ନୂଆଦିଲ୍ଲୀ: ସମସ୍ତଙ୍କୁ ପ୍ରେମ, ସ୍ନେହ, ଶ୍ରଦ୍ଧାରେ ବାନ୍ଧିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି। ତାଙ୍କ ବିୟୋଗରେ ଆଜି କାନ୍ଦୁଛି ସାରା ଦେଶ। ପ୍ରତ୍ୟେକ ଭାରତୀଙ୍କ ହୃଦୟରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ଯାଇଛନ୍ତି। ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫୋନ୍ ନମ୍ୱର ବଦଳରେ ସୋଶାଲ ମିଡିଆ ଟ୍ଵିଟରକୁ ହେଲ୍ପ ଲାଇନ ଭାବରେ ବ୍ୟବହାର କରୁଥିଲେ। ସେହିପରି ତାଙ୍କ ସହ ଯୋଡ଼ି ହେବା […]
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ରୋଡ୍ରେ ଥିବା ସୁଷମାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ମୋଦି, ବରିଷ୍ଠ ବିଜେପି ନେତା ଲାଲ୍କୃଷ୍ଣ ଆଡ୍ଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନୋମହନ ସିଂ ପ୍ରମୁଖ ସୁଷମାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୁଷମା ସ୍ୱରାଜଙ୍କର ଗତକାଲି ରାତିରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। କାର୍ଡିଆକ୍ ଆରେଷ୍ଟ୍ (ଯେତେବେଳେ ହଠାତ୍ ହୃତ୍ପିଣ୍ଡ ଶରୀରକୁ ରକ୍ତପଠାଇବା ବନ୍ଦ କରି ଦିଏ) ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଦେଶିକ […]
ନୂଆଦିଲ୍ଲୀ: ଆଇପିସି ଧାରା ୩୭୭କୁ ନେଇ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ କହିଥିଲେ। ଆଇପିସି ଧାରା ୩୭୭କୁ ଉଚ୍ଛେଦ ନେଇ ୨ଜଣ ଭାରତୀୟ ମହିଳା ଓକିଲ ବହୁତ ସଂଘର୍ଷ କରିଥିଲେ। ସେତେବେଳେ ଏହି ଦୁଇ ମହିଳା ଓକିଲଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ ଏଇ ପ୍ରସଙ୍ଗକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ […]
କଳାହାଣ୍ଡି: ସୁଇଜରଲାଣ୍ଡରେ ଅନୁଷ୍ଠିତ ଆଇରନ୍ ମ୍ୟାନ୍ ପ୍ରତିଯୋଗିତାରେ କଳାହାଣ୍ଡିର ଅଭିଷେକ ପାଟ୍ଟଯୋଶୀ ଚାମ୍ପିଅନ ହୋଇଛନ୍ତି। ଓ୍ୱାର୍ଲଡ୍ ଟ୍ରାଇଆଥଲନ କର୍ପୋରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶହ ଶହ ଖେଳାଳିଙ୍କୁ ପଛରେ ପକାଇ ଅଭିଷେକ ଏହି ସଫଳତା ପାଇଛନ୍ତି। ପ୍ରତିଯୋଗୀଙ୍କୁ ୧୮ ଘଣ୍ଟା ଭିତରେ ସମୁଦ୍ରରେ ୩.୮ କିଲୋମିଟର ପହଁରିବା, ୧୮୦ କିଲୋମିଟର ସାଇକେଲ ଚଲାଇବା ଓ ୪୨.୨ କିଲୋମିଟର ଦୌଡ଼ିବା ଶେଷ କରିବାକୁ ପଡ଼ିଥାଏ। ହେଲ ଘଣ୍ଟାଏ ପୂର୍ବରୁ ଅର୍ଥାତ୍ ୧୭ ଘଣ୍ଟାରେ ଅଭିଷେକ […]