• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

11111
୩ ଦିନ ହେଲା ହସ୍ପିଟାଲରେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେବଠୁ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍‌ରେ ତାଙ୍କୁ ରଖାଯାଇଛି। କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି […]

1313223
ଜିଓର IUC ଚାର୍ଜ କ'ଣ ? ଉପଭୋକ୍ତାଙ୍କ ପକେଟରୁ କେମିତି କଟିବ ପଇସା ଜାଣନ୍ତୁ

ଭୁବନେଶ୍ୱର: ଅକ୍ଟୋବର୍‌ ୧୦ ତାରିଖରୁ ଟେଲିକମ୍‌ କମ୍ପାନୀ ଜିଓ ଆଉ ଫ୍ରି କଲ୍‌ ସୁବିଧା ଦେବନାହିଁ ବୋଲି ଘୋଷଣା କରିଥିଲା। ଏଥିପାଇଁ ଗ୍ରାହକଙ୍କୁ IUC ଚାର୍ଜ ଦେବାକୁ ପଡ଼ିବ। ଜିଓ ରିଚାର୍ଜ ସହିତ IUC ଚାର୍ଜ ପାଇଁ ଗ୍ରାହକ ଅଲଗା ଟକ୍‌ଟାଇମ୍‌ ରିଚାର୍ଜ କରିବେ। ଏହି ଖବର ଶୁଣିବା ମାତ୍ରେ ଅନେକ ଗ୍ରାହକ ଘଟଣାଟିକୁ ସମ୍ପୂର୍ଣ୍ଣ ବୁଝିପାରିନଥିଲେ। ଗୋଟିଏ ରିଚାର୍ଜ ପରେ ପୁଣି ଆଉ ଗୋଟିଏ ରିଚାର୍ଜ କରିବାକୁ ପଡ଼ିବ ବୋଲି ଭାବି ଏବେ ବି ଅନେକ […]

12111
କାଶ୍ମୀରରେ ବିଶାଳ ବିକ୍ଷୋଭ, ଓମାର ଓ ଫାରୁକଙ୍କ ଭଉଣୀ ଅଟକ

ଶ୍ରୀନଗର: ଅଗଷ୍ଟ ୫ରୁ ଲାଗୁ ହୋଇଥିବା କଟକଣା କୋହଳ ପରେ ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ମହିଳା ସଭିଲ୍‌ ସୋସାଇଟ୍‌ ପକ୍ଷରୁ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭଉଣୀ ସୈଫିଆ ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ସୁରାୟା ଅବଦୁଲ୍ଲା ଭାଗ ନେଇଥିଲେ। ତେବେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇ ଅଟକ ରଖିଛନ୍ତି। ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟ ବିଚାରପତି ବାଶିର ଅହମ୍ମଦ […]

43434334
ଅଯୋଧ୍ୟା ମାମଲାରେ କୋର୍ଟରେ ଏମିତି ଯୁକ୍ତି ଉପସ୍ଥାପନ କଲେ ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ଦୀର୍ଘ ୩୯ ଦିନ ହେଲା ନିୟମିତ ଶୁଣାଣି ହେଉଥିବା ଅଯୋଧ୍ୟା ଜମି ବିବାଦ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ସମ୍ଭବତଃ ଆସନ୍ତାକାଲି ଏହି ନିୟମିତ ଶୁଣାଣି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ଆଜି ଶୁଣାଣିର ୩୯ ତମ ଦିନରେ ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ପୂର୍ବରୁ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠ ଅକ୍ଟୋବର ୧୭ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହେବ ବୋଲି କହିଥିଲେ। ସେହିପରି ସିଜେଆଇ […]

1
ସଇଦ୍‌ଙ୍କ ଟାର୍ଜନ ବାଇକ...ଯାହା ଚାଲେ ଇଶାରାରେ

ଭୋପାଲ:୮୦ ବର୍ଷୀୟ ବୃଦ୍ଧଙ୍କ ହାତର ଯାଦୁ ! ୩୨ ବର୍ଷର ପୁରୁଣା ଏକ ଗାଡ଼ିକୁ କରି ଦେଇଛନ୍ତି ଏକ୍‌ଦମ ହାଇଟେକ୍‌ ବାଇକ୍‌। ଏ ଗାଡି ଆପଣ ବ୍ୟବହାର କରୁଥିବା ଗାଡ଼ିଠାରୁ ଯଥେଷ୍ଟ ଉନ୍ନତମାନର। ଏଥିରେ ମୋବାଇଲ ଚାର୍ଜରଠାରୁ ଆରମ୍ଭ କରି ଏଟିଏମ୍‌ ମେସିନ ପର୍ଯ୍ୟନ୍ତ ସବୁ କିଛିର ସୁବିଧା ରହିଛି। କହିବାକୁ ଗଲେ, ଏଇ ଗାଡ଼ି ଯେମିତି ତାଙ୍କ ଇଶାରାରେ କାମ କରୁଛି। ଏହି ହାଇଟେକ ଇଞ୍ଜିନିୟର ହେଉଛନ୍ତି ଉତ୍ତରପ୍ରଦେଶ ରାଜ୍ୟ ବରେଲି ଅଞ୍ଚଳର ମହମ୍ମଦ ସଇଦ। […]

