ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ବିଜେପି ମହାସଚିବ ରାମ ମାଧବ ଦାବି କରିଛନ୍ତି ଯେ, ତାଙ୍କ ଦଳ ୨୦୪୭ ପର୍ଯ୍ୟନ୍ତ ଦେଶରେ ଶାସନ କରିବ। ତ୍ରିପୁରାର ରାଜଧାନୀ ଅଗରତାଲାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହିକଥା କହିଛନ୍ତି। ସେ କହିଛନ୍ତି,“୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ ସେତେବେଳେ ବିଜେପି କ୍ଷମତାରେ ଥିବ। ଏଯାବତ୍ ଦେଶରେ କଂଗ୍ରେସ ସବୁଠୁ ଅଧିକ ସମୟ ଧରି […]
ଲଣ୍ଡନ: ଜଣେ ମହିଳା ବିମାନ କର୍ମଚାରୀ ଏବଂ ତାଙ୍କ ସମଲିଙ୍ଗୀ ପାର୍ଟନରଙ୍କୁ କିଛି ଦୃର୍ବୃତ୍ତ ସର୍ବସାଧାରଣରେ ପରସ୍ପରକୁ ଚୁମ୍ବନ ଦେବା ପାଇଁ ବାଧ୍ୟ କରିଥିଲେ। ହେଲେ ଏଥିରେ ସେମାନେ ଅମଙ୍ଗ ହେବାରୁ ସେମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦିଆଯାଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ୍ କିଛି ସନ୍ଦିଗ୍ଧଙ୍କୁ ଏହି ମାମଲାରେ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁସାରେ, ଘଟଣା ଦିନ ସେମାନେ ବୁଲାବୁଲି ସାରି ଏକ ବସ୍ରେ ଫେରୁଥିଲେ। ସେମାନଙ୍କ ପଛରେ ବସିଥିବା କିଛି ବ୍ୟକ୍ତି […]
ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ରହିବେ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସମାଜରୁ ଜଣେ ଲେଖାଏ ଉପମୁଖ୍ୟମନ୍ତ୍ରୀ କରାଯିବ। ଅମରାବତୀରେ ଆୟୋଜିତ ଦଳର ନବ ନିର୍ବାଚିତ ସଦସ୍ୟଙ୍କ ସହ ଆଜି ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, ଅଢ଼େଇ ବର୍ଷରେ କାମର ଅନୁଧ୍ୟାନ କରିବା ପରେ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ୟମି ଗୌତମ। ଭୁବନେଶ୍ୱର ଜନପଥ ରୋଡ୍ରେ ଥିବା ଏକ ଶୋ’ରୁମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ୟମି ଯୋଗଦେବେ। ଆଜି ଅପରାହ୍ନ ୩ଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବାତ୍ୟା ‘ଫୋନି’ରେ ହୋଇଥିବା କ୍ଷୟକ୍ଷତି ଏବଂ ଏଥିରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭାଗ ନେବା ପାଇଁ ୟମି ଲୋକଙ୍କୁ ଅନୁରୋଧ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ନାଁ ‘ଗୋ-ରନ୍‘ ଚ୍ୟାଲେଞ୍ଚ ରହିଛି। […]
ଭୁବନେଶ୍ୱର: ରୋଷେଇ ସମୟରେ ଆମେ ପିଆଜ ବ୍ୟବହାର କରିଥାଉ। ମୁଖ୍ୟତଃ ଏହାକୁ ଆମେ ମସଲା ଭାବେ ବ୍ୟବହାର କରିଥାଉ। ଏହାକୁ କଞ୍ଚା ମଧ୍ୟ ଖିଆଯାଏ। ପିଆଜ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଶରୀରକୁ ମଧ୍ୟ ଅନେକ ଫାଇଦା ଦେଇଥାଏ। ଏଥିରେ ଭିଟାମିନ୍ ସି, ଫାଇବର୍, କ୍ୟାଲ୍ସିୟମ୍, ଆଇରନ୍, ଆଣ୍ଟିଅକ୍ସିଡାଣ୍ଟ ଭଳି ବିଭିନ୍ନ ପ୍ରକାର ଭିଟାମିନ୍ ରହିଥାଏ। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍ କଲେଅନେକ ଫାଇଦା ମିଳିଥାଏ। ତା’ହାଲେ ଜାଣନ୍ତୁ ଏହା ଆମ ଶରୀରର କେଉଁ ସବୁ ସମସ୍ୟା […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନ୍କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଏନ୍କାଉଣ୍ଟର ହୋଇଛି। ଦକ୍ଷିଣ କଶ୍ମୀରର ପୁଲୱାମାର ଲାସିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀମାନେ ସୂଚନା ପାଇବା ପରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ। ଏଥିରେ ଲୁଚି ରହିଥିବା ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେନା, ପୁଲିସ୍ ଓ ଯବାନଙ୍କ ପକ୍ଷରୁ ମିଳିତ ଭାବରେ […]