• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ap deputy cm
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଓଲଟା ମନ୍ତବ୍ୟକୁ ନେଇ ଚର୍ଚ୍ଚା

ହାଇଦ୍ରାବାଦ: ଅତି ଉତ୍ସାହ ଯୋଗୁ ଭାଷଣ ଦେବା ବେଳେ ଜିଭ ଖସିଯାଇ ଓଲଟା କଥା କହିଥିବାରୁ ଆନ୍ଧ୍ର ପ୍ରଦେଶର ମହିଳା ଉପମୁଖ୍ୟମନ୍ତ୍ରୀ ପି.ପୁଷ୍ପା ଶ୍ରୀବାନୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀବାନୀ କହିଥିଲେ ଯେ, ତାଙ୍କ ସରକାରର ଗୋଟିଏ ଲକ୍ଷ୍ୟ ଓ ତାହା ହେଉଛି ଆନ୍ଧ୍ରପ୍ରଦେଶରେ ଦୂର୍ନୀତିପୂର୍ଣ୍ଣ ଶାସନ ଚଳାଇବା। ପ୍ରକୃତରେ ସେ କହିବାକୁ ଚାହୁଁଥିଲେ ଯେ ତାଙ୍କ ସରକାରର ଲକ୍ଷ୍ୟ ହେଉଛି ଦୂର୍ନୀତିମୁକ୍ତ ଶାସନ ଚଳାଇବା। ହେଲେ ତାଙ୍କର ଓଲଟା […]

miss india
‘ଫେମିନା ମିସ୍ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସୁମନ

ମୁମ୍ବାଇ: ୨୦୧୮ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରାଜସ୍ଥାନର ସୁମନ ରାଓ ପ୍ରଥମ ରନର୍ସ ଅପ୍ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ମିଳିଛି ଏହି ମୁକୁଟ। ମୁମ୍ବାଇର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୦୧୮ର ମିସ୍ ଇଣ୍ଡିଆ ଅନୁକୃତି ଦାସ ତାଙ୍କୁ ପିନ୍ଧାଇଥିଲେ ‘ମିସ୍ ଇଣ୍ଡିଆ’ ମୁକୁଟ। ସୂଚନାଯୋଗ୍ୟ, ଫେମିନା ମିସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାରେ ସମୁଦାୟ ୩୦ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେଶି, ଚିତ୍ରାଙ୍ଗଦା […]

viart
ବିରାଟଙ୍କ ଉପରେ ବିରାଟ ଭରସା

ନୂଆଦିଲ୍ଲୀ: ଗତ ୩ ବର୍ଷର ପରିସଂଖ୍ୟାନ ହିଁ କହୁଛି ବିରାଟ ଓ ରୋହିତ ଶର୍ମାଙ୍କ ଉପରେ ଟିମ୍ ଇଣ୍ଡିଆ କେତେ ନିର୍ଭରଶୀଳ। ଲଗାତାର ଭଲ ପ୍ରଦର୍ଶନ ସହ ଦଳ ଆଣିଛି ଅନେକ ବିଜୟ। କେବଳ ଦଳକୁ ଜିତାଇବା ପାଇଁ ନୁହେଁ ବରଂ ଲମ୍ବା ଇନିଂସ୍‌ ଖେଳିବାରେ ମଧ୍ୟ ଦୁଇ ବ୍ୟାଟସ୍‌ମ୍ୟାନ୍‌ ସିଦ୍ଧହସ୍ତ। ତେବେ କେମିତି ରହିଛି ଦୁଇ ବ୍ୟାଟସ୍‌ମ୍ୟାନ୍‌ଙ୍କ ରିପୋର୍ଟ କାର୍ଡ ଆସନ୍ତୁ ସେ ବିଷୟରେ ଜାଣିବା। ବିରାଟଙ୍କ ଉପରେ ଏବେ ସାରା ଦେଶର ନଜର। ଆଗ୍ରେସିଭ୍ […]

Kadali Patra Sukha Kankada
କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା | Kadali Patra Sukha Kankada