odia girl
ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ। ଚେକ୍ ରିପବ୍ଲିକ୍ ଗ୍ରାଁପି ଲିବେରେସନ୍ ସୁଟିଂ ପ୍ରତିଯୋଗିତାରେ ସେ ଏହି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ମିକ୍ସଡ୍ ଇଭେଣ୍ଟରେ ଗଗନ ନାରଙ୍ଗଙ୍କ ସହ ଖେଳୁଥିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା। ୧୦ ମିଟର ଏୟାର ରାଇଫଲରେ ସେ ଜିତିଛନ୍ତି ଏହି ପଦକ। ଗତକାଲି ୫୦ ମିଟର ଏୟାର ରାଇଫଲରେ ସେ ରୌପ୍ୟ ପଦକ ଜିତିଥିଲେ।

sura000-750x430
ସଚିବଙ୍କ ଜିଲ୍ଲା ଗସ୍ତ ଖାଲି ନାଟକ..ଅନ୍ନପୂର୍ଣ୍ଣା ଥିଏଟର

ଭୁବନେଶ୍ୱର: ସଚିବମାନେ ଘନ ଘନ ଜିଲ୍ଲାଗସ୍ତ କରୁଛନ୍ତି, ଡାକ୍ତରଖାନା ବୁଲୁଛନ୍ତି ! ନବୀନ ବାବୁଙ୍କ ମନ୍ତ୍ରୀମାନେ କୁଆଡେ ଗଲେ ? ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ ? 5 T ସଚିବ ଭି.କେ.ପାଣ୍ଡିଆନଙ୍କ ଡାକ୍ତରଖାନା ପରିଦର୍ଶନକୁ ଦେଖି ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। କାହିଁ ଆଗରୁ ତ ସଚିବମାନେ ଏମିତି ଗସ୍ତରେ ଯାଉ ନ ଥିଲେ ?  ଆଗରୁ କିଛି କରୁନଥିଲେ ବୋଧହୁଏ ! ନବୀନ ବାବୁଙ୍କ ଶାସନର ୨୦ ବର୍ଷ ହୋଇଗଲାଣି, ଫାଇଭ-T […]

43434343
ଓଡ଼ିଶାରେ ବାଂଲା ଆତଙ୍କବାଦୀଙ୍କ ଗତିବିଧି ବଢୁଛି

ନୂଆଦିଲ୍ଲୀ: ଦେଶରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଆତଙ୍କବାଦୀଙ୍କ ଗତିବିଧି ବଢ଼ୁଛି। ଆଜି ଦିଲ୍ଲୀରେ ବସିଥିବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ବୈଠକରେ ଡିଜି ଓ୍ୱାଇସି ମୋଦି ଏଭଳି କହିଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଓଡ଼ିଶା.ଆସାମ୍, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକରେ ସକ୍ରିୟ ରହିଛି। ୧୨୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ଏହି ରାଜ୍ୟ ମାନଙ୍କୁ ଦିଆସରିଛି। ଏନଆଇଏ ମହାନିର୍ଦ୍ଦେଶକ ଆଲୋକ ମିତ୍ତଲ କହିଛନ୍ତି ୨୦୧୪-୧୮ ମଧ୍ୟରେ ଜେଏମବି ବାଙ୍ଗାଲୋରରେ ୨୦-୨୨ଟି ସ୍ଥାନରେ ନିଜର ସଂସ୍ଥା ଲୁଚେଇ […]

fire
କପଡ଼ା ଗୋଦାମରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ

ପୁନେ: ମହାରାଷ୍ଟ୍ର ପୁନେରେ ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି। ତେବେ ଗୋଦାମ ଭିତରେ ଥିବା କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଘଟଣାସ୍ଥଳରେ ୪ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଣେର ଉରୁଲି ଦେଭାଚିରେ ଥିବା କପଡ଼ା ଗୋଦାମରେ ଆଜି ଭୋରରୁ ହଠାତ୍ ନିଆଁ ଲାଗିଯିବାରୁ ଗୋଦାମରେ ଥିବା ୫ଜଣ ଶ୍ରମିକ ଜୀବନ୍ତ […]

