳୁଛି । ଯେଉଁମାନେ ତିନି ତଲାକ କହି ପତ୍ନୀଙ୍କୁ ଛାଡ଼ି ଦେଇଥିଲେ, ସେମାନେ ଏବେ ସସମ୍ମାନେ ନିଜ ପତ୍ନୀଙ୍କୁ ଫେରାଇ ଆଣୁଛନ୍ତି। […]