• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

manohar
ସେଲ୍‌ଫି ନେବାକୁ ଆସିଥିବା ଯୁବକଙ୍କୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ସାଧାରଣତଃ ଲୋକମାନେ ସେମାନଙ୍କ ନିର୍ବାଚିତ ପ୍ରତିନିଧିଙ୍କ ସହ ସାକ୍ଷାତ ଓ ଫଟୋ ଉଠାଇବା ପାଇଁ ଉତ୍ସାହିତ ଥାଆନ୍ତି। ନେତାମାନେ ବି ସେମାନଙ୍କର ସମର୍ଥକ ତଥା ପ୍ରଶଂସକଙ୍କୁ ନିରାଶ କରିନଥାନ୍ତି। ହେଲେ ହରିୟାଣାର କର୍ଣ୍ଣଲରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ସେଲ୍‌ଫି ନେବାକୁ ପହଞ୍ଚି ଥିବା ଜଣେ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ଠେଲି ପକାଉଛନ୍ତି। ସୂଚନା ଅନୁସାରେ, କର୍ଣ୍ଣଲରେ ଏକ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଭିଡ଼ ଭିତରରୁ […]

lord ganesh
ଭଗବାନ ଗଣେଶଙ୍କ ଦେହରୁ ବାହାରୁଛି ଝାଳ!

ପାଟନା: ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ବିହାରରେ ମଧ୍ୟ ଏବେ ପ୍ରଚଣ୍ଡ ଖରା ହେଉଛି। ଲୋକେ ତ ଲୋକେ, ଏବେ ସେଠି କୁଆଡ଼େ ଭଗବାନ ବି ଗରମରେ ଅସ୍ତବ୍ୟସ୍ତ ହୋଇଗଲେଣି। ଶୁଣିବାକୁ ମିଳିଛି, ସେଠାକାର ଗୟା ଜିଲ୍ଲାର ରାମଶିଲା ଠାକୁରବାଡ଼ିରେ ଥିବା ଭଗବାନ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି। ମନ୍ଦିରର ପୂଜକ ଏହି ଦାବି କରିଛନ୍ତି। ମନ୍ଦିରର ପୂଜକ କହିଛନ୍ତି, ଭଗବାନ ଗଣେଶଙ୍କୁ ପ୍ରବଳ ଗରମରୁ ରକ୍ଷା କରିବା ପାଇଁ ତାଙ୍କ ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଉଛି। […]

rbi
ରେପୋ ରେଟ୍‌ ହ୍ରାସ; କାର୍ ଓ ଗୃହ ଋଣ ଉପରେ କମିବ ସୁଧ

ନୂଆଦିଲ୍ଲୀ: ଧିମେଇ ଯାଇଥିବା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ଲାଗି ପ୍ରୟାସ। ବଜାରରେ ଚଳନ୍ତି ରାଶି ବା ଲିକ୍ୟୁଡିଟି ବଢାଇବା ଲାଗି ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଇଛି। ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌କୁ ଆଉ .୨୫ ପ୍ରତିଶତ କମାଇ ଦେଇଛି। ଫଳରେ  ରେପୋ ରେଟ୍ ୬ରୁ  ୫.୭୫ ପ୍ରତିଶତକୁ ଖସି ଆସିଛି। କ୍ରମାଗତ ତୃତୀୟ ଥର ଲାଗି ରେପୋ ରେଟ୍‌କୁ ହ୍ରାସ କରାଯାଇଛି। ରେପୋ ରେଟ୍ ହ୍ରାସ ଦ୍ୱାରା ଖାଉଟିଙ୍କ ଉପରେ ଏହାର […]

coriander
ଜାଣନ୍ତି କି ଧନିଆର ଚତ୍ମକାରୀ ଗୁଣ

ଭୁବନେଶ୍ୱର: ଧନିଆ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ। ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ କାମରେ ଆସିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ମଞ୍ଜି ମଧ୍ୟ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ। ଏହା ମଧ୍ୟ ଶରୀରକୁ ଅନେକ ଫାଇଦା ଦେଇଥାଏ। ଆସନ୍ତୁ ଜାଣିବା ଏହାକୁ ଖାଇବା […]

bjd
ବଦଳି ପାରନ୍ତି ବିଜେଡିର ମହିଳା ସଭାନେତ୍ରୀ ଓ ଅନ୍ୟ ଦୁଇ ମୁଖିଆ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ବିଜେଡିର ୩ ଛାମୁଆ ସଂଗଠନ (ମହିଳା,ଯୁବ ଓ ଛାତ୍ର)ର ମୁଖିଆଙ୍କ ଦୁର୍ବଳ ସାଂଗଠନିକ କାର୍ଯ୍ୟକ୍ରମ ଓ ନୈରାଶ୍ୟଜନକ ପ୍ରଦର୍ଶନ ଏବେ ସେମାନଙ୍କ ପାଇଁ ସମସ୍ୟା ପାଲଟିଛି। ଦଳର ଏହି ୩ ଛାମୁଆ ସଂଗଠନରେ ବଢ଼ି ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ଛକାପଞ୍ଝା ଯୋଗୁ ବିଜେଡି ନେତୃତ୍ୱ ଖୁବଶୀଘ୍ର ଦଳର ୩ ଛାମୁଆ ସଂଗଠନର ମୁଖିଆଙ୍କୁ ପରିବର୍ତ୍ତନ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ନିକଟରେ ବିଜେଡି ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ମିନତୀ […]

prakash pant
ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତଙ୍କ ପରଲୋକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତ ଗତକାଲି ଆମେରିକାରେ ମୃତ୍ୟୁବରଣ କରିଛନ୍ତି।ସେଠାରେ ସେ ଫୁସ୍‌ଫୁସ୍‌ ଜନିତ ରୋଗ ପାଇଁ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡରେ ୩ ଦିନ ପାଇଁ ଶୋକ ପାଳନ କରାଯିବ। ଆଜି ଛୁଟି ଦିବସ ଭାବରେ ମଧ୍ୟ ଘୋଷଣା କରାଯାଇଛି। ସେ ଗତ ମେ’ ମାସ ଶେଷରେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ଏହା ପୂର୍ବରୁ ପ୍ରକାଶ ଦିଲ୍ଲୀ ସ୍ଥିତ ରୋହିଣୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତେଣୁ ଦଳ ପାଇଁ ଲୋକସଭା ନିର୍ବାଚନରେ ପ୍ରଚାର […]

mayawati-akhilesh
ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିଲା, ମାୟାବତୀଙ୍କୁ ଏମିତି ଜବାବ ଦେଲେ ଅଖିଲେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଏସ୍‌ପି ଏକାକୀ ନିର୍ବାଚନ ଲଢ଼ିବ। ଏବେ ପାଇଁ ମହାମେଣ୍ଟର ବ୍ରେକ୍ ଲାଗିଛି ବୋଲି ଉତ୍ତର ପ୍ରଦେଶ ମହାମେଣ୍ଚରେ ସାମିଲ ଥିବା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଗତକାଲି କହିଥିଲେ। ଏବେ ଏହାର ଜବାବ ରଖିଛନ୍ତି ମହାମେଣ୍ଟର ଅନ୍ୟତମ ଦଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ। ଆଜମଗଡ଼ରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଅଖିଲେଶ କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି […]

tik tok
ଟିକ୍‌ ଟକ୍‌ ଷ୍ଟାରଙ୍କୁ ଦେଖା କରିବା ପାଇଁ....

ମୁମ୍ବାଇ: ଟିକ୍‌ ଟକ୍‌କୁ ନେଇ ଏବେ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳୁଛି। ଟିକ୍‌ ଟକ୍‌ରେ ଷ୍ଟାର ହେବାପାଇଁ ଆଜିକାଲି ଯୁବପିଢ଼ି ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। କିଏ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କଲାଣି ତ ଆଉ କିଏ ଦିନରାତି ଟିକ୍‌ ଟକ୍‌ରେ ଭିଡିଓ କରିବାରେ ମଗ୍ନ ରହିଲାଣି। ହେଲେ ଆମେ ଏଠି ଆପଣଙ୍କୁ ଏମିତି ଜଣକ ବିଷୟରେ କହିବୁ, ଯାହାକୁ ଶୁଣିଲେ ଆଚମ୍ବିତ ହୋଇଯିବେ ! ମୁମ୍ବାଇର ଜଣେ ୧୪ ବର୍ଷର ଝିଅ ଘର ଛାଡ଼ି ପଳାଇଥିଲେ। […]