ଭୁବନେଶ୍ୱର: କଙ୍କଡ଼ା ତରକାରୀ, କଷା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଖାସ୍‌ କରି ଏସବୁ ଅପେକ୍ଷା କଙ୍କଡ଼ା ଝୋଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆଜି ଆପଣଙ୍କୁ କଦଳୀ ପତ୍ରରେ କଙ୍କଡ଼ାର ଏକ ସ୍ୱାଦିଷ୍ଟ ଆଇଟମ୍ ତିଆରି କରିବା ଶିଖାଇବୁ ଯାହା କମ୍‌ ତେଲରେ ପ୍ରସ୍ତୁତ ହେବା ସହ କମ୍‌ ସମୟ ବି ଲାଗିଥାଏ। ଜାଣନ୍ତୁ କିପରି ପ୍ରସ୍ତୁତ କରିବେ କଦଳୀ ପତ୍ର ଶୁଖା କଙ୍କଡ଼ା ଆବଶ୍ୟକ ସାମଗ୍ରୀ କଙ୍କଡ଼ା, ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ […]

lemon
ତ୍ୱଚାରେ ଚମକ ଆଣିବା ସହ ବହୁ ରୋଗରୁ ମୁକ୍ତି ଦେଇଥାଏ ଲେମ୍ବୁ ପାଣି

ଭୁବନେଶ୍ୱର: ଖରା ଦିନେ ଲେମ୍ବୁ ପାଣି ପିଇବା ଶରୀର ସମେତ ତ୍ୱଚା ଲାଗି ବି ଲାଭଦାୟକ ହୋଇଥାଏ। ଏହା ଶରୀରରେ  ଜଳୀୟ ଅଂଶର ମାତ୍ରା ଠିକ୍‌ ରଖିଥାଏ। ଏଥିରେ ଭିଟାମିନ ସି’ ଭରପୁର ମାତ୍ରାରେ ଥାଏ। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ। ତ୍ୱଚାରେ ଚମକ ଆଣିବା ସହ ଲେମ୍ବୁ ପାଣି କବଜ୍‌, କିଡନୀ ଜନିତ ବହୁ ସମସ୍ୟାର ସମାଧାନ କରିଥାଏ। ଲେମ୍ବୁ ପାଣି ପିଇବା ଦ୍ୱାରା ଲିଭର ସମସ୍ୟା ବି ଦୂର ହୋଇଥାଏ। ଏହାବ୍ୟତୀତ […]

mamata banerjee
ଦାବି ମାନିବାକୁ ମମତା ରାଜି ହେବା ପରେ ବି ଜିଦ୍‌ରେ ଅଟଳ ଡାକ୍ତର

କୋଲକାତା: ଡାକ୍ତରଙ୍କ ସମସ୍ତ ଦାବି ମାନିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ରାଜି ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ଧରୁନି। ଡାକ୍ତରଙ୍କ ୬ଟି ଦାବିକୁ ପୂରଣ କରିବା ପାଇଁ ତାଙ୍କ ସରକାର ପ୍ରସ୍ତୁତ ରହିଛନ୍ତି। ତେଣୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ମମତା ଅପିଲ୍ କରିଛନ୍ତି। ଏହା ପରେ ମଧ୍ୟ ନିଜ ଜିଦ୍‌ରେ ଆନ୍ଦୋଳନକାରୀ ଡାକ୍ତର ଅଟଳ ଅଛନ୍ତି। ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ପୁଣି […]

cricket
ବିଶ୍ୱକପ୍‌ରେ ଆଜି ହାଇଭୋଲଟେଜ୍ ଟକ୍କର: ମ୍ୟାଞ୍ଚେଷ୍ଟରରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମ୍ୟାଞ୍ଚେଷ୍ଟର: ୨୦୧୯ ବିଶ୍ୱକପ୍‌ର ଆଜି ହେଉଛି ସବୁଠୁ ବଡ଼ ଫାଇଟ୍। ଯାହା ଉପରେ ରହିଛି ସାରା ବିଶ୍ୱର ନଜର। ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବ କଡ଼ା ଟକ୍କର। ବିଶ୍ୱକପ୍‌ର ଏହି ହାଇଭୋଲଟେଜ୍ ଫାଇଟ୍ ପାଇଁ ଟିମ୍ ଇଣ୍ଡିଆ ପୂରା ପୂରି ପ୍ରସ୍ତୁତ। ଚଳିତ ସିଜନ୍‌ରେ ଦକ୍ଷିଣ ଆଫ୍ରିକା ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟିମ୍ ଇଣ୍ଡିଆ ଫର୍ମରେ ରହିଛି। ବ୍ୟାଟିଂ ଏବଂ ବୋଲିଂ ଡିପାର୍ଟମେଣ୍ଟ ସନ୍ତୁଳିତ ରହିଛି। […]

film
ରଜ ବଜାରରେ ଧୁମ୍‌ ମଚାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଦୁଇଟି ଫିଲ୍ମ

ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ରଜ ଉପଲକ୍ଷେ ଆଜି ‘ଗୋଲମାଲ୍ ଲଭ୍‌’ ଓ ‘ତୁ ମୋ ଲଭଷ୍ଟୋରୀ-ଟୁ’ ରିଲିଜ ହୋଇଛି। ‘ଗୋଲମାଲ୍ ଲଭ୍‌’ରେ ନୂଆ ଯୋଡ଼ି ବାବୁଶାନ ଓ ତମନ୍ନାଙ୍କ ଅନ୍ ସ୍କିନ୍ ରୋମାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ହଲ୍‌ରେ ଦର୍ଶକଙ୍କ ଭିଡ଼ ଜମିଛି। ଖାସ୍‌ କରି ବାବୁସାନ୍‌ଙ୍କ ଫ୍ୟାନ୍ ଫିଲ୍ମ ଦେଖିବାକୁ ଲମ୍ବା ଲାଇନ୍‌ରେ […]

jee
ପ୍ରକାଶ ପାଇଲା JEE ଆଡ୍‌ଭାନ୍‌ସଡ୍‌ ରେଜଲ୍ଟ; କାର୍ତ୍ତିକେୟ ଗୁପ୍ତା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍‌ସଡ୍‌ ରେଜଲ୍ଟ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ସେ ଶହେ ଏନ୍‌ଟିଏ ସ୍କୋର ହାସଲ କରିଛନ୍ତି। ଛାତ୍ରଛାତ୍ରୀମାନେ jeeadv.ac.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ରେଜଲ୍ଟ ଆଇଆଇଟି ରୁର୍କି ପକ୍ଷରୁ ପ୍ରକାଶ ପାଇଛି। ଚଳିତ ବର୍ଷ ମେ ୨୭ ରେ ଜେଇଇ ଆଡ୍‌ଭାନ୍‌ସଡ୍‌ ପରୀକ୍ଷା ହୋଇଥିଲା। ଦୁଇଟି ପେପରରେ ପରୀକ୍ଷା ହୋଇଥିଲା।  ଛାତ୍ରଛାତ୍ରୀଙ୍କ ସର୍ବଭାରତୀୟ ରାଙ୍କ୍‌ […]

pm modi
ଏସ୍‌ସିଓ ବୈଠକ: ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଚାହିଁଲେ ନାହିଁ କି ହାତ ମିଳାଇଲେନି ମୋଦି

ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଚାଲିଛି ଏସ୍‌ସିଓ ସମ୍ମିଳନୀ। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ଦିନ ଅବସରରେ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି। ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇ ନାହାନ୍ତି କି ତାଙ୍କ ଆଡ଼କୁ ଚାହିଁନଥିବା ଦେଖିବାକୁ ମିଳିଛି। ଏସ୍‌ସିଓ ବୈଠକରେ ଯୋଗ ଦେବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ହଲ୍‌ରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ […]

protest
ହେଲମେଟ୍‌ ପିନ୍ଧି ବ୍ୟାଣ୍ଡେଜ୍‌ ବାନ୍ଧି ଚିକିତ୍ସା କଲେ ଡାକ୍ତର

ନୂଆଦିଲ୍ଲୀ: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଯାଇ ଦିଲ୍ଲୀ ଏମ୍‌ସ୍‌ ଡାକ୍ତରମାନେ ଅଭିନବ ଢଙ୍ଗରେ ତାଙ୍କର ବିକ୍ଷୋଭ କରିଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ସମର୍ଥନରେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି। ଡାକ୍ତରମାନେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ସହ ରୋଗୀଙ୍କ ପାଖକୁ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ପରେ ଏହି ଅଭିନବ ବିରୋଧ ବାବଦରେ […]