ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଵୀଶ କୁମାର ଟ୍ୱିଟ୍ କରି ସ୍ପଷ୍ଟ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ବି ଏନେଇ ଟ୍ରମ୍ପଙ୍କୁ କିଛି କହି ନାହାନ୍ତି। କଶ୍ମୀର ପ୍ରସଙ୍ଗ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କାହାରି ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ।’ କେବଳ ପାକିସ୍ତାନ ପଟୁ ସୀମା […]
ୱାଶିଂଟନ୍: କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗ୍ରହୀ। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ହ୍ୱାଇଟ୍ ହାଉସରେ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଏହି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଟ୍ରମ୍ପ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ କହିଥିଲେ। ତେବେ ଯଦି ଏହି […]
ରାୟପୁର: ଛତିଶଗଡ଼ ପୁଲିସ୍ ଏକ ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କରିଛି। ମିଳିଥିବା ସୂଚନା ଅନୁସାରେ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍)ର ୨୩୧ ବାଟାଲିୟନର କ୍ୟାମ୍ପ୍ ଠାରୁ ମାତ୍ର ୪ଶହ ମିଟର ଦୂରରେ ଏକ ଆଇଇଡି ପ୍ଲାଣ୍ଟ୍ କରାଯାଇଥିଲା। ଆଉ ଟାର୍ଗେଟ୍ରେ ଥିଲା ଏହି କ୍ୟାମ୍ପ। ହେଲେ ଲାଲ୍ ବାହିନୀର ଏହି ଘାତକ ଯୋଜନାକୁ ପୁଲିସ୍ ଫେଲ୍ କରିବାରେ ସଫଳ ହୋଇଛି। ସିଆର୍ପିଏଫ୍ର ଏହି କ୍ୟାମ୍ପ ଦାନ୍ତେଓ୍ୱାଡ଼ା ଜିଲ୍ଲାର ଅରନପୁର-ଜଗରଗୋଣ୍ଡା ରୋଡ୍ରେ ଅବସ୍ଥିତ। ପୁଲିସ୍ […]
ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ଲାଗି ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲି ହିଁ ଅଧିନାୟକ ଭାର ତୁଲାଇବେ। ବିଶ୍ୱକପ୍ରେ ଆହତ ହୋଇଥିବା ଶିଖର ଧାୱନ୍ ଫିଟ୍ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୱିକେଟ୍ କିପର୍ ଭାବେ ଋଷଭ ପନ୍ତଙ୍କୁ ଟିମ୍ରେ ସ୍ଥାନ ମିଳିଛି। ଟିମ୍ରେ ଶ୍ରେୟାସ ଆୟାର, ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେହିପରି କେଦାର ଯାଦବ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କ ନିକଟକୁ ଏତେ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଛି ଯାହା ଜାଣିଲେ ଆପଣ ଖାଲି ଆଶ୍ଚର୍ଯ୍ୟ ହେବେ ନାହିଁ ବରଂ ମୁଣ୍ଡରେ ହାତ ଦେବେ। ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ମାତ୍ର ୨ଜଣ ରୁହନ୍ତି। ହେଲେ ବିଲ୍ ଆସିଛି ୧୨୮ କୋଟିରୁ ଅଧିକ ଟଙ୍କା। ଏହା କୌଣସି ମିଛ ନୁହେଁ । ଉତ୍ତର ପ୍ରଦେଶ ହାପୁର ଅଞ୍ଚଳର ଚାମୁର ଗାଁର ଜଣେ ବ୍ୟକ୍ତିଙ୍କ ନିକଟକୁ ଏହି ବିଦ୍ୟୁତ୍ ବିଲ୍ ଆସିଛି। ପଢ଼ନ୍ତୁ […]