1121121
ଜମ୍ମୁ-କାଶ୍ମୀରରେ ସକ୍ରିୟ ହେଲା ପୋଷ୍ଟପେଡ୍‌ ମୋବାଇଲ ସେବା

ଶ୍ରୀନଗର: ୭୨ ଦିନ ପରେ ଜମ୍ମୁ କାଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା ଆଜିଠାରୁ ପୁଣିଥରେ ସକ୍ରିୟ ହୋଇଛି। ମଧ୍ୟାହ୍ନ ପରଠାରୁ ସମସ୍ତ ମୋବାଇଲ କମ୍ପାନୀର ପୋଷ୍ଟପେଡ୍ ସେବା ସକ୍ରିୟ ହୋଇଛି। ତେବେ ଇଣ୍ଟରନେଟ ବ୍ୟବହାର ଉପରେ ଏବେ ବି କଟକଣା ରହିଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟପେଡ୍ ମୋବାଇଲ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ପ୍ରିପେଡ ମୋବାଇଲେ […]

23232323
ଦାଦା ହେବେ ବିସିସିଆଇର ବିଗ୍ ବସ୍ !

ନୂଆଦିଲ୍ଲୀ: ଦାଦା ହୋଇପାରନ୍ତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ)ର ବିଗ୍ ବସ୍!  ଟିିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ହୋଇପାରନ୍ତି ବୋଲି ଜଣାପଡ଼ିଛି।  ଆପାତତଃ ତାଙ୍କୁ ନେଇ ଏକ ପ୍ରକାର ସହମତି ପ୍ରକାଶ ପାଇଛି। ୪୭ ବର୍ଷୀୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ସଭାପତି ଅଛନ୍ତି। ଆଗରୁ ରେସ୍‌ର ଆଗରେ ଥିବା ବ୍ରିଜେଶ ପଟେଲଙ୍କୁ ଶେଷ ମୁହୂର୍ତ୍ତରେ ପଛରେ ପକାଇ ଦେଇଛନ୍ତି ସୌରଭ।  ବ୍ରିଜେଶଙ୍କ ପ୍ରତି ବିସିସିଆଇର ପୂର୍ବତନ […]

444434
ବାପାଙ୍କ ବାହାଘର କଥା ଶୁଣିବା ପରେ ଏମିତି କହିଥିଲେ ସାରା

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ଷ୍ଟାର୍‌ କିଡ୍‌ଙ୍କ ଟ୍ରେଣ୍ଡ। ଗତ ଦୁଇ ବର୍ଷ ଭିତରେ ଅନେକ ଷ୍ଟାର୍‌ କିଡ୍‌ ବଲିଉଡ୍‌ରେ ଏଣ୍ଟ୍ରି କରି ସାରିଲେଣି। ହେଲେ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସୈଫ୍ ଲଳନା ସାରା ଅଲି ଖାନ୍‌, ଯିଏ ନିଜ ଡେବ୍ୟୁ ଫିଲ୍ମ ‘କେଦାରନାଥ’ରୁ ହିଁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ସାରା ନିଜ ଫିଲ୍ମି ଲାଇଫ୍‌ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ନିଜ ରିଲେସନ୍‌ଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏବେ […]

234567788
ଖୁବ୍‌ ଶୀଘ୍ର ଏକାଠି ହେବେ ହ୍ରିତିକ୍‌-ଅନୁଷ୍କା !

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି। ସୂଚନା ଅନୁଯାୟୀ,  ଫର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା। ଯଦି ଏ ଖବର ସତ ହୁଏ, […]

54545454
ଋଣ ବୋଝ; ବିଷ ପିଇଲେ ପରିବାରର ୭ ସଦସ୍ୟ

ଚେନ୍ନାଇ: ଋଣ ବୋଝ ସମ୍ଭାଳିନପାରି କୀଟନାଶକ ପିଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ। ଯେଉଁଥିରେ ବିବାହିତ ଝିଅ ଏବଂ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ରହିଛନ୍ତି। ତାମିଲନାଡୁର ଅନ୍ନାନୁରରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଋଣ ବୋଝ ସମ୍ଭାଳି ନପାରିବାରୁ ସପରିବାର ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୁଲିସ କହିଛି। ଏଯାଏ କୌଣସି […]