high wave
ମୌସୁମୀ ଆସିବା ପୂର୍ବରୁ ସମୁଦ୍ର ଅଶାନ୍ତ

ନୂଆଦିଲ୍ଲୀ: ଦିନକ ପରେ ଅର୍ଥାତ୍ ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଆସିବା ପୂର୍ବରୁ ତାମିଲନାଡୁର ରାମେଶ୍ୱରମ୍‌ରେ ସମୁଦ୍ର ଅଶାନ୍ତ ହୋଇଛି। ବହୁ ଉଚ୍ଚରେ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି। ସୂଚନାଥାଉ କି, ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ମୌସୁମୀ ୬ରେ କେରଳ ଛୁଉଁଥିବାରୁ ଓଡ଼ିଶାକୁ ଆସିବାରେ ବିଳମ୍ବ ହୋଇପାରେ […]

pratap
ଦାୟିତ୍ୱ ଗ୍ରହଣ କଲେ ନୀତିନ ଗଡ଼କରୀ ଓ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସଡ଼କ ପରିବହନ ବିଭାଗର ମନ୍ତ୍ରୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି। କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହା ସହିତ ସେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଆଜି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। […]

jual-oram
ଲୋକସଭା ବାଚସ୍ପତି ରେସ୍‌ରେ ଜୁଏଲ୍‌ଙ୍କ ନାଁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରି ସାରିଛନ୍ତି। ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ଦିଆ ସରିଛି। ଅନେକ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି କାମ ଆରମ୍ଭ କରି ଦେଇଛନ୍ତି। ଆଉ ଏବେ ଲୋକସଭାର ବାଚସ୍ପତି ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ଦଳର ବରିଷ୍ଠ ସାଂସଦଙ୍କ ମଧ୍ୟରୁ କେହି ଜଣେ ଲୋକସଭାର ବାଚସ୍ପତି ହେବେ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା […]

mamta banerjee
ପୁଣି ଆନ୍ଦୋଳନ କରିବେ ଦିଦି

କୋଲକାତା: ସାଧାରଣ ନିର୍ବାଚନ ପାଇଁ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ୍ ହଟାଇବା ଦାବିରେ ପୁଣି ଏକ ହେବା ପାଇଁ ୨୩ ବିରୋଧୀ ଦଳକୁ ଆହ୍ୱାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇଭିଏମ୍ ବଦଳରେ ବ୍ୟାଲଟ୍‌ ପେପର ବ୍ୟବହୃତ ଦାବି କରି ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚନ ବେଳେ ଟିଏମସି ସମେତ ୨୩ ବିରୋଧୀ ନିର୍ବାଚନରେ ଇଭିଏମ୍ ହଟାଇବା ଦାବି କରି ଆନ୍ଦୋଳନ କରିଥିଲେ। […]

bengaluru
ପୁଅକୁ ହତ୍ୟା କଲା ବାପା, ଝିଅ କଲା ଶୁଟିଂ

ବେଙ୍ଗାଲୁରୁ: ଚରମ ଆର୍ଥିକ ଦୁଃସ୍ଥିତି ଯୋଗୁ ଜଣେ ବାପା ତା’ର ନିଜର ୧୨ ବର୍ଷର ପୁଅକୁ ଫ୍ୟାନ୍‌ରେ ଟଙ୍ଗାଇ ହତ୍ୟା କରିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଅକୁ ହତ୍ୟା କରିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ମୋବାଇଲ୍‌ ଫୋନ୍‌ରେ ଏହାକୁ ରେକର୍ଡିଂ ମଧ୍ୟ କରିଛି। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଘଟଣାଟି ହାଲର ବିଭୂତିନଗର ଠାରେ ଘଟିଛି। ଉକ୍ତ ବ୍ୟକ୍ତି ଜଣଙ୍କ ନାଁ ସୁରେଶ ବାବୁ। ଏହି ଘଟଣାରେ ପୁଲିସ୍‌ […]