କଟକ: କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍ସିପ୍ ଉଦ୍ଘାଟନ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଚାମ୍ପିଅନ୍ସିପରେ ଭାରତ ସମେତ ୧୨ଟି ଦେଶ ଭାଗ ନେଇଛନ୍ତି। ପୁରୁଷ ବିଭାଗରେ ଇଂଲଣ୍ଡ ଟିମ୍ର ପଲା ଭାରି ରହିଥିବା ବେଳେ ମହିଳା ବିଭାଗରେ ସିଙ୍ଗାପୁର ଟିମ୍ ବେଶ୍ ଶକ୍ତିଶାଳୀ। ଭାରତ ଏହି ଚାମ୍ପିଅନଶିପ୍ରେ ଭଲ ପ୍ରଦର୍ଶନ କରିବା ସହ ଅଧିକ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଭାରତୀୟ ଦଳର ଦୁଇ ଷ୍ଟାର ଖେଳାଳି ଶରତ […]
ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦକୁ ଗିରଫ କରାଯାଇଛି। ଗିରଫ ପରେ ହାଫିଜ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ପାକିସ୍ତାନ ପଞ୍ଜାବ ପ୍ରଦେଶର କାଉଣ୍ଟର ଟେରରିଜିମ ଅଧିକାରୀ ତାକୁ ଗିରଫ କରିଛନ୍ତିା ଲାହୋରରୁ ଗୁଜରନୱାଲା ଗଲାବେଳେ ହାଫିଜକୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଜାମାତ ଉଦ୍-ଦାୱା(ଜେୟୁଡି)ର ମୁଖ୍ୟ ହାଫିଜ୍ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ। ଏଥିସହ ବିଶ୍ୱର ଅନ୍ୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ହାଫିଜ୍ର ହାତ ରହିଛି। […]
ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଆହୁରି ଅନେକ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଗତକାଲି ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ସକାଳୁ ସକାଳୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି। କୋଠାଟି ଶହେ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଯୋଗୁ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଘଟଣାସ୍ଥଳରେ ପୁଲିସ୍, ଅଗ୍ନିଶମ […]
ଭୋପାଲ: ଶ୍ରୀଲଙ୍କାରେ ପ୍ରସ୍ତାବିତ ମାତା ସୀତାଙ୍କ ମନ୍ଦିର ନିର୍ମାଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଛି। ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତା’ର ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ମଧ୍ୟ ପ୍ରଦେଶର କମଲନାଥ ସରକାର ଏକ ଟିମ୍ ପଠାଇଛନ୍ତି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଏହାଦ୍ୱାରା କୋଟି […]
ପୁନେ: ମହାରାଷ୍ଟ୍ର ପୁନେର ଗୋଲ୍ଡ ମ୍ୟାନ୍ ପ୍ରଶାନ୍ତ ସପକଲ୍ଙ୍କୁ ନେଇ ଏବେ ଚର୍ଚ୍ଚା। ସେ ପିନ୍ଧୁଥିବା ସୁନା ଅଳଙ୍କାରକୁ ନେଇ ଏବେ ସମସ୍ତଙ୍କ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ଏତେ ପରିମାଣର ସୁନା ପିନ୍ଧୁଥିବା କହିଛନ୍ତି। ପିନ୍ଧୁଥିବା ସୁନାର ଓଜନ ୫ କିଲୋ ଓ ଏହାର ମୁଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପ୍ରଶାନ୍ତ କହିଛନ୍ତି। ସୁନା ପିନ୍ଧି ବାପି ଲହରୀ ଯେଉଁଭଳି ଭାବରେ ସଫଳତା […]
ନୂଆଦିଲ୍ଲୀ: ଭାରତ ସମେତ ପୃଥିବୀର ବିଭିନ୍ନ ଦେଶରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଛି। ଗୁରୁ ପୂର୍ଣ୍ଣିମାରେ ପ୍ରାୟ ତିନି ଘଣ୍ଟା ଧରି ଆଂଶିକ ଚନ୍ଦ୍ରଗ୍ରହଣ ହୋଇଥିଲା। ରାତି ୧ଟା ୩୧ ମିନିଟ୍ରୁ ଗ୍ରହଣ ଆରମ୍ଭ ହୋଇ ଭୋର୍ ୪ଟା ୨୯ ପର୍ଯ୍ୟନ୍ତ ରହିଥିଲା। ରାତି ୩ଟାରେ ଏହା ସର୍ବାଧିକ ୬୫ ପ୍ରତିଶତ ଗ୍ରାସ କରିଥିଲା। ଗତକାଲିର ଚନ୍ଦ୍ର ଗ୍ରହଣ ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଥିଲା। ଏହାପରେ ୨୦୨୧ ମେ ୨୬ରେ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ […]